ପ୍ରସବ ପାଇଁ ଆସିଥିବା ୮୦ ଗର୍ଭବତୀ HIV ପଜିଟିଭ ଚିହ୍ନଟ

1 min read

ମିରଟ: ଉତ୍ତରପ୍ରଦେଶ ମିରଟରେ ଏକ ଆଶ୍ଚର୍ଯ୍ୟ କଲା ଭଳି ଘଟଣା ସାମ୍ନାକୁ ଆସିଛି । ସେଠାରେ ଏକ ମେଡିକାଲକୁ ଆସିଥିବା ପ୍ରାୟ ୮୦ ଗର୍ଭବତୀ HIV ପଜିଟିଭ ଥିବା ଜଣାପଡ଼ିଛି । ଏବେ ସବୁ ମହିଳାଙ୍କର ଚିକିତ୍ସା ଚାଲିଥିବା ଜଣାପଡ଼ିଛି ।

ଉତ୍ତରପ୍ରଦେଶ ମିରଟରେ ଥିବା ଲାଲା ଲଜପତ ରାୟ ମେଡିକାଲ କଲେଜରେ ଗତ ୧୬ ମାସରେ ପ୍ରସବ ପାଇଁ ଆସିଥିବା ୬୦ରୁ ୮୦ ମହିଳା HIVରେ ଆକ୍ରାନ୍ତ ଥିବା ଜଣାପଡ଼ିଛି । ଏହି ସ୍ଥିତି ଉପରେ ଜିଲ୍ଲା  ସ୍ବାସ୍ଥ୍ୟ ବିଭାଗ ଲଗାତାର ନଜର ରଖିଛି ।

ମେଡିକାଲର ଅଧିକାରୀ କହିଛନ୍ତି ଯେ, ସବୁ ଗର୍ଭବତୀଙ୍କ ଚିକିତ୍ସା ଚାଲିଥିଲା । ତାଙ୍କ ମେଡିସିନ ଦିଆ ଯାଉଥିଲା । ପ୍ରାୟ ୩୫ ମହିଳାଙ୍କ ପ୍ରସବ ମଧ୍ୟ ସଠିକ୍ ହୋଇଛି । ବିଗତ ୧୬ ମାସରେ ମେଡିକାଲକୁ ଆସିଥିବା ପ୍ରାୟ ୮୧ ଜଣ ମହିଳା HIVରେ ଆକ୍ରାନ୍ତ ଥିଲେ । ୩୫ ଜଣ ମହିଳା ପୂର୍ବରୁ ହିଁ ଏଥିରେ ଆକ୍ରାନ୍ତ ଥିଲେ । ୨୦୨୨-୨୩ ମସିହାରେ ପ୍ରସବ ସମୟରେ ଚେକଅପ କରିବାରୁ ୩୩ ନୂଆ କେସ୍ ଜଣାପଡ଼ିଥିଲା । ଚଳିତ ବର୍ଷ ଜୁଲାଇ ସୁଦ୍ଧା ୧୩ ଜଣ ମହିଳା HIVରେ ଆକ୍ରାନ୍ତ ଥିବା ଜଣାପଡ଼ିଛି ।