ରାଜ୍ୟବାସୀଙ୍କ କଲ୍ୟାଣ ପାଇଁ ମୋ ସରକାର ସଂକଳ୍ପବଦ୍ଧ: ମୁଖ୍ୟମନ୍ତ୍ରୀ

1 min read

ଭୁବନେଶ୍ୱର: ଜନସାଧରଣ ହେଉଛନ୍ତି ଗଣତନ୍ତ୍ରର ଆତ୍ମା  । ସେମାନଙ୍କର ମଙ୍ଗଳ ହେଉଛି ରାଜନୀତିର ମୂଳ ଲକ୍ଷ୍ୟ  । ମୋ ସରକାର ଓଡ଼ିଶାବାସୀଙ୍କ ସେବା ଓ ମଙ୍ଗଳ ପାଇଁ ସଂକଳ୍ପବଦ୍ଧ  । ସେମାନଙ୍କର ଆଶା ଆକାକ୍ଷାଂ ପୂରଣ ପାଇଁ ଆମେ ନିଷ୍ଠାର ସହ କାମ କରୁଛୁ  ।  ବିଧାନସଭାରେ ସାଧାରଣ ପ୍ରଶାସନ ବିଭାଗର ଖର୍ଚ୍ଚ ଦାବି ଆଲୋଚନାରେ ଏମିତି ଜବାବ ରଖିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ  । ଗୃହରେ ଉତ୍ତର ରଖି ମୁଖ୍ୟମନ୍ତ୍ରୀ କହିଲେ, ଲୋକ ମାନଙ୍କୁ ଠିକଣା ସମୟରେ ଓ ସରଳା ଭାବେ ସରକାରୀ ସେବା ଯୋଗାଇଦେବାକୁ ଆମେ 5T  ଏବଂ ମୋ ସରକାର କାର୍ଯ୍ୟକାରୀ କରିଛୁ  ।

ଲୋକମାନଙ୍କ ସନ୍ତୋଷଜନକ ଆଶା ପୂରଣ ହିଁ ଏକ ଶାସନ ବ୍ୟବସ୍ଥାର ମାପ ଦଣ୍ଡ  । ତାକୁ ଦୃଷ୍ଟିରେ ରଖି ଆମେ ମୋ ସରକାରରେ ସାଧରଣ ଲୋକଙ୍କୁ ଫୋନ କରି ସରକାରୀ ସେବା ସମ୍ପର୍କରେ ମତାମତ ନେଉଛୁ  । ଲୋକମାନଙ୍କୁ ହାତ ପାଆନ୍ତାରେ ସୁବିଧାରେ ସରକାରୀ ସେବା ଯଗାଇ ଦେଉଛୁ  । ଏଯାଏଁ ୫୬୬ ସରକାରୀ ସେବା ଅନଲାଇନରେ ଉପଲବ୍ଧ ହେଉଛି  । ନବୀନ କହିଲେ ରାଜ୍ୟରେ ଅଧିକରୁ ଅଧିକ ଯୁବକ ଯୁବତୀଙ୍କୁ କର୍ମନିଯୁକ୍ତି ଯୋଗାଇବାକୁ ଚଲିତ ଆର୍ଥିକ ବର୍ଷରେ ସରକାର ଅଗ୍ରାଧିକାର ଲଦେଇଛନ୍ତି  । ୮ ହଜାରରୁ ଅଧିକ ଯୋଗ୍ୟ ପିଲାଙ୍କୁ ନିୟୁକ୍ତି ପାଇଁ ବିଭିନ୍ନ ନିଯୁକ୍ତି ସଂସ୍ଥା ସୁପାରିଶ କରିଛନ୍ତି  ।

ସରକାର ଓଡ଼ିଆ ଭାଷା ଓ ଓଡ଼ିଆ ମାଧ୍ୟମ ଛାତ୍ରଛାତ୍ରୀଙ୍କୁ ଅଧିକ ଉତ୍ସାହିତ କରିବା ପାଇଁ ବହୁ ପଦତକ୍ଷେପ ନେଇଛନ୍ତି  । ସରକାରୀ ଚାକିରୀ ପାଇଁ ଲିକ୍ଷିତ ପରୀକ୍ଷା ସହ ମୌକ୍ଷିକ ପରୀକ୍ଷାରେ ଇଂରାଜୀ ସହ ଓଡିଆକୁ ମଧ୍ୟ ଆମେ ଗୁରୁତ୍ୱ ଦେଉଛୁ  । ରାଜ୍ୟରେ ଦୁର୍ନିତୀ ହଟାଇବାକୁ ଭିଜିଲାନ୍ସ ସବୁବେଳେ ତତ୍ପର ରହିବା ସହ ଅଭିଜାନକୁ ଜୋରଦାର କରୁଛି  । ୨୦୨୨ ମସିହାରେ ଦୁର୍ନିତୀରେ ଜଡିତ ଥିବା ସରକାରୀ ଅଧିକାରୀ ଓ କର୍ମଚାରୀଙ୍କ ବିରୋଧରେ ୨୮୭ଟି ଅପରାଧିକ ମାମଲା ରୁଜୁ କରିଛୁ  ।  ୫୫୭ ଜଣ ବ୍ୟକ୍ତିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ କରାଯାଇଛି  । ରାଜ୍ୟର ସାମଗ୍ରିକ ବିକାଶ ସହ ଏକ ସ୍ୱଚ୍ଛ ଓ ଜନପ୍ରିୟ ଶାସନ ଦେବାକୁ ମୋ ସରକାର ସବୁ ପ୍ରକାର ଉଦ୍ୟମ ଜାରି ରଖିଛି ବୋଲି ମୁଖ୍ୟମନ୍ତ୍ରୀ ଗୃହକୁ ଅବଗତ କରାଇଛନ୍ତି  ।