ଆରଆଇଙ୍କ ମୁଣ୍ଡ ଫଟାଇଲେ ମାଫିଆ, ମାରିଲେ ନିର୍ଘାତ ମାଡ଼

ମୟୂରଭଞ୍ଜ: ଆରଆଇଙ୍କ ମୁଣ୍ଡ ଫଟାଇଲେ ମାଫିଆ । ତଦନ୍ତ ପାଇଁ ଯାଇଥିବା ବେଳେ ନିର୍ଘାତ ମାଡ଼ ମାରିଲେ ମାଫିଆ । ଆରଆଇଙ୍କ ମୁଣ୍ଡ ଫଟାଇ ଦେଇଛନ୍ତି । ଏଭଳି ଘଟଣା ଘଟିଛି ମୟୂରଭଞ୍ଜ ଖୁଣ୍ଟା ଥାନା ସୁବର୍ଣ୍ଣମଞ୍ଜରୀ ଅଞ୍ଚଳରେ ।

ସୁବର୍ଣ୍ଣମଞ୍ଜରୀ ଅଞ୍ଚଳରେ ଚାଲିଥିବା ବେଆଇନ ପଥର ଖାଦାନ ଉପରେ ଜୁଲାଇ ୧୭ ତାରିଖରେ ୧୪୪ ଧାରା ଜାରି ହୋଇଥିଲା । ହେଲେ ୧୪୪ ଧାରା ଅଂଚଳରେ ବେଆଇନ ଭାବେ ପୁଣି ପଥର ଖାଦାନ ଚାଲିଥିବାରୁ ବଡପଥରା ଆରଆଇ ଦୟାନିଧି ରାଉତ ଘଟଣାସ୍ଥଳକୁ ଯାଇଥିଲେ । ହେଲେ ସେଠାରେ ଆରଆଇଙ୍କୁ ମାଫିଆମାନେ ମାଡ଼ ମାରିବା ସହିତ ତାଙ୍କ ମୁଣ୍ଡ ଫଟାଇ ଦେଇଛନ୍ତି । ଆରଆଇ ଡୁକୁରା ଡାକ୍ତରଖାନାରେ ଚିକିତ୍ସିତ ହୋଇଥିବା ବେଳେ ଏବେ ଖୁଣ୍ଟା ଥାନାରେ ଅଭିଯୋଗ ଦାଖଲ କରିଛନ୍ତି ।