ମଦ ପିଇ ବର ଭୁଲିଗଲା ନିଜ ବାହାଘର, ପାନେ ଦେଲେ ଶ୍ୱଶୁର ଘର ଲୋକ

1 min read

ନନ୍ଦିଘୋଷ ବ୍ୟୁରୋ: ମଦ ପିଇ ନିଜ ବାହାଘର ଭୁଲିଗଲା ବର । ମାଲ ନିଶାରେ ମନେ ରହିଲାନି ବାହାଘର କଥା । ଆଉ ନିଶା ଛାଡିବା ପରେ ପହଁଚିଥିଲା ଶଶ୍ୱର ଘରେ । ଏମିତି ଏକ ଘଟଣା ଏବେ ଚର୍ଚ୍ଚାର ବିଷୟ ପାଲଟିଛି । ଅପେକ୍ଷା କରିଛି କନିଆଁ । କିନ୍ତୁ ମାଲ ପିଇ ଗଡୁଛି ବର । ତିଥି ଗଡିଗଲା । ବିବାହ ସମୟ ଅତିବାହିତ ହୋଇଗଲା । ଆଉ ତା ପରର ସ୍ଥିତି କିଛି ଏମିତି ଥିଲା ।

ବିହାରର ଭାଗଲପୁରରେ ଘଟିଛି ଏମିତି ଏକ ଘଟଣା । ଯେଉଁଠି ବିବାହକୁ ସମୟ ତାରିଖ ଧାର୍ଯ୍ୟ ହୋଇଥିବା ବେଳେ । ବେଦୀ ବନ୍ଧା ହୋଇଛି । କନିଆ ଅଦପେକ୍ଷା କରିଛି । ବିବାହ ପାଇଁ ଧୂମଧାମରେ ଚାଲିଛି ପ୍ରସ୍ତୁତି । ବନ୍ଧୁ- ପରିଜନ ଓ ଅତିଥିଙ୍କ ପାଇଁ ବିଭିନ୍ନ ପ୍ରକାର ରୋଷେଇ ମଧ୍ୟ ହୋଇଛି । କିନ୍ତୁ ସମସ୍ତେ ଖାଇକି ଗଲେ. ହେଲେ ଆସିଲାନି ବର । ପର ଦିନ ଆସି ଶ୍ୱଶୁର ଘରେ ପହଁଚିଥିଲେ । ଆଉ ବିଳମ୍ବର କାରଣ ଜାଣି ରାଗରେ ପାଚି ନିଆଁ କନିଆ ଘର ଲୋକେ । ବରକୁ ଘରକୁ ନେଇଗଲେ, ବିବାହ ପାଇଁ ନୁହେଁ ବଂର ବନ୍ଧା ରଖିବା ପାଇଁ । ମଦ ପିଇ ବାହାଘର ଭୁଲିଯାଇଥିବା ବରକୁ ବିବାହ କରିବାକୁ ନାରାଜ କନିଆ । ମଦ୍ୟପ ବରକୁ ବିବାହ ନକରିବାକୁ ରୋକ୍‌ଠୋକ୍‌ ମନା କରିଦେଇଛି କନ୍ୟା ।

ଭୋଗଲପୁର ଅନ୍ତର୍ଗତ ସୁଲତାନଗଞ୍ଜର ମିର୍ଜାପୁରରେ ଘଟିଛି ଏ ଘଟଣା । ଅତ୍ୟଧିକ ମଦ୍ୟପାନ କରିବା ପରେ ବର ନିଜ ବାହାଘର ଭୁଲିଯାଇଥିବା ଜଣାପଡ଼ିଛି । ସୂଚନା ମୁତାବକ ବରର ନିଶା କମିଯିବା ପରେ ସେ ତାଙ୍କ ଶ୍ୱଶୁର ଘରେ ପହଞ୍ଚିଥିଲା । ହେଲେ ବରର ଏପରି ନିଶା ସେବନ କଥା ଓ ବିଳମ୍ୱ ଯୋଗୁଁ କନ୍ୟାପକ୍ଷ ଲୋକ ଗାଳି ଗୁଲଜ କରିଥିଲେ । କେବଳ ସେତିକି ନୁହେଁ ବରକୁ ଅଟକ ରଖି ବିବାହ ପାଇଁ ଖର୍ଚ୍ଚ ହୋଇଥିବା ଅର୍ଥ ଭରଣା କରିବାକୁ ଦାବି କରିଥିଲେ । ସେପଟେ ଅର୍ଥ ଦେବାକୁ ମନା କରିଥିଲା ମଦ୍ୟପ ବର । ଯାହାକୁ ନେଇ ଥାନାର ଦ୍ୱାରସ୍ଥ ହୋଇଛନ୍ତି କନ୍ୟା ପକ୍ଷ ।

ପୋଲିସ ଅଭିଯୋଗ ଶୁଣିବା ପରେ । ତଦନ୍ତ ଆରମ୍ଭ କରିଛି । ଏପରି ମଦପ୍ୟ ଯୁବକକୁ କୌଣସି ଯୁବତୀ ବିବାହ ନକରନ୍ତୁ ବୋଲି କହିଛନ୍ତି କନିଆଁ ଜଣଙ୍କ । ସେପଟେ ମଦୁଆ ବରର ବିବାହ ଭୁଲିଯିବା ଖବର ଯେତିକି କୌତୁହଳ ପାଲଟିଛି । ସେତିକି ଗୁରୁତର ମଧ୍ୟ । କାରଣ ନିଶା ଖିଆ ବର ପାଇଁ ମଙ୍ଗୁଳା ରହିଗଲା କନିଆଁ ।