ଶ୍ରୀକ୍ଷେତ୍ରରେ ବୁଲିଲା ପୁଣି ଖଣ୍ଡା, ୩ ଗୁରୁତର

ପୁରୀ: ପୁଣି ପୁରୀରେ ବୁଲିଲା ଖଣ୍ଡା। ସଦର ଥାନା ଅନ୍ତର୍ଗତ କଣ୍ଠପୁରରେ ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ବୁଲିଛି ଖଣ୍ଡା । ଆକ୍ରମଣରେ ଉଭୟ ପରିବାରର ତିନିଜଣ ଗୁରୁତର ଆହତ ହୋଇଛନ୍ତି । ସମସ୍ତଙ୍କୁ ଚିକିତ୍ସା ପାଇଁ ପୁରୀ ସଦର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ଗୁରୁତର ଆହତଙ୍କ ମଧ୍ୟରେ ଅଛନ୍ତି ଶଙ୍କର ପ୍ରଧାନ, ଟୁନିଆ ପ୍ରଧାନ ଓ ବାଦଲ ପ୍ରଧାନ।

ଶଙ୍କରଙ୍କ ବାମ ହାତ ଓ ମୁଣ୍ଡରେ ଗଭୀର ଆଘାତ ଲାଗିଥିବା ବେଳେ ବାଦଲ ମୁଣ୍ଡରେ ମଧ୍ୟ ଗଭୀର ଆଘାତ ଲାଗିଛି । ଘଟଣାସ୍ଥଳ ଓ ହସପିଟାଲରେ ସଦର ଥାନା ପୋଲିସ ପହଞ୍ଚି ଛାନବିନ୍ ଆରମ୍ଭ କରିଛି। ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ଦୁଇ ପରିବାର ମଧ୍ୟରେ ଏଭଳି ହଣାକଟା ହୋଇଥିବା ବେଳେ ତଦନ୍ତ ପରେ ଘଟଣାର ପ୍ରକୃତ କାରଣ ସ୍ପଷ୍ଟ ହେବ ବୋଲି ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି । ତେବେ ଗତ ସପ୍ତାହ ମଧ୍ୟରେ ଗୋଷ୍ଠୀ ସଂଘର୍ଷକୁ ନେଇ ପୁରୀରେ ୩ ତିନି ଥର ଖଣ୍ଡା ବୁଲିବା ଘଟଣା ପୋଲିସର କାର୍ଯ୍ୟଦକ୍ଷତା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି ।