ବିକାଶ କାମରେ ସହଯୋଗ କରୁଥିବାରୁ କେନ୍ଦ୍ରକୁ ଧନ୍ୟବାଦ ଦେଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ବିକାଶ କାମରେ ସହଯୋଗ କରୁଥିବାରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କେନ୍ଦ୍ରକୁ ଧନ୍ୟବାଦ ଜଣାଇଛନ୍ତି । ନବୀନ ଓଡ଼ିଶା ରୂପାନ୍ତରିତ ଓଡ଼ିଶା । ନବୀନ ସରକାର ସଂଘୀୟ ବ୍ୟବସ୍ଥାରେ ବିଶ୍ୱାସ କରିଆସିଛି । କେନ୍ଦ୍ର ସରକାରଙ୍କ ସହଯୋଗରେ ବିକାଶର ଧାରା ଆଗକୁ ଆଗକୁ ମାଡିଚାଲିଛି । ସବୁ ପାରାମିଟରରେ ଓଡିଶା ଅନେକ ଆଗକୁ ଯାଇଛି ।

ନୂଆ ଓଡିଶା ଗଠନ ଦିଗରେ ଆଗେଇ ଚାଲିଛି ରାଜ୍ୟ । ବିକାଶରେ ଯୋଗାଯୋଗ ଯଥେଷ୍ଟ ଗୁରୁତ୍ୱ ବହନ କରେ । ଗୁରୁପ୍ରିୟା ସେତୁ, ପଶ୍ଚିମ ଓଡିଶା ସହ ଦକ୍ଷିଣ ଓଡିଶାକୁ ସଂଯୋଗ କରିବାକୁ ବିଜୁ ଏକ୍ସପ୍ରେସ ୱେର ଯୋଗାଯୋଗ ବିରାଟ ପରିବର୍ତ୍ତନ ଆଣିଛି । ପୂର୍ତ୍ତ ବିଭାଗରେ ରାଜ୍ୟ ସରକାରଙ୍କ ବଜେଟ 98 ପ୍ରତିଶତ ବଢିଛି । ୨୦୦୦ ମସିହାରେ ୨୮୦ କୋଟି ବଜେଟ ଥିବା ବେଳେ ଏଥର ଏହା ୫୦ ହଜାର କୋଟିରେ ପହଞ୍ଚିଛି । ଏହି ବର୍ଷ ସରକାର ୬୫୦୦ କିଲୋମିଟର ରାସ୍ତାର ମରାମତି ଓ ୩୦୦ ନୂଆ ପୋଲ କରିବାକୁ ଲକ୍ଷ୍ୟ ରଖିଛନ୍ତି । କିଛି ବର୍ଷ ଭିତରେ ଜୟପୁର ଓ ଉତକେଲାରେ ଦୁଇଟି ବିମାନବନ୍ଦର କାମ ଶେଷ ହୋଇଛି  । ମାଲକାନଗିରିରେ ଗ୍ରୀନ ଫିଲଡ ବିମାନବନ୍ଦର କାମ ଚାଲିଛି ।କାର୍ଯ୍ୟକ୍ରମରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଓ ରାଜ୍ୟ ଖଣିମନ୍ତ୍ରୀଙ୍କ ସହ ମୁଖ୍ୟ ଶାସନ ସଚିବ ଉପସ୍ଥିତ ଥିଲେ ।