spot_img
Home Blog Page 3563

ଦିଲ୍ଲୀରେ ବଢୁଛି ବାୟୁ ପ୍ରଦୂଷଣ, ଆଜିଠାରୁ ଆସନ୍ତା ଶୁକ୍ରବାର ଯାଏ ଗାଡ଼ି କଟକଣା

ନୂଆଦିଲ୍ଲୀ :  ଦିଲ୍ଲୀରେ ଘନୀଭୂତ ହେବାରେ ଲାଗିଛି ପ୍ରଦୂଷଣ । ଦିନକୁ ଦିନ ଖରାପ ହେବାରେ ଲାଗିଛି ବାୟୁର ଗୁଣବତ୍ତା ବା ଏକ୍ୟୁଆଇ । ପ୍ରତିକାର ସ୍ବରୂପ ଆଜିଠାରୁ ଆସନ୍ତା ଶୁକ୍ରବାର ଯାଏ ବିଏସ-୩ ପେଟ୍ରୋଲ ଓ ବିଏସ-୪ ଡିଜେଲ କାରକୁ ନିଷିଦ୍ଧ କରିଛନ୍ତି ଦିଲ୍ଲୀ ସରକାର । ବାୟୁର ଧିମାଗତି ତଥା ତାପମାତ୍ରା ହ୍ରାସ ଯୋଗୁ ଦିଲ୍ଲୀ ସ୍ଥିତି ସଂଗୀନ ହେବାରେ ଲାଗିଛି ।

ଦିନକୁ ଦିନ ସ୍ଥିତି ବିଗିଡୁଥିବାରୁ ତୁରନ୍ତ ପ୍ରତିକାରମୂଳକ ପଦକ୍ଷେପ ଲାଗି ସମସ୍ତ ଏନସିଆର ରାଜ୍ୟଗୁଡିକୁ ପରାମର୍ଶ ଦେଇଥିଲେ ବାୟୁ ଗୁଣବତ୍ତା ପରିଚାଳନା କମିଶନ । ଦିଲ୍ଲୀରେ ବାୟୁର ଗୁଣବତ୍ତା ସିଭିୟର କାଟେଗୋରୀ ସ୍ତରରେ ପହଞ୍ଚିଥିବାରୁ ସରକାର ଏହି ପଦକ୍ଷେପ ନେଇଛନ୍ତି । ଯଦି ଶୁକ୍ରବାର ଏକ୍ୟୁଆଇ ସ୍ଥିତି ସୁଧୁରିବ ତେବେ ଏହି ନିଷିଦ୍ଧାଦେଶ ହଟିବ । ଦିଲ୍ଲୀରେ ଗତକାଲି ଏକ୍ୟୁଆଇ ୪୩୪ ଥିବାବେଳେ ରବିବାର ୩୭୧ ଥିଲା ।

କୃଷି ବିଭାଗ ଅଧିକାରୀଙ୍କୁ ବିଭାଗୀୟ ନିର୍ଦ୍ଦେଶ, ସମ୍ପତ୍ତି ତାଲିକା ନଦେଲେ ଦରମା ବନ୍ଦ

ଭୁବନେଶ୍ୱର: କୃଷି ବିଭାଗ ଅଧିକାରୀଙ୍କୁ ବିଭାଗୀୟ ନିର୍ଦ୍ଦେଶ । ସମ୍ପତ୍ତି ତାଲିକା ଦାଖଲ ନକଲେ ଦରମା ବନ୍ଦ । ଠିକ୍ ସମୟରେ ବିଭାଗର ସମସ୍ତ ଅଧିକାରୀ ସମ୍ପତ୍ତି ତାଲିକା ଦାଖଲ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ସମ୍ପତ୍ତି ତାଲିକା ନଦେଲେ ଫେବ୍ରୁଆରୀ ୨୦୨୩ରୁ ଦରମା ମିଳିବନି । ଏନେଇ କୃଷି ବିଭାଗ ପ୍ରମୁଖ ସଚିବ ନିର୍ଦ୍ଦେଶ ଦେଇଛନ୍ତି ।

ମସ୍କୋରୁ ଗୋଆ ଆସୁଥିବା ବିମାନରେ ବୋମା ଥିବା ସୂଚନା ପରେ ଜାମନଗରରେ ଜରୁରୀ ଅବତରଣ

ଜାମନଗର: ବିମାନରେ ବୋମା ଥିବା ନେଇ ଗୁଜବ । ବିମାନରେ ବୋମା ଥିବା ସମ୍ପର୍କରେ ଏକ ଖବର ମିଳିବା ପରେ ଜାମନଗରରେ ଜରୁରୀ ଅବତରଣ କରିଛି ମସ୍କୋରୁ ଗୋଆ ଆସୁଥିବା ଏକ ଅନ୍ତର୍ଜାତୀୟ ବିମାନ । ବିମାନରେ ବୋମା ଥିବା ନେଇ ଗୋଆ ଏୟାର ଟ୍ରାଫିକ କଣ୍ଟ୍ରୋଲ ନିକଟକୁ ଏକ ଇ-ମେଲ ଆସିବା ପରେ ବିମାନର ଜରୁରୀ ଅବତରଣ କରାଯାଇଥିଲା । ବିମାନରେ ବୋମା ଥିବା ସୂଚନା ମିଳିବା ପରେ ଗୁଜୁରାଟର ଜାମନଗର ବିମାନବନ୍ଦରରେ ଜରୁରୀ ଅବତରଣ କରାଯାଇଛି ।

ଏହା ଏକ ଚାଟାର୍ଡ ବିମାନ ଅଟେ । ବୋମା ନିଷ୍କ୍ରିୟକାରୀ ଦଳ ଘଟଣାସ୍ଥଳ ଅଭିମୁଖେ ବାହାରିଯାଇଛନ୍ତି । ବିମାନରେ ଯାତ୍ରା କରୁଥିବା ଯାତ୍ରୀଙ୍କୁ ସୁରକ୍ଷିତ ବାହାରକୁ ବାହାର କରାଯାଇଛି । ତେବେ ଗୋଆ ଏଟିସିକୁ ଏହି ବିମାନରେ ବୋମା ଥିବା ନେଇ ଚେତାବନୀ ସହ ଏକ ଇ-ମେଲ ମିଳିଥଇଲା ।  ଘଟଣାସ୍ଥଳରେ ବମସ୍କ୍ବାଡ, ସିଆଇଏସଏଫ, ବିମାନବନ୍ଦର ନିରାପତ୍ତା କର୍ମୀ, ଜିଲ୍ଲାପାଳ ଓ ପୋଲିସ ଏସପି ପହଞ୍ଚି ଘଟଣାର ଅନୁଧ୍ୟାନ କରିଛନ୍ତି । ବିମାନରେ ୨୪୪ ଯାତ୍ରୀ ଥିବା ସୂଚନା ମିଳିଛି ।

ବିହାରର କଟିହାରରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା, ଗୋଟିଏ ପରିବାରର ୮ ମୃତ

ପାଟନା: ବିହାରର କଟିହାରରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ହୋଇଛି । ଯାତ୍ରୀଙ୍କୁ ନେଇ ଯାଉଥିବା ଏକ ଅଟୋ ଟ୍ରକ୍ ସହ ଧକ୍କା ହୋଇଯାଇଛି । ଏହି ଦୁର୍ଘଟଣାରେ ୮ ଜଣଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଯାଇଛି । ସ୍ଥାନୀୟ ଲୋକଙ୍କ ସହାୟତାରେ ଶବଗୁଡ଼ିକୁ ଅଟୋରୁ ବାହାରକୁ ବାହାର କରାଯାଇଛି । ମୃତକ ସମସ୍ତେ ଖେରିୟା ପଞ୍ଚାୟତର ଗୋଟିଏ ପରିବାରର ହୋଇଥିବା ସୂଚନା ।

ଖେରିଆରୁ କଟିହାର ଜଙ୍କସନ୍ ଯାଉଥିଲେ । ସୂଚନା ମିଳିବା କ୍ଷଣି ପୋଲିସ ଫୋର୍ସ ଘଟଣା ସ୍ଥଳରେ ପହଞ୍ଚିଛି । କୁହାଯାଉଛି ଯେ, କୋଢା ଥାନା ଅଞ୍ଚଳର ଜାତୀୟ ରାଜପଥ-୮୧ ଦିଘରୀ ପେଟ୍ରୋଲ ପମ୍ପ ନିକଟରେ ଅଟୋ ଟି ଟ୍ରକ୍ ସହ ଧକ୍କା ହୋଇଥିଲା । ଯାହାଫଳରେ ଅଟୋରେ ଥିବା ୮ ଯାତ୍ରୀଙ୍କର ମୃତ୍ୟୁ ହୋଇଯାଇଛି । ଦୁର୍ଘଟଣାଟି ରାତି ପ୍ରାୟ ୮ଟା ୨୦ ମିନିଟରେ ଘଟିଛି । ଦୁର୍ଘଟଣା ପରେ ଟ୍ରକ୍ ଡ୍ରାଇଭର ଟ୍ରକ୍ ନେଇ ଫାରର ହୋଇଯାଇଛି ।

କଟକ ଯାଇ ହକି ଉଦଘାଟନୀ ଉତ୍ସବ ପ୍ରସ୍ତୁତିର ସମୀକ୍ଷା କଲେ ଫାଇଭ ଟି ସଚିବ

କଟକ: ଆଉ ଦିନକ ପରେ ହକି ବିଶ୍ବକପ ଉଦଘାଟନୀ ଉତ୍ସବ । କଟକ ଯାଇ ଉଦଘାଟନୀ ଉତ୍ସବ ପ୍ରସ୍ତୁତିର ସମୀକ୍ଷା କରିଛନ୍ତି ଫାଇଭ ଟି ସଚିବ ଭିକେ ପାଣ୍ଡିଆନ । ବାରବାଟୀ ଷ୍ଟାଡିୟମ ଯାଇ ସେ ସ୍ଥିତି ଅନୁଧ୍ୟାନ କରିଛନ୍ତି । 5T ସଚିବଙ୍କ ସହ ଓସିଏ ସଭାପତି ପ୍ରଣବ ପ୍ରକାଶ ଦାସ ଓ କ୍ରୀଡା ସଚିବ ଭିନିଲ କ୍ରୀଷ୍ଣା ବାରବାଟୀ ଯାଇ ବରିଷ୍ଠ ଅଧିକାରୀଙ୍କ ସହିତ ଆଲୋଚନା କରିଛନ୍ତି ।

ଅନୁଧ୍ୟାନ ସମୟରେ ସିଏମସି ମେୟର, କମିଶନର, ଜିଲ୍ଲାପାଳ, ଓସିଏ ସମ୍ପାଦକଙ୍କ ସମେତ ଅନ୍ୟ ଅଧିକାରୀ ଉପସ୍ଥିତ ଥିଲେ । ବର୍ତ୍ତମାନ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ବାକିଥିବା କାମ ଖୁବଶୀଘ୍ର ଶେଷ କରାଯିବ । ବୁଧବାର ଅପରାହ୍ନରେ ଏହି ମେଗା କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ । କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀଙ୍କ ସମେତ ଦେଶ ବିଦେଶରୁ ସ୍ବତନ୍ତ୍ର ନିମନ୍ତ୍ରିତ ଅତିଥି ଯୋଗଦେବେ । ଏକ ହଜାର ଭିଭିଆଇପିଙ୍କ ସମେତ ଦୁଇ ହଜାର ଅତିଥିଙ୍କୁ ନିମନ୍ତ୍ରଣ କରାଯାଇଛି ।

ଏହି ସମୟରେ ଟ୍ରାଫିକ ପରିଚାଳନା ପୋଲିସ ପାଇଁ ମୁଖ୍ୟ ଚ୍ୟାଲେଞ୍ଜ ହେବ । ସହରରେ ୫୦ ପ୍ଲାଟୁନ ପୋଲିସ ଫୋର୍ସ ସହ ୩୦୦ ଜଣ ଅଧିକାରୀ ଓ ତିନି ଜଣ ଡିସିପି ମୁତୟନ ହେବେ । ଅପରାହ୍ନ ୩ଟାରେ କାର୍ଯ୍ୟକ୍ରମ ଆରମ୍ଭ ହୋଇ ରାତି ୧୦ଟା ପର୍ଯ୍ୟନ୍ତ ଚାଲିବ। ମୁଖ୍ୟମନ୍ତ୍ରୀ କାର୍ଯ୍ୟକ୍ରମରେ ସନ୍ଧ୍ୟା ୬ଟାରେ ଯୋଗଦେବାନେଇ ସୂଚନା ରହିଛି । ବଲିଉଡ ଓ ଓଲିଓଡ ତାରକାଙ୍କ ଦ୍ବାରା ମନୋରଞ୍ଜନ କାର୍ଯ୍ୟକ୍ରମ କରାଯିବ । ମେଗା ଇଭେଣ୍ଟ ପାଇଁ ଓସିଏ ସମସ୍ତ ସହଯୋଗ ଯୋଗାଇ ଦେଉଛି ।

ଭିସ୍ତାରା ବିମାନରେ ତ୍ରୁଟି, ଦିଲ୍ଲୀରେ ଜରୁରୀ ଅବତରଣ କଲା ଭୁବନେଶ୍ବର ଆସିବାକୁ ଥିବା ବିମାନ

ନୂଆଦିଲ୍ଲୀ: ଭିସ୍ତାରା ବିମାନରେ ତୃଟି କାରଣରୁ ଦିଲ୍ଲୀରେ ଜରୁରୀ ଅବତରଣ କଲା ଭୁବନେଶ୍ବର ଆସିବାକୁ ଥିବା ବିମାନ । ଦିଲ୍ଲୀରୁ ଭୁବନେଶ୍ବର ଆସିବାକୁ ଥିବା ଭିସ୍ତାରା କମ୍ପାନୀର ବିମାନରେ ଆଜି ସନ୍ଧ୍ୟାରେ ଯାନ୍ତ୍ରିକ ତ୍ରୁଟି ପରିଲକ୍ଷିତ ହୋଇଥିଲା । ବିମାନରେ ହାଇଡ୍ରୋଲିକ୍ ସିଷ୍ଟମ୍ ଫେଲ୍ ହେବା କାରଣରୁ ଉଡ଼ାଣର କିଛି ସମୟ ମଧ୍ୟରେ ବିମାନଟିକୁ ପୁନର୍ବାର ଦିଲ୍ଲୀ ଏୟାରପୋର୍ଟରେ ଜରୁରୀ ଅବତରଣ କରାଯାଇଥିବା ସୂଚନା ମିଳିଛି । ସନ୍ଧ୍ୟା ପ୍ରାୟ ୭ଟା ୫୩ ମିନିଟରେ ଏହି ଘଟଣା ଦିଲ୍ଲୀ ବିମାନ ବନ୍ଦରରେ ଘଟିଛି । ବିମାନଟି ଉଡ଼ାଣ ଭରିବାର ମାତ୍ର କିଛି ସମୟ ପରେ ଏଭଳି ସ୍ଥିତି ସୃଷ୍ଟି ହେବାରୁ ତୁରନ୍ତ ଏହାକୁ ଜରୁରୀ ଅବତରଣ କରାଯାଇଥିଲା ।

ଆତଙ୍କବାଦ ବିରୋଧରେ ଲଢ଼ିବେ ଗ୍ରାମବାସୀ, ବନ୍ଧୁକ ଚଳାଇବା ଶିଖାଇବ ସିଆରପିଏଫ୍

ଶ୍ରୀନଗର: ଜମ୍ମୁ କାଶ୍ମୀରରେ ଆତଙ୍କବାଦୀଙ୍କୁ ଲଗାତାର ଜବାବ ଦେଉଥିବା ସିଆରପିଏଫର ଯବାନମାନେ ଏବେ ଗ୍ରାମ ବିକାଶ କମିଟି ବିଡିସିର ତତ୍ୱାବଧନରେ ଗ୍ରାମବାସୀମାନଙ୍କୁ ଅସ୍ତ୍ରଶସ୍ତ୍ର ଚଳାଇବା ଶିଖାଇବେ । ରାଜ୍ୟର ଅନେକ ଗ୍ରାମୀଣ ଅଞ୍ଚଳରେ ପୂର୍ବରୁ ହିଁ ଲୋକମାନଙ୍କ ପାଖରେ ଲାଇସେନ୍ସପ୍ରାପ୍ତ ବନ୍ଦୁକ ରହିଛି । ପୁଞ୍ଛ-ରାଜୌରୀରେ ବଡ଼ ଆତଙ୍କବାଦୀ ଆକ୍ରମଣ ହେବା ପରେ ଏବେ ଜମ୍ମୁ କାଶ୍ମୀରର ସମସ୍ତ ଅଞ୍ଚଳରେ ଏହି ଯୋଜନାକୁ ରୂପ ଦେବାକୁ ରଣନୀତି ପ୍ରସ୍ତୁତ କରାଯାଉଛି ।

ସିଆରପିଏଫ ଦ୍ୱାରା ଗାଁ ଗାଁରେ ହିଁ ଏହି ଟ୍ରେନିଂ ଦିଆଯିବ । କେଉଁଠାରେ କେତେ ଲୋକଙ୍କୁ ଟ୍ରେନିଂ ଦିଆଯିବ ଏହନେଇ ଡିଟେଲ ପ୍ରସ୍ତୁତ କରାଯାଉଛି । ନିକଟରେ ଜମ୍ମୁ-କାଶ୍ମୀରର ରାଜୌରୀ ସେକ୍ଟରର ଢାଙ୍ଗରୀ ଗାଁରେ ନୂଆ ବର୍ଷ ଦିନ ହିଁ ବଡ଼ଧରଣର ଆତଙ୍କବାଦୀ ଆକ୍ରମଣ ହୋଇଥିଲା । ସେଥିରେ ୪ ଜଣଙ୍କ ମୃତ୍ୟୁ ହୋଇଥିଲା ଯେତବେଳେ କି ୬ ଜଣ ଆହତ ହୋଇଥିଲେ । ଏହାର ଗୋଟେ ଦିନ ପରେ ଆଇଇଡି ବିସ୍ଫୋରଣରେ ଦୁଇ ଜଣଙ୍କ ମୃତ୍ୟୁ ହୋଇଥିଲା । ସେହିପରି ୯ ଜଣ ଆହତ ହୋଇଥିଲେ ।

ଆତଙ୍କବାଦୀମାନେ ଲଗାତାର କାଶ୍ମିରୀ ହିନ୍ଦୁମାନଙ୍କୁ ଟାର୍ଗେଟ କରୁଛନ୍ତି । ନାଁ ପଚାରି ହତ୍ୟା କରି ଦେଉଛନ୍ତି । ସେମାନଙ୍କ ସୁରକ୍ଷାକୁ ନେଇ ବଡ଼ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଲଗାତାର ହେଉଥିବା ଆତଙ୍କବାଦୀ ଆକ୍ରମଣକୁ ଦୃଷ୍ଟିରେ ରଖି କେନ୍ଦ୍ର ଗୃହମନ୍ତ୍ରଣାଳୟ, ଇଣ୍ଟେଲିଜେନ୍ସ ଏଜେନ୍ସି ଏବଂ ଜମ୍ମୁ କାଶ୍ମୀର ପ୍ରଶାସନ ଗ୍ରାମବାସୀଙ୍କ ସୁରକ୍ଷା ଦୃଷ୍ଟିରୁ ଅନେକ ପଦକ୍ଷେପ ଉଠାଇଛନ୍ତି ।

ଏଥିମଧ୍ୟରୁ ଗୋଟିଏ ଅଭିଯାନ ହେଉଛି ଯେ, ସେଠାକାର ଗ୍ରାମବାସୀଙ୍କୁ ଅସ୍ତ୍ରଶସ୍ତ୍ର ଚଳାଇବାର ଟ୍ରେନିଂ ଦେବା ମଧ୍ୟ ସାମିଲ ରହିଛି । ସରକାର ଖୁବଶୀଘ୍ର ନୂଆ ଲାଇସେନ୍ସ ଜାରି କରିପାରନ୍ତି । ଅନେକ ଲୋକଙ୍କୁ ପ୍ରଶାସନ ପକ୍ଷରୁ ବନ୍ଧୁକ ଦିଆଯାଇପାରେ । ଏହି ଯୋଜନାକୁ ଜମ୍ମୁ କାଶ୍ମୀରର ସମସ୍ତ ଅଞ୍ଚଳରେ ଲାଗୁ କରାଯିବା ନେଇ କୁହାଯାଉଛି । କିନ୍ତୁ ବର୍ତ୍ତମାନ କେବଳ ପୁଞ୍ଛ ଏବଂ ରାଜୌରୀ ଅଞ୍ଚଳର ଲୋକଙ୍କୁ ଟ୍ରେଣ୍ଡ କରାଇବାକୁ ଦାୟିତ୍ୱ ଦିଆଯାଇଛି ।

କରୋନା ସମୟରେ ପୋଲିସର କାମ ପ୍ରଶଂସନୀୟ: ନବୀନ

ଭୁବନେଶ୍ୱର: ୧୬ ବର୍ଷରେ ପ୍ରଦାର୍ପଣ କରିଛି କମିଶନରେଟ ପୋଲିସ । ଏହି ଅବସରରେ ଆୟୋଜିତ ରେଜିଂ ଡେ’ ପରେଡ଼ରେ ଯୋଗଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସମାରୋହରେ ଯୋଗଦେଇ ମୁଖ୍ୟମନ୍ତ୍ରୀଙ୍କ କହିଛନ୍ତି କୋଭିଡ ମହାମାରୀ ବେଳେ ପୋଲିସର କାମ ପ୍ରଶଂସନୀୟ । ପୋଲିସ ସବୁବେଳେ ଲୋକଙ୍କ ମିତ୍ର ଓ ବରିଷ୍ଠ ନାଗରିକଙ୍କ ବନ୍ଧୁ ହୋଇ ରହୁ ବୋଲି ନବୀନ ପରାମର୍ଶ ଦେଇଛନ୍ତି ।

ପୋଲିସ ବିଭାଗ ଫାଇଭ-ଟି ରେ ସାମିଲ ହେବାପରେ ଅନେକ ପରିବର୍ତ୍ତନ ଆସିଛି । ପୂର୍ବ ତୁଳନାରେ ପୋଲିସ ଉପରେ ଲୋକଙ୍କ ଆସ୍ଥା ବଢ଼ିଛି । ଥାନାରେ ଲୋକଙ୍କୁ ଉପଯୁକ୍ତ ସମ୍ମାନ ମିଳୁଥିବା ଖବର ମିଳୁଛି । ପୋଲିସ ଫାଇଭ-ଟିର ଉପଯୋଗ କରୁ ବୋଲି ନବୀନ ପରାମର୍ଶ ଦେଇଛନ୍ତି । ଏହାସହ ଦକ୍ଷତାରେ ଉନ୍ନତି ଆଣିବାକୁ କମିଶନରେଟ ପୋଲିସକୁ କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

ପରେଡରେ ଡିଜିପି ସୁନୀଲ ବଂଶଲ କହିଛନ୍ତି ଓଡ଼ିଶା ପୋଲିସର ମୁଖଶାଳା କମିଶନରେଟ ପୋଲିସ । ପୋଲିସର ସରକାର ସମସ୍ତ ଆବଶ୍ୟକତାକୁ ପୂରଣ କରୁଛନ୍ତି ରାଜ୍ୟ ସରକାର । ଫାଇଭଟି 5ଟି ଜରିଆରେ ଜନସାଧାରଣଙ୍କୁ ନ୍ୟାୟ ପ୍ରଦାନ କରାଯାଉଛି । ଆଗକୁ ଶୃଙ୍ଖଳିତ ଭାବେ ହକି ବିଶ୍ବକପ ଆୟୋଜନ ପାଇଁ ପ୍ରସ୍ତୁତି କରାଯାଇଛି । ଦେଶର ସର୍ବଶ୍ରେଷ୍ଠ କମିଶନରେଟ ପୋଲିସ ପାଇଁ ଉଦ୍ୟମ କରାଯାଉଛି ବୋଲି ଡିଜିପି କହିଛନ୍ତି ।

ନାଚୁଣୀ ଥାନା ଉଦଘାଟନୀ ଉତ୍ସବରେ ଯୋଗଦେଲେ ରାଜ୍ୟସଭା ସାଂସଦ ମାନସ ମଙ୍ଗରାଜ

ଚିଲିକା: ଖୋର୍ଦ୍ଧା ଜିଲ୍ଲା ଅନ୍ତର୍ଗତ ନାଚୁଣୀ ଥାନା ଉଦଘାଟିତ ହୋଇ ଯାଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିସି ମାଧ୍ୟ୍ୟମରେ ନାଚୁଣୀ ଥାନାକୁ ଉଦ ଘାଟନ କରିଛନ୍ତି । ଉଦଘାଟନୀ ଉତ୍ସବରେ ରାଜ୍ୟ ସଭା ସାଂସଦ ମାନସ ମଙ୍ଗରାଜ, ଖୋର୍ଦ୍ଧା ଜିଲାପାଳ କେ ସୁଦର୍ଶନ ଚକ୍ରଵର୍ତ୍ତି, ଖୋର୍ଦ୍ଧା ଏସ.ପି ସିଦ୍ଧାର୍ଥ କଟ୍ଟରିଆ, ବାଲୁଗାଁ ଏସ ଡି ପି ଓ ମାନସ ରଂଜନ ବାରିକ ପ୍ରମୁଖ ଉପସ୍ଥିତ ଥିଲେ । ଏହି ନୂତନ ଥାନା ପ୍ରତିଷ୍ଠା ହେବା ଦ୍ୱାରା ଜାତୀୟ ରାଜପଥରେ ଆଇନ ଶୃଙ୍ଖଳା କଡାକଡି କରାଯାଇ ପାରିବ ।

ଏହା ଚିଲିକା ଓ ବାଣପୁର ବ୍ଲକର ୧୦ଟି ପଞ୍ଚାୟତର ଲୋକଙ୍କୁ ଆଉ ୨୫କିଲୋମିଟର ଦୂର ଥାନାକୁ ଯିବାକୁ ପଡିବ ନାହିଁ । ଘର ନିକଟରେ ସୁରକ୍ଷା ମିଳିବ । ମୋ ସରକାର କାର୍ଯ୍ୟକାରୀ ହେବା ପର ଠାରୁ ଥାନାରେ ବ୍ୟାପକ ପରିବର୍ତ୍ତନ ହେବା ସହ ଜନସାଧାରଣଙ୍କ ବିଶ୍ୱାସ ଭାଜନ ହୋଇପାରିଛି ପୋଲିସ । ନାଚୁଣୀରେ ନୂତନ ଥାନା ପ୍ରତିଷ୍ଠା ହୋଇ ପାରିଥିବାରୁ ଏହା ସ୍ଥାନୀୟ ଲୋକଙ୍କ ପାଇଁ ବେଶ୍ ସହାୟକ ହୋଇ ପାରିବ ବୋଲି କହିଛନ୍ତି ସାସଂଦ ମାନସ ମଙ୍ଗରାଜ । ଏଥିପାଇଁ ସେ ମୁଖ୍ୟମନ୍ତ୍ରୀଙ୍କ ନିକଟରେ କୃତଜ୍ଞତା ଜଣାଇଛନ୍ତି

ମିଶନ ଶକ୍ତି ସଦସ୍ୟାଙ୍କ ଆଖିରେ ଲୁହ, ନିର୍ମାଣଧୀନ ଉନ୍ନୟନ କାର୍ଯ୍ୟକୁ ଭାଙ୍ଗିଦେଲେ ବିଧାୟକ ଓ ତାଙ୍କ ସମର୍ଥକ

ଦେବଗଡ଼: ମିଶନ ଶକ୍ତି ସଦସ୍ୟାଙ୍କ ଆଖିରେ ଲୁହ ଦେଲେ ବିଜେପି ବିଧାୟକ । ଦେବଗଡ଼ ବିଜେପି ବିଧାୟକ ସୁବାସ ପାଣିଗ୍ରାହୀଙ୍କ ଗୁଣ୍ଡାଗିରି । ଏସଏଚଜିଙ୍କ ଦ୍ବାରା ନିର୍ମାଣାଧୀନ ଉନ୍ନୟନ କାର୍ଯ୍ୟକୁ ଭାଙ୍ଗିଦେଲେ ବିଧାୟକ ଓ ତାଙ୍କ ସମର୍ଥକ । ପୌରପରିଷଦ ଅଞ୍ଚଳରେ ମୁକ୍ତା ଯୋଜନାରେ ମିଶନ ଶକ୍ତି ମହିଳା ପାଚେରୀ ନିର୍ମାଣ କରିଥିଲେ । ଏଥିପାଇଁ ୧୪ଲକ୍ଷ ୬୫ହଜାର ୩୦୦ଟଙ୍କାର କାର୍ଯ୍ୟାଦେଶ ପାଇଥିଲେ । ବିଜେପି କର୍ମୀଙ୍କୁ କାମ ମିଳିନଥିବାରୁ ଉତ୍ତେଜିତ ହୋଇପଡ଼ିଥିଲେ ବିଜେପି ବିଧାୟକ ସୁବାସ ପାଣିଗ୍ରାହୀ । ଏଥିପାଇଁ ରାଗରେ ପାଚେରୀ ଭାଙ୍ଗି ଦେଇଛନ୍ତି ବିଧାୟକ ଓ ତାଙ୍କ ସମର୍ଥକ ।

ଯାହାର ଭିଜୁଆଲ ଏବେ ଭାଇରାଲ ହେଉଛି । ବିଧାୟକଙ୍କ ଏପରି ଆଚରଣ ଦେଖି କାନ୍ଦିପକାଇଥିଲେ ଏସଏଚଜି ସଦସ୍ୟା l ଏନେଇ ବିଧାୟକଙ୍କ ବିରୋଧରେ ଥାନାରେ ଏତଲା ଦେଇଛନ୍ତି ହରିଓମ ଏସଏଚଜି ସଭାନେତ୍ରୀ ଗୀତାଞ୍ଜଳି ପୃଷ୍ଟି ଓ ପୌର ନିର୍ବାହୀ ଅଧିକାରୀ ତପନ କୁମାର ମହାପାତ୍ର । ଅନ୍ୟପଟେ ଘଟଣାସ୍ଥଳରେ ଭଙ୍ଗା ପାଚେରୀର ଫଟୋ ଉଠାଇବାରୁ ଗଣମାଧ୍ୟମ ପ୍ରତିନିଧିଙ୍କୁ ବିରୋଧ କରିଥିଲେ ବିଧାୟକ । ଜଣେ ବିଧାୟକ ହୋଇ ମହିଳାଙ୍କ ଆତ୍ମନିର୍ଭର କାର୍ଯ୍ୟକୁ ବିରୋଧ କରିବା ଶୋଭନୀୟ ନୁହେଁ । ବିଧାୟକଙ୍କ ଏଭଳି ଆଚରଣକୁ ନିନ୍ଦା କରିଛନ୍ତି ଜିଲ୍ଲାବାସୀ । ବିଜେପି ସାଂସଦ ନୀତେଶ ଗଂଗଦେବଙ୍କ ସ୍ତ୍ରୀ ଅରୁନ୍ଧତୀ ଦେବୀ ମଧ୍ୟ ସୁବାସଙ୍କ ଦାଦାଗିରିକୁ ନିନ୍ଦା କରିଛନ୍ତି ।