ଲକ୍ଷ୍ନୌ: ଉତ୍ତରପ୍ରଦେଶ ଝାନସୀର ସିପ୍ରି ବଜାରରେ ଭୟଙ୍କର ଅଗ୍ନିକାଣ୍ଡ । ଏକ ଇଲେକ୍ଟ୍ରି ଶୋ’ ରୁମରେ ନିଆଁ ଲାଗି ୪ ଜଣ ଜୀବନ୍ତ ଦଗ୍ଧ । ମୃତକଙ୍କ ମଧ୍ୟରେ ଜଣେ ମହିଳା ଥିବା ଜଣାପଡ଼ିଛି । ୪ ଜଣ ଜୀଅନ୍ତା ଜଳି ଯାଇଯାଇଥିବା ବେଳେ ୩ ଜଣ ଶୋ’ରୁମ୍ ଭିତରେ ଜଳି ଯାଇଛନ୍ତି । ସେମାନଙ୍କ ମୃତଦେହ ଉଦ୍ଧାର କରାଯାଇଛି । ନିଆଁ ଲିଭାଇବାକୁ ୮୦ଟି ଦମକଳ ଗାଡ଼ି ନିୟୋଜିତ ହୋଇଥିଲା । ପ୍ରାୟ ୧୦ ଘଣ୍ଟାର ରେସ୍କ୍ୟୁ ଅପରେସନ ପରେ ନିଆଁକୁ ଲିଭା ଯାଇଥିଲା । ମାତ୍ର ବିଲ୍ଡିଂରେ ଥିବା ସବୁ ଜିନିଷ ପୋଡ଼ି ପାଉଁଶ ହୋଇଯାଇଛି । ଅଗ୍ନିକାଣ୍ଡର କାରଣ ଜଣାପଡ଼ିନଥିବା ବେଳେ ତୁରନ୍ତ ଏହାର କାରଣ ଖୋଜିବାକୁ ଝାନସୀ ଜିଲ୍ଲାପାଳ ଏକ କମିଟି ଗଠନ କରିଛନ୍ତି ।
ଆମେରିକାରେ ପୁଣି ଗୁଳିମାଡ଼, ଗୁଳିକାଣ୍ଡରେ ୪ ଜଣଙ୍କ ମୃତ୍ୟୁ
ଓ୍ୱାଶିଂଟନ: ଆମେରିକାରେ ପୁଣି ଗୁଳିମାଡ଼ । ସ୍ବାଧିନତା ଦିବସ ଗୋଟିଏ ଦିନ ପୂର୍ବରୁ ଘଟିଲା ଅଘଟଣ । ଆମେରିକାର ଫିଲାଡେଲଫିଆ ସହରରରେ ଘଟିଛି ଗୁଳିକାଣ୍ଡ । ଗୁଳିକାଣ୍ଡରେ ୪ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ୪ ଜଣ ଗୁରୁତର ଆହତ ହୋଇଛନ୍ତି । ୪ ଜଣଙ୍କ ମଧ୍ୟରୁ ଦୁଇ ଜଣ ଶିଶୁ ଥିବା ଜଣାପଡ଼ିଛି । ସମସ୍ତ ଗୁରୁତରଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଘଟଣା ଦିନ ଫିଲାଡେଲଫିଆର ଜନଗହଳିପୂର୍ଣ୍ଣ ରାସ୍ତାରେ ହଠାତ୍ ଜଣେ ଯୁବକ ଆଖି ବୁଜା ଗୁଳିମାଡ କରିବା ଆରମ୍ଭ କରିଥିଲା। ଆକ୍ରମଣକାରୀ ନିଜେ ବୁଲେଟ୍ ପ୍ରୁଫ ଜ୍ୟାକେଟ ପିନ୍ଧିଥିବା ବେଳେ ତା ହାତରେ ହ୍ୟାଣ୍ଡଗନ୍, ରାଇଫଲ୍ ଥିଲା । ଘଟଣାସ୍ଥଳରେ ପୋଲିସ ପହଞ୍ଚି ସନ୍ଦିଗ୍ଧ ଆକ୍ରମଣକାରୀକୁ ଅଟକ ରଖିଛି । ଗୁଳିମାଡର କାରଣ ଏପର୍ଯ୍ୟନ୍ତ ଅସ୍ପଷ୍ଟ ରହିଛି ।
ଚତୁର୍ଥୀ ପୂର୍ବରୁ ସୁନାଗହଣା ଓ ଟଙ୍କା ନେଇ ସ୍ତ୍ରୀ ଫେରାର, ସ୍ତ୍ରୀକୁ ଖୋଜୁଛି ନବବିବାହିତ ସ୍ବାମୀ
ଭୁବନେଶ୍ୱର: ଚତୁର୍ଥୀ ପୂର୍ବରୁ ସ୍ତ୍ରୀ ଫେରାର । ଭୁଲ୍ ତାର ଭୋଗୁଛି ମୁଁ । ସ୍ତ୍ରୀକୁ ଖୋଜୁଛି ନବବିବାହିତ ସ୍ବାମୀ । ସ୍ତ୍ରୀ ଘରୁ ଗଲା ବେଳେ ୩୦ ହଜାର ଟଙ୍କା ଓ ସୁନା ଗହଣା ନେଇଯାଇଥିବା ଅଭିଯୋଗ କରିଛନ୍ତି ସ୍ବାମୀ । ଏଭିଳି ଏକ ଘଟଣା ଘଟିଛି ଭୁବନେଶ୍ବର ଖଣ୍ଡଗିରି ଅଂଚଳରେ । ଥାନାରେ ଅଭିଯୋଗ କରିଛନ୍ତି ଖଣ୍ଡଗିରି ଅଂଚଳର ସମୀର ମୁଦୁଲି । ତାଙ୍କ ଅଭିଯୋଗ ଅନୁସାରେ, ଫେରାର ଥିବା ପତ୍ନୀଙ୍କ ସହ କଲେଜ ଦେଖାରେ ପ୍ରେମ ହୋଇଥିଲା । 6 ବର୍ଷର ପ୍ରେମ ସମ୍ପର୍କ ଥିଲା । ପରେ ପ୍ରେମିକାଙ୍କୁ ଉଠାଇନେଇ ଵିଵାହ କରିଥିଲେ ।
ଯୁବତୀଙ୍କ ଘର ଲୋକ ଅଭିଯୋଗ ପରେ ଥାନାରେ ମାମଲା ହୋଇଥିଲା । ପରବର୍ତ୍ତୀ ସମୟରେ ଯୁବତୀଙ୍କୁ ଉଦ୍ଧାର କରି ସ୍ବାଧର ଗୃହକୁ ପଠାଯାଇଥିଲା । କିଛି ଦିନ ପରେ ପରିବାର ଲୋକ ସହମତି ହେବା ପରେ ଗତ ୨୯ ତାରିଖରେ ଅନୁଷ୍ଠାନ ଆମଫୋଇରେ ହୋଇଥିଲା ଵିବାହ । ବିବାହ ସରିବା ପରେ ରିସ୍ପେସନ ପାର୍ଟି ପାଇଁ ସବୁ ପ୍ରସ୍ତୁତି ସରିଥିଲା । ୨ ତାରିଖରେ ଥିଲା ଚତୁର୍ଥୀ । ହେଲେ ୧ ତାରିଖରେ ପୁରୁଷ ବନ୍ଧୁଙ୍କ ସହିତ ଫେରାର ହୋଇଥିବା ନେଇ ଅଭିଯୋଗ କରିଛନ୍ତି ଖଣ୍ଡଗିରି ଅଂଚଳର ସମୀର ମୁଦୁଲି । ଅଭିଯୋଗ ପରେ ପୋଲିସ ତଦନ୍ତ ଆରମ୍ଭ କରିଛି ।
ପ୍ରଶାସନିକ ସ୍ତରରେ ଅଦଳବଦଳ, ଯାମିନୀ ଷଡଙ୍ଗୀଙ୍କୁ OAVSର ପ୍ରକଳ୍ପ ନିର୍ଦ୍ଦେଶକ ଦାୟିତ୍ୱ
ଭୁବନେଶ୍ୱର: ଅଫିସର ସ୍ତରରେ ଛୋଟଧରଣର ଅଦଳବଦଳ । IAS ଯାମିନୀ ଷଡଙ୍ଗୀଙ୍କୁ ଓଡିଶା ଆଦର୍ଶ ବିଦ୍ୟାଳୟ ସଂଗଠନ (ଓଏଭିଏସ୍)ର ରାଜ୍ୟ ପ୍ରକଳ୍ପ ନିର୍ଦ୍ଦେଶକ ଦାୟିତ୍ୱ । ଏହି ଦାୟିତ୍ୱରେ ଥିବା ସଂଗ୍ରାମ କେଶରୀ ମହାପାତ୍ରଙ୍କୁ ଗଣଶିକ୍ଷା ବିଭାଗର ଅତିରିକ୍ତ ସଚିବ ଦାୟିତ୍ୱ ଦିଆଯାଇଛି । ସେହିପରି ସମ୍ବଲପୁର ମହାନଗର ନିଗମ କମିଶନର ଭାବେ ଆଇଏଏସ୍ ବେଦଭୂଷଣଙ୍କୁ ନିଯୁକ୍ତି ମିଳିଛି । ଶ୍ରୀ ବେଦଭୂଷଣ ଧର୍ମଗଡ଼ର ଉପଜିଲ୍ଲାପାଳ ଥିଲେ । ବରିଷ୍ଠ ଓଏଏସ୍ ଅଧିକାରୀ ନୃସିଂହ ଚନ୍ଦ୍ର ସ୍ୱାଇଁଙ୍କୁ ବୌଦ୍ଧ ଜିଲ୍ଲାପାଳ ଭାବେ ଦାୟିତ୍ୱ । ଶ୍ରୀ ସ୍ୱାଇଁ ଅର୍ଥ ବିଭାଗର ସ୍ୱତନ୍ତ୍ର ସଚିବ ଥିଲେ ।
କଳାହାଣ୍ଡି ଜିଲ୍ଲା ବିଜେଡିର ନୂତନ କର୍ମକର୍ତ୍ତା ନିଯୁକ୍ତ, ପୁଷ୍ପେନ୍ଦ୍ର ସିଂଦେଓ ହେଲେ ଜିଲ୍ଲା ବିଜେଡି ସଭାପତି
କଳାହାଣ୍ଡି: କଳାହାଣ୍ଡି ଜିଲ୍ଲା ବିଜେଡିର ନୂତନ କର୍ମକର୍ତ୍ତା ନିଯୁକ୍ତ ହୋଇଛନ୍ତି । ପୁଷ୍ପେନ୍ଦ୍ର ସିଂଦେଓ ଜିଲ୍ଲା ବିଜେଡି ସଭାପତି ହୋଇଥିବାବେଳେ କାର୍ଯ୍ୟକାରୀ ସଭାପତି ହୋଇଛନ୍ତି ଦିବ୍ୟ ଶଙ୍କର ମିଶ୍ର । ୭ ଜଣଙ୍କୁ ଉପସଭାପତି, ୮ ସାଧାରଣ ସମ୍ପାଦକ ଓ ୧୨ ସମ୍ପାଦକ ନିଯୁକ୍ତ ହୋଇଛନ୍ତି । ଭବାନୀପାଟଣା ବିଧାନସଭାକ୍ଷେତ୍ର ପାଇଁ ସୁରେନ୍ଦ୍ର ପ୍ରଧାନଙ୍କୁ ଦାୟିତ୍ବ ମିଳିଥିବାବେଳେ ଦିନେଶ ବଗର୍ତ୍ତୀଙ୍କୁ ଜୁନାଗଡ ବିଧାନସଭା କ୍ଷେତ୍ର, ମାନସ ବାଗଙ୍କୁ ଧର୍ମଗଡ ବିଧାନସଭା କ୍ଷେତ୍ର, ଚିତ୍ତରଂଜନ ମଣ୍ଡଳଙ୍କୁ ନର୍ଲା, ଶୈଳନ୍ଦ୍ର ରାଜଙ୍କୁ ଲାଞ୍ଜିଗଡ ଦାୟିତ୍ବ ଦିଆଯାଇଛି । ଏନେଇ ବିଜେଡି ସାଧାରଣ ସମ୍ପାଦକ ମାନସ ମଙ୍ଗରାଜ ସୂଚନା ଦେଇଛନ୍ତି ।


ଦୃଷ୍ଟିବାଧିତ ଓ ଶ୍ରୁତିବାଧିତ ଧନ୍ଦାମୂଳକ ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଲୋକାର୍ପିତ
ଭୁବନେଶ୍ବର: ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭୁବନେଶ୍ୱର ୟୁନିଟ -୩ ସ୍ଥିତ ଭୀମ ଭୋଇ ଦୃଷ୍ଟିହୀନ ସରକାରୀ ଉଚ୍ଚ ବିଦ୍ୟାଳୟ ଓ ବିପିନ ବିହାରୀ ଚୌଧୁରୀ ଶ୍ରୁତିବାଧିତ ସରକାରୀ ଉଚ୍ଚ ବିଦ୍ୟାଳୟକୁ ଧନ୍ଦାମୂଳକ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ରୂପେ ଲୋକାର୍ପିତ କରିଛନ୍ତି । ଏହାଦ୍ଵାରା ରାଜ୍ୟର ବିଭିନ୍ନ ପ୍ରାନ୍ତରରୁ ଦୃଷ୍ଟିବାଧିତ ଓ ଶ୍ରୁତିବାଧିତ ପିଲାମାନେ ଆସି ଛାତ୍ରାବାସରେ ରହି ଯୁକ୍ତ-୨ ପଢ଼ିବାର ସୁଯୋଗ ପାଇ ପାରିବେ । ପୂର୍ବରୁ ଏହିପିଲାମାନେ ସାଧାରଣ ବର୍ଗର ପିଲାଙ୍କ ପାଇଁ ଉଦ୍ଦିଷ୍ଟ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଶିକ୍ଷା ଲାଭ କରୁଥିଲେ ଓ ସେଠାରେ ସେମାନଙ୍କ ପାଇଁ ବିଶେଷ ସୁବିଧା ଉପଲବ୍ଧ ନଥିଲା ।
ଏହି ଛାତ୍ରଛାତ୍ରୀଙ୍କୁ ଅଧିକ ଉତ୍ସାହିତ କରିବା ପାଇଁ ଧନ୍ଦାମୂଳକ ଶିକ୍ଷାରେ ଆଇଟି ଓ ଆଇଟି ସମ୍ବଳିତ ସେବା ବଷୟରେ ଶିକ୍ଷାଦାନର ସୁବିଧା କରାଯାଇଛି । ଭୀମ ଭୋଇ ଦୃଷ୍ଟିବାଧିତ ସରକାରୀ ଧନ୍ଦାମୂଳକ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ କଳା ବିଷୟ ସହିତ ଆଇଟି ଖୋଲାଯାଇଥିବା ବେଳେ ବିପିନ ବିହାରୀ ଚୌଧୁରୀ ଶ୍ରୁତିବାଧିତ ଉଚ୍ଚ ମାଧ୍ୟମିକ ବିଦ୍ୟାଳରେ ବିଜ୍ଞାନ ବିଷୟ ସହିତ ଆଇଟି ଶିକ୍ଷାର ସୁଯୋଗ ସୃଷ୍ଟି କରାଯାଇଛି । ଏହି ଅବସରରେ ଦୃଷ୍ଟିବାଧିତ ପିଲାଙ୍କ ନିମନ୍ତେ ଉଦ୍ଦିଷ୍ଟ ଅଡ଼ିଓ ଷ୍ଟୁଡିଓ ଓ ଶ୍ରୁତିବାଧିତ ପିଲାଙ୍କ ନିମନ୍ତେ ଭରଚୁଆଲ ଷ୍ଟୁଡିଓ କୁ ମୁଖ୍ୟମନ୍ତ୍ରୀ ଲୋକାର୍ପଣ କରିଥିଲେ ।
ଏଥିସହିତ ଦୁଇ ବିଦ୍ୟାଳୟର ସମସ୍ତ ପିଲାଙ୍କୁ ନୂଆ ସ୍କୁଲ ବ୍ୟାଗ , ଦୃଷ୍ଟିହୀନ ପିଲାଙ୍କ ପାଇଁ ବ୍ରେଲିସ୍ଲେଟ , ବିଭିନ୍ନ ପ୍ରକାର ଖେଳ ସାମଗ୍ରୀ ମୁଖ୍ୟମନ୍ତ୍ରୀ ବଣ୍ଟନ କରିଥିଲେ । ଉଭୟ ଛାତ୍ରାବାସର ଅନ୍ତେବାସୀଙ୍କ ବ୍ୟବହାର ନିମିତ୍ତ ନୂଆ ବିଛଣା , ଖାଇବା ବାସନ ଆଦି ବିଭିନ୍ନ ନିତ୍ୟ ବ୍ୟବହାର୍ଯ୍ୟ ଜିନିଷ ପ୍ରଦାନ କରଯାଇଛି ଓ ଏଥି ସହିତ ଥଣ୍ଡା ପାନୀୟ ଜଳ ସୁବିଧା ପାଇଁ ଫ୍ରିଜ ଓ ଶିକ୍ଷଣ କାର୍ଯ୍ୟକ୍ରମ ଓ ମନୋରଞ୍ଜନ ପାଇଁ ଉଭୟ ଛାତ୍ରାବାସକୁ ଟିଭି ପ୍ରଦାନ କରାଯାଇଛି । ଏହି ଦୁଇ ବିଦ୍ୟାଳୟର ଶିକ୍ଷକ -ଛାତ୍ର ଅନୁପାତ ପ୍ରତି ଦଶ ଜଣ ଛାତ୍ର ପାଇଁ ଜଣେ ଶିକ୍ଷକ ଥିବାବେଳେ ଭୀମ ଭୋଇ ଦୃଷ୍ଟିବାଧିତ ବିଦ୍ୟାଳୟରୁ ଚଳିତ ବର୍ଷ 10 ଜଣ ଓ ବିପିନ ବିହାରୀ ଚୌଧୁରୀ ଶ୍ରୁତି ବାଧିତ ବିଦ୍ୟାଳୟରୁ 14 ଜଣ ଛାତ୍ର ଛାତ୍ରୀ ମ୍ୟାଟ୍ରିକ ପରୀକ୍ଷାରେ ଉତ୍ତୀନ୍ନ ହୋଇଛନ୍ତି ।
ଏଠାରେ ପିଲାମାନଙ୍କର ନିଃଶୁଳ୍କ ନାମ ଲେଖାର ବ୍ୟବସ୍ଥା କରାଯାଇଛି । 5T ରୂପାନ୍ତରଣ କାର୍ଯ୍ୟକ୍ରମରେ ଦୁଇ ବିଦ୍ୟାଳୟରେ ଉପଯୋଗୀ ସ୍ମାର୍ଟ ଶ୍ରେଣୀ ଗୃହ , ଇ -ପାଠାଗାର , ବିଜ୍ଞାନାଗାର , ବିଭିନ୍ନ ଖେଳ ସୁବିଧା ଆଦି କରାଯାଇଛି । ଆଜି ଦୁଇ ବିଦ୍ୟାଳୟରେ ସରକାର ଉଚ୍ଚ ମାଧ୍ୟମିକ ଖୋଲିବାର ଆଦେଶନାମା ଛାତ୍ର, ଶିକ୍ଷକ ଓ ଅଭିଭାବକ ମହଲରେ ଆନନ୍ଦର ଲହରୀ ସ୍ରୁଷ୍ଟି କରିଛି l ପ୍ରାରମ୍ଭରେ ଭୀମ ଭୋଇ ଦୃଷ୍ଟିହୀନ ବିଦ୍ୟାଳୟର ପିଲାମାନେ ବାଦ୍ୟ ଓ ସଂଗୀତ ପରିବେଷଣ କରି ମୁଖ୍ୟମନ୍ତ୍ରୀଙ୍କୁ ସ୍ୱାଗତ କରିଥିଲେ । ଏହି ଅବସରରେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସୁଦାମ ମାରାଣ୍ଡି ଉପସ୍ଥିତ ରହି ଉଭୟ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କୁ ଉତ୍ସାହିତ କରିଥିଲେ ।
ଅନ୍ୟମାନଙ୍କ ମଧ୍ୟରେ 5T ସଚିବ ଭି କେ ପାଣ୍ଡିଆନ୍ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ଶାସନ ସଚିବ ଅଶ୍ୱଥି ଏସ , ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶକ ରଘୁରାମ ଆର ଆୟାର , ଓସେପାର ରାଜ୍ୟ ପ୍ରକଳ୍ପ ନିର୍ଦ୍ଦେଶକ ଅନୁପମ ସାହା , ଜିଲ୍ଲାପାଳ ଖୋର୍ଦ୍ଧା କେ ସୁଦର୍ଶନ ଚକ୍ରବର୍ତ୍ତୀ, ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶକ ସୁଶାନ୍ତ କୁମାର ଦାଶ, ପ୍ରାଥମିକ ଶିକ୍ଷା ନିର୍ଦ୍ଦେଶକ ଜ୍ୟୋତି ରଞ୍ଜନ ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ । ପରେ ମୁଖ୍ୟମନ୍ତ୍ରୀ ରାଜ୍ଯ ପଣ୍ୟାଗାର ନିଗମର କର୍ପୋରେଟ ବିଲଡ଼ିଂ ର ଶିଳାନ୍ୟାସ କରିଥିଲେ । ଏହି କାର୍ଯ୍ୟକ୍ରମରେ ସମବାୟ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ, ବିଧାୟକ ଅନନ୍ତ ଜେନା, ରାଜ୍ଯ ପଣ୍ୟାଗାର ନିଗମ ର ଅଧ୍ୟକ୍ଷ ପ୍ରମୂଖ ଉପସ୍ଥିତ ଥିଲେ ।

