ହତ୍ୟାର ୧୮ ଦିନ ପରେ ମୁଖ୍ୟ ଅଭିଯୁକ୍ତ ସହ ୬ ଜଣଙ୍କୁ ଉଠାଇ ନେଲା ପୋଲିସ

1 min read

ବଲାଙ୍ଗୀର: ବଲାଙ୍ଗୀରର ବହୁ ବହୁଚର୍ଚ୍ଚିତ ରଜତ ପ୍ରଧାନ ହତ୍ୟା ଘଟଣାରୁ ଉଠିବ ପରଦା ।  ଘଟଣାର ୧୮ ଦିନ ପରେ ମୁଖ୍ୟ ଅଭିଯୁକ୍ତ ସୂର୍ଯ୍ୟକାନ୍ତ ସେଲମା ସହ ୬ ଜଣଙ୍କୁ ଉଠାଇ ନେଲା ସଦର ଥାନା ପୋଲିସ । ଅଭିଯୁକ୍ତ ଦେଖାଇବ ହତ୍ୟାର ଡେମୋ । କ୍ରାଇମସ୍ପଟ ସିଲେଟପଡାରେ ବଲାଙ୍ଗୀର ପୋଲିସ ।

ସେପଟେ ସାଇଣ୍ଟିଫିକ୍ ଓ ଟେକ୍ନିକାଲ ଟିମ ଆରମ୍ଭ କରିଛନ୍ତି ତଦନ୍ତ । ଏକ ପରିତ୍ୟକ୍ତ କୂଅରେ ହତ୍ୟାକାରୀ ରଜତଙ୍କ ମୋବାଇଲ ଓ ମାରଣାସ୍ତ୍ର ଫିଙ୍ଗିଛନ୍ତି । କୂଅରୁ ଶୁଖା ଯାଇ ମାରଣାସ୍ତ୍ର ଓ ମୋବାଇଲ କରାଯିବ ଉଦ୍ଧାର । ସେପଟେ ଘଟଣାସ୍ଥଳରେ କ୍ରାଇମସିନ୍ ରିକ୍ରିଏସନ କରିବ ପୋଲିସ । ରଜତଙ୍କୁ ଯୋଜନାବଦ୍ଧ ଭାବେ ହତ୍ୟା କରାଯାଇଥିବା ପରିବାର ଲୋକ ଅଭିଯୋଗ କରିଥିଲେ ।

ବଲାଙ୍ଗୀର ସଦର ଥାନା ଅଇଁଲାଚୁଆ ଗାଁର ରଜତ ୨୪ ତାରିଖ ସନ୍ଧ୍ୟାରେ ଘରୁ ବାହାରିଥିଲେ । ପରେ ତାଙ୍କ ଫୋନ ଆଉ ଲାଗିନଥିଲା । ୨୫ ତାରିଖ ସକାଳୁ ରଜତଙ୍କ ରକ୍ତାକ୍ତ ମୃତଦେହ ଗାଁରୁ କିଛି ଦୂର ଖୁଜେନପାଲି ରେଳ ଧାରଣା ନିକଟରୁ ଉଦ୍ଧାର ହୋଇଥିଲା । ରଜତଙ୍କ ରକ୍ତ ଭିଜା ସାର୍ଟ ଦାବକନୀ ଗାଁ ନିକଟରୁ ଏକ ଗଛ କୋରଡରୁ ମିଳିଥିଲା ।

ରଜତ ଗାଁର ଜଣେ ଯୁବତୀକୁ ଭଲ ପାଉଥିଲେ I ଯୁବତୀଙ୍କ ଭାଇ ମୃତ୍ୟୁର କିଛି ଦିନ ପୂର୍ବରୁ ହତ୍ୟା ଧମକ ଦେଇଥିଲେ । ତେଣୁ ସେ ହତ୍ୟା କରିଥାଇ ପାରନ୍ତି ବୋଲି ପରିବାର ଲୋକ ସନ୍ଦେହ ପ୍ରକାଶ କରିଥିଲେ ।