ମିଶନଶକ୍ତି ମାଆ ଓ ଛାତ୍ରଛାତ୍ରୀଙ୍କ ସହ 5T ସଚିବଙ୍କ ଆଲୋଚନା

1 min read

ଢେଙ୍କାନାଳ: ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ବ୍ଲକ ଖଜୁରିଆକଟାରେ 5T ସଚିବ ଭି.କେ. ପାଣ୍ଡିଆନ । ସ୍ଥାନୀୟ ଲୋକ, ମିଶନ ଶକ୍ତି ମାଆ ଓ କଲେଜ ଛାତ୍ରଛାତ୍ରୀଙ୍କୁ ଭେଟି କଲେ ଆଲୋଚନା । ଏହାସହ ଲୋକଙ୍କ ସମସ୍ୟା ଶୁଣିଥିଲେ 5T ସଚିବ ।

ବିଶେଷ କରି ଚାଷୀଙ୍କ ସମସ୍ୟା ଓ ସେମାନଙ୍କ ଦାବିକୁ ଗୁରୁତ୍ବ ଦିଆଯାଇଛି । ଏହି ଅବସରରେ ଚାଷୀଙ୍କୁ ପାଇଁ ରାଜ୍ୟ ସରକାର ନେଉଥିବା ପଦକ୍ଷେପ ସମ୍ପର୍କରେ ବୁଝାଇ ଥିଲେ 5T ସଚିବ । ଲୋକମାନେ ମନ୍ଦିର, ମସଜିଦ, ଚର୍ଚ୍ଚ ଓ କମ୍ୟୁନିଟି ସେଣ୍ଟର ସମ୍ପର୍କରେ ଦେଇଥିବା ଦାବିପତ୍ର ଆସନ୍ତା ୧୯ ତାରିଖ ଭିତରେ ସମାଧାନ କରାଯିବ ବୋଲି 5T ସଚିବ ପ୍ରତିଶ୍ରୁତି ଦେଇଛନ୍ତି ।

ମୁଖ୍ୟମନ୍ତ୍ରୀ ଦେଉଥିବା ଅନୁଦାନର ସଠିକ ବିନିଯୋଗ କରିବାକୁ ପରାମର୍ଶ ଦେଇଛନ୍ତି 5T ସଚିବ । ଆଗକୁ ସେ କହିଥିଲେ ସବୁ ଅଭିଯୋଗକୁ ସମାଧାନ କରିବାକୁ ପ୍ରଶାସନକୁ ନିର୍ଦ୍ଦେଶ ଦିଆଯାଇଛି । ଲୋକଙ୍କ ସମସ୍ୟାର ସମାଧାନ ହୋଇଛି କି ନାହିଁ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ଫୋନ କରି ବୁଝିବ ।

ସେହିପରି ବିଏସକେଓ୍ବାଇ ଓ ମିଶନଶକ୍ତି ମାଆଙ୍କୁ ରାଜ୍ୟ ସରକାର ଦେଉଥିବା ସମ୍ପର୍କରେ 5T ସଚିବ ବୁଝାଇ କହିଥିଲେ । ଜିଲ୍ଲାର ସମସ୍ତ ସ୍କୁଲ, କଲେଜକୁ 5Tରେ ରୂପାନ୍ତରିତ କରାଯିବ ବୋଲି ସେ ପ୍ରତିଶ୍ରୁତି ଦେଇଛନ୍ତି । ସେପଟେ କାମାକ୍ଷାନଗର ଷ୍ଟାଡିୟମଠାରେ ସାଧାରଣ ଲୋକ ଓ ସ୍ବୟଂ ସହାୟିକ ଗୋଷ୍ଠୀର ସଦସ୍ୟାଙ୍କୁ ଭେଟିଥିଲେ 5T ସଚିବ । ଜିଲ୍ଲାର ପିଇବା ପାଣି ପାଇଁ ସରକାର ଦୀର୍ଘମିଆଦି ଯୋଜନା କରୁଛନ୍ତି ବୋଲି ସେ କହିଛନ୍ତି । ପିଇବା ପାଣି ନେଇ ରହିଥିବା ଛୋଟ ଛୋଟ ସମସ୍ୟା ୪୮ ଘଣ୍ଟାରେ ସମାଧାନ ହେବା ନେଇ ଦେଲେ ପ୍ରତିଶ୍ରୁତି ।