ଭୂକମ୍ପ ଝଟକାରେ ଥରିଲା ଉତ୍ତରପୂର୍ବ ରାଜ୍ୟ

ନୂଆଦିଲ୍ଲୀ: ଥରିଲା ଉତ୍ତରପୂର୍ବ ରାଜ୍ୟ । ଭୂକମ୍ପ ଝଟକାରେ ଥରିଲା ଦିଲ୍ଲୀ, ଉତ୍ତରପ୍ରଦେଶ, ଶ୍ରୀନଗର । ମିଳିଥିବା ସୂଚନା ମୁତାବକ ଭୂକମ୍ପର କେନ୍ଦ୍ରସ୍ଥଳ ରହିଛି ଆଫଗାନିସ୍ତାନ । ପାକିସ୍ତାନରେ ମଧ୍ୟ ଭୂକମ୍ପ ଝଟ୍‌କା ଅନୁଭୂତ ହୋଇଛି । ଇଲାମାବାଦ, ଲାହୋର, ପେଶାୱାରରେ ଭୂକମ୍ପ ଝଟକା ଅନୁଭୁତ ହୋଇଛି ।

ପାଖାପାଖି ୮ରୁ ୯ ସେକେଣ୍ଡ ପର୍ଯ୍ୟନ୍ତ ଭୂକମ୍ପ ଝଟକା ଅନୁଭୁତ ହୋଇଥିଲା । ରିକ୍ଟର ସ୍କେଲରେ ଭୂକମ୍ପର ତିବ୍ରତା ୭.୭ ରହିଛି । ଭୂକମ୍ପ ପରେ ଲୋକେ ଘର ବାହାରକୁ ପଳାଇ ଆସିଲେ । ଅନେକ ସ୍ଥାନରେ ଲୋକେ ହଠାତ ଭୂକମ୍ପ ଝଟକାରେ ଭୟଭୀତ ହୋଇପଡିଥିଲେ  ।