ପୁଣି ଦେଖାଗଲାଣି କରୋନାର ନୂଆ ଭାରିଆଣ୍ଟ, ସତର୍କ କଲା ବିଶ୍ବ ସ୍ବାସ୍ଥ୍ୟ ସଂଗଠନ

1 min read

ଲଣ୍ଡନ: ବ୍ରିଟେନକୁ ପୁଣି ଲେଉଟିଲା କୋଭିଡ ବିପଦ । EG.5.1 ନାମକ ଏକ ନୂଆ ଭାରିଆଣ୍ଟ ବର୍ତ୍ତମାନ ଦେଶରେ ବ୍ୟାପ୍ତ ହେବାରେ ଲାଗିଛି । ଓମିକ୍ରନ ଭାରିଆଣ୍ଟରୁ EG.5.1 ଉତ୍ପତ୍ତି ହୋଇଥିବା ସୂଚନା ମିଳିଛି ।

EG.5.1କୁ ଏରିସ କୁହାଯାଉଥିବାବେଳେ ଗତମାସରେ ଏହି ଭାରିଆଣ୍ଟକୁ ବିଭିନ୍ନ ସ୍ଥାନରେ ସନ୍ଧାନ କରାଯାଇଥିଲା । ସାରା ଦେଶରେ ଏହି ଭାରିଆଣ୍ଟ ଦ୍ରୁତ ଗତିରେ ପ୍ରସାରିତ ହେଉଛି ବୋଲି କୁହାଯାଇଛି । ବ୍ରିଟେନ ସ୍ବାସ୍ଥ୍ୟ ନିରାପତ୍ତା ଏଜେନ୍ସି ବା ୟୁକେଏଚଏସଏ ପକ୍ଷରୁ କୁହାଯାଇଛି ୭ ଜଣ ନୂଆ କୋଭିଡ ସଂକ୍ରମିତଙ୍କ ମଧ୍ୟରୁ ଜଣେ ଏରିସ ଜରିଆରେ ସଂକ୍ରମିତ ହେଉଛନ୍ତି ।

ବର୍ତ୍ତମାନ ସୁଦ୍ଧା ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୧୪ ଦଶମିକ ୬ ପ୍ରତିଶତ ଲୋକ ଏରିସ ସଂକ୍ରମିତ ଅଛନ୍ତି । ଦେଶରେ ଏରିସ ଭାରିଆଣ୍ଟ ଦ୍ବିତୀୟ ଶକ୍ତିଶାଳୀ ଭାରିଆଣ୍ଟ ବୋଲି କୁହାଯାଇଛି । ଗତ ସପ୍ତାହ ତୁଳନାରେ ଚଳିତ ସପ୍ତାହରେ ଅଧିକ କୋଭିଡ ସଂକ୍ରମିତ ବ୍ରିଟେନରେ ଚିହ୍ନଟ ହୋଇଛନ୍ତି ।

ଗତ ଜୁଲାଇରେ ଦେଶରେ V-23JUL-01 ନାମକ ଏକ ଭାରିଆଣ୍ଟ ଚିହ୍ନଟ ହୋଇଥିଲା । ସେପଟେ ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ପକ୍ଷରୁ EG.5.1କୁ ଟ୍ରାକ କରିବା ଲାଗି ପଦକ୍ଷେପ ନିଆଯାଇଛି । ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ମହାନିର୍ଦ୍ଦେଶକ ଟେଡରସ ଅଧନମ ଘେବ୍ରେସସ କହିଛନ୍ତି- ଯଦିଓ ଲୋକମାନେ ଟିକା ଦ୍ବାରା ସୁରକ୍ଷିତ ଅଛନ୍ତି ତଥାପି ସେମାନେ ଏନେଇ କୌଣସି ଦେଶ ଅବହେଳା