ସୁପରସୋନିକ ଏୟାରକ୍ରାଫ୍ଟରେ ହନୁମାନଙ୍କ ଚିତ୍ର, ଲେଖାଅଛି ‘ତୁଫାନ ଆ ରାହା ହେ’…

1 min read

ବେଙ୍ଗାଳୁରୁ: ବେଙ୍ଗାଳୁରୁରେ ଆୟୋଜିତ ହୋଇଛି ଏସିଆର ସବୁଠୁ ବଡ଼ ଏୟାର ଶୋ’ । ୟେଲହେଙ୍କାସ୍ଥିତ ବାୟୁସେନା ଷ୍ଟେସନରେ ଏରୋ ଇଣ୍ଡିଆର ୧୪ତମ ସଂସ୍କରଣ ଆୟୋଜନ କରାଯାଇଛି । ଏୟାର ଶୋ’ରେ ଜଲଓ୍ବା ଦେଖାଇଛନ୍ତି ବାୟୁବୀର।

ଏହି ଶୋ’ରେ HILFT-42 ନିଜର ଜଲଓ୍ବା ଦେଖାଇଥିଲା । ବିଶେଷକରି ଏହି ଏୟାରକ୍ରାଫ୍ଟରେ ଚିତ୍ରଣ କରାଯାଇଥିବା ହନୁମାନଙ୍କ ଚିତ୍ର ସମସ୍ତଙ୍କ ଧ୍ୟାନ ଆକର୍ଷଣ କରିଥିଲା । ହନୁମାନଙ୍କ ଚିତ୍ର ସହ ଏଥିରେ ‘ତୁଫାନ ଆ ରାହା ହେ..’ ବୋଲି ଲେଖା ବି ଥିଲା । ପ୍ଲେନରେ ହନୁମାନଙ୍କ ଫଟୋ ଥିବାରୁ ଏହି ଫଟୋ ଏବେ ଭାଇରାଲ ହେବାରେ ଲାଗିଛି ।

ପ୍ରଧାନମନ୍ତ୍ରୀ ଏହି ଶୋ’ ଦେଖିବା ସହ କହିଥିଲେ ପୂର୍ବରୁ ଏହା କେବଳ ଏୟାର ଶୋ’ ଥିଲା କିନ୍ତୁ ଏବେ ଏହା ଏବେ ଭାରତର ଶକ୍ତି ।

ଏରୋ ଇଣ୍ଡିଆ-୨୦୨୩କୁ ପ୍ରଧାନମନ୍ତ୍ରୀ ଶୁଭାରମ୍ଭ କରିଛନ୍ତି । ୫ଦିନିଆ ଏହି କାର୍ଯ୍ୟକ୍ରମରେ ୯୮ ରାଷ୍ଟ୍ରର ପ୍ରାୟ ୮୦୯ କମ୍ପାନୀ ଏହି ଶୋ’ରେ ଭାଗ ନେଇ ଏୟାରସ୍ପେସ ଓ ପ୍ରତିରକ୍ଷା କ୍ଷମତାକୁ ପ୍ରଦର୍ଶନ କରିଛନ୍ତି । ଏୟାର ଶୋ’ରେ ଆଡଭାନ୍ସଡ ଲାଇଟ ହେଲିକପ୍ଟର୍ସ ରୁଦ୍ର ଓ ପ୍ରଚଣ୍ଡ ଶକ୍ତି ପ୍ରଦର୍ଶନ କରିଥିଲା । ଏୟାର ଚିଫ୍ ମାର୍ସଲ  ବି ଆର ଚୌଧୁରୀଙ୍କ ନେତୃତ୍ବରେ ବାୟୁବୀରମାନେ ବିମାନରେ ଗୁରୁକୁଳ ଫର୍ମେସନ ପ୍ରସ୍ତୁତ କରିଥିଲେ ।