spot_img
Home Blog Page 3572

ପ୍ରକାଶ ପାଇଲା RRB Group D ପରୀକ୍ଷା ଫଳ

ନୂଆଦିଲ୍ଲୀ: ଆରଆରବି ଗ୍ରୁପ ଡି’ର ୧ କୋଟିରୁ ଅଧିକ ଆଶାୟୀଙ୍କ ପାଇଁ ଭଲ ଖବର । ରେଲୱେରେ ଗ୍ରୁପ ଡି ପଦରେ ନିଯୁକ୍ତି ପାଇଁ ହୋଇଥିବା ପରୀକ୍ଷା ରେଜଲ୍ଟ ଆରଆରବି ଘୋଷଣା କରିଛି । ପ୍ରକାଶଯୋଗ୍ୟ, ରେଲୱେ ଗ୍ରୁପ ଡି ର ୧ ଲକ୍ଷରୁ ଅଧିକ ପଦରେ ଭର୍ତ୍ତି ପାଇଁ ୧୭ ଅଗଷ୍ଟରୁ ୧୧ ଅକ୍ଟୋବର ପର୍ଯ୍ୟନ୍ତ ପରୀକ୍ଷାର ଆୟୋଜନ କରାଯାଇଥିଲା । ରେଜଲ୍ଟକୁ ନେଇ ଆରଆରବି ସୂଚନା ଦେଇଥିଲା ଯେ ଗ୍ରୁପ ଡି ରେଜଲ୍ଟ ୨୪ ଡିସେମ୍ବର ବା ଏହା ପୂର୍ବରୁ ପ୍ରକାଶ ପାଇବ ।

ଆଜି ୨୨ ଡିସେମ୍ବରରେ ଆରଆରବି ରେଜଲ୍ଟ ଘୋଷଣା କରିଛି । ଆରଆରବି ଭୋପାଳ କ୍ଷେତ୍ରର ୱେବସାଇଟରେ ଗ୍ରୁପ ଡି ର ରେଜଲ୍ଟ ଉପଲବ୍ଧ କରାଯାଇଛି । କ୍ରମଶଃ ଅନ୍ୟ ସବୁ କ୍ଷେତ୍ରର ଫଳ ମଧ୍ୟ ଜାରି କରାଯିବ । ଯେଉଁଥିରେ ଆଶାୟୀଙ୍କ ରୋଲ ନମ୍ବରର ସୂଚୀ ଦିଆଯାଇଛି । ରେଜଲ୍ଟ ପାଇଁ ଜାରି କରାଯାଇଥିବା ପିଡିଏଫରେ ଯେଉଁ ପ୍ରାର୍ଥୀଙ୍କ ରୋଲ ନମ୍ବର ଥିବ ସେମାନଙ୍କୁ ଏବେ ଫିଜିକାଲ ଟେଷ୍ଟ ପାଇଁ ଡକାଯିବ ।

ଜାରି ପିଡିଏଫରେ କୁହାଯାଇଛି ଯେ ମୋଟ ଖାଲି ପଦର ତିନି ଗୁଣା ଆଶାୟୀଙ୍କୁ ପିଇଟି ଟେଷ୍ଟ ପାଇଁ ସର୍ଟଲିଷ୍ଟ କରାଯାଇଛି । ଏହା ବ୍ୟତୀତ ପରୀକ୍ଷାର୍ଥୀଙ୍କ ପର୍ସେଣ୍ଟାଇଲ ସ୍କୋର, ନର୍ମାଲାଇଜଡ ଅଙ୍କ ଏବଂ ପିଇଟିର ଷ୍ଟାଟସ ଚେକ୍ କରିବାର ଲିଙ୍କ ୨୭ ଡିସେମ୍ବର ବା ଏହା ପୂର୍ବରୁ ଆରଆରବିର ଅଫିସିଆଲ ୱେବସାଇଟରେ ଉପଲବ୍ଧ କରାଯିବ । ଆଶାୟୀ ପଞ୍ଜିକୃତ ନମ୍ବର ଏବଂ ଜନ୍ମତିଥି ମାଧ୍ୟମରେ ଏହାକୁ ଚେକ୍ କରିପାରିବେ ।

ଅସୁସ୍ଥ ମା’ଙ୍କୁ ଭେଟିବା ପାଇଁ ବିଦେଶ ଯିବାକୁ ଜ୍ୟାକଲିନଙ୍କୁ ମିଳିଲାନି ଅନୁମତି

ନୂଆଦିଲ୍ଲୀ: ମନି ଲଣ୍ଡରିଂ ମାମଲାରେ ଫସିଥିବା ବଲିଉଡ ନାୟିକା ଜ୍ୟାକଲିନ ଫର୍ଣ୍ଣାଣ୍ଡିଜଙ୍କୁ ଆଉ ଏକ ଝଟକା ଲାଗିଛି । ବିଦେଶ ଯିବା ପାଇଁ ତାଙ୍କୁ ଅନୁମତି ମିଳିନାହିଁ । ଗୁରୁବାର ଦିଲ୍ଲୀର ଏକ କୋର୍ଟ ତଙ୍କାର ସେହି ଆବେଦନକୁ ଖାରଜ କରିଛନ୍ତି ଯେଉଁଥିରେ ସେ ନିଜର ଅସୁସ୍ଥ ମାଆଙ୍କୁ ଭେଟିବା ପାଇଁ ବାହାରିନ ଯିବା ପାଇଁ ଅନୁମତି ମାଗିଥିଲେ । ଏହାପରେ ଜ୍ୟାକଲିନ ନିଜ ଆବେଦନ କୋର୍ଟରୁ ପ୍ରତ୍ୟାହର କରିନେଇଛନ୍ତି । ଫର୍ଣ୍ଣାଣ୍ଡିଜ ୨୩ ଡିସେମ୍ବରରୁ ୫ ଜାନୁଆରୀ ପର୍ଯ୍ୟନ୍ତ ବାହାରିନ ଯିବାକୁ ଚାହୁଁଥିଲେ ।

ପ୍ରକାଶଯୋଗ୍ୟ, କୋର୍ଟ ମହାଠକ ସୁକେଶ ଚନ୍ଦ୍ରଶେଖର ଲିପ୍ତଥିବା ୨୦୦ କୋଟି ଟଙ୍କା ଅର୍ଥ ହଡ଼ପ ମାମଲାରେ ଅଭିଯୁକ୍ତ ଅଭିନେତ୍ରୀ ଜ୍ୟାକଲିନ ଫର୍ଣ୍ଣାଣ୍ଡିଜଙ୍କ ଏକ ଯାଚିକା ଉପରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟକୁ ମଙ୍ଗଳବାର ଜବାବ ମାଗିଥିଲେ, ଯେଉଁଥିରେ ସେ ନିଜର ମାଆଙ୍କୁ ଭେଟିବାକୁ ବାହାରିନ ଯିବା ପାଇଁ ଅନୁମତି ଦେବାକୁ ଅନୁରୋଧ କରିଥିଲେ । କୋର୍ଟ ଗତ ୧୫ ନଭେମ୍ବରରେ ଜ୍ୟାକଲିନଙ୍କୁ ନିୟମତି ଜାମିନ ଦେଇ ଦେଇଥିଲେ, ମାମଲାରେ ଏପର୍ଯ୍ୟନ୍ତ ସୁଦ୍ଧା ତାଙ୍କୁ ଗିରଫ କରାଯାଇନାହିଁ । ଇଡି ମାମଲାର ସମ୍ବନ୍ଧରେ ଜେରା ପଇଁ ଅଭିନେତ୍ରୀଙ୍କୁ ଅନେକ ଥର ଡକାଇଥିଲା ।

ଦେଶରେ କୋଭିଡ ସ୍ଥିତି ନେଇ ସଂସଦରେ କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡଭିୟଙ୍କ ବିବୃତି

ନୂଆଦିଲ୍ଲୀ: ଦେଶରେ କୋଭିଡ ସ୍ଥିତି ନେଇ ପାର୍ଲାମେଣ୍ଟରେ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରୀ ମନସୁଖ ମାଣ୍ଡଭିୟଙ୍କ ବିବୃତି । ସେ ଲୋକସଭାରେ ଏହି ସମ୍ପର୍କରେ ବୟାନ ଦେଇ ଚୀନରୁ ବ୍ୟାପୁଥିବା କରୋନାର ନୂଆ ଭାରିଆଣ୍ଟ BF.7 ସହ ମୁକାବିଲା ପାଇଁ ତିନି ମନ୍ତ୍ର ମଧ୍ୟ ଦେଇଛନ୍ତି । ସେ କହିଛନ୍ତି, ଆମେ ବିଦେଶରୁ ଆସୁଥିବା ଲୋକଙ୍କ ଯାଞ୍ଚ କରିବାକୁ ହେବ, ମାକ୍ସ ଲଗାଇବାକୁ ହେବ ଏବଂ ଜିନୋମ ସିକ୍ୱୋସିଂ ଜରିଆରେ ଏହା ଜାଣିବାକୁ ହେବ ଯେ ନୂଆ ଭାରିଆଣ୍ଟ ଆସିଯାଇନି ତ । ସେ ଏହା ମଧ୍ୟ କହିଥିଲେ ଯେ ଭୟଭୀତ ହେବାର କୌଣସି କାରଣ ନାହିଁ ଏବଂ ଅନ୍ୟ ଦେଶ ମୁକାବିଲାରେ ଭାରତରେ ସ୍ଥିତି ଭଲ ଅଛି । ଲଗାତାର ଆମେ ନୂଆ ଭାରିଆଣ୍ଟ ଉପରେ ନଜର ରଖିଛୁ ଏବଂ ଏହାର ପ୍ରତିରୋଧ ପାଇଁ ଉଦ୍ୟମ ଚାଲିଛି ।

ବିମାନବନ୍ଦରଗୁଡିକରେ ଅନ୍ତର୍ଜାତୀୟ ଯାତ୍ରୀଙ୍କ ଲାଗି ରାଣ୍ଡମ ସାମ୍ପଲିଂ ପ୍ରକ୍ରିୟା ଆରମ୍ଭ ହୋଇଛି । ଯାତ୍ରୀଙ୍କ ମଧ୍ୟରୁ ୨ ପ୍ରତିଶତ ଲୋକ ନମୁନା ଦେବେ । ପରେ ସେମାନଙ୍କ ଆରଟିପିସିଆର ଟେଷ୍ଟ ହେବ । ସେହିପରି କୋଭିଡ ପ୍ରୋଟକଲ ମାନିବା ଲାଗି ରାଜ୍ୟଗୁଡ଼ିକୁ ପରାମର୍ଶ ଦିଆଯାଇଛି ବୋଲି ସେ କହିଛନ୍ତି ।  ସେହିପରି ପଜିଟିଭ କେସଗୁଡିକର ଜିନମ ସିକୁଏନସିଂ ଲାଗି ସମସ୍ତ ରାଜ୍ୟଗୁଡିକୁ ନିର୍ଦ୍ଦେଶ ଦିଆଯାଇଛି । ମାସ୍କ, ସାନିଟାଇଜର, ସାମାଜିକ ଦୂରତା ପ୍ରତି ସଚେତନତା ସୃଷ୍ଟି ସହ ଆଲର୍ଟ ରହିବା ଲାଗି ରାଜ୍ୟଗୁଡିକୁ କୁହାଯାଇଥିବା କହିଛନ୍ତି କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ । ସେପଟେ ତୁରନ୍ତ କୋଭିଡ ନିୟମ ମାନିବା ଲାଗି ଦେଶବାସୀଙ୍କୁ ପରାମର୍ଶ ଦେଇଛି ଇଣ୍ଡିଆନ ମେଡିକାଲ ଆସୋସିଏସନ ।

ଭାରତ ଯୋଡୋ ଯାତ୍ରା ବନ୍ଦ କରିବା ପାଇଁ ସରକାର ନୂଆ ଆଇଡିଆ ବାହାର କରିଛନ୍ତି

ଚଣ୍ଡିଗଡ଼: ସାରା ବିଶ୍ୱରେ କରୋନାର ବୃଦ୍ଧି ମାମଲାକୁ ଦୃଷ୍ଟିରେ ରଖି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ମନସୁଖ ମଣ୍ଡାଭିୟା ଭାରତ ଯୋଡୋ ଯାତ୍ରାକୁ ସ୍ଥଗିତ କରିବା ପାଇଁ ରାହୁଲ ଗାନ୍ଧିଙ୍କୁ ଚିଠି ଲେଖିଥିଲେ । ମଣ୍ଡାଭିୟା କହିଥିଲେ ଯେ ଭାରତ ଯୋଡୋ ଯାତ୍ରାରେ କରୋନା ଗାଇଡଲାଇନ୍ସକୁ କଡ଼ାକଡ଼ି ଭାବେ ପାଳନ କରାଯାଉ, ଯଦି କୋଭିଡ ପ୍ରୋଟୋକଲ ପାଳିବା ସମ୍ଭବ ହେଉନାହିଁ ତେବେ ଭାରତ ଯୋଡୋ ଯାତ୍ରାକୁ ଦେଶହିତରେ ସ୍ଥଗିତ କରାଯାଉ । ଏହାକୁ ନେଇ ଏବେ ରାହୁଲ ଗାନ୍ଧି କେନ୍ଦ୍ର ସରକାରଙ୍କ ଉପରେ ବାକ୍ ଆକ୍ରମଣ କରିଛନ୍ତି । ରାହୁଲ ଗାନ୍ଧି କହିଛନ୍ତି ଏବେ ସରକାର ନୂଆ ଆଇଡିଆ ବାହାର କରିଛନ୍ତି ।

ମୋତେ ଚିଠି ଲେଖିଛନ୍ତି । ଯାତ୍ରା ବନ୍ଦ କର କାରଣ କୋଭିଡ ଆସୁଛି । ରାହୁଲ ଗାନ୍ଧି ସରକାରଙ୍କୁ ଟାର୍ଗେଟ କରି କହିଛନ୍ତି ଏବେ ଯାତ୍ରାକୁ ଅଟକାଇବା ପାଇଁ ନୂଆ ବାହାନା ବନାଯାଉଛି । ମାସ୍କ ପିନ୍ଧ, ଯାତ୍ରା ବନ୍ଦ କର, କୋଭିଡ ବ୍ୟାପୁଛି । ହିନ୍ଦୁସ୍ତାନର ଶକ୍ତି ଓ ସତ୍ୟତା ଦ୍ୱାରା ଏମାନେ ଭୟଭୀତ ହୋଇଯାଇଛନ୍ତି । ଏହା ସତ୍ୟ ଅଟେ । ଯାତ୍ରାରେ ଆମେ ଶହେ ଦିନରୁ ଅଧିକ ଚାଲି ସାରିଛୁ, ଯେଉଁଥିରେ ହିନ୍ଦୁ-ମୁସଲିମ-ସିଖ-ଇସାଇ ସବୁ ଜାତିର ଲୋକ ସାମିଲ ହୋଇଛନ୍ତି । ଭାରତ ଯୋଡୋ ଯାତ୍ରାର ଶକ୍ତି ଦେଖି ସରକାର ବିଚଳିତ ହୋଇପଡ଼ିଛନ୍ତି । ଏହାକୁ ବନ୍ଦ କରିବା ପାଇଁ ଏବେ କୋଭିଡର ସାହାରା ନେଇଛନ୍ତି ।

ଶ୍ରଦ୍ଧା ହତ୍ୟାକାଣ୍ଡ ମାମଲା: ଜାମିନ ଆବେଦନ ପ୍ରତ୍ୟାହାର କଲା ଅଭିଯୁକ୍ତ ଆଫତାବ

ନୂଆଦିଲ୍ଲୀ: ଜାମିନ ଆବେଦନ ପ୍ରତ୍ୟାହାର କଲା ଦିଲ୍ଲୀ ଶ୍ରଦ୍ଧା ଓ୍ବାକର ହତ୍ୟା ଅଭିଯୁକ୍ତ ଆଫତାବ ପୁନାଓ୍ବାଲା । ଓକିଲଙ୍କ ସହ ଉପଯୁକ୍ତ ଯୋଗାଯୋଗ ଅଭାବରୁ ସେ ଆବେଦନ ପ୍ରତ୍ୟାହାର କରିଥିବା ସୂଚନା ମିଳିଛି । ଦିଲ୍ଲୀ କୋର୍ଟ କହିଛନ୍ତି- ଆଫତାବର ସହମତି ବିନା ତା ଜାମିନ ଆବେଦନ ତ୍ରୁଟିଯୁକ୍ତ ଭାବେ କରାଯାଇଥିଲା ।

ଆଫତାବର ଓକିଲ ଏମଏସ ଖାନ କହିଛନ୍ତି ୫୦ ମିନଟର ଆଲୋଚନା ପରେ ନିଜ ଜାମିନ ଆବେଦନ ପ୍ରତ୍ୟାହାର ଲାଗି ଅଭିଯୁକ୍ତ ନିଷ୍ପତ୍ତି ନେଇଥିଲା । ପୋଲିସ ଚାର୍ଜସିଟ ଦାଖଲ କରିବା ପରେ ଜାମିନ ଆବେଦନ ପୁନର୍ବାର ଦାଖଲ ହେବ । ସେପଟେ ଆଫତାବ ପୁନାଓ୍ବାଲା କରିଥିବା ଜଘନ୍ୟ କାଣ୍ଡ ସମାଜରେ ଗଭୀର ଭାବେ ପ୍ରଭାବ ପକାଉଥିବାରୁ ତାକୁ ଜାମିନ ନଦେବା ଲାଗି ସାକେତ କୋର୍ଟରେ ଉତ୍ତର ରଖିଥିଲା ଦିଲ୍ଲୀ ପୋଲିସ । ଗତ ଡିସେମ୍ବର ୯ତାରିଖରେ ଆଫତାବର ବିଚାର ବିଭାଗୀୟ ହାଜତ ଅବଧି ୧୪ ଦିନ ଲାଗି ବଢାଯାଇଥିଲା ।

ଡ. ଗାୟତ୍ରୀବାଳା ପଣ୍ଡାଙ୍କୁ କେନ୍ଦ୍ର ସାହିତ୍ୟ ଏକାଡ଼େମୀ ପୁରସ୍କାର

ଭୁବନେଶ୍ବର: ୨୦୨୨ ମସିହା ପାଇଁ କେନ୍ଦ୍ର ସାହିତ୍ୟ ଏକାଡ଼େମୀ ପୁରସ୍କାର ଓଡ଼ିଆ ଭାଷାରେ ସମ୍ମାନିତ ହେବେ କବି ଡ. ଗାୟତ୍ରୀବାଳା ପଣ୍ଡା । କବିତା ସଂକଳନ “ଦୟାନଦୀ”ପାଇଁ ଏହି ମର୍ଯ୍ୟାଦାଜନକ ପୁରସ୍କାର ତାଙ୍କୁ ମିଳିଥିବା ଘୋଷଣା କରାଯାଇଛି । ପୁରସ୍କାର ସ୍ୱରୂପ ୧ ଲକ୍ଷ ଟଙ୍କା ଅର୍ଥରାଶି ଓ ତାମ୍ର ଫଳକ କେନ୍ଦ୍ର ସାହିତ୍ୟ ଏକାଡ଼େମୀ ପକ୍ଷରୁ ଏକ ସ୍ୱତନ୍ତ୍ର ଉତ୍ସବରେ ତାଙ୍କୁ ପ୍ରଦାନ କରାଯିବ ।

କେନ୍ଦ୍ର ସାହିତ୍ୟ ଏକାଡ଼େମୀ ପୁରସ୍କୃତ କବିତା ସଂକଳନ “ଦୟାନଦୀ”୨୦୧୭ରେ ପକ୍ଷୀଘର ପ୍ରକାଶନ ସଂସ୍ଥା ଦ୍ୱାରା ପ୍ରକାଶ ପାଇଥିଲା । କବିତା ସଂକଳନ ‘ଦୟାନଦୀ’ କଳିଙ୍ଗ ଯୁଦ୍ଧ ଉପରେ ଆଧାରିତ । ଏଥିରେ ଉତ୍ସର୍ଗ ଓ ପରିଶିଷ୍ଟକୁ ମିଶେଇ ୬୪ଟି କବିତା ରହିଛି । ଯୁଦ୍ଧର ସମସ୍ତ ବିଭୀଷିକା, ସମସ୍ତ ସ୍ପର୍ଦ୍ଧା ଓ ସମସ୍ତ ଅହଂକାର ଭିତରେ କେବଳ ଗୋଟିଏ ଅନୁଚ୍ଚାରିତ ସ୍ୱର ହିଁ ଗୁଂଜରିତ ହୁଏ, ତାହା ହେଉଛି ପରାଜୟର । ଏହି କବିତା ସବୁ ଇତିହାସର କୌଣସି ତାତ୍ତ୍ୱିକ ଆଲୋଚନା ବା କାବ୍ୟରୂପ ନୁହେଁ ବରଂ ଏହା ଇତିହାସର ନଈରେ ନୌଯାତ୍ରା କରୁଥିବା ଏକ କାବ୍ୟିକ ସମ୍ବେଦନା ।

କଳିଙ୍ଗ ଯୁଦ୍ଧର ଏକମାତ୍ର ସାକ୍ଷୀ ଭାବରେ ଆଜି ବି ଅଛି ଦୟାନଦୀ । ଆଜି ବି ପ୍ରତି ଓଡ଼ିଆର ରକ୍ତରେ ରକ୍ତ ହେଇ ବହୁଛି । ମଣିଷକୁ ମଣିଷପଣିଆ ଆଡ଼େ ବାଟ ଦେଖାଉଛି । ଶାନ୍ତି, ପ୍ରୀତି, ମୈତ୍ରୀର ଜୟଗାନ କରୁଛି । ଦୀର୍ଘ ତିନି ଦଶନ୍ଧିରୁ ଉର୍ଦ୍ଧ୍ୱ ସମୟ କାଳ କବିତା, ଗପ, ଉପନ୍ୟାସ, ପ୍ରବନ୍ଧ ଓ ଖବରକାଗଜରେ ସ୍ତମ୍ଭ ରଚନା କରି ଯଥେଷ୍ଟ ପାଠକୀୟ ସ୍ୱୀକୃତି ହାସଲ କରିଥିବା କବି ଗାୟତ୍ରୀବାଳା ପଣ୍ଡାଙ୍କର ଅଦ୍ୟାବଧି ୨୫ଖଣ୍ଡ ପୁସ୍ତକ ପ୍ରକାଶ ପାଇଛି । ସେଥିମଧ୍ୟରୁ ଓଡ଼ିଆ ଭାଷାରେ ବାରଟି କବିତା ସଂକଳନ, ଦୁଇଟି ଗଳ୍ପ ସଂକଳନ, ଦୁଇଟି ଉପନ୍ୟାସ ଏବଂ ଗୋଟିଏ ପ୍ରବନ୍ଧ ସଂକଳନ ପ୍ରକାଶ ପାଇଛି ।

ଏତଦ୍ବ୍ୟତୀତ ହିନ୍ଦୀ ଭାଷାରେ ପାଞ୍ଚଟି କବିତା ସଂକଳନ ଓ ଇଂରାଜୀ ଭାଷାରେ ଦୁଇଟି କବିତା ସଂକଳନ, ଗୋଟିଏ ଗଳ୍ପ ସଂକଳନ ପ୍ରକାଶ ପାଇଛି । କବିତା ସଂକଳନଗୁଡ଼ିକ ହେଲା ଆହତ ପ୍ରତିଶ୍ରୁତି, ଅସ୍ପଷ୍ଟ ଈଶ୍ୱର, ଅଣାୟତ୍ତ, ଗାଁ, ଯେତିକି ଦିଶୁଚି ଆକାଶ, ଆଖି ନାଇଁ କାନ ନାଇଁ, ଏ ରାତିର ଯେତେ ତାରା, ବାଘ, ଦୟାନଦୀ, ମହେଞ୍ଜୋଦାରୋ, ନିର୍ବାଚିତ କବିତା ଓ ପ୍ରାର୍ଥନାର ଶବ୍ଦପରି । ବିସର୍ଜନ ଓ ନିଜକୁ ନେଇ ସତ ଗପ ତାଂକର ଦୁଇଟି ଗଳ୍ପ ସଂକଳନ । ମମ୍ମି ଯାହା ଜାଣେ ନାହିଁ, ରାସ୍ତା, ରିପୋର୍ଟର ଓ ମାୟାଜାଲ ତାଂକର ଚାରୋଟି ଉପନ୍ୟାସ ତଥା ବିଚାର ବିମର୍ଶ ତାଂକର ପ୍ରବନ୍ଧ ସଂକଳନ ।

କେନ୍ଦ୍ର ସାହିତ୍ୟ ଏକାଡ଼େମୀ ପୁରସ୍କାର ପାଇବା ପୂର୍ବରୁ ଗାୟତ୍ରୀବାଳା ୨୦୧୧ରେ କବିତା ସଂକଳନ “ଗାଁ” ପାଇଁ ପ୍ରଥମ କେନ୍ଦ୍ର ସାହିତ୍ୟ ଏକାଡ଼େମୀ ଯୁବ ପୁରସ୍କାର ପାଇଥିଲେ । ଏହାବ୍ୟତୀତ ସେ ରାଜ୍ୟ ଯୁବ ପୁରସ୍କାର, ରାଜୀବ ଗାନ୍ଧୀ ସଦ୍ଭାବନା ପୁରସ୍କାର, ଉକ୍ରଳ ସାହିତ୍ୟ ସମାଜ ଯୁବ ସାହିତି୍ୟକ ସମ୍ମାନ, ଶାରଳା କାବ୍ୟ ସମ୍ମାନ, କାଦମ୍ବିନୀ କବିତା ସମ୍ମାନ, ଫକୀର ମୋହନ ସାହିତ୍ୟ ସମ୍ମାନ, ବସନ୍ତ ମୁଦୁଲି କବିତା ସମ୍ମାନ, ମନ୍ଥନ ଯୁବ କବି ସମ୍ମାନ, ଲେଖାଲେଖି ଯୁବ କବି ସମ୍ମାନ, ଟାଇମ୍ ପାସ୍ ସ୍ୱୟଂଶ୍ରୀ ସମ୍ମାନ, ତାଳପଦେଶ୍ୱରୀ ସାରସ୍ୱତ ସମ୍ମାନ, ଇସ୍ତାହାର କବିତା ସମ୍ମାନ, ଦୀପକ ମିଶ୍ର କବିତା ସମ୍ମାନ, “ରାଇଟର୍ସ-ଇନ୍-ରେସିଡେନ୍ସ” ଆଟ୍ ରାଷ୍ଟ୍ରପତି ଭବନ-୨୦୧୫, ରାଜ୍ୟ ଦୁର୍ନୀତି ନିବାରଣ ବିଭାଗ, ରାଜ୍ୟ ସରକାରଙ୍କ ପକ୍ଷରୁ ଦୁର୍ନୀତି ନିବାରଣ ଉପରେ ରଚିତ ପ୍ରବନ୍ଧ ପାଇଁ ପୁରସ୍କୃତ ହେବାସହିତ ସତ୍ୟବାଦୀ ସାହିତ୍ୟ ସମ୍ମାନ, ରାଜକନ୍ୟା ରତ୍ନମାଳୀ ଜେମା ସାରସ୍ୱତ ସମ୍ମାନ, ଆର୍ଯ୍ୟା ସମ୍ମାନ, କଳିଙ୍ଗ ବୀରାଙ୍ଗନା ସମ୍ମାନ, ଭଞ୍ଜ ଭାରତୀ ଜୟଦେବ ଷଡ଼ଙ୍ଗୀ ସ୍ମୃତି ସମ୍ମାନ, ଟାଇମ୍ସ ପାୱାର ୱିମେନ୍ ସମ୍ମାନ ଓ ଅକ୍ଷୟ ସାହିତ୍ୟ ସମ୍ମାନ ଇତ୍ୟାଦି ବହୁ ପୁରସ୍କାର ଓ ସମ୍ମାନରେ ସମ୍ମାନିତ ହୋଇଛନ୍ତି ।

ଏହି ମର୍ଯ୍ୟାଦାଜନକ ସାହିତ୍ୟ ଏକାଡେମୀ ପୁରସ୍କାର ମତେ ନୁହେଁ, ମୋ ଲିଖିତ କବିତା ପୁସ୍ତକ ‘ଦୟାନଦୀ’ ପାଇଁ ମତେ ମିଳିଛି ଓ ଏହି ପୁରସ୍କାର ହେଉଛି ପାଠକଙ୍କ ଶ୍ରଦ୍ଧା ଓ ସଦିଚ୍ଛା ବୋଲି ଡ. ଗାୟତ୍ରୀବାଳା ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି । ଏହା ସହ ଏହା ତାଙ୍କୁ ତାଙ୍କର ଲେଖନୀ ପ୍ରତି ଆହୁରି ଦାୟିତ୍ୱବଦ୍ଧ କରିବ ବୋଲି କହିଛନ୍ତି । ତେବେ ପ୍ରଭୁ ଜଗନ୍ନାଥଙ୍କ ଆଶୀର୍ବାଦ, ଅଗ୍ରଜ ସାହିତି୍ୟକ ଓ ସତୀର୍ଥଙ୍କ ଶୁଭେଚ୍ଛା, ପରିବାରର ପ୍ରେରଣା ଓ ସହଯୋଗ ଯୋଗୁଁ ଏହି ସମ୍ମାନ ତାଙ୍କୁ ମିଳିପାରିଛି ବୋଲି ସେ କହିଛନ୍ତି । ଜଗତସିଂହପୁର ଜିଲ୍ଲାର ସାଦେଇପୁରରେ ୧୯୭୭ରେ ଜନ୍ମଗ୍ରହଣ କରିଥିବା ଗାୟତ୍ରୀବାଳା ଗୋଲକ ବିହାରୀ ପଣ୍ଡା ଓ ଅରୁଣିମା ପଣ୍ଡାଙ୍କ କନ୍ୟା ତଥା ରାଜ୍ୟସଭା ସାଂସଦ ମାନସ ରଂଜନ ମଙ୍ଗରାଜଙ୍କ ଧର୍ମପତ୍ନୀ ।

ବାଲେଶ୍ବରରେ ୧୮୦୬ କୋଟି ଟଙ୍କା ପ୍ରକଳ୍ପର ଶୁଭାରମ୍ଭ, ‘ୱାନ ପଞ୍ଚାୟତ ୱାନ ପ୍ରଡକ୍ଟ’ର ପ୍ରସାର ପାଇଁ ମୁଖ୍ୟମନ୍ତ୍ରୀଙ୍କ ଆହ୍ବାନ

ବାଲେଶ୍ବର: ଓଡ଼ିଆ ସାହିତ୍ୟର ମହାରଥୀ ଫକୀର ମୋହନଙ୍କ ମାଟିକୁ ପ୍ରଣାମ କରି ବାଲେଶ୍ବରବାସୀଙ୍କୁ ସମ୍ବୋଧିତ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ବାଲେଶ୍ବର ଆସି ଖୁବ୍ ଖୁସି ପ୍ରକାଶ କରିଛନ୍ତି ନବୀନ । ବାଲେଶ୍ବରବାସୀଙ୍କ ପାଇଁ ୧୮୦୬ କୋଟି ଟଙ୍କାର ପ୍ରକଳ୍ପ ଉଦଘାଟନ ଓ ଶିଳାନ୍ୟାସ କରି ଖୁସି ବୋଲି ନବୀନ କହିଛନ୍ତି ।

ସବୁ କ୍ଷେତ୍ରରେ ବାଲେଶ୍ବର ଆଗୁଆ । ଆଜିର କାର୍ଯ୍ୟକ୍ରମ ବିକାଶର ଧାରାକୁ ଆଗକୁ ନେବ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ । ମୁଖ୍ୟମନ୍ତ୍ରୀ କହିଛନ୍ତି ବାଲେଶ୍ବର ଜିଲ୍ଲାର ମିଶନ ଶକ୍ତି ମାଙ୍କ ପାଇଁ ଆନନ୍ଦର ଦିନ । ମାଆଙ୍କ ସଫଳତା ମୋତେ ଖୁସି ଦେଇଛି । ଜିଲ୍ଲାର ୫ ହଜାର ୬୦୦ ଏସଏଚଜି ଗ୍ରୁପକୁ ୨୨୦ କୋଟିର ସହାୟତା ବଣ୍ଟନ କରି ଖୁସି ବ୍ୟକ୍ତ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ବିନା ସୁଧରେ ଋଣ ପାଇ ୬୦ ହଜାର ମାଆ ଉପକୃତ ହେବେ ।

ରାଜ୍ୟର ମାଆମାନଙ୍କୁ ଆଗାମୀ ୫ ବର୍ଷରେ ୫୦ହଜାର କୋଟି ଟଙ୍କା ଋଣ ଦେବାକୁ ଘୋଷଣା କରିଛନ୍ତି ନବୀନ । ମାଆମାନେ ଉଦ୍ୟୋଗୀ ହୁଅନ୍ତୁ । ମିଶନ ଶକ୍ତି ଆନ୍ଦୋଳନକୁ ପରବର୍ତ୍ତୀ ସ୍ତରକୁ ନେବାକୁ ଆହ୍ବାନ ଦେଇଛନ୍ତି ନବୀନ । ଗୋଟିଏ ପଞ୍ଚାୟତ, ଗୋଟିଏ ପ୍ରଡକ୍ଟ ଉପରେ ଗୁରୁତ୍ବ ଦେବାକୁ ମୁଖ୍ୟମନ୍ତ୍ରୀ କହିଛନ୍ତି । ପ୍ରତି ପଞ୍ଚାୟତରେ ସ୍ବତନ୍ତ୍ର ପ୍ରଡକ୍ଟ ହେଲେ ମାର୍କେଟିଂ ଭଲ ହେବ । ପଞ୍ଚାୟତର ସ୍ବତନ୍ତ୍ର ପରିଚୟ ସୃଷ୍ଟି ହେବ ବୋଲି କହିଛନ୍ତି ନବୀନ । ମାଆ ଓଡ଼ିଶା ଶିଳ୍ପ ବିକାଶରେ ଇତିହାସ ସୃଷ୍ଟି କରିବେ ବୋଲି ନବୀନ କହିଛନ୍ତି । ନୂଆବର୍ଷ ପାଇଁ ଶୁଭେଚ୍ଛା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

ବିଦେଶରେ ବଢୁଛି ସଂକ୍ରମଣ ଆଲର୍ଟରେ ଭାରତ, ରିଭ୍ୟୁ ମିଟିଂ କରିବେ ମୋଦି

ନୂଆଦିଲ୍ଲୀ: କରୋନା ସ୍ଥିତି ସମୀକ୍ଷା କରିବେ ପିଏମ୍ । ଆଜି ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିବ ରିଭ୍ୟୁ ମିଟିଂ । ଦେଶରେ କରୋନା ସ୍ଥିତି ସମୀକ୍ଷା ପାଇଁ ଆଜି ଗୁରୁତ୍ବପୂର୍ଣ୍ଣ ବୈଠକ ଡକାଯାଇଛି । ଚୀନରେ କରୋସ୍ଥିତି ବିସ୍ଫୋରକ ରୂପ ଧାରଣ କରିଥିବାବେଳେ ସଂକ୍ରମଣ ଗ୍ରାଫ୍ ଉପରମୁହାଁ ହୋଇଛି । ଚୀନରେ ସଂକ୍ରମିତ ଓ ମୃତକଙ୍କ ସଂଖ୍ୟାକୁ ଦେଖି ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ଚିନ୍ତା ବ୍ୟକ୍ତ କରିଛି ।

ଦେଶରେ ଜିରୋ କୋଭିଡ୍ ପଲିସି କଟକଣା ହଟିବା ପରେ ଦେଶରେ କରୋନା ସ୍ଥିତି ସାଂଘାତିକ ହୋଇଛି । ଚୀନ ସ୍ଥିତିକୁ ନଜରରେ ରଖି ଭାରତ ସରକାର ସତର୍କ ହୋଇଛନ୍ତି । ସମସ୍ତ ରାଜ୍ୟ ସରକାର ଜିନୋମ ସିକ୍ବେନ୍ସିଂକୁ ପ୍ରାଧାନ୍ୟ ଦେବାକୁ କେନ୍ଦ୍ର ପକ୍ଷରୁ ଆଡଭାଇଜରୀ ଜାରି କରାଯାଇଛି । ଏବେ ବି ମହାମାରୀ ବିପଦ ଟଳିନି, ସତର୍କ ରହିବା ଆବଶ୍ୟକ ବୋଲି ବିଶଷଷଜ୍ଞ ମତ ଦେଇଛନ୍ତି ।

ଏବେ ଚୀନରେ ତାଣ୍ଡବ ରଚିଥିବା ଓମିକ୍ରନ ସବ୍ ଭାରିଆଣ୍ଟ BF-୭ ଗତ ୬ ମାସ ପୂର୍ବରୁ ଭାରତରେ ଚିହ୍ନଟ ହୋଇସାରିଛି । ସେପଟେ ଭାରତରେ ନୂଆ ଭାରିଆଣ୍ଟ ସେପରି କ୍ଷତି ଘଟାଇ ପାରିବ ନାହିଁ ବୋଲି କହିଛନ୍ତି ଦିଲ୍ଲୀ ଏମ୍ସ ମହାମାରୀ ବିଶେଷଜ୍ଞ ଡାକ୍ତର ସଞ୍ଜୟ ରାୟ । ଅନ୍ୟପଟେ ଚୀନ ପରେ ଜାପାନ ଓ ଆମେରିକାରେ କରୋନା କେସ୍ ବଢୁଥିବା ରେକର୍ଡ ହୋଇଛି । ଗତ ୨୪ ଘଣ୍ଟାରେ ଦେଶରେ ୨ଲକ୍ଷରୁ ଅଧିକ କେସ୍ ଚିହ୍ନଟ ହୋଇଥିବା ବେଳେ ଆମେରିକାରେ ୫୦ ହଜାର କେସ୍ ଚିହ୍ନଟ ହୋଇଛି ।

ଓସ୍କାର ରେସରେ ‘କାନ୍ତାରା’, RRR ପରେ ଆବେଦନ କଲା ରିସଭ ସେଟ୍ଟୀଙ୍କ ଫିଲ୍ମ

ନନ୍ଦିଘୋଷ ବ୍ୟୁରୋ: ଓସ୍କାର ରେସରେ ବ୍ଲକବଷ୍ଟର ହିଟ୍ ଫିଲ୍ମ କାନ୍ତାରା । ନିଆରା କାହାଣୀ ଓ ବକ୍ସ ଅଫିସରେ ସଫଳତା ପରେ ଓସ୍କାର ଦୌଡ଼ରେ ସାମିଲ ହେବାକୁ ଯାଉଛି କାନ୍ତାରା । ରିସଭ ସେଟ୍ଟୀଙ୍କ ଫିଲ୍ମ କାନ୍ତାରା ସବୁଠୁ ବଡ ପୁରସ୍କାର ଦ ଏକାଡେମୀ ଆୱାର୍ଡରେ ନିଜର ଭାଗ୍ୟ ପରୀକ୍ଷା କରିବ ।

ରାଜାମୌଲିଙ୍କ ଆର୍‌ଆର୍‌ଆର୍ ପରେ ଭାରତୀୟ ସିନେମା ତରଫରୁ କାନ୍ତାରା ଓସ୍କାର ଦୌଡ଼ରେ ସାମିଲ ଆଶା ରଖିଛନ୍ତି ନିର୍ମାତା । ଋଷଭ ଶେଟ୍ଟୀଙ୍କ ଫିଲ୍ମ କାନ୍ତାରା ସାଉଥ ଫିଲ୍ମ ଇଣ୍ଡଷ୍ଟ୍ରିର ଏକ ବଡ ହିଟ୍ ଫିଲ୍ମ ପ୍ରମାଣିତ ହୋଇଛି । ବହୁ ସେଲିବ୍ରିଟି, କ୍ରିକେଟର ଓ ରାଜନେତାମାନେ ମଧ୍ୟ ଏହି ଫିଲ୍ମକୁ ନେଇ ପ୍ରଶଂସା କରିଛନ୍ତି । ନୋମିନେସନ ପାଇଁ କାନ୍ତାରା ଆବେଦନ କରିଛି ବୋଲି ଫିଲ୍ମ ପ୍ରଯୋଜକ ବିଜୟ କିରଗାଣ୍ଡୁର କହିଛନ୍ତି ।

ଆମେରିକାରେ ୟୁକ୍ରେନ ରାଷ୍ଟ୍ରପତି, ସହାୟତା ପାଇଁ ଜଣାଇଲେ କୃତଜ୍ଞତା

ୱାଶିଂଟନ: ଆମେରିକାରେ ୟୁକ୍ରେନ୍ ରାଷ୍ଟ୍ରପତି ଭୋଲୋଦିମିର ଜେଲେନସ୍କି । ଋଷ-ୟୁକ୍ରେନ୍ ଯୁଦ୍ଧ ମଝିରେ ପ୍ରଥମ ଥର ପାଇଁ ଆମେରିକା ଗସ୍ତ କରିଛନ୍ତି ଜେଲେନ୍ସକି । ଆମେରିକା ରାଷ୍ଟ୍ରପତି ଜୋ ବାଇଡେନଙ୍କୁ ଭେଟିବା ସହ ୟୁଏସ ସଂସଦକୁ ସମ୍ବୋଧିତ କରିଛନ୍ତି ଜେଲେନ୍ସକି । ୟୁକ୍ରେନ ଆଲାଇଭ୍ ଆଣ୍ଡ କିକିଂ ବୋଲି କହିଛନ୍ତି ଜେଲେନ୍ସକି ।

ୟୁକ୍ରେନ ପଡ଼ିଯାଇନି କି ହାରିଯାଇନି, ଏବେବି ୟୁକ୍ରେନ ବଞ୍ଚିଛି, ଲଢ଼ୁଛି ଏବଂ ଶେଷ ଯାଏଁ ଲଢ଼ିବ ବୋଲି ଜେଲେନ୍ସକି କହିଛନ୍ତି । ଋଷ ଆଗରେ ୟୁକ୍ରେନ କେବେବି ମୁଣ୍ଡ ନୁଆଁଇବ ନାହିଁ ବୋଲି କହିଛନ୍ତି । ଋଷକୁ ଜୋରଦାର ଜବାବ ଦେବ ୟୁକ୍ରେନ । ଆଉ ୨ ଦିନ ପରେ ବିଶ୍ବ ପାଳିବ ଖ୍ରୀଷ୍ଟମାସ । ୟୁକ୍ରେନ ବି ଏହି ଉତ୍ସବ ପାଳିବ । ୟୁକ୍ରେନରେ ନା ବିଦ୍ୟୁତ ଅଛି ନା ପାଣି । ତଥାପି ଆମ ଭିତରେ ଥିବା ଆମ ଆତ୍ମବିଶ୍ବାସର ଉଜ୍ବଳତା ଆମ ଉତ୍ସବକୁ ଆହୁରି ଦ୍ବିଗୁଣିତ କରିବ ବୋଲି ସେ କହିଛନ୍ତି ।

ଯଦି ଋଷ କ୍ଷେପଣାସ୍ତ୍ର ଆକ୍ରମଣ କରେ, ୟୁକ୍ରେନ୍ ମଧ୍ୟ ତାର ଦମଦାର ଜବାବ ଦେବ ବୋଲି ଦୃଢ଼ତାର ସହ କହିଛନ୍ତି ଜେଲେନସ୍କି । ଋଷର ଅତ୍ୟାଚାର କରି ମଧ୍ୟ ଆମ ଉପରେ ନିୟନ୍ତ୍ରଣ ରଖିପାରିନାହିଁ । ଋଷ-ୟୁକ୍ରେନ୍ ଯୁଦ୍ଧକୁ ପାଖାପାଖି ବର୍ଷେ ହେଲାଣି । ୨୦୨୧ ଫେବ୍ରୁଆରୀ ୨୪ରେ ଆରମ୍ଭ ହୋଇଥିଲା ଯୁଦ୍ଧ ।