ଏବର୍ଷ ବଲିଉଡରେ ସିକ୍ବେଲ ବର୍ଷା, ଆସୁଛି ଟାଇଗର ୩ ଗଦର ୨

1 min read

ମୁମ୍ବାଇ: ଯେତେବେଳେ ଫିଲ୍ମ ସୁପରହିଟ୍ ହୁଏ ସେତେବେଳେ ଏହାର ସିକ୍ବେଲକୁ ଅପେକ୍ଷା କରିଥାନ୍ତି ଦର୍ଶକ । ଦର୍ଶକଙ୍କ କ୍ରେଜକୁ ନଜରରେ ରଖି ନିର୍ମାତା-ନିର୍ଦ୍ଦେଶକ ବନାଇଥାନ୍ତି ସିକ୍ବେଲ । ସୁପରହିଟ୍ ଫିଲ୍ମର କ୍ରେଜକୁ ନେଇ ଏହାର ସିକ୍ବେଲ ଭଲ୍ ଇନକମ୍ କରିବ ବୋଲି ଆଶା ରହିଥାଏ । ଏଇ ଯେମିତି ୨୦୨୩ ବର୍ଷ ବଲିଉଡରେ ହେବାକୁ ଯାଉଛି ସିକ୍ବେଲର ବର୍ଷ ।

ତେବେ କଥା ଉଠୁଛି ବଲିଉଡକୁ ସାହା ହେବ କି ସିକ୍ବେଲ୍ ଫିଲ୍ମସ । କାରଣ ସାଉଥ୍ ଫିଲ୍ମ ବଲିଉଡ ଉପରେ ଭାରି ହେବାରେ ଲାଗିଛି ।ଏଭଳି ସ୍ଥଳେ ସିକ୍ବେଲକୁ ଭରସା କରିଛନ୍ତି ମେକର୍ସ । ବହୁ ବ୍ଲକବ୍ଲଷ୍ଟର ଫିଲ୍ମର ସିକ୍ବେଲ ଆସିବାକୁ ଯାଉଛି । ଦୁଇକି ଚାରୋଟି ଫିଲ୍ମ ନୁହେଁ ବରଂ ଆସୁଛି ୧୨ ଟି  ସିକ୍ବେଲ୍ ଫିଲ୍ମସ । ସନି ଦେଓଲ, ଅକ୍ଷୟ କୁମାରଙ୍କ ସମେତ ଆୟୁଷ୍ମାନ ଖୁରାନାଙ୍କ ଭଳି ବହୁ ବଲିଉଡ ସୁପରହିଟ୍ କଳାକାର ରହିଛନ୍ତି। ମେକର୍ସ ବି ସିକ୍ବେଲ୍ ଉପରେ କୋଟି କୋଟି ଟଙ୍କା ଲଗାଇଛନ୍ତି ।

ସିକ୍ବେଲ୍ ଫିଲ୍ମସ ଲିଷ୍ଟରେ କିଛି ଫିଲ୍ମ ଚଳିତ ବର୍ଷ ରିଲିଜ ହେବାକୁ ଥିବା ବେଳେ ଆଉ କିଛି  ଦୁଇ ତିନି ବର୍ଷରେ ରିଲିଜ ହେବ । ଏହି ଫିଲ୍ମ ଗୁଡିକ ମଧ୍ୟରେ ରହିଛି ଟାଇଗର ୩, ଗଦର ୨, ୟାରିଆଁ ୨, ଡ୍ରିମ୍ ଗାର୍ଲ ୨ । ହେରାଫେରି ୪, ୱେଲକମ୍ ୨, ଆବାରା ପାଗଲ ଦିୱାନା ୨, ଆଶିକି ୩, ପଠାନ ୨, ଭୁଲ ଭୁଲେୟା ୩ ବି ଏହି ଲିଷ୍ଟରେ ସାମିଲ ହୋଇଛି । ଏସବୁ ମଧ୍ୟରୁ ଖୁବ୍ ଶୀଘ୍ର ଟାଇଗର ୩ ଓ ଗଦର ୨ ରିଲିଜ ହେବ । ସାଉଥ୍ ଫିଲ୍ମ ବଲିଉଡ ଉପରେ ଭାରି ପଡୁଥିବା ବେଳେ ଏହି ସିକ୍ବେଲ୍ ଫିଲ୍ମସ ଗୁଡିକ ବଲିଉଡର ଛବିକୁ ଠିକ୍ କରିପାରିବ ବୋଲି ଆଶା କରିଛନ୍ତି ନିର୍ମାତା ।

ତେବେ ସିନେ ସମୀକ୍ଷକଙ୍କ ମତରେ ସିକ୍ବେଲ୍ ଫିଲ୍ମସର ସକସେସ୍ ରେଟ୍ ସବୁବେଳେ ହାଇ ରହିଥାଏ । ସବୁ ହିଟ୍ ଫିଲ୍ମର ସିକ୍ବେଲ୍ କୁ ନେଇ ଦର୍ଶକଙ୍କ ଆଶା ବି ଟିକେ ହାଇ ରହିଥାଏ । ପ୍ରଥମ ଫିଲ୍ମକୁ ପସନ୍ଦ କରିଥିବା ଦର୍ଶକ ସିକ୍ବେଲ ଦେଖିବା ପାଇଁ ନିଶ୍ଚୟ ସିନେମା ହଲକୁ ଆସିଥାନ୍ତି । ଯାହା ଫିଲ୍ମକୁ ଲାଭ ଦେଇଥାଏ । ଯଦିଓ ପରବର୍ତ୍ତୀ ସମୟରେ ସିକ୍ବେଲ୍ ଭଲ ନଲାଗିଲେ ଇନକମ୍ ରେଟ୍ ଖସିଥାଏ । କିନ୍ତୁ ପ୍ରାରମ୍ଭରେ କଲେକ୍ସନ ଭଲ ହୋଇଥାଏ । ବଡ ବଡ ଫ୍ରାଞ୍ଚାଇଜ୍  ବିଗ୍ ବଜେଟ୍ ଫିଲ୍ମ ଗୁଡିକ ଉପରେ ହଜାରେ କୋଟିରୁ ଉର୍ଦ୍ଧ୍ବ ଟଙ୍କା ଲଗାଇଛନ୍ତି । ସିକ୍ବେଲ୍ ଫିଲ୍ମସକୁ ନେଇ ଦର୍ଶକଙ୍କ ମଧ୍ୟରେ ଉତ୍ସାହ ଭରି ରହିଛି, ତେବେ ଦେଖିବାକୁ ବାକି ରହିଲା ଫିଲ୍ମ ସବୁ ସୁପରହିଟ୍ ହେଉଛି ନା ଫ୍ଲପ ।