ଅଭିଯୋଗ ଆଣିଲେ ଲିଙ୍ଗରାଜ ସେବାୟତ, ଜାଗା ମାଡି ବସିଛନ୍ତି ସୁର

ଭୁବନେଶ୍ୱର: ଜଟଣୀ ବିଧାୟକ ସୁରେଶ ରାଉତରାୟଙ୍କ ବିରୋଧରେ ଗୁରୁତର ଅଭିଯୋଗ ଆଣିଲେ ଲିଙ୍ଗରାଜ ସେବାୟତ । ଭଜନ ସମାରୋହ ସଂଗଠନ ନାମରେ ଯାତ୍ରୀଙ୍କ ଜାଗା ମାଡି ବସିଥିବା ନେଇ ଆଣିଛନ୍ତି ଗୁରୁତର ଅଭିଯୋଗ । ଭଙ୍ଗା ହୋଇଥିବା ଭଜନ ମଣ୍ଡପ ଜାଗା ଏକାମ୍ର ପ୍ରକାଶନର ନୁହେଁ ତାହା ବିଏମସିର । ସରକାରୀ ଟଙ୍କାରେ ତିଆରି ହୋଇଥିବା ଯାତ୍ରୀମାନଙ୍କ ପାନ୍ଥ ନିବାସ 3 ବର୍ଷ ହେଲା ସେ ମାଡି ବସିଛନ୍ତି। ମଣ୍ଡପ ଭଙ୍ଗା ହେବା ପରେ 50 ଲକ୍ଷ ଟଙ୍କା ଦେଇଛନ୍ତି ସରକାର ।

ସେ ଟଙ୍କା ନେଇ ସୁଧରେ ଲଗାଇଛନ୍ତି । ଯାତ୍ରୀମାନଙ୍କ ସୁବିଧା ଓ ଲିଙ୍ଗରାଜ ମହାପ୍ରଭୁଙ୍କ ଆୟ ବୃଦ୍ଧି ସକାଶେ ଘର ତିଆରି ହୋଇଛି । ଯାତ୍ରୀମାନଙ୍କ ପାଇଁ ଉଦ୍ଦିଷ୍ଟ ଘରକୁ ମାଡି ବସି ଯାତ୍ରୀମାନକୁ ଓଲଟା ବିଧାୟକ ହଇରାଣ କରୁଥିବା ସେମାନେ ଅଭିଯୋଗ କରିଛନ୍ତି । ଏକ ମାସ ମଧ୍ୟରେ ଜାଗା ନ ଛାଡିଲେ ରାଜରାସ୍ତାକୁ ଓହ୍ଲାଇବା ସହ ଜୋର ଜବରଦସ୍ତ ସେହି ଘରକୁ କବଜା କରିବାକୁ ଚେତାବନୀ ଦେଇଛି ସେବାୟତ ସଙ୍ଘ  ।