ଖୋଲିଲା ହୀରାକୁଦର ଆଉ ୫ଟି ଗେଟ୍, ରାଜ୍ୟରେ ବନ୍ୟା ସ୍ଥିତି ନାହିଁ ବୋଲି କହିଲେ ଜଳସମ୍ପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ

ଭୁବନେଶ୍ବର: ରାଜ୍ୟରେ ଆଉ ନାହିଁ ବନ୍ୟା ସ୍ଥିତି । ହୀରାକୁଦକୁ ଜଳ ପ୍ରବାହ କମିଛି । ୫ଲକ୍ଷ କ୍ୟୁସେକ୍ ଥିଲା, ତାହା କମିଛି । ହୀରାକୁଦ ଜଳଭଣ୍ଡାରର ଆଉ ୫ ଗେଟ୍ ଖୋଲିଛି । ଜଳସ୍ତର ଏବେ ୬୨୦.୫୮ ଫୁଟ ରହିଛି । ୧୭ ଗେଟ ଖୋଲା ଅଛି ।

ବାମପଟୁ ୧୧, ଦକ୍ଷିଣ ପଟୁ ୬ଟି ଗେଟ୍ ଦେଇ ବନ୍ୟାଜଳ ନିସ୍କାସିତ ହେଉଛି । ତଳମୁଣ୍ଡରେ ବହୁତ ମାତ୍ରାରେ ପାଣି କମି ଯାଇଛି । ମୁଣ୍ଡୁଳିରେ ବି ପାଣି କମି ଯାଇଛି । ଖଇରମାଳ ଠାରେ ବି ପାଣି କମି ୩.୨୦ ଲକ୍ଷ କ୍ୟୁସେକରେ ପାଣି ପ୍ରବାହିତ ହେଉଛି । ବିଶେଷକରି କଣାସ ବ୍ଲକର ଦୟା ଓ ରାଜୁଆ ନଦୀ, ମାଛଗାଁ ଦେବୀ ନଦୀ, କେନ୍ଦ୍ରାପଡ଼ାର ଲୁଣା ଓ କେରାଣ୍ଡିଆ ଅଞ୍ଚଳକୁ ବିଶେଷ ଧ୍ୟାନ ଦିଆଯାଉଛି । ପାଣି ଖସିଲେ ଦିନେ ଦୁଇ ଦିନ ଭିତରେ ମରାମତି କାମ ସରିବ ବୋଲି ଜଳସମ୍ପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ ଭକ୍ତ ରଞ୍ଜନ ମହାନ୍ତି କହିଛନ୍ତି ।