ଖଲିସ୍ତାନୀଙ୍କ ବିକ୍ଷୋଭ ବେଳେ ତ୍ରିରଙ୍ଗାର ଅପମାନ, ନିନ୍ଦା କଲେ ବିଜେଡି ସାସଂଦ

1 min read

ଅମୃତସର: ଖଲିସ୍ତାନୀ ନେତା ଅମୃତପାଲକୁ ଧରିବାକୁ ପଞ୍ଜାବ ପୋଲିସର ତନାଘନା । ବେଶ ବଦଳାଇ ଅମୃତପାଲ ସିଂ ଫେରାର ହୋଇଯାଇଥିବା ପୋଲିସ ସନ୍ଦେହ କରୁଛି । ପ୍ରଥମେ କାର ପରେ ବାଇକରେ ଫେରାର ହୋଇଛି ଅମୃତପାଲ । ଫେରାର ପଛରେ ସହଯୋଗ କରିଥିବା ସନ୍ଦେହରୁ ୪ଜଣଙ୍କୁ ଗତ ରାତିରେ ଗିରଫ କରିଛି ପୋଲିସ । ସେପଟେ ପାକିସ୍ତାନ-ନେପାଳ ସୀମାରେ ବିଏସଏଫ୍ କୁ ହାଇଆଲର୍ଟରେ ରଖାଯାଇଛି । ଖଲିସ୍ତାନୀ ସମର୍ଥିତ ସଂଗଠନ ଶିଖ ଫର ଜଷ୍ଟିସ କାର୍ଯ୍ୟକର୍ତ୍ତାଙ୍କ ଉପରେ ପୋଲିସର ନଜର ରଖିଛି ।

ଉଭୟ ପଞ୍ଜାବ ଓ ହିମାଚଳ ପ୍ରଦେଶରେ ନିରାପତ୍ତା କଡାକଡି କରାଯାଇଛି । ସେପଟେ ପଞ୍ଜାବ ଆଇଜିପି ସୁଖଚେନ ସିଂ ଗିଲ୍ କହିଛନ୍ତି ଏହି ସମସ୍ତ ଘଟଣା ପଛରେ ପାକିସ୍ତାନର ସ୍ପାଏ ଏଜେନ୍ସି ଆଇଏସଆଇର ସମ୍ପୃକ୍ତି ଥିବା ଆଶଙ୍କା କରାଯାଉଛି । ସାରାରାଜ୍ୟରେ ସୁରକ୍ଷାକର୍ମୀ ହାଇଆଲର୍ଟରେ ରହିଥିବା ବେଳେ ବର୍ଡର ଆଖପାଖ ଜିଲ୍ଲାରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି । ସେପଟେ ବ୍ରିଟେନରେ ଭାରତୀୟ ଉଚ୍ଚାୟୋଗଙ୍କ ଅଫିସ ଆଗରେ ଖଲିସ୍ତାନୀଙ୍କ ବିକ୍ଷୋଭ ବେଳେ ତ୍ରିରଙ୍ଗାର ଅପମାନକୁ କଡ଼ା ନିନ୍ଦା କରିଛନ୍ତି ବିଜେଡି ସାସଂଦ ଅମର ପଟ୍ଟନାୟକ ।