spot_img
Home Blog Page 3562

କାରଣଦର୍ଶାଅ ନୋଟିସର ଉତ୍ତର ରଖିଲେ ସୁର ରାଉତରାୟ , କହିଲେ କିଛି ଭୁଲ କରିନି…

ଭୁବନେଶ୍ବର :  ଦଳୀୟ କାରଣଦର୍ଶାଅ ନୋଟିସର ଉତ୍ତର ରଖିଲେ କଂଗ୍ରେସ ବିଧାୟକ ସୁରେଶ ରାଉତରାୟ । ସେ ତାଙ୍କ ଉତ୍ତର ଶୃଙ୍ଖଳା କମିଟି ଅଧ୍ୟକ୍ଷଙ୍କୁ ଦେଇଥିବା କହିଛନ୍ତି । କୌଣସି ଭୁଲ୍ ନକରି ଦଳ ତାଙ୍କୁ କାରଣଦର୍ଶାଅ ନୋଟିସ୍ ଦେଇଥିବାରୁ ସେ କ୍ଷୋଭ ପ୍ରକାଶ କରିବା ସହ କଂଗ୍ରେସ ନେତୃତ୍ବ ଉପରେ ବର୍ଷିଛନ୍ତି । ତାଙ୍କୁ ବାରମ୍ବାର ନୋଟିସ୍ କରି ତାଙ୍କ ପ୍ରତି ଅନ୍ୟାୟ କରାଯାଇଥିବା ସୁରେଶ କହିଛନ୍ତି । ଏନେଇ ସୋନିଆ ଗାନ୍ଧୀ, ରାହୁଲ ଗାନ୍ଧୀ ଓ ଏଆଇସିସି ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖାଡଗେଙ୍କୁ ଜଣାଇବେ ।

ୱାର୍ଡ ମେମ୍ବର ଜିତିନଥିବା ନେତା ତାଙ୍କ ବିରୋଧରେ ଷଡ଼ଯନ୍ତ୍ର କରି ତାଙ୍କୁ କାରଣଦର୍ଶାଅ ନୋଟିସ ଦେଇଥିବାରୁ ସେ ରାଜ୍ୟ କଂଗ୍ରେସ ନେତାଙ୍କ ଉପରେ ବର୍ଷିଛନ୍ତି । ଦଳୀୟ ବିଶୃଙ୍ଖଳା ଅଭିଯୋଗରେ ବିଧାୟକ ମହମ୍ମଦ ମୋକିମ୍ ଓ ସୁରେଶ ରାଉତରାୟଙ୍କୁ ପିସିସି ପକ୍ଷରୁ କାରଣଦର୍ଶାଅ ନୋଟିସ୍ ଜାରି କରାଯାଇଥିଲା । ୭ଦିନ ଭିତରେ ଉତ୍ତର ରଖିବାକୁ କୁହାଯାଇଥିଲା । ଯାହାର ଜବାବ ଦେଇଛନ୍ତି ସୁରେଶ ।

ଭାରତ ସରକାରଙ୍କ ଆଗୁଆ ପ୍ରସ୍ତୁତି : ସବୁ କୋଭିଡ ହସ୍ପିଟାଲରେ ହେବ ମକଡ୍ରିଲ୍

ନୂଆଦିଲ୍ଲୀ : କୋଭିଡ ମୁକାବିଲା ଲାଗି ଆଲର୍ଟରେ ଦେଶ । ବିଭିନ୍ନ ସ୍ବାସ୍ଥ୍ୟକେନ୍ଦ୍ର ତଥା ସ୍ବାସ୍ଥ୍ୟସଂକ୍ରାନ୍ତ ଭିତ୍ତିଭୂମି ଗୁଡିକରେ ଆଜି ହେବ ମକଡ୍ରିଲ । ମକଡ୍ରିଲ କରିବା ଲାଗି ସମସ୍ତ ରାଜ୍ୟକୁ ପରାମର୍ଶ ଦେଇଥିଲେ କେନ୍ଦ୍ର ସରକାର । ଶଯ୍ୟା, ମାନବସମ୍ବଳ, ଲଜିଷ୍ଟିକ୍ସ, ମେଡିକାଲ ଅକ୍ସିଜେନର ସପ୍ଲାଏ ଚେନ ଉପରେ ଗୁରୁତ୍ବ ଦେବାକୁ ପରାମର୍ଶ ଦିଆଯାଇଛି । ଦେଶରେ ଦ୍ବିତୀୟ ଲହରରେ ଭୟଙ୍କର ସଙ୍କଟ ସୃଷ୍ଟି ହୋଇଥିବାବେଳେ ମେଡିକାଲ ଅକ୍ସିଜେନ ଅଭାବରୁ ଅନେକ ଲୋକଙ୍କ ମୃତ୍ୟୁ ଘଟିଥିଲା । ସେପରି ଅବସ୍ଥା ଆସିବା ପୂର୍ବରୁ ସତର୍କ ରହିବା ଲାଗି କୁହାଯାଇଛି ।

ସାରା ଦେଶରେ ସମସ୍ତ ସ୍ବାସ୍ଥ୍ୟକେନ୍ଦ୍ର ତଥା କୋଭିଡର ଉତ୍ସର୍ଗୀକୃତ ସ୍ବାସ୍ଥ୍ୟକେନ୍ଦ୍ରଗୁଡିକରେ ମକଡ୍ରିଲ କରିବା ଲାଗି ନିର୍ଦ୍ଦେଶ ଦିଆଯାଇଛି । ଆଇସୋଲେସନ ଶଯ୍ୟା, ଆଇସିୟୁ, ଭେଣ୍ଟିଲେଟର ବ୍ୟବସ୍ଥା ଲାଗି ସରକାର ନିର୍ଦ୍ଦେଶ ଦେଇଥିଲେ । ମକଡ୍ରିଲ କାଳରେ ଡାକ୍ତର ନର୍ସ, ପାରାମେଡିକ ଷ୍ଟାଫ ସଂଖ୍ୟା ଉପରେ ବି ଗୁରୁତ୍ବ ଦିଆଯିବ । ଏହା ସହ ଆୟୁଷ ଡାକ୍ତର, ଛାମୁଆ ସ୍ବାସ୍ଥ୍ୟକର୍ମୀ, ଅଙ୍ଗନଓ୍ବାଡି କର୍ମୀଙ୍କ ସଂଖ୍ୟା ଉପରେ ଗୁରୁତ୍ବ ଦିଆଯିବ । ସେହିପରି କୋଭିଡ ଟେଷ୍ଟିଂ ସାମର୍ଥ୍ୟ, ଆରଟିପିସିଆର ଟେଷ୍ଟ, ରାପିଡ ଆଣ୍ଟିଜେନ କିଟ ନେଇ ବି ମକଡ୍ରିଲ କରାଯିବ । ଅକ୍ସିଜେନ କନସେଣ୍ଟ୍ରେଟର, ଅକ୍ସିଜେନ ସିଲିଣ୍ଡର, ପିଏସଏ ପ୍ଲାଣ୍ଟ, ଲିକ୍ୟୁଇଡି ମେଡିକାଲ ଅକ୍ସିଜେନ ଷ୍ଟୋରେଜ ଟ୍ୟାଙ୍କ, ମେଡିକାଲ ଗ୍ୟାସ ପାଇପଲାଇନ ସିଷ୍ଟମ ଉପରେ ବି ଗୁରୁତ୍ବ ଦିଆଯିବ ।

ଅନ୍ତର୍ଜାତୀୟ ମହାମାରୀ ମୁକାବିଲା ଦିବସରେ ଆହ୍ବାନ ଦେଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର : ଆଜି ଅନ୍ତର୍ଜାତୀୟ ମହାମାରୀ ମୁକାବିଲା ଦିବସ । ବିଶ୍ବ ସ୍ବାସ୍ଥ୍ୟ ସୁରକ୍ଷା ସହ ଜୀବନ ଓ ଜୀବିକାରେ ବିରାଟ ପ୍ରଭାବ ପକାଇଛି । ମହାମାରୀ ମୁକାବିଲା ପାଇଁ ଓଡ଼ିଶାର ପ୍ରତିଘରେ ଜଣେ ଲେଖାଏଁ ଯୋଦ୍ଧା ପ୍ରସ୍ତୁତ ରହିବା ଦରକାର ବୋଲି ଟ୍ବିଟ୍ କରି ଆହ୍ବାନ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

ଆଜି ମୁମ୍ବାଇରେ ହେବ ତୁନିଷାଙ୍କ ଶେଷକୃତ୍ୟ

ମୁମ୍ବାଇ : ତୁନିଷା ଶର୍ମା ଆତ୍ମହତ୍ୟା ମାମଲା । ଆଜି ମୁମ୍ବାଇରେ ତୁନିଷାଙ୍କ ଶେଷକୃତ୍ୟ ସମ୍ପନ୍ନ ହେବ । କେତେକ ସମ୍ପର୍କୀୟ ଇଂଲଣ୍ଡରୁ ଫେରିବା ପରେ ତାଙ୍କର ହେବ ଶେଷକୃତ୍ୟ । ସେପଟେ ପୋଲିସ ହେପାଜତରେ ଥିବା ସହଅଭିନେତା ସେଜାନ ମହମ୍ମଦ ଖାଁଙ୍କୁ ମାରାଥନ ଜେରା କରୁଛି ପୋଲିସ ।

ଆସନ୍ତାକାଲି ସେଜାନଙ୍କ ରିମାଣ୍ଡ ଅବଧି ଶେଷ ହେବ । ତାଙ୍କ ବିରୋଧରେ ଲାଗିଛି ଆଇପିସିର ଧାରା ୩୦୬ । ବ୍ରେକ ଅପ୍ ମୂଳରେ ଶ୍ରଦ୍ଧା ଓ୍ବାକର ମର୍ଡର ଏପିସୋଡ କାରଣ ଥିଲା ବୋଲି ପୋଲିସ ନିକଟରେ କହିଥିଲେ ସେଜାନ । ଶ୍ରଦ୍ଧାଙ୍କ ସହ ଭିନ୍ନ ଧର୍ମର ଅଫତାବ ସମ୍ପର୍କ ରକ୍ଷା କରିଆସିଥିଲା । ମାତ୍ର ଶେଷରେ ଯେପରି ଭାବେ ଏହା ହତ୍ୟାର ରୂପ ନେଲା, ସେଥିରେ ବ୍ୟତିବ୍ୟସ୍ତ ହୋଇପଡିଥିଲେ ସେଜାନ । ସେହିପରି ତୁନିଷାଙ୍କ ବୟସ ୨୦ ଏବଂ ସେଜାନଙ୍କ ବୟସ ୨୮ ବର୍ଷ ହୋଇଥିବାରୁ ଏହାକୁ ନେଇ ଚିନ୍ତିତ ଥିଲେ ସେଜାନ । ଏହି କାରଣରୁ ତୁନିଷାଙ୍କ ସହ ବ୍ରେକ ଅପ କରିବା ଲାଗି ନିଷ୍ପତ୍ତି ନେଲେ ବୋଲି ସେଜାନ କହିଛନ୍ତି ।

ଶ୍ରଦ୍ଧା ଓ୍ବାକରଙ୍କୁ ଅଫତାବ ହତ୍ୟା ଘଟଣାରେ କେତେକ ମହଲ ଲଭ ଜିହାଦ ପ୍ରସଙ୍ଗ ଉଠାଇ ଆସୁଛନ୍ତି । ବ୍ରେକ ଅପ ପରେ ତୁନିଷା ଆତ୍ମହତ୍ୟା କରିବାକୁ ଚେଷ୍ଟା କରିଥିଲେ ଏବଂ ସେ ତାଙ୍କୁ ବଞ୍ଚାଇ ଥିଲେ । ତୁନିଷାଙ୍କ ପ୍ରତି ସ୍ବତନ୍ତ୍ର ଧ୍ୟାନ ଦେବାକୁ ତାଙ୍କ ମା’ଙ୍କୁ କହିଥିଲେ ବୋଲି ପୋଲିସ ନିକଟରେ କହିଛନ୍ତି ସେଜାନ । ପୋଲିସ ତୁନିଷା ଓ ସେଜାନଙ୍କ ମୋବାଇଲ ଜବତ କରି ଫରେନସିକ ଲାବରେଟୋରିକୁ ପଠାଇଛି ।

ପୁରୀ ସ୍ୱର୍ଣ୍ଣାଭ ବେଳାଭୂମିରେ ହକି ବିଶ୍ଵକପ ଟ୍ରଫିକୁ ଭବ୍ୟ ସ୍ବାଗତ ସମ୍ବର୍ଦ୍ଧନା

ପୁରୀ : ପୁରୀରେ ହକି ବିଶ୍ଵକପ ଟ୍ରଫିକୁ ଭବ୍ୟ ସ୍ବାଗତ ସମ୍ବର୍ଦ୍ଧନା । ସ୍ୱର୍ଣ୍ଣାଭ ବେଳାଭୂମିରେ ଟ୍ରଫି ରଖି ପ୍ରଦର୍ଶିତ କରାଯିବା ସହ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । କ୍ରୀଡା ମନ୍ତ୍ରୀ ତୁଷାରକାନ୍ତି ବେହେରା, ଜିଲ୍ଲା ପ୍ରଶାସନର ଅଧିକାରୀ ବୃନ୍ଦ ଓ ସ୍ଥାନୀୟ ବିଧାୟକ ଉପସ୍ଥିତ ରହି ଏହି ଟ୍ରଫିକୁ ସ୍ୱାଗତ କରିଛନ୍ତି। ପରବର୍ତ୍ତୀ ସମୟରେ ଏକ ଵିଶାଳ ରାଲି ମାଧ୍ୟମରେ ଏହି କପ୍‌ ଶ୍ରୀମନ୍ଦିର ଶ୍ରୀଜଗନ୍ନାଥଙ୍କ ନିକଟକୁ ନିଆଯିବା କାର୍ଯ୍ୟକ୍ରମ ରହିଛି ।

ଶୀତରୁ ସାମାନ୍ୟ ଆଶ୍ବସ୍ତି ,ରାଜ୍ୟରେ କମିଛି ଶୀତ ପ୍ରକୋପ

ଭୁବନେଶ୍ବର : ରାଜ୍ୟରେ ଶୀତରୁ ସାମାନ୍ୟ ଆଶ୍ବସ୍ତି  । ଗୁରୁଚାପ ବଳୟ ପ୍ରଭାବରେ ରାଜ୍ୟରେ ସାମାନ୍ୟ କମିଛି ଶୀତ  । ଆଗାମୀ ୪ ରୁ ୫ଦିନ ଯାଏଁ ରାତ୍ରି ତାପମାତ୍ରାରେ ବିଶେଷ ପରିବର୍ତ୍ତନ ହେବନାହିଁ  । ବାୟୁମଣ୍ଡଳର ତଳ ଭାଗରେ ସାମୁଦ୍ରିକ ବାୟୁର ପ୍ରଭାବ ହେତୁ ଶୀତର ପ୍ରକୋପ ରହିବ ନାହିଁ । ଗୁରୁଚାପ ବଳୟ ପ୍ରଭାବରେ ରାଜ୍ୟର ସାମୁଦ୍ରିକ ବାୟୁର ପ୍ରଭାବ ସହ ଅଧିକାଂଶ ସ୍ଥାନରେ ରାତ୍ରି ତାପମାତ୍ରା ବୃଦ୍ଧି ଏବଂ ଶୀତର ପ୍ରକୋପ ହ୍ରାସ ହୋଇଛି  ।

ଅନ୍ୟ ସମସ୍ତ ସ୍ଥାନରେ ତାପମାତ୍ରା ସ୍ବାଭାବିକ ରହିଛି । ଗୁରୁଚାପ ବଳୟ ପ୍ରଭାବରେ ଉପକୂଳ ଓଡ଼ିଶାର କେତେକ ସ୍ଥାନରେ ଘନ କୁହୁଡି ଦୃଶ୍ୟମାନ ହୋଇଛି । କଟକ ଭୁବନେଶ୍ବରରେ ଦୃଶ୍ୟମାନ ଦୂରତା ୫୦ମିଟର ରହିଥିବାବେଳେ ଚାନ୍ଦବାଲିରେ ୬୦ମିଟର ଓ ପାରାଦୀପରେ ୭୫ମିଟର ରହିଛି ।

ଭିଜିଲାନ୍ସ ଜାଲରେ ଜଗତସିଂହପୁର ଡେପୁଟି କଲେକ୍ଟର , ଏକକାଳୀନ ୯ଟି ସ୍ଥାନରେ ରେଡ୍

ଭୁବନେଶ୍ବର :  ଭିଜିଲାନ୍ସ ଜାଲରେ ଜଗତସିଂହପୁର ଡେପୁଟି କଲେକ୍ଟର । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଚିତ୍ତରଞ୍ଜନ ପିଲାଙ୍କ ଘରେ ଭିଜିଲାନ୍ସ ଚଢ଼ାଉ କରିଛି । ଏକକାଳୀନ ୯ଟି ସ୍ଥାନରେ ଚାଲିଛି ରେଡ୍ । ମଞ୍ଚେଶ୍ବର ଗାଡକଣ ସ୍ଥିତ ସ୍ପେଶ୍ ଟାଉନ ଆପାର୍ଟମେଣ୍ଟର ଦ୍ବିତୀୟ ମହଲା ବ୍ଲକ୍-ବି ୨୦୭ ଫ୍ଲାଟ୍‌ରେ ଚଢ଼ାଉ ହୋଇଛି । ରଙ୍ଗମାଟିଆ ହର୍ଷପ୍ରୀୟା ଏନକ୍ଲେଭର ୧୦୧ ନମ୍ବର ଫ୍ଲାଟ୍‌ରେ ଚଢ଼ାଉ ହୋଇଛି ।

ଭରତପୁର ନୂଆଗାଁରେ ଥିବା ଫ୍ଲାଟ୍‌ରେ ଚଢ଼ାଉ ଚାଲିଛି । ବାଲେଶ୍ବର ସୁନାହାଟରେ ଥିବା ଦୁଇଟି ଫ୍ଲାଟ୍‌, ବାଲିଆପାଳ ଇଘାଟରେ ଥିବା ପୈତୃକ ଘର, ସୋନପୁର ଟାଉନରେ ଥିବା ଦୁଇ ମହଲା କୋଠା, ଜଗତସିଂହପୁରରେ ଥିବା ଘର ଓ ଅଫିସରେ ଚାଲିଛି ଭିଜିଲାନ୍ସ ରେଡ୍ । ରେଡ୍‌ରେ ୨ ଡିଏସପି, ୧୪ ଇନସ୍ପେକ୍ଟରଙ୍କ ସହ ୬ ଜଣ ଏଏସଆଇ ସାମିଲ ହୋଇଛନ୍ତି ।

ଭୁବନେଶ୍ବରରେ ଭାରତୀୟ ହକି ଟିମ୍, ବିମାନ ବନ୍ଦରରେ ଭବ୍ୟ ସ୍ବାଗତ

ଭୁବନେଶ୍ବର : ହକି ବିଶ୍ବକପ କାଉଣ୍ଟଡାଉନ୍ । ଆଜି ଆସିଛନ୍ତି ଭାରତୀୟ ହକି ଟିମ୍ । ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିବା ପରେ ଭାରତୀୟ ହକି ଟିମକୁ ଭବ୍ୟ ସ୍ବାଗତ କରାଯାଇଛି । ଅଧିନାୟକ ହରମିନପ୍ରୀତ ସିଂହଙ୍କ ନେତୃତ୍ବରେ ମଇଦାନକୁ ଓହ୍ଲାଇବ୍ ଟିମ୍ । ଭୁବନେଶ୍ବର ପରେ ଅପରାହ୍ନରେ ଝାରସୁଗୁଡ଼ା ବିମାନ ବନ୍ଦରରେ ପହଞ୍ଚିବ ଟିମ୍ । ଏହି ଅବସରରେ ରାଉରକେଲାରେ ଅଭ୍ୟାସ ମ୍ୟାଚ୍ ଖେଳିପାରନ୍ତି ଭାରତୀୟ ହକି ଟିମ୍ ।

ବିଶ୍ବକପ ପାଇଁ ସମସ୍ତ ପ୍ରସ୍ତୁତି ଶେଷ ହୋଇଥିବା ବେଳେ, ଉଭୟ ଭୁବନେଶ୍ବର ଓ ରାଉରକେଲାରେ ଖେଳାଯିବ ମ୍ୟାଚ୍ । ଜାନୁଆରୀ ୧୩ ରୁ ୨୯ ତାରିଖ ଯାଏ ଭୁବନେଶ୍ବର ଓ ରାଉରକେଲାରେ ମ୍ୟାଚ୍ ଖେଳାଯିବ । ୧୩ ତାରିଖରେ ସ୍ପେନ୍ ବିପକ୍ଷରେ ଅଭିଯାନ ଆରମ୍ଭ କରିବ ଭାରତୀୟ ହକି ଟିମ୍ ।

ଆଜି ବସିବ ଚଳିତ ବର୍ଷର ଶେଷ କ୍ୟାବିନେଟ୍ ବୈଠକ

ଭୁବନେଶ୍ବର :  ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଆଜି ବସିବ ରାଜ୍ୟ କ୍ୟାବିନେଟ୍ ବୈଠକ । ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଅପରାହ୍ନ ୫ଟା ୩୦ରେ ବସିବ ବୈଠକ । ଚଳିତ ବର୍ଷର ଏହା ଶେଷ କ୍ୟାବିନେଟ୍ ବୈଠକ ।

ବୈଠକରେ ଏକାଧିକ ବିଭାଗର ପ୍ରସ୍ତାବକୁ ଅନୁମୋଦନ ମିଳିବାର ସମ୍ଭାବନା ରହିଛି । ଜଳସମ୍ପଦ, ଆଇନ, ଶିଳ୍ପ, ଏମଏସଏମଇ, ସାଧାରଣ ପ୍ରଶାସନ ଓ ପଞ୍ଚାୟତିରାଜ ଓ ପାନୀୟଜଳ ବିଭାଗ ପୂର୍ବରୁ ଥିବା କେତେକ ପ୍ରସ୍ତାବ ଉପରେ ମଧ୍ୟ ଆଲୋଚନା ହେବାର ସମ୍ବାବନା ରହିଛି ।

୫୮ ବର୍ଷରେ ପାଦ ଦେଲେ ବଲିଉଡ଼ ଭାଇଜାନ୍ ସଲମାନ ଖାନ

ନୂଆଦିଲ୍ଲୀ : ଦବଙ୍ଗ ଅନ୍ଦାଜ୍ ଓ କିଲର ସ୍ବାଗ୍ । ବଲିଉଡ଼ ଭାଇଜାନ୍ ସଲମାନ ଖାନଙ୍କ ଆଜି ଜନ୍ମଦିନ । ବଲିଉଡ଼ର ମୋଷ୍ଟ ଏଲିଜିବଲ ବ୍ୟାଚଲରଙ୍କ ଆଜି ୫୮ତମ ଜନ୍ମଦିନ । ୫୭ବର୍ଷ ପୂରଣ କରି ୫୮ବର୍ଷରେ ପାଦ ଦେଲେ ଏହି ବିଙ୍ଗ ହ୍ୟୁମାନ୍ । ପିଲାଠୁ ବୁଢ଼ା ସମସ୍ତେ ତାଙ୍କ ଫ୍ୟାନ୍ ।

ସଲମାନଙ୍କ ବାର୍ଥ ଡେ’ ଅବସରରରେ ଏକ ପାର୍ଟିରେ ଆୟୋଜନ ହୋଇଥିଲା । ଯେଉଁଥିରେ ଅନେକ ସେଲିବ୍ରିଟି ନଜର ଆସିଥିଲେ । ୨୭ ଡିସେମ୍ବର ୧୯୬୫ରେ ଜନ୍ମଗ୍ରହଣ କରିଥିଲେ ସଲମାନ । ମେନେ ପ୍ୟାର କିଆ, ସାଜନ, ହମ୍ ଆପକେ ହେ କୌ ନ୍‌, କରଣ-ଅର୍ଜୁନ , ଜୁଡ଼ୱା , ଦବଙ୍ଗ, ବଡ଼ିଗାର୍ଡ, ବଜରଙ୍ଗୀ ଭାଇଜାନ୍ ଏମିତି ଅନେକ ବ୍ଲକ୍ବାଷ୍ଟର ମୁଭି ବଲିଉଡ଼କୁ ଦେଇଛନ୍ତି ସଲମାନ୍ । ସଲମାନଙ୍କୁ ଇଣ୍ଡଷ୍ଟ୍ରୀର ଟ୍ରେଣ୍ଡ ସେଟର ବି କହନ୍ତି । ସଲମାନଙ୍କ ଜନ୍ମଦିନରେ ତାଙ୍କ ଫ୍ୟାନ୍ ଖୁବ ଖୁସି ହେବା ସହ ସେଲିବ୍ରେଟ୍ କରିଛନ୍ତି ।