spot_img
Home Blog Page 3673

ବିଶ୍ବକପ୍ ହକି ପୂର୍ବରୁ ଭୁବନେଶ୍ବରର ସୌନ୍ଦର୍ଯ୍ୟକରଣକୁ ଗୁରୁତ୍ବ, ଏନଫୋର୍ସମେଣ୍ଟ ଉପରେ ଦିଆଯାଉଛି ପ୍ରାଥମିକତା

ଭୁବନେଶ୍ୱର: ବିଶ୍ୱକପ୍ ହକି ପୂର୍ବରୁ ରାଜଧାନୀ ଭୁବନେଶ୍ବରର ସୌନ୍ଦର୍ଯ୍ୟକରଣ ପାଇଁ ଗଠିତ ହୋଇଛି ସ୍ବତନ୍ତ୍ର ଟିମ୍ । ଟିମରେ ସାମିଲ ଅଛନ୍ତି ବିଡିଏ, ବିଏମସି, ସ୍ମାର୍ଟସିଟି ଓ କମିଶନରେଟ ପୋଲିସ । ଏନଫୋର୍ସମେଣ୍ଟ ଉପରେ ଦିଆଯାଉଛି ପ୍ରାଥମିକତା । ଜାରି ରହିଛି ରାସ୍ତାର ଉଭୟ ପାର୍ଶ୍ବର ଉଚ୍ଛେଦ ଅଭିଯାନ । ଏହାକୁ ଅଧିକ କ୍ରିୟାଶୀଳ କରିବାକୁ ଯାଇ ପୁଣି ଗଠିତ ହୋଇଛି ୧୭ଟି ସ୍ବତନ୍ତ୍ର ଏନଫୋର୍ସମେଣ୍ଟ ସ୍କ୍ବାଡ୍ । ବିଡିଏ ଅଧିନରେ ୪ଟି ସ୍ମାର୍ଟସିଟିର ଗୋଟିଏ ଓ ବିଏମସି ଅଧିନରେ ରହିଛି ୧୨ଟି ସ୍କ୍ବାଡ୍ ।

ରାସ୍ତାକଡରୁ ଜବରଦଖଲ ଉଚ୍ଛେଦ ସହିତ ରାସ୍ତାକଡରୁ ଭିକାରୀଙ୍କୁ ମଧ୍ୟ ହଟାଇ ଆଶ୍ରୟସ୍ଥଳୀରେ ଥଇଥାନ କରିବ ସ୍କ୍ବାଡ୍ । ସମସ୍ତ ଟିମରେ ସାମିଲ ହେବେ କମିଶନରେଟ ପୋଲିସ କର୍ମଚାରୀ । ରାସ୍ତାକଡରୁ ଜବରଦଖଲ ଉଚ୍ଛେଦ ପରେ ତୁରନ୍ତ ସମ୍ପୃକ୍ତ ସ୍ଥାନକୁ କରାଯିବ ବିକଶିତ । ସହରକୁ ସୌନ୍ଦର୍ଯ୍ୟକରଣ କରି ଅଧିକ ସଂଖ୍ୟକ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବାକୁ ରହିଛି ଲକ୍ଷ୍ୟ । ତେବେ ଏହା ବ୍ୟତିତ ସେଣ୍ଟ୍ରାଲ ମନିଟରିଂ କମିଟି ବା ସିଏମସି ପକ୍ଷରୁ ଜାରି ରହିଥିବା ନିୟମିତ ଉଚ୍ଛେଦ ଅଭିଯାନ ମଧ୍ୟ ଜାରି ରହିବ ବୋଲି କହିଛନ୍ତି ବିଡିଏ ଅତିରିକ୍ତ କମିଶନର ।

ସରିଲା ଗୁଜରାଟ ପ୍ରଚାର, ଗୁରୁବାର ପ୍ରଥମ ପର୍ଯ୍ୟାୟ ମତଦାନ

ଗାନ୍ଧୀନଗର: ସରିଲା ଗୁଜରାଟ ପ୍ରଚାର । ଗୁରବାର ପ୍ରଥମ ପର୍ଯ୍ୟାୟ ମତଦାନ । ଶେଷ ଦିନରେ ରାଲି, ସମାବେଶ, ପ୍ରତିଶ୍ରୁତିର ବର୍ଷା କଲେ ପ୍ରାର୍ଥୀ । ଗୁରବାର ୮୯ ସିଟରେ ହେବ ମତଦାନ । ୭୮୮ ଜଣ ପ୍ରାର୍ଥୀଙ୍କ ହେବ ଭାଗ୍ୟ ପରୀକ୍ଷା । ପ୍ରଥମ ପର୍ଯ୍ୟାୟ ମତଦାନରେ ଠିଆ ହୋଇଥିବା ପ୍ରାର୍ଥୀଙ୍କ ମଧ୍ୟରେ ୧୦୦ ଜଣଙ୍କ ନାଁରେ ସାଂଘାତିକ ଅପରାଧ ମାମଲା ରହିଛି । ମୋଟ୍‌ ୨୧ ପ୍ରତିଶତ ଆଶାୟୀଙ୍କ ନାଁରେ ସାଂଘାତିକ ମାମଲା ଥିବା ବେଳେ ୧୩ ପ୍ରତିଶତ ଆଶାୟୀ ଗୁରୁତର ଅପରାଧୀ । ସେମାନଙ୍କ ନାଁରେ ବିଭିନ୍ନ ଥାନାରେ ରହିଛି ମାମଲା  । ସେହିପରି ଆମ୍ ଆଦମୀ ପାର୍ଟିର ୩୬ ପ୍ରତିଶତ ପ୍ରାର୍ଥୀଙ୍କ ନାଁରେ ଗୁରୁତର ଅପରାଧିକ ମାମଲା ରହିଛି ।

ପ୍ରଥମ ପର୍ଯ୍ୟାୟ ପାଇଁ ବିଜେପି ପକ୍ଷରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଅମିତ ଶାହା ଓ ଜେପି ନଡ୍ଡା ବ୍ୟାକ ଟୁ ବ୍ୟାକ ରାଲି ଓ ପ୍ରଚାର କରିଛନ୍ତି  । ଗତ ୨୭ ବର୍ଷରେ କରିଥିବା କାମର ଦ୍ବାହି ଦେଇ ଭୋଟ ମାଗୁଥିବା ବେଳେ ଗ୍ରାମାଞ୍ଚଳରେ ସମସ୍ୟା, ଜିଏସଟି ପାଇଁ କ୍ଷତିରେ ଥିବା ବ୍ୟବସାୟୀ, ବେରୋଜଗାରକୁ ମୁଦ୍ଦା କରି ଭୋଟ ମାଗୁଛି କଂଗ୍ରେସ  । ସେହିପରି ଶେଷ ଦିନରେ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ ପ୍ରଚାର କରିଛନ୍ତି  । ଏହି ସମୟରେ ପ୍ରଧାନମନ୍ତ୍ରୀଙ୍କୁ ରାବଣ କହି ବିବାଦ ମଧ୍ୟକୁ ଠେଲି ହୋଇଯାଇଛନ୍ତି  । ବିଜେପି ଏହାକୁ ମୁଦ୍ଦା କରି ପୂରା ଗୁଜରାଟର ଅପମାନ ବୋଲି କହିଛନ୍ତି  ।

ଦୂର ହେଲା ମନମାଳିନ୍ୟ, ଏକାଠି ପ୍ରେସମିଟ୍ କଲେ ଗେହଲଟ ଓ ପାଇଲଟ

ନୂଆଦିଲ୍ଲୀ: ଭାରତ ଯୋଡୋ ଯାତ୍ରା ଆରମ୍ଭ ପରେ କଂଗ୍ରେସ ନେତାଙ୍କ ମଧ୍ୟରେ ମନମାଳିନ୍ୟ ଦୂର ହୋଇଛି । ରାଜସ୍ଥାନ କଂଗ୍ରେସରେ ଏକ ବଡ଼ ଧରଣର ପରିବର୍ତ୍ତନ ଦେଖିବାକୁ ମିଳିଛି । ଏକାଠି ହୋଇଛନ୍ତି ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ଓ ସଚିନ ପାଇଲଟ । ଡିସେମ୍ବର ୪ରେ ରାଜସ୍ଥାନରେ ପ୍ରବେଶ କରିବ ଭାରତ ଯୋଡୋ ଯାତ୍ରା । ତା’ପୂର୍ବରୁ ଏହାକୁ ରାଜ୍ୟରେ ସଫଳ କରିବା ପାଇଁ ବ୍ୟାପକ ବନ୍ଦୋବସ୍ତ କରାଯାଉଛି  । ଏହି ଅବସରରେ ଉଭୟ ନେତା ମିଶି ପ୍ଲାନିଂ କରିଛନ୍ତି । ଯାହାକୁ ଦେଖି ବିରୋଧୀ ମଧ୍ୟ ଆଶ୍ଚର୍ଯ୍ୟ ହୋଇଛନ୍ତି ।

କିଛି ଦିନ ତଳେ ଅଶୋକ ଗେହଲଟ ସଚିନ ପାଇଲଟକୁ ଗଦ୍ଦାର ବୋଲି କହି ଚର୍ଚ୍ଚାରେ ଥିଲେ । ଭାରତ ଯୋଡୋ ପୂର୍ବରୁ କଂଗ୍ରେସ ନେତାଙ୍କୁ ଯୋଡୋ ବୋଲି ବିରୋଧୀ କହୁଥିଲେ । କିନ୍ତୁ ଆଜିର ଏହି ଚିତ୍ର ପରେ ବିରୋଧୀ ମଧ୍ୟ ଚୁପ୍ । ପାଇଲଟ ରାଜସ୍ଥାନର ମୁଖ୍ୟମନ୍ତ୍ରୀ ହେବା ନେଇ ସବୁ ବେଳେ ଆଶାୟୀ ବୋଲି ଚର୍ଚ୍ଚା ହୁଏ । ଏଥିପାଇଁ ଗେହଲଟଙ୍କ ସହ ତାଙ୍କର ସମ୍ପର୍କ ଭଲ ରହୁନଥିବା ନେଇ ଚର୍ଚ୍ଚା ହେଉଥିଲା ।

ଗୋଟିଏ ବିମାନରେ ଏୟାର ଇଣ୍ଡିଆ ଓ ଭିସ୍ତାରା, ବିମାନସେବା କ୍ଷେତ୍ରରେ ଆହୁରୀ ସଶକ୍ତ ହେବ ଟାଟା

ନୂଆଦିଲ୍ଲୀ: ବିମାନ ସେବା କ୍ଷେତ୍ରରେ ଆହୁରୀ ଶକ୍ତିଶାଳୀ ହେବ ଟାଟା । ଏୟାର ଇଣ୍ଡିଆର ମାଲିକାନା ଅକ୍ତିଆର କରିବା ପରେ ଏବେ ଭିସ୍ତାରା ଏୟାର ଲାଇନ୍ସକୁ ମିଶାଇବା ପାଇଁ ଟାଟା ଯୋଜନା ପ୍ରସ୍ତୁତ କରିଛି । ୨୦୨୪ ମାର୍ଚ୍ଚ ଭିତରେ ଭିସ୍ତାରା ଏୟାର୍‌ ଲାଇନ୍ସ, ଏୟାର ଇଣ୍ଡିଆ ସହିତ ମିଶିବା ନେଇ ସିଙ୍ଗାପୁର ଏୟାର ଲାଇନ୍‌ ପକ୍ଷରୁ ପ୍ରକାଶ ପାଇଛି । ଟାଟା ସହିତ ମିଶି ସିଙ୍ଗାପୁର ଏୟାର୍‌ ଲାଇନ୍‌ ଭିସ୍ତାରାର କିଛି ସେୟାର ଅଧିଗ୍ରହଣ କରିଛି । ଭିସ୍ତାରା ଏୟାର ଇଣ୍ଡିଆ ସହ ମିଶିବା ପରେ ଏକ ବୃହତ୍‌ ଆଭିଏସନ୍ ଓ୍ୱିଙ୍ଗରେ ପରିଣତ ହେବ ।

ସିଙ୍ଗାପୁର ଏୟାରଲାଇନ୍ ଏବଂ ଏୟାର ଇଣ୍ଡିଆ ମିଳିତ ଭାବେ ଭିସ୍ତାରାର ୨୫ ପ୍ରତିଶତ ଅଂଶଧନ କିଣିବାକୁ ଯାଉଛନ୍ତି । ଯାହାକି ପାଖାପାଖି ୨ ହଜାର କୋଟି ଟଙ୍କା ଡିଲରୁ ଅଧିକ ହେବ । ବର୍ତ୍ତମାନ ସିଙ୍ଗାପୁର ଏୟାର ଲାଇନ୍ସ ପାଖରେ ଭିସ୍ତାରାର ୪୯ ପ୍ରତିଶତ ସେୟାର ରହିଥିବା ବେଳେ ୫୧ ପ୍ରତିଶତ ଟାଟା ନିକଟରେ ରହିଛି । ଏହି ଦୁଇ ବିମାନ ସେବା ପ୍ରଦାନକାରୀ କମ୍ପାନୀକୁ ୨୦୨୪ରେ ଏୟାର ଇଣ୍ଡିଆ ବ୍ରାଣ୍ଡ ଅଧିନକୁ ଆଣିବା ନେଇ ମଧ୍ୟ ଜଣାପଡ଼ିଛି ।

ଆନ୍ଧ୍ର ମୁଖ୍ୟମନ୍ତ୍ରୀ ଭଉଣୀଙ୍କ ଗାଡ଼ିକୁ ଟାଣିନେଲା କ୍ରେନ୍

ହାଇଦ୍ରାବାଦ: ତେଲେଙ୍ଗାନା ନେତା ତଥା ଆନ୍ଧପ୍ରଦେଶର ମୁଖ୍ୟମନ୍ତ୍ରୀ ଓ୍ୱାଇଏସ ଜଗନମୋହନ ରେଡ୍ଡିଙ୍କ ଭଉଣୀଙ୍କ ଗାଡ଼ିକୁ ଟାଣିନେଲା କ୍ରେନ୍ । ତାଙ୍କ ଭଉଣୀ ଓ୍ୱାଇଏସ ଶର୍ମିଲା ଗାଡ଼ି ଭିତରେ ବସିଥିବା ବେଳେ କ୍ରେନ୍ ଗାଡ଼ି ଟାଣୁଥିବା ଦେଖିବାକୁ ମିଳିଛି । ତାଙ୍କ ଗାଡ଼ିକୁ ଥାନାକୁ ଟାଣି ନିଆଯାଇଥିବା ବେଳେ ସେଠାରେ ଏକ ଡ୍ରାମା ଦେଖିବାକୁ ମିଳିଛି । ଗାଡ଼ିରୁ ଓହ୍ଲାଇବାକୁ ଶର୍ମିଲା ମନାକରିବା ପରେ ତାଙ୍କ ସମର୍ଥକ ଓ ବିରୋଧୀଙ୍କ ମଧ୍ୟରେ ଜୋରଦାର ହଙ୍ଗାମା ହୋଇଛି ।

ଏପଟେ ତାଙ୍କ ମା’ ଓ୍ୱାଇଏସ ବିଜୟଲକ୍ଷ୍ମୀ ଶର୍ମିଲାଙ୍କୁ ଭେଟିବାକୁ ଯାଉଥିବା ବେଳେ ତାଙ୍କୁ ମଧ୍ୟ ହାଉସ ଆରେଷ୍ଟ କରାଯାଇଛି । ଶର୍ମିଲାଙ୍କ ପାର୍ଟି ଓ୍ୱାଇଏସଆର ତେଲେଙ୍ଗାନା ପାର୍ଟି ମୁଖ୍ୟମନ୍ତ୍ରୀ ଚନ୍ଦ୍ରଶେଖର ରାଓଙ୍କ ବିରୋଧରେ ପଦଯାତ୍ରା କରୁଥିବା ବେଳେ ପୋଲିସ ତାଙ୍କୁ ଅଟକାଇଥିଲା । ସେ ଗାଡ଼ିରୁ ବାହାରୁନଥିବା ବେଳେ ତାଙ୍କୁ ଗାଡ଼ିକୁ କ୍ରେନ୍ ଟାଣିନଥିଲା । ଏଥିସହ ତାଙ୍କ ସମର୍ଥକଙ୍କ ଉପରେ ଆକ୍ରମଣ ହୋଇଥିବା ଅଭିଯୋଗ ହୋଇଛି । ତେବେ ଖୁବଶୀଘ୍ର ଶର୍ମିଲାଙ୍କୁ ଗିରଫ କରାଯିବ ବୋଲି ଜଣାପଡ଼ିଛି ।

ଆହୁରି ସଶକ୍ତ ହେବେ ଏସଏଚଜି ମହିଳା, ଆଗାମୀ ୫ ବର୍ଷରେ ୫୦ ହଜାର କୋଟି ଟଙ୍କାର ଋଣ

ଭୁବନେଶ୍ୱର: ରାଜ୍ୟର ମିଶନ ଶକ୍ତି ମା’ମାନଙ୍କ କାର୍ଯ୍ୟକ୍ରମରେ ଏକ ବିଶାଳ ପରିବର୍ତ୍ତନ ଆଣିବାର ଲକ୍ଷ୍ୟ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ସେମାନଙ୍କ ପାଇଁ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ ବିନା ସୁଧରେ ଯୋଗାଇ ଦିଆଯିବ ବୋଲି ଘୋଷଣା କରିଛନ୍ତି । ୨୦୨୨ ଅପ୍ରେଲ ପହିଲାରୁ ଏହି ନୂତନ ଋଣ ବ୍ୟବସ୍ଥା ଲାଗୁ ହେବ । ପୂର୍ବରୁ ୩ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ ବିନା ସୁଧରେ ଦିଆଯାଉଥିଲା ।

ଏହାକୁ ଏକ ଯୁଗାନ୍ତକାରୀ ପଦକ୍ଷେପ ରୂପେ ବର୍ଣ୍ଣନା କରି ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଏହାଦ୍ବାରା ଆମର ମିଶନ ଶକ୍ତି ମା’ମାନେ ଏସଏଚଜିରୁ ଏସଏମଇ ବା କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗୀ ଭାବରେ ନିଜକୁ ପ୍ରତିଷ୍ଠିତ କରିପାରିବେ ଏବଂ ଆମର ଲକ୍ଷ ଲକ୍ଷ ମା’ମାନେ ଅଧିକ ଟଙ୍କାର ଋଣ ନେଇ ବଡ଼ ବଡ଼ ବ୍ୟବସାୟ କରିପାରିବେ ।

ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଓଡ଼ିଶାର ରୂପାନ୍ତର କ୍ଷେତ୍ରରେ ମା’ମାନେ ହେଉଛନ୍ତି ଏକ ଅଭିନ୍ନ ଅଙ୍ଗ । ଆଜିର ଏହି ନିଷ୍ପତ୍ତି ସେମାନଙ୍କୁ ସଶକ୍ତ କରିବାରେ ଓ ସ୍ଥାନୀୟ ଅର୍ଥନୀତିକୁ ପ୍ରୋତ୍ସାହିତ କରିବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିବ ବୋଲି ସେ କହିଛନ୍ତି । ମିଶନ ଶକ୍ତି ମା’ମାନଙ୍କୁ କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗୀ ଭାବରେ ପରିଣତ କରିବା ରାଜ୍ୟ ସରକାରଙ୍କ ଲକ୍ଷ୍ୟ ବୋଲି ପ୍ରକାଶ କରି ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଆଗାମୀ ୫ ବର୍ଷ ମଧ୍ୟରେ ମିଶନ ଶକ୍ତି ଗ୍ରୁପମାନଙ୍କୁ ପ୍ରାୟ ୫୦ ହଜାର କୋଟି ଟଙ୍କାର ଋଣ ଯୋଗାଇ ଦେବାପାଇଁ କାର୍ଯ୍ୟକ୍ରମ ଗ୍ରହଣ କରାଯାଇଛି । ଏହାଦ୍ୱାରା ମିଶନ ଶକ୍ତିର ମା’ମାନେ ସଫଳ ଉଦ୍ୟୋଗୀ ଭାବରେ ନିଜକୁ ପ୍ରତିଷ୍ଠିତ କରିପାରିବେ ବୋଲି ସେ ଆଶାପ୍ରକାଶ କରିଛନ୍ତି ।

ଆମ ପ୍ରତିଶୃତି ଅନୁଯାୟୀ ରାଜ୍ୟ ସରକାର ମିଶନ ଶକ୍ତି ମା ମାନଙ୍କୁ ଗତ ୩ ବର୍ଷରେ ସରକାରୀ ଭାବରେ ୪୦୦୦ କୋଟି ଟଙ୍କାର ବିଜିନେସ ଯୋଗାଇ ଦେଇଛନ୍ତି ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ । ଏହାସହିତ ଗତ ୫ ବର୍ଷରେ ମିଶନ ଶକ୍ତି ମା ମାନଙ୍କୁ ୧୭ ହଜାର କୋଟିରୁ ଅଧିକ ଟଙ୍କାର ଋଣ ଯୋଗାଇ ଦିଆଯାଇଛି।

ବର୍ତ୍ତମାନ ଆମର ମିଶନ ଶକ୍ତି ମା’ମାନଙ୍କୁ ଉତ୍ସାହିତ କରିବାପାଇଁ ଓଡ଼ିଶା ସରକାର ବିନା ସୁଧରେ, Zero interestରେ ୩ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ ସୁବିଧା ଯୋଗାଇ ଦେଉଛନ୍ତି ବୋଲି ପ୍ରକାଶ କରି ସେ କହିଥିଲେ ଯେ ଏହି କାର୍ଯ୍ୟକ୍ରମରେ ଚାରି ଲକ୍ଷ SHG Groupର ବ୍ୟାଙ୍କ ଖାତାକୁ ରାଜ୍ୟ ସରକାର ୫୦୦ କୋଟି ଟଙ୍କାର ସୁଧ ଫେରାଇଛନ୍ତି।

ମହିଳା ସଶକ୍ତିକରଣ ଦିଗରେ ମିଶନ ଶକ୍ତି ଏକ ଅଭିନବ ଉଦ୍ୟମ ଭାବେ ବର୍ଣ୍ଣନା କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ ରାଜ୍ୟର ୭୦ ଲକ୍ଷ ମା’ ମାନଙ୍କୁ ୬ ଲକ୍ଷ Self Help Group ଜରିଆରେ ଏହା ଏକାଠି କରିପାରିଛି । ଏହି ଆନ୍ଦୋଳନକୁ ଆହୁରି ଆଗକୁ ନେବା ପାଇଁ ତାଙ୍କ ସରକାର ସ୍ୱତନ୍ତ୍ର ଭାବରେ ମିଶନ ଶକ୍ତି ବିଭାଗ ଗଠନ କରିଛନ୍ତି ଏବଂ ସବୁ SHG କାର୍ଯ୍ୟକ୍ରମ ଏହି ବିଭାଗ ଜରିଆରେ ହିଁ କାର୍ଯ୍ୟକାରୀ କରାଯାଉଛି ବୋଲି ସେ କହିଥିଲେ। ସୂଚନାଯୋଗ୍ୟ ଯେ ୨୦୨୦ ଜୁନ୍‌ ୧ ତାରିଖରେ ମିଶନ ଶକ୍ତି ବିଭାଗ ପ୍ରତିଷ୍ଠା କରାଯାଇ ରାଜ୍ୟର ସବୁ ଏସ୍‌.ଏଚ.ଜି କାର୍ଯ୍ୟକ୍ରମକୁ ଗୋଟିଏ ବିଭାଗ ଅଧୀନରେ ରଖାଯାଇଥିଲା ।

ରେଡ୍ ବେଳେ ବିଜେପିର ହିଂସା ରାଜନୀତି, ସିଇଓଙ୍କୁ ଭେଟି ତଡ଼ିପାର୍ କରିବାକୁ ଦାବି

ଭୁବନେଶ୍ୱର: ସରକାରୀ କାମରେ ବିଜେପି ନେତାଙ୍କ ବାଧା ସୃଷ୍ଟି ନେଇ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଭେଟିଲା ବିଜେଡି ଟିମ୍ । ଗତକାଲି ସିଟି ଜିଏସଟି ଡିଭିଜନ ପକ୍ଷରୁ ରେଡ୍‌ ସମୟରେ ବିଜେପି ନେତା କାଳନ୍ଦୀ ସାମଲ, ଠାକୁର ରଞ୍ଜିତ ଦାସ, ପିଙ୍କି ପ୍ରଧାନ ଏବଂ ବିଧାୟିକା କୁସୁମ ଟେଟେ ଅଚାନକ ସେଠାରେ ପହଞ୍ଚି ପ୍ରତିରୋଧ କରିବା ସହ କୁସୁମ ଟେଟେ କାଗଜ ଛଡ଼ାଇ ଆଣି ଚିରି ଦେଇଥିଲେ ।

ରେଡ ଚାଲିଥିଲା ଲୋକଙ୍କ ସହ କି ସମ୍ପର୍କ ରହିଛି ବୋଲି ବିଜେଡି ପ୍ରଶ୍ନ କରିଛି । ଏହାସହ ଜିଏସଟି ବିଭାଗ ପକ୍ଷରୁ ଥାନାରେ ଅଭିଯୋଗ ହୋଇଛି । ନିର୍ବାଚନରେ ଏମାନେ ହିଂସା ଆଚରଣ କରୁଥିବାରୁ ପଦ୍ମପୁରରୁ ୪ ଜଣଙ୍କୁ ତଡ଼ିପାର କରିବା ସହ ସଂପୂର୍ଣ୍ଣ ବରଗଡ଼ ଜିଲ୍ଲାରୁ ବାହାର କରିବା ପାଇଁ ନିର୍ବାଚନ ଅଧିକାରୀଙ୍କ ନିକଟରେ ଦାବି କରିଛି ବିଜେଡି । ଏଥିସହ କୁସୁମ ଟେଟେଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି କରାଯାଇଛି ।

ଡିସେମ୍ବର ୧ରୁ ଆରମ୍ଭ ହେବ ଇ-ରୁପି ସେବା

ନୂଆଦିଲ୍ଲୀ: ଭୁବନେଶ୍ୱରରେ ମଳିବ ଇ-ରୁପି । ଆସନ୍ତା  ଡିସେମ୍ବର ୧ ତାରିଖରୁ ଆରମ୍ଭ ହେବ ଇ-ରୁପି ସେବା । ଏନେଇ ରିଜର୍ଭ ବ୍ୟାଙ୍କ ପକ୍ଷରୁ ଘୋଷଣା କରାଯାଇଛି । ପ୍ରଥମ ପର୍ଯ୍ୟାୟରେ ୪ଟି ସହରରେ ଇ-ରୁପି ସେବା ଉପଲବ୍ଧ ହେବ । ଭୁବନେଶ୍ୱର ସମେତ ମୁମ୍ବାଇ, ନୂଆଦିଲ୍ଲୀ ଓ ବେଙ୍ଗାଲୁରୁରେ ଇ-ରୁପି ମିଳିବ । ପ୍ରଥମ ପର୍ଯ୍ୟାୟ ପରେ ଆଉ ୯ଟି ସହର ଯଥା- ଅହମ୍ମଦାବାଦ, ଗ୍ୟାଙ୍ଗଟକ, ଗୌହାଟୀ, ହାଇଦ୍ରାବାଦ, ଇନ୍ଦୋର, କୋଚି, ଲକ୍ଷ୍ନୌ, ପାଟନା ଓ ସିମଲାରେ ବି ଏହି ସୁବିଧା ଉପଲବ୍ଧ ହେବ ।

ଇ-ରୁପି କାରବାର ପାଇଁ ୮ଟି ବ୍ୟାଙ୍କକୁ ଚୟନ କରାଯାଇଛି । ପରବର୍ତ୍ତୀ ସମୟରେ ଏଥିରେ ଅଧିକ ବ୍ୟାଙ୍କ ଓ ସହରକୁ ସାମିଲ କରାଯିବ ବୋଲି RBI ପକ୍ଷରୁ କୁହାଯାଇଛି ।

ପୁରୀରେ ଫୁଡ୍ କୋର୍ଟ ଭି-ବ୍ରାନ୍ସକୁ ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ

ପୁରୀ: ପୁରୀ ଚକ୍ରତୀର୍ଥ ରୋଡରେ ଫୁଡ୍ କୋର୍ଟ ଭି-ବ୍ରାନ୍ସକୁ ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ । ପୁରୀ ଆସୁଥିବା ପର୍ଯ୍ୟଟକଙ୍କୁ ଉତ୍ତମ ଆତିଥେୟତା ଦେବା ସହ ସେମାନଙ୍କୁ ରୁଚି ଅନୁସାରେ ଖାଦ୍ୟ ଯୋଗାଇଦେବାରେ ଏହା ସହାୟକ ହେବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ଓଡ଼ିଶା ପର୍ଯ୍ୟଟନ ଓ ଏସ୍.ଏସ୍ consortium ଗ୍ରୁପ ସହଭାଗିତାରେ ଆରମ୍ଭ ହୋଇଛି ଏହି ଶୀତତାପ ନିୟନ୍ତ୍ରିତ ଅତ୍ୟାଧୁନିକ ଫୁଡ୍ କୋର୍ଟ । ଏହି ଫୁଡ୍ କୋର୍ଟ v-branceର ଗୋଟିଏ ଛାତ ତଳେ ବେଙ୍ଗଲୀ ଖାଦ୍ୟକୁ ନେଇ ହାଓ୍ୱଡା ଏକ୍ସପ୍ରେସ, ଦକ୍ଷିଣ ଭାରତୀୟ ଖାଦ୍ୟକୁ ନେଇ ଚେନ୍ନାଇ ଏକ୍ସପ୍ରେସ, କଣ୍ଟିନେଣ୍ଟାଲ ଖାଦ୍ୟକୁ ନେଇ ୟୁରୋଷ୍ଟାର ଏକ୍ସପ୍ରେସ, ଚାଇନିଜ ଖାଦ୍ୟକୁ ନେଇ ଓରିଏଣ୍ଟ ଏକ୍ସପ୍ରେସ, ଭାରତୀୟ ଖାଦ୍ୟକୁ ନେଇ ହିମ୍ ସାଗର ଏକ୍ସପ୍ରେସ ଖୋଲାଯାଇଛି ।

ଏକକାଳୀନ ୩ ଶହ ପର୍ଯ୍ୟଟକ ସେମାନଙ୍କ ରୁଚି ମୁତାବକ ଖାଦ୍ୟର ମଜା ନେଇପାରିବେ । ଦଶ ହଜାର ବର୍ଗ କ୍ଷେତ୍ର ପରିମିତ ଅଞ୍ଚଳକୁ ଜନସାଧାରଣଙ୍କ ଅବସର ବିନୋଦନ ନିମନ୍ତେ ଲ୍ୟାଣ୍ଡ ସ୍କାପିଂ ବ୍ୟବସ୍ଥା କରାଯାଇଛି । ପ୍ରକଳ୍ପ ପାଇଁ ୧୦ କୋଟି ଟଙ୍କା ଖର୍ଚ୍ଚ କରାଯାଇଛି । ଉଦଘାଟନ ଉତ୍ସବରେ ପର୍ଯ୍ୟଟନ ମନ୍ତ୍ରୀ ଅଶ୍ୱିନୀ ପାତ୍ର, ପୁରୀ ବିଧାୟକ ଜୟନ୍ତ ଷଡ଼ଙ୍ଗୀ, ହୋଟେଲ ଆସୋସିଏସନ୍ ସଭାପତି ରାମକୃଷ୍ଣ ଦାସ ମହାପାତ୍ର, ଅତିରିକ୍ତ ଜିଲ୍ଲାପାଳ ପ୍ରଦୀପ କୁମାର ସାହୁ, କୈଳାସ ନାୟକ, ଉପଜିଲ୍ଲାପାଳ ଭବତାରଣ ସାହୁ ପ୍ରମୁଖ ଉପସ୍ଥିତ ଥିଲେ ।

ପଦମପୁରରେ ହିଂସା ଆପଣାଉଛି ବିଜେପି, ପ୍ରଚାରରେ ଅପରାଧୀଙ୍କୁ କରୁଛି ସାମିଲ

ଭୁବନେଶର: ଅପରାଧିକ କାର୍ଯ୍ୟରେ ଲିପ୍ତ ଥିବା ଗୁଣ୍ଡାଙ୍କୁ ପ୍ରଚାରରେ ବ୍ୟବହାର କରୁଛି ବିଜେପି । ଅପହରଣ ନାଟକ ରଚିଥିବା ଦିଲ୍ଲୀପ କୁମାର ସେନାପତି ଜଣେ ଅଭ୍ୟସଗତ ଅପରାଧୀ । ଏନେଇ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ପାଖରେ ଫେରାଦ ହୋଇଛି ବିଜେଡି । ସୁନ୍ଦରଗଡ଼ରୁ ଦିଲ୍ଲୀପ କୁମାର ସେନାପତିଙ୍କ ଭଳି ଜଣେ ଅପରାଧୀଙ୍କୁ ବିଜେପି ଆଣି ପଦ୍ମପୁରରେ ବ୍ୟବହାର କରୁଛି । ୫ ଦିନ ହେଲାଣି ଛତିଶଗଡ଼ରୁ ଗୁଣ୍ଡା ଆଣି ଝାରବନ୍ଧରେ ଟଙ୍କା ବାଣ୍ଟୁଛି ବିଜେପି । ଗତକାଲି ଦୁଇ ଜଣ ବିଜେଡି କର୍ମୀଙ୍କୁ ଦିଲ୍ଲୀପ ଧମକ ଦେଇଥିଲେ । ଏବେ ସତ ସାମ୍ନାକୁ ଆସିବା ପରେ ବିଜେପି ଚୁପ୍ ହୋଇଯାଇଛି । ସୁନ୍ଦରଗଡ଼ରୁ ଆସିଥିବା ଅପରାଧୀଙ୍କୁ ତୁରନ୍ତ ତଡ଼ିପାର କରିବା ପାଇଁ ଦାବି କରିଛି ବିଜେଡି ।