ଉତ୍କଳ ବିଶ୍ୱବିଦ୍ୟାଳୟ ୧୯୮୬ ବ୍ୟାଚର ବନ୍ଧୁ ମିଳନ, ମୁଖ୍ୟ ଶାସନ ସଚିବଙ୍କୁ ସମ୍ବର୍ଦ୍ଧନା

1 min read

ଭୁବନେଶ୍ୱର:  ଉତ୍କଳ ବିଶ୍ୱ ବିଦ୍ୟାଳୟ ୧୯୮୬ ବ୍ୟାଚର ବନ୍ଧୁମିଳନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଏହି ଉତ୍ସବରେ ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନାଙ୍କୁ ୧୯୮୬ ବ୍ୟାଚ୍ ତରଫରୁ ସମ୍ବର୍ଦ୍ଧନା ଦିଆଯାଇଥିଲା । ୧୯୮୬ ମସିହାରେ ଉତ୍କଳ ବିଶ୍ୱବିଦ୍ୟାଳୟରୁ ସ୍ନାତକତ୍ତୋର ଡିଗ୍ରୀ ହାସଲ କରି ଉଚ୍ଚ ପ୍ରଶଂସିତ ହୋଇଥିବା ଜେନା ନିଜର ନିଷ୍ଠା ଓ ସମର୍ପିତ ସେବା ଦ୍ୱାରା ଆଜି ରାଜ୍ୟର ମୁଖ୍ୟ ଶାସନ ସଚିବ ପଦବୀ ଅଳଂକୃତ କରିଛନ୍ତି । ଏହା ୧୯୮୬ ବ୍ୟାଚ୍ ସହ ଉତ୍କଳ ବିଶ୍ୱବିଦ୍ୟାଳୟ ପାଇଁ ଗୈାରବ ଆଣିଛି ।

ଏହି ବ୍ୟାଚ୍ ରେ ଉତ୍କଳ ବିଶ୍ୱବିଦ୍ୟାଳୟରୁ ସ୍ନାତକତ୍ତୋର ପାସ୍ କରିଥିବା ବହୁ ଛାତ୍ରଛାତ୍ରୀ ବର୍ତ୍ତମାନ ପ୍ରଶାସନ, ଶିକ୍ଷା ଶିଳ୍ପ, ବୈଜ୍ଞାନିକ ଗବେଶଣା, ପ୍ରଯୁକ୍ତି ବିଦ୍ୟା, ସାହିତ୍ୟ ସାଧନା, ସମାଜ ସେବା, ଓ ରାଜନୀତି ଆଦି କ୍ଷେତ୍ରରେ ପ୍ରତିଷ୍ଠା ଲାଭ କରିଛନ୍ତି । ଏହି ବନ୍ଧୁମାନେ ସାମୁହିକଭାବେ ପ୍ରଦୀପ ଜେନାଙ୍କୁ ଅଭିନନ୍ଦନ ଜଣାଇବା ସହ ଓଡ଼ିଶାକୁ ୧-ନମ୍ବର ରାଜ୍ୟରେ ପରିଣତ କରିବାର ସ୍ୱପ୍ନ ସାକାର ଦିଗରେ ତାଙ୍କର ଭୂମିକା ଉଦାହରଣ ସୃଷ୍ଟିକାରୀ ହେବ ବୋଲି ଆଶା ପ୍ରକାଶ କରିଥିଲେ । ଏହି ଅବସରରେ ଡଃ. ଉମାକାନ୍ତ ମହାପାତ୍ରଙ୍କ ଲିଖିତ ଦକ୍ଷିଣ ଏସିଆରେ ସ୍ବେଛାସେବୀ ଅନୁଷ୍ଠାନ ଓ ଗ୍ରାମ୍ୟ ଉନ୍ନୟନ ଶୀର୍ଷକ ପୁସ୍ତକର ଭାରତୀୟ ଉପମହାଦେଶ ସଂକଳନକୁ କିଟ୍ ଓ କିସ୍ ର ପ୍ରତିଷ୍ଠାତା ତଥା ସାଂସଦ ଡଃ. ଅଚ୍ୟୁତ ସାମନ୍ତ ଏବଂ ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନା ମିଳିତ ଭବେ ଛାତ୍ରଛାତ୍ରୀ ଓ ଗବେଷକମାନଙ୍କ ପାଇଁ ଉନ୍ମୋଚନ କରିଥିଲେ ।

ଇଂରାଜୀ ଭାଷାରେ ଲିଖିତ ଏହି ପୁସ୍ତକ ବିଶ୍ୱ ସ୍ତରରେ ଆଗୁଆ ପ୍ରକାଶକ ସ୍ପ୍ରିଙ୍ଗର୍ ପବ୍ଲିଶରଙ୍କ ଦ୍ୱାରା ପ୍ରକାଶିତ ହୋଇଛି । ଏହାର ପ୍ରଥମ ସଂକଳନ ଦାମ ପ୍ରାୟ ୭୦୦୦ ଟଙ୍କାରୁ ଉର୍ଦ୍ଧ୍ୱ ହୋଇଥିବାରୁ ଛାତ୍ରଛାତ୍ରୀ ଓ ଗବେଷକମାନଙ୍କ ନିମନ୍ତେ ଏହି ସୁଲଭ ମୂଲ୍ୟ ସଂକଳନ ପ୍ରକାଶ କରାଯାଇଛି । ଛାତ୍ରଛାତ୍ରୀ ମାନଙ୍କ ପାଇଁ ବହିର ମୁଖ୍ୟାଶଂ ନିଶୁଳ୍କ ଭାବେ ଗୁଗଲ୍ ବୁକ୍ସରେ ଦିଆଯାଇଛି । ଆଗ୍ରହୀ ବ୍ୟକ୍ତିମାନେ books.google.co.in ରେ ବହି ଏବଂ ଲେଖକର ନାମ ଲେଖି ଏହି ପୁସ୍ତକରୁ ୩୭ ପୃଷ୍ଠାର ମୁଖ୍ୟାଂଶ ପାଇ ପାଇପାରିବେ ।