ମହାନଦୀ ଜଳ ବିବାଦ ମାମଲା ନେଇ ଆଜି ଟ୍ରିବ୍ୟୁନାଲରେ ୩୫ତମ ଶୁଣାଣି ଶେଷ

ଭୁବନେଶ୍ୱର: ମହାନଦୀ ଜଳ ବିବାଦ ମାମଲା ନେଇ ଆଜି ଟ୍ରିବ୍ୟୁନାଲରେ ୩୫ ତମ ଶୁଣାଣି ଶେଷ । ମାର୍ଚ୍ଚ 15 ତାରିଖ ରୁ ମହାନଦୀ ଅଵବହିକା କ୍ଷେତ୍ର ପରିଦର୍ଶନ କରିବେ ଟ୍ରିବୁନାଲ। ପ୍ରାୟ ଏକ ସପ୍ତାହ ଧରି ଅଵବାହିକା ପରିଦର୍ଶନ କରିବେ ଟ୍ରିବ୍ୟୁନାଲ । ଉଭୟ ରାଜ୍ୟର ବୈଷୟିକ ଟିମ ଏବଂ ଆସେସର ମାନେ ଆଲୋଚନା କରି କ୍ଷେତ୍ର ପରିଦର୍ଶନର ସ୍ଥାନ ଚୂଡାନ୍ତ କରିବେ। କ୍ଷେତ୍ର ପରିଦର୍ଶନ ପରେ ବିଚାର ପ୍ରକ୍ରିୟା ଏବଂ ସାକ୍ଷ୍ୟ ଗ୍ରହଣ ଆରମ୍ଭ ହେବ । ଆବଶ୍ୟକ ପଡ଼ିଲେ ଏରିଏଲ ସର୍ଭେ ମଧ୍ୟ କରାଯିବ । 25 ମାର୍ଚ୍ଚରେ ମାମଲାର ପରବର୍ତ୍ତୀ ଶୁଣାଣି କରାଯିବ । ଶୁଣାଣି ସମୟରେ ମୁଣ୍ଡୁଲି ଆନିକଟର ସୀମା ନିର୍ଦ୍ଧାରଣ ଉପରେ ଆପତି ଉଠାଇଲା ଛତିଶଗଡ ।