ଚୌଦ୍ୱାର ଜେଲକୁ ସ୍ଥାନାନ୍ତର ହୋଇପାରେ ଅଭିଯୁକ୍ତ ଗୋପାଳ

1 min read

ଝାରସୁଗୁଡ଼ା: ଚୌଦ୍ବାର ଜେଲକୁ ସ୍ଥାନାନ୍ତର ହୋଇପାରେ ନବକିଶୋର ଦାସ ହତ୍ୟା ଅଅଭିଯୁକ୍ତ ଗୋପାଳ ଦାସ । ସୁରକ୍ଷା ଦୃଷ୍ଟିରୁ ସ୍ଥାନାନ୍ତର ହୋଇପାରେ ଗୋପାଳ । ଏ ନେଇ ଜେଲ ଡିଜିଙ୍କୁ ଅନୁରୋଧ କରିଛନ୍ତି ଝାରସୁଗୁଡା ଜେଲ କର୍ତ୍ତୃପକ୍ଷ । ଜେଲ ଡିଜିଙ୍କ ଅନୁମତି ମିଳିବା ପରେ ସବ ଜେଲ ପକ୍ଷରୁ ଗୋପାଳକୁ ସ୍ଥାନାନ୍ତର ପାଇଁ JMFC ଙ୍କ ନିକଟରେ ଆବେଦନ କରାଯିବ । କୋର୍ଟଙ୍କ ଅନୁମତି ପରେ ଗୋପାଳକୁ ଚୌଦ୍ବାରା ଜେଲ ଅଣାଯିବ । ବର୍ତ୍ତମାନ ଝାରସୁଗୁଡ଼ା ଉପକାରାଗାରରେ ଅଛି ଗୋପାଳ ।

ଆଜି ଗୋପାଳର ତୃତୀୟ ପର୍ଯ୍ୟାୟ ରିମାଣ୍ଡ ଅବଧି ସରିଛି । ଅଭିଯୁକ୍ତ ଗୋପାଳ ଦାସକୁ ଝାରସୁଗୁଡ଼ା ଜେଏମଏଫସି କୋର୍ଟରେ ହାଜର ପରେ ଝାରସୁଗୁଡ଼ା ଉପକାରାଗାରକୁ ପଠାଇଛି କ୍ରାଇମବ୍ରାଞ୍ଚ । ପରେ ସେଠାରୁ ପୁଣି ଜେଏମଏଫସି କୋର୍ଟକୁ ଆଣି ଅଭିଯୁକ୍ତର ୧୬୪ଧାରାରେ ବୟାନ ରେକର୍ଡ କରାଯାଇଥିଲା । ଆଜି କଡ଼ା ସୁରକ୍ଷା ବଳୟରେ ଗୋପାଳକୁ କୋର୍ଟରେ ହାଜର କରିଥିଲା କ୍ରାଇମବ୍ରାଞ୍ଚ । ଗତକାଲି ବିଳମ୍ବିତ ରାତିରେ ଗୁଜରାଟରୁ ଝାରସୁଗୁଡା ଅଣାଯାଇ ବିମାନବନ୍ଦର ଥାନାରେ ରଖାଯାଇଥିଲା ।