ଜେଲରେ ନୋଟବୁକ୍ ମାଗିଲା ଅଫତାବ, ଉଚ୍ଚଶିକ୍ଷା ପାଇଁ କୋର୍ଟରେ କଲା ଆବେଦନ

1 min read

ନୂଆଦିଲ୍ଲୀ: ଉଚ୍ଚଶିକ୍ଷା ପାଇଁ କୋର୍ଟରେ ଆବେଦନ କଲା ଶ୍ରଦ୍ଧା ମର୍ଡର କେସର ମୁଖ୍ୟ ଅଭିଯୁକ୍ତ ଆଫତାବ ପୁନାଓ୍ବାଲା । ଜେଲରେ ନୋଟବୁକ୍ ଏବଂ ପେନସିଲ ଯୋଗାଇ ଦେବାକୁ କଲା ଆବେଦନ । ଆଫତାବ ଆଗକୁ ପାଠ ପଢ଼ା ଜାରି ରଖିବାକୁ ଚାହୁଁଛି । ଏଥିପାଇଁ ସେ କୋର୍ଟରେ ଏହି ଆବେଦନ କରିଛି । ଜେଲରେ ଥାଇ ସେ ନୋଟ ପ୍ରସ୍ତୁତ କରିବାକୁ ଚାହୁଁଛି । ପାଠ ପଢ଼ା ପୂରା କରିବାକୁ ତାର ଇଚ୍ଛା ଥିବା କହିଛି ଆଫତାବ ।

ଆଫତାବଙ୍କ ଓକିଲଙ୍କ କହିବା କଥା ହେଲା, ସେ ନିଜ ଚାର୍ଜସିଟର ଏକ ସଫ୍ଟ କପି ପାଇବାକୁ ଆବେଦନ କରିଛି । ତାଙ୍କୁ ଇ-ଚାର୍ଜ ସିଟ ଯୋଗାଇ ଦିଆଯାଇଛି ହେଲେ ଏହା ପଢ଼ିବା ଯୋଗ୍ୟ ନୁହେଁ । ଏହି କାରଣରୁ ସେ ଆଉ ଏକ କପି ପାଇଁ ଆବେଦନ କରିଛି ।

ଏଠାରେ ଆମେ କହି ରଖିବାକୁ ଚାହୁଁଛୁ ଯେ, ୨୦୨୨ ମସିହା ମେ ମାସ ୧୮ ତାରିଖରେ ଆଫତାବ ନିଜ ଲିଭ୍-ଇନ୍ ରିଲେସନସିପରେ ଥିବା ପାର୍ଟନ ଶ୍ରଦ୍ଧା ଓ୍ବାକରଙ୍କୁ ହତ୍ୟା କରିଥିଲା । ଏହା ପରେ ସେ ଶବକୁ ୩୫ ଖଣ୍ଡ କରି ଫ୍ରିଜରେ ରଖିଥିଲା । ଶରୀରର ମାଂସ ଖଣ୍ଡକୁ ସେ ଦୂରରେ ଥିବା ଜଙ୍ଗଲରେ ଫିଙ୍ଗିଥିଲା । ଏହି ମାମଲାରେ ପୋଲିସ ଗତ ନଭେମ୍ବର ମାସରେ ଆଫତାବକୁ ଗିରଫ କରିଥିଲା ।