କଂଗ୍ରେସରେ ରହି ବିଜେପି ମୁଖପାତ୍ରଙ୍କ ଭଳି ବୟାନ ଦେଇଛନ୍ତି ବିଜୟ: ଲେନିନ ମହାନ୍ତି

ଭୁବନେଶ୍ୱର: ବିଜୟ ପଟ୍ଟନାୟକଙ୍କ ସାମ୍ବାଦିକ ସମ୍ମିଳନୀକୁ ନେଇ ବିଜେଡି ମୁଖପାତ୍ର ଲେନିନ ମହାନ୍ତିଙ୍କ ପ୍ରେସ ମିଟ୍ । ଆସାପୂର୍ବକ କ୍ଷମତା ନମିଳିବା ପରେ ବିଜୟ ପଟ୍ଟନାୟକ ଏପରି କହିଛନ୍ତି ବୋଲି କହିଛି ବିଜେଡି । ବିଜୟ ପଟ୍ଟନାୟକଙ୍କ ମନର ଇଚ୍ଛା ଥିଲା ଯେ ଅବସର ପରେ ସେ ବିଜେଡିରେ ଯୋଗ ଦେଇ ରାଜ୍ୟସଭା ଯିବେ । କିନ୍ତୁ ତାହା ଏଠାରେ ଯେହେତୁ ସମ୍ଭବ ହୋଇପାରିଲା ନାହିଁ ସେତେବେଳେ କଂଗ୍ରେସରେ ସାମିଲ ହେବାକୁ ସେ ବାଧ୍ୟ ହେଲେ । ଆଉ ଏବେ ବିଜେପି ପ୍ରବକ୍ତାଙ୍କ ଭଳି କହିଛନ୍ତି । ବିଜୟ ପଟ୍ଟନାୟକଙ୍କ ଦ୍ଵାରା କୁହାଯାଇଥିବା ଉକ୍ତି – ‘ସେତେବେଳର ନବୀନ ଆଉ ଏବେକାର ନବୀନ ମଧ୍ୟରେ ଆକାଶ ପତଳା ତଫାତ’ ବୟାନର ଉତ୍ତରରେ ବିଜେଡି କହିଛି ଯେ କ୍ଷମତାକୁ ଚାହୁଁଥିବା ଲୋକେ ଯେବେ ତାଙ୍କର ପୁରା ଇଚ୍ଛା ପୂରଣ ହେଲାନାହିଁ ସେତେବେଳେ ସେ ଏପରି ଆକ୍ରୋଶ ମୂଳକ ଭାବେ କହିଛନ୍ତି ।

ଲେନିନ କହିଛନ୍ତି ଆଜି ସାମ୍ବାଦିକ ସମ୍ମିଳନୀ ଦେଖି ଲାଗିଲା ଯେ ଯେମିତି ଜଣେ ବିଜେପି ମୁଖପାତ୍ର କହୁଛନ୍ତି । ବିଜୟଙ୍କ ଇଚ୍ଛା ଥିଲା ବିଜେଡିରେ ମିଶି ରାଜ୍ୟସଭାକୁ ଯିବେ ହେଲେ ତାହା ନହେବାକୁ ବିଭିନ୍ନ ଆଡେ ବୁଲି କଂଗ୍ରେସରେ ମିଶିଲେ । ସେ କଂଗ୍ରେସରେ ଥାଇ ଆଗକୁ ବିଜେପିର ପ୍ରବକ୍ତା ଭଳି କାମ କରିବେ । ବିଜୟ ପଟ୍ଟନାୟକଙ୍କ କ୍ଷମତା ଲାଳସା ଥିଲା, ଯାହା ପୂରଣ ହୋଇପାରିଲାିନି । ବିଜୟଙ୍କ ପ୍ରଥମ ପ୍ରେସମିଟରୁ ଏହି ଆଭିମୁଖ୍ୟ ସ୍ପଷ୍ଟ ହୋଇଛି ବୋଲି କହିଛନ୍ତି ଲେନିନ ମହାନ୍ତି । ସୂଚନାଥାଉକି ଆଜି ସାମ୍ବାଦିକ ସମ୍ମିଳନୀ କରିଥିଲେ ବିଜୟ ପଟ୍ଟନାୟକ ।