ଆଜେକ୍ସଙ୍କ ବେକରେ ରହିଛି ଦାଗ, ବାନ୍ଧବୀଙ୍କୁ ଜେରା କରୁଛି ସ୍ପେଶାଲ ଟିମ୍

ଭୁବନେଶ୍ୱର: ଡିଜେ ଆଜେକ୍ସ ଆତ୍ମହତ୍ୟା ମାମଲା । ଡିଜେ ଆଜେକ୍ସଙ୍କ ବାନ୍ଧବୀଙ୍କୁ ଜେରା କରୁଛି ଖାରବେଳ ନଗର ପୋଲିସ । ଯାଆଁଳାଠାରେ ସ୍ପେଶାଲ ଟିମ୍ ଜେରା କରୁଥିବା ସୂଚନା । ଦଫା ୩୦୬ରେ ବାନ୍ଧବୀଙ୍କ ବିରୋଧରେ ରୁଜୁ ହୋଇଥିଲା ମାମଲା । ସେପଟେ ଆସିଛି ଡିଜେ ଆଜେକ୍ସଙ୍କ ପୋଷ୍ଟମର୍ଟମ ରିପୋର୍ଟ । ଶ୍ବାସରୁଦ୍ଧ ହୋଇ ମୃତ୍ୟୁ ହୋଇଥିବା ବ୍ୟବଚ୍ଛେଦ ରିପୋର୍ଟରୁ ସ୍ପଷ୍ଟ ହୋଇଛି ।

ଆଜେକ୍ସଙ୍କ ବେକରେ ରହିଛି ଦାଗ, ଅନ୍ୟ ସ୍ଥାନରେ ନାହିଁ ଚିହ୍ନ । ଲିଗାଚର ମାର୍କରୁ ଆତ୍ମହତ୍ୟା କରିଥିବା ସ୍ପଷ୍ଟ ହୋଇଛି । ସେପଟେ ୧୭ ତାରିଖ ରାତିରେ ଏକାଧିକ ଥର କଲ କରିଥିଲେ ପ୍ରେମିକା । ଟେନସନ ହୋଇ ଟଙ୍କା, ସୁନା ସବୁ ଯାଚିଥିଲେ ଡିଜେ ଆଜେକ୍ସ । ଟଙ୍କା, ସୁନା ସବୁ ପାଇବ ହେଲେ ମୋତେ ଆଉ ପାଇବନି ବୋଲି କହିଥିଲେ ଆଜେକ୍ସ । ଡିଜେ ଆଜେକ୍ସଙ୍କ ଏଭଳି ଚାଟ୍ ପାଇଛି ପୋଲିସ ।