କଙ୍ଗନାଙ୍କ ଉପରେ ଫାୟର ନଓ୍ୱାଜଙ୍କ ଭାଉଜ-ଦିଦି , ସବୁ କଥାରେ ମୁଣ୍ଡ ଖେଳାଅନି

ମୁମ୍ବାଇ:  ବିବାଦୀୟ ବୟାନ୍‌ ଦେଇ ଚର୍ଚ୍ଚାରେ ବଲିଉଡର ବିବାଦୀୟ କୁଇନ୍‌ କଙ୍ଗନା ରାଣାଓ୍ୱତ  । ଅଭିନେତା ନଓ୍ୱାଜୁଦ୍ଦିନ୍‌ ସିଦ୍ଦିକୀଙ୍କ ଏକ ଭିଡ଼ିଓ ଦେଖିବା ପରେ ନଓ୍ୱାଜଙ୍କ ଏକ୍ସ ଓ୍ୱାଇଫ୍‌ଙ୍କୁ ନେଇ କଟୁ କଥା କହିବା  କଙ୍ଗନାଙ୍କୁ ମହଙ୍ଗା ପଡ଼ିଛି । ଦିଦି ପରକଥାରେ ସବୁବେଳେ ମୁଣ୍ଡ ଖେଳାଅନି, ଯଦି କିଛି ଘଟେ କିଏ ଦାୟୀ ରହିବ ବୋଲି କଙ୍ଗନାଙ୍କୁ ପ୍ରଶ୍ନ କରିଛନ୍ତି ନଓ୍ୱାଜୁଦ୍ଦିନଙ୍କ ଭଉଣୀ ।

ସୂଚନାଯୋଗ୍ୟ, ନଓ୍ୱାଜ୍ଜୁଦ୍ଦିନଙ୍କ ପୂର୍ବ ପତ୍ନୀ ଆଲିୟା ନଓ୍ୱାଜଙ୍କୁ ଘରୁ ବାହାର କରିବା ପରେ ଝଗଡ଼ା ଭିଡ଼ିଓକୁ ସୋସିଅଲ ମିଡିଆରେ ଶେୟାର କରିଦେଲେ । ନଓ୍ୱାଜୁଦ୍ଦିନଙ୍କ ଏହି ଭିଡ଼ିଓ ଦେଖି କଙ୍ଗନା ରନୌତ ଆଲିୟା ସିଦ୍ଦିକୀଙ୍କ ଉପରେ ରାଗି ଯାଇ କହିଦେଲେଯେ, ନଓ୍ୱାଜ ସବୁକିଛି ତାଙ୍କ ଭାଇ ମାନଙ୍କୁ ଦେଇ ଦେଇଛନ୍ତି । ନିଜ ପାଖରେ ତାଙ୍କର କିଛି ନାହିଁ । ତାଙ୍କର ଏଭଳି ସ୍ଥିତିରେ ମୋତେ ଦୁଃଖ ଲାଗୁଛି । ବାସ୍‌ ଏତିକିରେ ରାଗିଗଲେ ନଓ୍ୱାଜଙ୍କ ଭାଉଜ । ଆମ ଘର କଥା ନ ଜାଣି ଅଧିକ ମୁଣ୍ଡ ଖେଳାଅନି ବୋଲି ସେ କଙ୍ଗନାଙ୍କୁ ଜବାବ ଦେଇଛନ୍ତି ।

ଭିଡ଼ିଓରେ କ’ଣ ଥିଲା ସମ୍ପୂର୍ଣ୍ଣ ଦୃଶ୍ୟ?

ଭିଡ଼ିଓରେ ଦେଖିବାକୁ ମିଳିଥିଲାଯେ ନଓ୍ୱାଜଙ୍କ ଏକ୍ସ ଓ୍ୱାଇଫ୍‌ ଆଲିୟା ସିଦ୍ଦିକୀ ଯେଉଁ ସୋସିଅଲ ମିଡିଆରେ ଏକ ଭିଡ଼ିଓ ଶେୟାର କରିଥିଲେ । ଯେଉଁଥିରେ ନଓ୍ୱାଜ ବଙ୍ଗଳା ବାହାରେ ଠିଆ ହୋଇଛନ୍ତି ଏବଂ ଭିତରକୁ ଯିବାକୁ ଚାହୁଁଛନ୍ତି । କିନ୍ତୁ ଆଲିୟା ତାଙ୍କୁ ଯିବାକୁ ଦେଉ ନାହାଁନ୍ତି । ଏହି ସମୟରେ ଝଗଡ଼ା ଭିଡ଼ିଓକୁ ଆଲିୟା ସୋସିଅଲ ମିଡିଆରେ ଶେୟାର କରି ଦେଇଛନ୍ତି ।