spot_img
Home Blog Page 3203

ଆଜିଠୁ ସ୍କୁଲରେ ଖରାଛୁଟି, ହିଟ୍‌ଓ୍ୱେଭ୍‌ ପାଇଁ ବଦଳିଲା ନିଷ୍ପତ୍ତି

ଭୁବନେଶ୍ୱର:  ପ୍ରବଳ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ଆଜିଠୁ ସ୍କୁଲରେ ଖରାଛୁଟି । ଆଗୁଆ ଖରାଛୁଟି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ପୂର୍ବରୁ ମେ’ ୫ରୁ ଜୁନ୍ ୧୭ ଯାଏଁ ଖରା ଛୁଟି ଘୋଷଣା କରାଯାଇଥିଲା। ହେଲେ ହିଟଓ୍ୱେଭ୍‌ ପାଇଁ ନିର୍ଦ୍ଧାରିତ ତାରିଖର ୧୫ ଦିନ ପୂର୍ବରୁ ଖରାଛୁଟି କରାଯାଇଛି । ଗତ ଏପ୍ରିଲ ୧୧ରୁ ସକାଳୁଆ ସ୍କୁଲ ହୋଇଥିଲା । ହେଲେ ସେହି ଦିନର ଅସମ୍ଭାଳ ତାତି ଯୋଗୁଁ ଏପ୍ରିଲ ୧୬ଯାଏ ସ୍କୁଲ ଛୁଟି ଘୋଷଣା କରିଥିଲେ ମୁଖ୍ୟମନ୍ତ୍ରୀ। ଏହାପରେ ଦୁଇ ଦିନ ସ୍କୁଲ ଚାଲିବା ପରେ ୧୯ ଓ ୨୦ ତାରଖରେ ସ୍କୁଲ ବନ୍ଦ ରଖାଗଲା । ହେଲେ ତାତିରୁ ନିସ୍ତାର ନମିଳିବାରୁ ଆଜିଠୁ ଖରା ଛୁଟି ଘୋଷଣା କରାଯାଇଛି ।

ଅଧିକ ଦିନ ଛୁଟି ଯେପରି ପାଠପଢାକୁ ପ୍ରଭାବିତ ନ କରେ, ସେଥିପାଇଁ ଅବକାଶକାଳୀନ ଶିକ୍ଷା ବା ସମର କୋର୍ସ ପାଇଁ  ସ୍ୱତନ୍ତ୍ର ସିଲାବସର ବ୍ୟବସ୍ଥା କରିଛି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ। ଏଥିରେ ପ୍ରତି ୧୦ଜଣ ପିଲାଙ୍କୁ ନେଇ ହୋଇଥିବା ଗ୍ରୁପର ମନିଟରିଂ କରିବେ ଜଣେ ଶିକ୍ଷକ। ପ୍ରତି ସପ୍ତାହରେ ସମର କୋର୍ସରେ ପିଲାର ଅଗ୍ରଗତି ନେଇ ଫୋନ୍ ଯୋଗେ ଅଭିଭାବକମାନଙ୍କ ଠାରୁ ଫିଡବ୍ୟାକ୍ ନେବେ। ଅନ୍ୟପଟେ ଆଜି ରାଜ୍ୟସ୍ତରୀୟ ପ୍ୟାରେଣ୍ଟସ୍ ଟିଚର୍ସ ମିଟିଂ । ଖରା ଯୋଗୁଁ ଏହି ମିଟିଂରେ ପିଲାମାନେ ଯୋଗ ଦେବେନି । ସକାଳ ୭ରୁ ୧୦ଟା ଭିତରେ ହେବାକୁ ଥିବା ଏହି ବୈଠକରେ ଅଭିଭାବକଙ୍କୁ ସାଇବର ସିକ୍ୟୁରିଟି ସମେତ ୧୩ଟି ପ୍ରସଙ୍ଗ ନେଇ ସଚେତନ କରାଯିବ।

ଆଜିଠୁ ତାତିରେ ଲାଗିବ ବ୍ରେକ୍, ବର୍ଷା ଦେବ ଆଶ୍ୱସ୍ତି

0

ଭୁବନେଶ୍ୱର:  ଆଜିଠୁ ତାତିରେ ଲାଗିବ ବ୍ରେକ୍ । ଖସିବ ପାରା । ରାଜ୍ୟରେ ବଢିବ କାଳବୈଶାଖୀ ପ୍ରଭାବ । ଆଗାମୀ ୨୪ ଘଣ୍ଟା ମଧ୍ୟରେ ଗ୍ରୀଷ୍ମଲହରୀ ପାଇଁ ଜାରି ହୋଇଥିବା ଚେତାବନୀ ହଟେଇ ଦିଆଯାଇଥିବା ସୂଚନା ମିଲିଛି । ୩ ଦିନ ମଧ୍ୟରେ ଅଧିକାଂଶ ସ୍ଥାନରେ ଦିନ ତାପମାତ୍ରା ୨ରୁ ୪ ଡିଗ୍ରୀ ଯାଏଁ ତଳକୁ ଖସିବା ସମ୍ଭାବନା ରହିଛି । ଗତକାଲି ୪୦ ଡିଗ୍ରୀ ଉପରେ ରାଜ୍ୟର ଅଧିକାଂଶ ସହରର ତାପମାତ୍ରା ରହିଥିଲା ।

ଅନ୍ୟପଟେ ଖୁବଶୀଘ୍ର ବଙ୍ଗୋପସାଗରରେ ଏକ ଗୁରୁଚାପ ବଳୟ ସୃଷ୍ଟି ହେବ ।  ପାଗରେ ପରିବର୍ତ୍ତନ ହୋଇ କାଳବୈଶାଖୀ ବର୍ଷା ହେବ । ଦକ୍ଷିଣ ଓଡ଼ିଶାର କିଛି ସ୍ଥାନରେ ଘଡଘଡି ଓ ବିଜୁଳି ସହ ବର୍ଷା ହେବ । ୨୪ରୁ ବଢିବ ବର୍ଷାର ବିସ୍ତୃତି । ପ୍ରଭାବରେ ଅନେକ ସ୍ଥାନରେ ୨ ରୁ ୪ ଡ଼ିଗ୍ରୀ ଯାଏଁ ତାପମାତ୍ରା କମିବ । ୨୬ ତାରିଖ ଯାଏଁ ତାପମାତ୍ରା ସାମାନ୍ୟ କମ ରହି ୨୭ରୁ ପୁଣି ବଢିବାନେଇ ଆକଳନ କରିଛନ୍ତି ପାଣିପାଗ ବିଶେଷଜ୍ଞ ।

ସହିଦ ୫ ଯବାନଙ୍କ ଭିତରେ ସତ୍ୟବାଦୀର ପୁଅ ଦେବାଶିଷ ବିଶ୍ୱାଳ

ନନ୍ଦିଘୋଷ ବ୍ୟୁରୋ: ଜାମ୍ମୁ ଓ କାଶ୍ମୀର ପୁଞ୍ଚରେ ଗ୍ରେନେଡ ହମଲା । ଆକ୍ରମଣରେ ୫ ଯବାନ ସହିଦ ହୋଇଥିବା ବେଳେ, ଜଣେ ଯବାନ ଆହତ ହୋଇଛନ୍ତି । ସେନା ଗାଡ଼ି ଉପରେ ଆତଙ୍କବାଦୀ ଆକ୍ରମଣ କରିଥିବା ନେଇ ସ୍ପଷ୍ଟ ହୋଇଛି । ଆତଙ୍କବାଦୀମାନେ ହମଲା କରିବା ପରେ ସେନା ଟ୍ରକରେ ନିଆଁ ଲାଗି ଯାଇଥିଲା। ଏହି ହମଲାରେ ୫ ଜଣ ଯବାନ ସହିଦ ହୋଇଛନ୍ତି । ସହିଦ ଯବାନଙ୍କ ମଧ୍ୟରେ ଜଣେ ଓଡ଼ିଆ ଅଛନ୍ତି । ସହିଦ ଯବାନ ହେଲେ ପୁରୀ ଜିଲ୍ଲା ସତ୍ୟବାଦୀ ଅଞ୍ଚଳର ଦେବାଶିଷ ବିଶ୍ବାଳ ।

ମିଳିଥିବା ସୂଚନା ଅନୁଯାୟୀ ଯବାନ ଜାମୁ କାଶ୍ମୀରରେ ସେନାରେ କାର୍ଯ୍ୟରତ ଥିଲେ । ଗତବର୍ଷ ସେ ବିବାହ କରିଥିଲେ । ପୁରୀ ସତ୍ୟବାଦୀ ଆଳୁଗୁମ ଖଣ୍ଡାୟତ ସାହିରେ ଦେବାଶିଷ ବିଶ୍ବାଳଙ୍କ ଘର । ଆତଙ୍କବାଦୀମାନେ ବର୍ଷା ଓ କମ୍ ଦୃଶ୍ୟମାନର ସୁଯୋଗ ନେଇ ହମଲା କରିଥିଲେ। ପାକିସ୍ତାନରେ ସକ୍ରିୟ ଜୈଶ-ଇ-ମହମ୍ମଦ ଦ୍ୱାରା ପରିଚାଳିତ ପିପୁଲ୍ସ ଆଣ୍ଟି ଫାସିଷ୍ଟ ଫ୍ରଣ୍ଟ ବା ପିଏଏଫଏଫ ହମଲା ପାଇଁ ନିଜକୁ ଦାୟୀ କରିଛି ।

ସ୍ଥାନୀୟ ଅଞ୍ଚଳରେ ଆତଙ୍କୀ ନିରୋଧ ଅପରେସନରେ ସାମିଲ ହୋଇଥିବା ରାଷ୍ଟ୍ରୀୟ ରାଇଫଲ୍ସର ଯବାନଙ୍କୁ ଟାର୍ଗେଟ କରି ଏପରି ଆକ୍ରମଣ କରାଯାଇଛି । ସେନା ପକ୍ଷରୁ କୁହାଯାଇଛି ଯେ, ଭିମ୍ବେର ଗଳି ଅଞ୍ଚଳ ଅତିକ୍ରମ କରୁଥିବା ବେଳେ ଯବାନଙ୍କ ଟ୍ରକ୍କୁ ଟାର୍ଗେଟ କରି ଆତଙ୍କବାଦୀମାନେ ପ୍ରଥମେ ଗୁଳିମାଡ଼ କରିଥିଲେ । ଆହତ ହୋଇଥିବା ଯବାନଙ୍କୁ ରାଜୌରୀ ଆର୍ମି ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଏବେ ବି ସ୍ଥାନୀୟ ଅଞ୍ଚଳରେ ସର୍ଚ୍ଚ ଅପରେସନ ଜାରି ରହିଛି । ଘଟଣାସ୍ଥଳରେ ଜମ୍ମୁ ଏଡିଜିପିଙ୍କ ସହ ବରିଷ୍ଠ ଅଧିକାରୀ ଉପସ୍ଥିତ ଅଛନ୍ତି ।

ରାଜଧାନୀରେ ଫୁଟିଲା ବୋମା, ଉର୍ମି ହୋଟେଲକୁ ଦୁର୍ବୃତ୍ତଙ୍କ ଆଟାକ୍

ଭୁବନେଶ୍ୱର: ରାଜଧାନୀରେ ଫୁଟିଲା ବୋମା । ରସୁଲଗଡ଼ରେ ଉର୍ମି ହୋଟେଲ ଉପରକୁ ବୋମା ଫିଙ୍ଗିଛନ୍ତି ଦୁର୍ବୃତ୍ତ । ବାଇକରେ ଆସି ୨ଟି ବୋମା ଫିଙ୍ଗିଥିବା ଜଣାପଡିଛି । ଘଟଣାସ୍ଥଳରେ ମଞ୍ଚେଶ୍ବର ଥାନା ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

ତେବେ କେଉଁ କାରଣରୁ ଏହି ବୋମା ମାଡ଼ କରାଯାଇଛି ତାହା ସ୍ପଷ୍ଟ ହୋଇପାରି ନାହିଁ । ବୋମା ମାଡ଼ରେ ହୋଟେଲର କିଛି କାଚ ଭାଙ୍ଗିଥିବା ସୂଚନା ମିଳିଛି ।

ଝାରସୁଗୁଡ଼ା ପାଇଁ ବିଜେଡି ପ୍ରକାଶ କଲା ଷ୍ଟାର କ୍ୟାମ୍ପନର ତାଲିକା

ଭୁବନେଶ୍ୱର: ଝାରସୁଗୁଡ଼ା ପାଇଁ ଷ୍ଟାର କ୍ୟାମ୍ପନରଙ୍କ ତାଲିକା ପ୍ରକାଶ କଲା ବିଜୁ ଜନତା ଦଳ  । ଦଳର ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଲିକାର ସର୍ବାଗ୍ରେ ରହିଥିବାବେଳେ ଦ୍ୱିତୀୟରେ ଅଛନ୍ତି ଦଳର ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ  । ଦେବୀ ପ୍ରସାଦ  ମିଶ୍ର, ପ୍ରଶନ୍ନ ଆଚାର୍ଯ୍ୟ, ଶାରଦା ପ୍ରସାଦ ନାୟକ, ନିରଞ୍ଜନ ପୂଜାରୀ, ଅଶୋକ ଚନ୍ଦ୍ର ପଣ୍ଡା ଏବଂ ପଦ୍ମନାଭ ବେହେରା ତାଲିକାରେ ରହିଛନ୍ତି  ।

ସେହିପରି ସୁଶାନ୍ତ ସିଂ, ପ୍ରଦାପ କେଶରୀ ଦେବ  ଅତୁନ ସବ୍ୟସାଚୀ ନାୟକ, ଅରୁଣ ସାହୁ, ପ୍ରଦାପ ଜେନା, ସ୍ନେହାଙ୍ଗୀନି ଛୁରିଆ, ଟୁକୁନି ସାହୁ, ପ୍ରଶାନ୍ତଚ ମୁଦୁଲି, ପୁଷ୍ପେନ୍ଦ ସିଂଦେଓ, ଦିବ୍ୟ ଶଙ୍କର ମିଶ୍ର, ରିତା ସାହୁ, ଅଳକା ମହାନ୍ତି, ଚନ୍ଦ୍ରଶେଖର ସାହୁ, ବ୍ରଜ କିଶୋର ପ୍ରଧାନ, ପ୍ରଣବ ବଳବନ୍ତରାୟକିଶୋପ ନାୟକ, ଦେବୀ ରଞ୍ଜନ ତ୍ରିପାଠୀ , ସୌଭିକ ବିଶ୍ୱାଳ, ସ୍ୱରୂପ କୁମାର ଦାସ, ରୁଦ୍ର ପ୍ରତାପ ମହାରଥି , ଯୋଗେଶ ସିଂ , ରୋମାଞ୍ଚ ରଞ୍ଜନ ବିଶ୍ୱାଳ ରହିଛନ୍ତି  ।

ଅଭିନେତାଙ୍କ ମଧ୍ୟରୁ ଦୁଇ ଜଣଙ୍କୁ ଚୟନ କରିଛି ଦଳ  । ଯଥା ଅରିନ୍ଦମ ରୟ ଏବଂ ସତ୍ୟବ୍ରତ ତ୍ରିପାଠୀ ବା କୁନା ତ୍ରିପାଠୀଙ୍କୁ ଷ୍ଟାର କ୍ୟାମ୍ପନର ଭାବେ ଚୟନ କରିଛି ଦଳ  ।

ଉପନିର୍ବାଚନ ପୂର୍ବରୁ ବିଜେଡିରେ ମିଶିଲେ ଶତାଧିକ ବିଜେପି ଓ କଂଗ୍ରେସ କର୍ମୀ

ଝାରସୁଗୁଡ଼ା: ଉପନିର୍ବାଚନ ପୂର୍ବରୁ ଝାରସୁଗୁଡ଼ାରେ ଆହୁରି ଶକ୍ତିଶାଳୀ ହେଉଛି ବିଜେଡି । ବିରୋଧୀ ଦଳକୁ ମୁହଁମୋଡ଼ି ବିଜେଡିରେ ସାମିଲ ହେଉଛନ୍ତି ବିଭିନ୍ନ ଦଳର ନେତା ଓ କର୍ମୀ । ଝାରସୁଗୁଡା ନିର୍ବାଚନମଣ୍ଡଳୀର କୁମୁଡାପାଲିଠାରେ ଅନୁଷ୍ଠିତ ହୋଇଛି ବିଜେଡିର ମିଶ୍ରଣ ପର୍ବ । ବିଜେଡି ପ୍ରାର୍ଥୀ ଦୀପାଳି ଦାସଙ୍କ ନେତୃତ୍ବରେ ବିଜେଡିରେ ଯୋଗଦେଇଛନ୍ତି ଶତାଧିକ ବିଜେପି ଓ କଂଗ୍ରେସ କର୍ମୀ ।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବିକାଶମୁଖୀ କାର୍ଯ୍ୟ ଓ ସ୍ବର୍ଗତ ନବଦାସଙ୍କ ଲୋକପ୍ରିୟତା ପାଇଁ ସମସ୍ତେ ବିଜେଡିରେ ସାମିଲ ହୋଇଛନ୍ତି । କୁମୁଡାପାଲିସ୍ଥିତ ମାଆ ଦୁର୍ଗାଙ୍କ ମନ୍ଦିରରେ ଦର୍ଶନ କରିବାପରେ ଗ୍ରାମବାସୀଙ୍କ ସହ ଆଲୋଚନା କରିଥିଲେ ଦୀପାଳି l ପ୍ରାର୍ଥିପତ୍ର ଯାଞ୍ଚ ପରେ ଘରକୁ ଘର ବୁଲି ଜନତାଙ୍କ ଆଶୀର୍ବାଦ ମାଗିବେ ବୋଲି ଦୀପାଳି କହିଛନ୍ତି ।

ଓଡ଼ିଶା ଆସିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

ନନ୍ଦିଘୋଷ ବ୍ୟୁରୋ: ଓଡ଼ିଶା ଆସିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ମେ’ ୯ରେ ବାରିପଦା ଆସିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ  । MSCB ୟୁନିଭର୍ସିଟି ସମାବର୍ତ୍ତନ ଉତ୍ସବରେ ଯୋଗଦେବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ  । ରାଷ୍ଟ୍ରପତି MSCBU-ମହାରାଜା ଶ୍ରୀରାମ ଚନ୍ଦ୍ର ଭଞ୍ଜଦେଓ ୟୁନିଭର୍ସିଟିରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଅଭିଭାଷଣ ପ୍ରଦାନ କରିବେ  ।

୮ଟା ବାଜିଲେ ଝାଳ ବୋହୁଛି, ୧୦ଟାରେ ପଦାକୁ ଯାଇ ହେଉନି

ଭୁବନେଶ୍ୱର: ସକାଳ ୮ଟା ରୁ ଦେହରୁ ବହୁଛି ଝାଳ  । ଘଣ୍ଟା ୧୦ ଡେଇଁଲେ ବାହାରକୁ ବାହାରିବା ମୁସ୍କିଲ ହୋଇ ପଡୁଛି  । ଦେହ ପୋଡିଯାଉଛି  । ଚପଲ ବି ତରଳିଯିବା ଉପରେ  । କାରଣ ଆକାଶରୁ ଗଳୁଛି ଅଗ୍ନି  । ରାଜ୍ୟରେ ଜାରି ରହିଛି ଅଗ୍ନିବର୍ଷା । ଦିନ ୨ଟା ୩୦ ସୁଦ୍ଧା ଝାରସୁଗୁଡ଼ାରେ ସର୍ବୋଚ୍ଚ ୪୨.୮ ଡିଗ୍ରୀ ପାରଦ ରେକର୍ଡ ହୋଇଛି । ସେହିପରି ରାଜଧାନୀ ଭୁବନେଶ୍ବରରେ ୪୨.୬, ଚାନ୍ଦବାଲିରେ ୪୧.୨, ସମ୍ବଲପୁରରେ ୪୧.୨, କେନ୍ଦୁଝରରେ ୪୦.୬, ହୀରାକୁଦରେ ୪୦.୪ ସେଲସିୟସ ରହିଛି  ।

ସେହିପରି ବାଲେଶ୍ବରରେ ୩୯, ପୁରୀରେ ୩୩, ଗୋପାଳପୁରରେ ୩୩ ଓ ପାରାଦୀପରେ ୩୨ ଡିଗ୍ରୀ ପାରଦ ରେକର୍ଡ ହୋଇଛି । ଆସନ୍ତା ୩୬ଘଂଟା ପରେ କମିବ ତାତି । ଓଡ଼ିଶା ଉପକୂଳ ନିକଟରେ ସୃଷ୍ଟିହେବ ଗୁରୁଚାପ ବଳୟ। ଫଳରେ ରାଜ୍ୟକୁ ଜଳୀୟବାସ୍ପ ଆସିବ । ପ୍ରଭାବରେ ରାଜ୍ୟରେ ୨୨ତାରିଖରୁ ବର୍ଷା ହେବ ।

ଶ୍ରମ ଦିବସ କମାଉଛି କେନ୍ଦ୍ର, ମନରେଗାରେ ମିଳୁନି କର୍ମନିଯୁକ୍ତି

ଭୁବନେଶ୍ୱର: ସରକାରୀ ଦଳ ମୁଖ୍ୟ ସଚେତକଙ୍କ ଅଭିଯୋଗ  ।  ମନରେଗା ଯୋଜନାକୁ ଅବହେଳା କରିଆସୁଛନ୍ତି କେନ୍ଦ୍ର ସରକାର । ଏହାକୁ ନେଇ କେନ୍ଦ୍ର ଉପରେ ବର୍ଷିଛନ୍ତି ସରକାରୀ ଦଳ ମୁଖ୍ୟ ସଚେତକ ପ୍ରଶାନ୍ତ ମୁଦୁଲି  । ସାଧାରଣ ଗରିବ ଲୋକ ଏହି ଯୋଜନାରେ କର୍ମନିଯୁକ୍ତ ହୋଇ ଦୁଇ ପଇସା ରୋଜଗାର କରିଥାନ୍ତି  । କିନ୍ତୁ ଏହି ଯୋଜନାକୁ ନେଇ ମଧ୍ୟ କେନ୍ଦ୍ର ଅବହେଳା କରୁଛି  । ଯଦ୍ୱାରା ଶ୍ରମିକ ମଧ୍ୟ ଶ୍ରମ ପାଇପାରୁନାହିଁ   ।

ପ୍ରତ୍ୟେକ ଯୋଜନା ଭଳି ମନରେଗା  ଯୋଜନାରେ ମଧ୍ୟ  ଅର୍ଥ କାଟ କରିଛନ୍ତି କେନ୍ଦ୍ର ସରକାର  ।  ଯେତିକି ଶ୍ରମ ଦିବସ ଅଛି ତାହାକୁ କେନ୍ଦ୍ର କମାଉଛି  ।  ଏହା ବିରୋଧରେ ଓଡ଼ିଶା ପ୍ରତିବାଦ କରିଛି ଆଗକୁ ମଧ୍ୟ କରିବ ବୋଲି କହିଛନ୍ତି ସରକାରୀ ଦଳ ମୁଖ୍ୟ ସଚେତକ  ।

ଦକ୍ଷ ହେଉଛି ଓଡ଼ିଶା, ଉଦ୍ୟୋଗୀ ହେବେ ଓଡ଼ିଶାବାସୀ

ଉଦଘାଟିତ ହୋଇଯାଇଛି ସ୍କିଲ କନକ୍ଲେଭ୨୦୨୩ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦଘାଟନ କରିଥିବାବେଳେ ଘରୋଇ ଉଦ୍ୟୋଗୀଙ୍କୁ ପ୍ରୋତ୍ସାହିତ କରୁଛନ୍ତି ମୁଖ୍ୟମନ୍ତ୍ରୀ  ।

             ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ  । ବିଭାଗୀୟ ମନ୍ତ୍ରୀ ଓ ରାଜ୍ୟ ସରକାରଙ୍କ ବରିଷ୍ଠ ଅଧିକାରୀ ଗଣ ମଞ୍ଚରେ ଉପସ୍ଥିତ ରହିଛନ୍ତି  । 

    ସ୍କିଲ ଓଡ଼ିଶାର ବିଭନ୍ନ ପ୍ରୋଜେକ୍ଟକୁ ବୁଲି ଦେଖିୁଛନ୍ତି ମୁଖ୍ୟମନ୍ତ୍ରୀ  । ସାଥିରେ ଅଛନ୍ତି ବିଭାଗୀୟ ଅଧିକାରୀ  ।  

 ପ୍ରୋଜେକ୍ଟ ବିଷୟରେ ପଚାରି ବୁଝୁଛନ୍ତି ମୁଖ୍ୟମନ୍ତ୍ରୀ  । ଉପସ୍ଥିତ ଅଛନ୍ତି ଦକ୍ଷତା ବିକାଶ ପ୍ରାଧିକରଣର ଅଧ୍ୟକ୍ଷ ସୁବ୍ରତ ବାଗଚୀ

  ଓଡ଼ିଶା ଦକ୍ଷତା ସମ୍ମିଳନୀରେ ଉଡିଲା ଡ୍ରୋନ୍  । ସ୍କିଲ ହେଉଛି ଓଡ଼ିଶା  । ନିର୍ମାଣ ହେଉଛି ଅତ୍ୟାଧୁନିତ ଯନ୍ତ୍ରପାତି  ।