spot_img
Home Blog Page 3132

ମା‘ମାନଙ୍କୁ ଅସମ୍ମାନ, ଓଡ଼ିଶାବାସୀ ବରଦାସ୍ତ କରିବେନି: ନବୀନ

ଭୁବନେଶ୍ୱର: ବିଜୟ ଉତ୍ସବରେ ବିରୋଧିଙ୍କୁ ସିଧାସଳଖ ଟାର୍ଗେଟ୍ । ସ୍ୱର ଯେତିକି ଶାଣୀତ ଥିଲା ଶବ୍ଦ ସେତିକି ତଗଡ଼ା ବି ଥିଲା । ନିଜ ଭିତରେ ଥିବା ଅସନ୍ତୋଷକୁ ଖୋଲାଖୋଲି ଜାହିର କରିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ବିରୋଧିଙ୍କ ଉପରେ ସିଧା ହମଲା କରି କହିଲେ- ବିଜେଡି ମା’ମାନଙ୍କୁ ହାଣ୍ଡିଶାଳରୁ ବାହାରକୁ ଆଣି ସଶକ୍ତ କରିଛି । ବିରୋଧୀ କିନ୍ତୁ ମା’ ଭଉଣୀ ମାନଙ୍କୁ ଗାଳିଗୁଲଜ କରୁଛନ୍ତି । ଅସମ୍ମାନ କରୁଛନ୍ତି । ପଦ୍ମପୁର ଉପନିର୍ବାଚନ ବେଳେ ବିରୋଧି ନକରାତ୍ମକ ରାଜନୀତିର ଫର୍ମୁଲା ଆପଣାଇ ଗୋଟିଏ ଝିଅକୁ ଯେମିତି ଗାଳି କରୁଥିଲେ ଝାରସୁଗୁଡାରେ ସମାନ ଆଚରଣ ପ୍ରଦର୍ଶନ କରିଥିଲେ । ଲୋକ ଏହାର ଜବାବ ଦେଲେ, ମା’ମାନଙ୍କୁ ଅସମ୍ମାନକୁ ଓଡିଶାବାସୀ କେବେ ହେଲେ ବରଦାସ୍ତ କରିନାହାଁନ୍ତି କି କରିବେ ନାହିଁ ।

ନବୀନ ପୂରା ଆକ୍ରମଣ ମୁଦ୍ରାରେ ବିରୋଧୀଙ୍କୁ ଶକ୍ତ ପ୍ରହାର କରି କହିଲେ- ବିକାଶ ଡବଲ୍ ଇଞ୍ଜିନ କି ସିଙ୍ଗଲ ଇଞ୍ଜିନ ବୁଝେ ନାହିଁ । ସୁଶାସନ ଓ ଇଚ୍ଛାଶକ୍ତି ଯେଉଁଠି ବିକାଶ ହିଁ ସେଇଠି । ଝାରସୁଗୁଡା ଉପନିର୍ବାଚନ ବିଜୟ ବିଜେଡିର ବିଜୟ ନୁହେଁ ଏହା ଝାରସୁଗୁଡ଼ାବାସୀଙ୍କର ଓ ମହିଳା ସଶକ୍ତିକରଣର ବିଜୟ । ମୁଁ ଆଜି କଥା ଦେଉଛି,  ଝାରସୁଗୁଡ଼ା ଅଞ୍ଚଳର ଉନ୍ନତି ପାଇଁ ବିଜୁ ଜନତା ଦଳ ତାର ଉଦ୍ୟମକୁ ଆହୁରି ଜୋରଦାର କରିବ। ଝାରସୁଗୁଡ଼ା ପାଇଁ ନବ ବାବୁ ଆରମ୍ଭ କରିଥିବା ବିକାଶର ଧାରାକୁ ଆହୁରି ଆଗକୁ ନିଆଯିବ।

ଏହି ଅବସରରେ ସେ କର୍ମକର୍ତ୍ତାକୁ ସମ୍ବୋଧନ କରି ଆହୁରି ମଧ୍ୟ କହିଛନ୍ତି, ‘‘ ମୁଁ ଝାରସୁଗୁଡାବାସୀଙ୍କ ନିକଟରେ ଋଣୀ।। ଏ ବିଜୟ ଝାରସୁଗୁଡାବସୀଙ୍କର, ମହିଳା ସଶକ୍ତିକରଣର ବିଜୟ। ନବଦାସଙ୍କ ବିକାଶ କାର୍ଯ୍ୟକୁ ଆହୁରି ଆଗକୁ ନିଆଯିବ । ଓଡ଼ିଶାର ଲୋକମାନଙ୍କ ପାଖରେ ବିଜେଡି ସବୁବେଳେ ଠିଆ ହୋଇଛି । ମହିଳାଙ୍କ ପାଇଁ କାର୍ଯ୍ୟ କରୁଛି ବିଜେଡି । ସେମାନଙ୍କୁ ହାଣ୍ଡିଶାଳର ଚାରିକାନ୍ଥ ମଧ୍ୟରୁ ବାହାରକୁ ଆଣିବା ସହ ମିଶନ ଶକ୍ତି ସେମାନଙ୍କୁ ସଶକ୍ତ କରିଛି ।  ହେଲେ ବିରୋଧି ଦଳ ସବୁବେଳେ ମା ମାନଙ୍କ ସଶକ୍ତୀକରଣକୁ ବିରୋଧ କରିଆସୁଛି।  ବିରୋଧି ଦଳଙ୍କ ଏଭଳି  ବ୍ୟବହାରକୁ ଓଡିଶାବାସୀ ସବୁବେଳେ ନାପସନ୍ଦ କରି ଆସିଛନ୍ତି’’।

ଆମର ଝିଅ ମାନେ ଆମର ଗର୍ବ । ଏମିତି ଦର୍ଶାଇ ମୁଖ୍ୟମନ୍ତ୍ରୀ କହିଲେ, ବିଜୁ ଜନତା ଦଳ ସବୁବେଳେ ସମାଜର ବିଭିନ୍ନ କ୍ଷେତ୍ରରେ ମା ମାନଙ୍କ ଯୋଗଦାନକୁ ଉତ୍ସାହିତ  କରିଆସିଛି । ସେମାନଙ୍କ ଅଧିକାର ପାଇଁ ଦୃଢ଼ ଭାବରେ ସେମାନଙ୍କ କଥା କହିବା ପାଇଁ ମିଶନ ଶକ୍ତି ଭଳି ପ୍ଲାଟଫର୍ମ ଯୋଗାଇ ଦେଇଛି । ମା’ ମାନଙ୍କର ସଶକ୍ତିକରଣରେ ବିଜେଡି ବିଶ୍ୱାସ କରେ । ବିଡମ୍ବନା  ବିରୋଧି ଦଳ ସବୁବେଳେ ମା ମାନଙ୍କ ସଶକ୍ତୀକରଣକୁ ବିରୋଧ କରି ଆସୁଛି। ଏହା ଏକ ବିପଦଜନକ ସଙ୍କେତ । ଓଡିଶାବାସୀ ଏଭଳି  ବ୍ୟବହାରକୁ  ସବୁବେଳେ ନାପସନ୍ଦ କରି ଆସିଛନ୍ତି ଏବଂ ପ୍ରତ୍ୟାଖ୍ୟାନ କରିଛନ୍ତି।

ପଦ୍ମପୁର ହେଉ ବା  ଝାରସୁଗୁଡ଼ା । ସବୁଠି ବିରୋଧି  ବାପାଙ୍କୁ  ହରେଇଥିବା  ଝିଅ  ମାନଙ୍କୁ ଗାଳି କରିଛନ୍ତି। ପ୍ରତ୍ୟେକ ଉପ ନିର୍ବାଚନରେ ସେମାନେ ମିଶନ ଶକ୍ତିର ନେତ୍ରୀ ତଥା  ତୃଣମୂଳସ୍ତରରେ  କାମ କରୁଥିବା ମାଆ ମାନଙ୍କୁ ସବୁବେଳେ ସମାଲୋଚନା କରି ଆସୁଛନ୍ତି । କିନ୍ତୁ ଓଡ଼ିଶାବାସୀ କେବେବି ମା ମାନଙ୍କ ପ୍ରତି ଏଭଳି ଅସମ୍ମାନକୁ ବରଦାସ୍ତ କରିନାହାନ୍ତି।

ଏହି ଅବସରରେ ନବୀନ ଦଳୀୟ ନେତା ଓ କର୍ମୀଙ୍କୁ ଆହ୍ୱାନ ଦେଇ କହିଲେ, ଆସନ୍ତୁ ଆମେ ସମସ୍ତେ ମିଳିମିଶି ଓଡିଶାର ଉନ୍ନତି ପାଇଁ ଆମ ଗଣତାନ୍ତ୍ରିକ ମୂଲ୍ୟବୋଧ ଓ ଆମ ସଂସ୍କୃତି ଏବଂ ମା ମାନଙ୍କ ସମ୍ମାନ ଓ ଅଧିକାର ସୁରକ୍ଷା  ପାଇଁ  କାମ କରିଚାଲିବା ।  ଶଙ୍ଖ ଭବନରେ ଆୟୋଜିତ ଝାରସୁଗୁଡା ବିଜୟ ଉତ୍ସବରେ ନବୀନଙ୍କ ଉପସ୍ଥିତି ପାଇଁ ଦଳର ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ କୃତଜ୍ଞତା ଜଣାଇବା ସହ ଝାରସୁଗୁଡାବାସୀ ନକରାତ୍ମକ ରାଜନୀତିକୁ ପ୍ରତ୍ୟାଖ୍ୟାନ କରିଛନ୍ତି ବୋଲି କହିଥିଲେ । ଅନ୍ୟମାନଙ୍କ ମଧ୍ୟରେ ପର୍ଯ୍ୟବେକ୍ଷକ ଦେବୀ ପ୍ରସାଦ ମିଶ୍ର, ପ୍ରସନ୍ନ ଆଚାର୍ଯ୍ୟ ଓ ସାରଦା ନାୟକ ନିଜର ଅଭିଭାଷଣ ରଖିଥିଲେ । ଦୀପାଳି ଦାସ କହିଲେ ଯେ, ଏ ବିଜୟ ଶଙ୍ଖର, ଝାରସୁଗୁଡାବାସୀଙ୍କ ଓ ନବଦାସଙ୍କର ।

କର୍ଣ୍ଣାଟକରେ କଂଗ୍ରେସର ବିଜୟ, ରାହୁଲ କହିଲେ- ଏବେ ଘୃଣାର ବଜାର ବନ୍ଦ

ବେଙ୍ଗାଲୁରୁ: କର୍ଣ୍ଣାଟକରେ କଂଗ୍ରେସର ଐତିହାସିକ ବିଜୟ  । ଏନେଇ କର୍ଣ୍ଣାଟକବାସୀଙ୍କୁ ଶୁଭେଚ୍ଛା ଜଣାଇଲେ ରାହୁଲ ଗାନ୍ଧୀ  । ଗରିବ ଜନତାଙ୍କ ସହଯୋଗ ହିଁ କଂଗ୍ରେସକୁ ବିଜୟୀ କରିଥିବା କହିଛନ୍ତି ରାହୁଲ  । ଏହି ବିଜୟ କର୍ଣ୍ଣାଟକରେ ଘୃଣାର ବଜାରର ଅନ୍ତ ଘଟାଇଛି । ଖୋଲିଛି ହୃଦୟର ବଜାର  । କର୍ଣ୍ଣାଟକରେ ଦ୍ବେଷଭାବର ଦୂର ହୋଇଛି ବୋଲି କହିଛନ୍ତି ରହୁଲ ।

ହୃଦୟ ଖୋଲି ନିର୍ବାଚନ ଲଢିଛି କଂଗ୍ରେସ । ବିଶେଷ କରି ପ୍ରଭାବଶାଳୀ ଓ ଗରିବ ଜନତାଙ୍କ ମଧ୍ୟରେ ଲଢେଇ ହୋଇଥିଲା । ଗରିବ ଜନତାଙ୍କୁ ନେଇ କଂଗ୍ରେସ ନିର୍ବାଚନ ଲଢିଥିଲା  । ଏହି ବିଜୟ ଗରିବ ଜନତାଙ୍କର ବୋଲି କହିଛନ୍ତି ରାହୁଲ।

କିଏ ହେବେ କର୍ଣ୍ଣାଟକର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ?

ବେଙ୍ଗାଲୁରୁ: କିଏ ହେବ କର୍ଣ୍ଣାଟକର ମୁଖ୍ୟମନ୍ତ୍ରୀ? ଶିବକୁମାର ନା ସିଦ୍ଧରମେୟା? କର୍ଣ୍ଣାଟକ ବିଧାନସଭା ନିର୍ବାଚନରେ କଂଗ୍ରେସକୁ ପ୍ରଚଣ୍ଡ ବିଜୟ ମିଳିବା ପରେ ଏହି ପ୍ରଶ୍ନ ଏବେ ଉଙ୍କିମାରିଛି । ଦଳ ବହୁମତଠୁ ଅଧିକ ଆସନ ଜିତିଛି ସତ, ହେଲେ କାହାକୁ ମୁଖ୍ୟମନ୍ତ୍ରୀ କରିବ ସେନେଇ ଦ୍ୱନ୍ଦ ଦେଖା ଦେଇଛି । କଂଗ୍ରେସ ନିର୍ବାଚନ ପୂର୍ବରୁ ମୁଖ୍ୟମନ୍ତ୍ରୀ ଚେହେରା ଘୋଷଣା କରିନଥିଲା, ଏପରି ସ୍ଥିତିରେ ଏବେ ମୁଖ୍ୟମନ୍ତ୍ରୀ କିଏ ହେବେ ସେନେଇ ସସପେନ୍ସ ଜାରି ରହିଛି ।

କୁହାଯାଉଛି ଯେ ବିଧାୟକ ଦଳ ବୈଠକରେ କଂଗ୍ରେସର ଜିତିଥିବା ପ୍ରାର୍ଥୀ ପ୍ରସ୍ତାବ ପାରିତ କରି ହାଇକମାଣ୍ଡଙ୍କ ଉପରେ ଏହି ନିଷ୍ପତ୍ତି ଛାଡ଼ି ପାରନ୍ତି। ତେବେ କଂଗ୍ରେସରେ ମୁଖ୍ୟମନ୍ତ୍ରୀ ପଦ ପାଇଁ ଦୁଇ ପ୍ରମୁଖ ଦାବିଦାରି ଅଛନ୍ତି – ସିଦ୍ଧରମେୟା ଏବଂ ଡିକେ ଶିବକୁମାର। ଡିକେ ଶିବକୁମାର ବର୍ତ୍ତମାନ ରାଜ୍ୟ କଂଗ୍ରେସ ସଭାପତି ଥିବା ବେଳେ ପୂର୍ବତନ ମୁଖ୍ୟମନ୍ତ୍ରୀ ସିଦ୍ଧରମେୟା କର୍ଣ୍ଣାଟକର ବଡ଼ ନେତା ଭାବରେ ପରିଚିତ। ଏପରି ସ୍ଥିତିରେ ଉଭୟଙ୍କ ମଧ୍ୟରୁ କଂଗ୍ରେସ କାହାକୁ ମୁଖ୍ୟମନ୍ତ୍ରୀ କରିବ ତାହା ଦଳ ପାଇଁ କାଠିକର ପାଠ ହେବ।

ନିର୍ବାଚନରେ ବଡ଼ ବିଜୟ ପରେ ଡିକେ ଶିବକୁମାର କହିଥିଲେ, ମୁଁ ସୋନିଆ ଗାନ୍ଧି ଏବଂ ରାହୁଲ ଗାନ୍ଧିଙ୍କୁ ଯେଉଁ କଥା ଦେଇଥିଲି ତାହା ପୂରା କରିଛି । ମୁଁ ଅଖଣ୍ଡ କର୍ଣ୍ଣାଟକର ଲୋକଙ୍କ ପାଦରେ ପଡ଼ି ଆଶୀର୍ବାଦ ଭିକ୍ଷା କରୁଛି ଏବଂ ସମର୍ଥନ ଦେଇଥିବାରୁ ଧନ୍ୟବାଦ ଦେଉଛି । ଲୋକମାନେ ଆମ ଉପରେ ବିଶ୍ୱାସ କଲେ ଆଉ ଭୋଟ୍ ଦେଲେ । ମୁଁ ଭୁଲିପାରିବିନି ଯେ ଯେବେ ସୋନିଆ ଗାନ୍ଧି ମୋତେ ଭେଟିବା ପାଇଁ ଜେଲ୍ ଆସିଥିଲେ । ବିଶ୍ୱାସ ଦେଖାଇଥିବାରୁ ଗାନ୍ଧି ପରିବାର ଏବଂ ସିଦ୍ଧରମେୟାଙ୍କ ସମେତ ଦଳର ସମସ୍ତ ନେତାଙ୍କୁ ଧନ୍ୟବାଦ ଜଣାଉଛି ।

ଅନ୍ୟପକ୍ଷରେ ସିଦ୍ଧରମେୟା କହିଛନ୍ତି, କଂଗ୍ରେସ ଦଳକୁ ସ୍ପଷ୍ଟ ବହୁମତ ମିଳିବାକୁ ଯାଉଛି । ଆମେ କ୍ୟାମ୍ପେନ ସମୟରେ କହିଥିଲୁ ଯେ କଂଗ୍ରେସକୁ ପ୍ରାୟ ୧୩୦ ଆସନ ମିଳିବ । ଏହା ଏକ ବଡ଼ ବିଜୟ ଅଟେ । କର୍ଣ୍ଣାଟକର ଲୋକ ପରିବର୍ତ୍ତନ ଚାହୁଁଥିଲେ । ସେମାନେ ବିଜେପି ସରକାରର ନୀତିକୁ ଅତିଷ୍ଟ ହୋଇଯାଇଥିଲେ । ଏହି ନିର୍ବାଚନ ଲୋକସଭା ନିର୍ବାଚନର ଏକ ସିଢି ଅଟେ । ମୋତେ ଆଶା ଅଛି ଯେ ଆଗାମୀ ନିର୍ବାଚନରେ ରାହୁଲ ଗାନ୍ଧି ଦେଶର ପ୍ରଧାନମନ୍ତ୍ରୀ ହେବେ ।

ସେହିପରି କଂଗ୍ରେସ ନେତା ରାହୁଲ ଗାନ୍ଧି କହିଛନ୍ତି, ଏ ବିଜୟର ଶ୍ରେୟ କର୍ଣ୍ଣାଟକର ଜନତାଙ୍କୁ ଯାଉଛି । ଘୃଣାର ବଜାର ଏବେ ବନ୍ଦ ହୋଇଯାଇଛି ଏବଂ ପ୍ରେମର ଦୋକାନ ଖୋଲିଛି । ପ୍ରଥମ କ୍ୟାବିନେଟରେ ହିଁ କଂଗ୍ରେସ ପ୍ରତିଜ୍ଞା ଦେଇଥିବା ୫ ପ୍ରତିଶ୍ରୁତି ପୂରଣ କରିବ । ହେଲେ ରାହୁଲ ଦଳର ମୁଖ୍ୟମନ୍ତ୍ରୀ ଚେହେରା କିଏ ସେନେଇ କିଛି କହିନଥିଲେ । ଅନ୍ୟପକ୍ଷରେ ପରାଜୟର ସାମ୍ନା କରିଥିବା ବିଜେପି ପୁଣିଥରେ ଅପରେସନ ଲୋଟସ୍ ଚଲାଇପାରେ ବୋଲି ରାଜନୈତିକ ମହଲରେ ଚର୍ଚ୍ଚା ହେଉଛି । ମଧ୍ୟପ୍ରଦେଶ ଭଳି କର୍ଣ୍ଣାଟକରେ ବିଦ୍ରୋହୀ ସିନ୍ଧିଆ ଖୋଜୁଛି ବିଜେପି । ଯଦି ଡିକେ ଶିବକୁମାର ଏବଂ ସିଦ୍ଧରମେୟାଙ୍କ ମଧ୍ୟରୁ କେହି ମୁଖ୍ୟମନ୍ତ୍ରୀ ହୁଅନ୍ତି ତେବେ ଅନ୍ୟ ଜଣେ ନାରାଜ୍ ହେବା ସ୍ୱାଭାବିକ । ହେଲେ ଯଦି ସିନ୍ଧିଆଙ୍କ ଭଳି ଏମାନଙ୍କ ମଧ୍ୟରୁ କେହି ଜଣେ ଦଳ ସହ ବିଦ୍ରୋହ କରନ୍ତି ତେବେ କଂଗ୍ରେସକୁ ସରକାର ଗଢ଼ିବାରେ ସମସ୍ୟା ହେବ । ପୂର୍ବରୁ ଅନେକ ଥର ସିଦ୍ଧରମେୟା ମୁଖ୍ୟମନ୍ତ୍ରୀ ପାଇଁ ଦାବିଦାର ଥିବା କହିସାରିଛନ୍ତି । ହେଲେ ଡିକେ ଶିବକୁମାର ମୁଖ୍ୟମନ୍ତ୍ରୀ ହେବା ନେଇ କେବେ ବି କିଛି କହିନାହାନ୍ତି । ହେଲେ ତାଙ୍କ ସମର୍ଥକମାନେ ତାଙ୍କୁ ମୁଖ୍ୟମନ୍ତ୍ରୀ ଭାବରେ ଦେଖିବାକୁ ଚାହୁଁଛନ୍ତି । ସିଦ୍ଧରମେୟା ଆଗରୁ ହିଁ କହିସାରିଛନ୍ତି ଏହା ତାଙ୍କର ଶେଷ ନିର୍ବାଚନ । ଆଗକୁ ସେ ଆଉ ନିର୍ବାଚନ ଲଢ଼ିବେ ନାହିଁ । ଏପରି ସ୍ଥିତିରେ ଶେଷଥର ପାଇଁ ତାଙ୍କୁ ମୁଖ୍ୟମନ୍ତ୍ରୀ ଦଳ କରିବା ନେଇ ଚର୍ଚ୍ଚା ହେଉଛି ।

ଅନେକ ରାଜନୈତିକ ବିଶେଷଜ୍ଞ କହିଛନ୍ତି ଯଦି ଡିକେ ଶିବକୁମାରଙ୍କୁ ଦଳ ମୁଖ୍ୟମନ୍ତ୍ରୀ ନକରେ ତେବେ ମଧ୍ୟ ସେ ଦଳ ସହ ବିଦ୍ରୋହ କରିବେନି । କାରଣ ପୂର୍ବରୁ ବିଜେପି ଶିବକୁମାରଙ୍କୁ ନିଜ ଦଳରେ ସାମିଲ କରିବା ପାଇଁ ତାଙ୍କୁ ଉପମୁଖ୍ୟମନ୍ତ୍ରୀ ପଦ ଅଫର କରିଥିଲା । ହେଲେ ସେ ଏହାକୁ ପ୍ରତ୍ୟାଖ୍ୟାନ କରିଥିଲେ । ଏମିତି କି ତାଙ୍କୁ ଜେଲ୍ ଯିବା ପାଇଁ ମଧ୍ୟ ପଡ଼ିଥିଲା । ଏହି କାରଣରୁ ସେ କେବେ ବି ଦଳ ସହ ବିଦ୍ରୋହ କରିବେନି ବୋଲି କୁହାଯାଉଛନ୍ତି । ସିଦ୍ଧରମେୟା ହିଁ ପୁଣିଥରେ କର୍ଣ୍ଣାଟକର ମୁଖ୍ୟମନ୍ତ୍ରୀ ହେବା ହୋଇପାରନ୍ତି ବୋଲି କୁହାଯାଉଛି । ତେବେ ଆଗାମୀ ଦିନରେ ଏହା ସ୍ପଷ୍ଟ ହୋଇଯିବ ଯେ ଦଳ କାହାକୁ ମୁଖ୍ୟମନ୍ତ୍ରୀ କରୁଛି ।

କର୍ଣ୍ଣାଟକର କିଙ୍ଗ୍ କଂଗ୍ରେସ, ୧୩୪ଟି ସିଟରେ ଦଳୀୟ ପ୍ରାର୍ଥୀଙ୍କ ଦବଦବା

ବେଙ୍ଗାଲୁରୁ: କର୍ଣ୍ଣାଟକରେ ସରକାର ଗଠନ କରିବ କଂଗ୍ରେସ । କଂଗ୍ରେସକୁ ମିଳିବାରେ ଲାଗି ବହୁମତ । ୧୩୫ ଆସନ ପାଇବା ଏକରକମ ନିଶ୍ଚିତ ହୋଇଛି । ନିର୍ବାଚନରେ ବିଜୟୀ ହେବା ଲାଗି ବାହସ୍ଫୋଟ ମାରୁଥିବା ବିଜେପି ଚିତପଟାଙ୍ଗ ମାରିଛି । ପ୍ରାୟ ୭୦ ଆସନରେ ବିଜେପି ସୀମିତ ହେବା ଆକଳନ କରାଯାଉଛି । ସେହିପରି ଜେଡିଏସ ସର୍ବାଧିକ ୨୫ ଆସନ ପାଇବ ବୋଲି ଆଶା କରାଯାଉଛି । ସରକାର ଗଠନ ଲାଗି କଂଗ୍ରେସ ପକ୍ଷରୁ ଉଦ୍ୟମ ଆରମ୍ଭ ହୋଇଥିବାବେଳେ ବରିଷ୍ଠ ନେତା ଡିକେ ଶିବକୁମାର ଭାବବିହ୍ୱଳ ହୋଇଛନ୍ତି । କିଙ୍କମେକର ହେବା ଲାଗି ଆଶା କରିଥିବା ଜେଡିଏସ ନେତା ଏଚଡି କୁମାରସ୍ୱାମୀଙ୍କ ଆଶା ଧୂଳିସାତ ହୋଇଛି । ଆସନ୍ତାକାଲି କଂଗ୍ରେସର ବିଧାୟକ ଦଳ ବୈଠକ ବସିବ ବୋଲି କୁହାଯାଇଛି । ସମସ୍ତ ବିଧାୟକଙ୍କୁ ବେଙ୍ଗାଲୁରୁ ଆସିବା ଲାଗି ନିର୍ଦ୍ଦେଶ ଦିଆଯାଇଛି । ବିଜେପିକୁ କର୍ଣ୍ଣାଟକବାସୀ ଉଚିତ ଜବାବ ଦେଇଛନ୍ତି ବୋଲି କହିଛନ୍ତି ବରିଷ୍ଠ କଂଗ୍ରେସ ନେତା ପଓ୍ବନ ଖେରା । ବିଜେପିର ପରାଜୟ ଏକ ନୈତିକ ପରାଜୟ ବୋଲି କହିଛନ୍ତି ବାସବରାଜ ବୋମାଇ ।

କନକପୁରାରୁ କଂଗ୍ରେସ ନେତା ଡି.କେ. ଶିବକୁମାର, ବରୁଣ ଆସନରୁ କଂଗ୍ରେସ ନେତା ସିଦ୍ଧରମୈୟା, ଚିତ୍ତପୁରରୁ ପ୍ରିୟାଙ୍କ ଖଡଗେ ଓ ଅଠାଣିରୁ କଂଗ୍ରେସ ନେତା ଲକ୍ଷ୍ମଣ ସବାଡି ବିଜୟୀ ହୋଇଛନ୍ତି । ଚନ୍ନପାଟଣାରୁ ଜେଡିଏସ ନେତା ଏଚଡି କୁମାରସ୍ବାମୀ, ସିଗାଓଁରୁ ବିଜେପିର ବାସବରାଜ ବୋମାଇ ବିଜୟୀ ହୋଇଛନ୍ତି । ସେପଟେ ହୁବଲିରୁ ବିଜେପି ଛାଡି କଂଗ୍ରେସରେ ସାମିଲ ହୋଇଥିଲା ଜଗଦୀଶ ସେଟ୍ଟର, ରାମନଗରମରୁ ଜେଡିଏସ ନେତା ତଥା ଏଚଡି କୁମାରସ୍ବାମୀଙ୍କୁ ପୁଅ ନିଖିଳ କୁମାରସ୍ବାମୀ ପରାସ୍ତ ହୋଇଛନ୍ତି ।

ବିଜୟ ପରେ ଦୀପାଳି ଦାସଙ୍କୁ ଅଭିନନ୍ଦନ ଜଣାଇଲେ ମୁଖ୍ୟମନ୍ତ୍ରୀ

ଝାରସୁଗୁଡ଼ା: ଝାରସୁଗୁଡା ଉପନିର୍ବାଚନରେ ବିଜେଡି ପ୍ରାର୍ଥୀ ଦୀପାଳି ଦାସଙ୍କୁ ମିଳିଛି ବିପୁଳ ବିଜୟ । ବଡ଼ ବିଜୟ ପରେ ତାଙ୍କ ସହ ଫୋନ ଯୋଗେ କଥା ହୋଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଫୋନ ଯୋଗେ କଥା ହୋଇ ଦୀପାଳିଙ୍କୁ ଅଭିନନ୍ଦନ ଜଣାଇଛନ୍ତି ନବୀନ । ଏହି ବିଜୟ ସହ ଝାରସୁଗୁଡ଼ାର ବିକାଶ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବା ପାଇଁ ମୁଖ୍ୟମନ୍ତ୍ରୀ ତାଙ୍କୁ ପରାମର୍ଶ ଦେଇଛନ୍ତି । ବିଜେଡି ପ୍ରାର୍ଥୀଙ୍କୁ ବିପୁଳ ଭୋଟରେ ବିଜୟ କରାଇଥିବାରୁ ଝାରସୁଗୁଡ଼ାବାସୀଙ୍କୁ ମଧ୍ୟ ମୁଖ୍ୟମନ୍ତ୍ରୀ କୃତଜ୍ଞତା ଜଣାଇଛନ୍ତି ।

ଦ୍ୱନ୍ଦ୍ୱ ଦୂର କଲା CHSE, ବାର୍ଷିକ ପରୀକ୍ଷା ଓ କ୍ୱାଟର ଏଣ୍ଡ ପରୀକ୍ଷା ଆଧାରରେ ପ୍ରକାଶ ପାଇବ ଯୁକ୍ତ ଦୁଇ ରେଜଲ୍ଟ

ଭୁବନେଶ୍ୱର: ଯୁକ୍ତ ଦୁଇ ପରୀକ୍ଷା ଫଳ ପ୍ରକାଶ ନେଇ ଦ୍ୱନ୍ଦ୍ୱ ଦୂର କଲା ସିଏଚଏସଇ । ଗତ ବର୍ଷ ପରି ଚଳିତ ବର୍ଷ ମଧ୍ୟ ବାର୍ଷିକ ପରୀକ୍ଷା ଓ କ୍ୱାର୍ଟର ଏଣ୍ଡ ପରୀକ୍ଷା ଆଧାରରେ ପ୍ରକାଶିତ ହେବ ରେଜଲ୍ଟ । କ୍ବାର୍ଟର ଏଣ୍ଡ ମାର୍କ ମିଶି ଫାଇନାଲ ରେଜଲ୍ଟ ପ୍ରକାଶ ପାଇବ । ଏନେଇ ସିଏଚଏସଇ ପକ୍ଷରୁ ଏକ ବିଜ୍ଞପ୍ତି ପ୍ରକାଶ ପାଇଛି । ବାର୍ଷିକ ପରୀକ୍ଷାରୁ ୮୦ ପ୍ରତିଶତ ମାର୍କ ଏବଂ କ୍ୱାର୍ଟର ଏଣ୍ଡ ପରୀକ୍ଷାର ୨୦ ପ୍ରତିଶତ ମିଶି ରେଜଲ୍ଟ ପ୍ରକାଶିତ ହେବ ବୋଲି ବିଜ୍ଞପ୍ତିରେ ଉଲ୍ଲେଖ ହୋଇଛି । ପୂର୍ବରୁ ଦେଇଥିବା ୩ଟି କ୍ୱାର୍ଟର ଏଣ୍ଡ ପରୀକ୍ଷାରୁ ବେଷ୍ଟ ଅଫ୍ ଟୁ ବା ଶ୍ରେଷ୍ଠ ଦୁଇଟି ପରୀକ୍ଷା ମାର୍କରୁ ୨୦ ପ୍ରତିଶତ ମାର୍କ ମିଶାଇ ରେଜଲ୍ଟ ପ୍ରକାଶିତ କରିବାକୁ ନିଷ୍ପତ୍ତି ହୋଇଛି । ତେବେ ଯେଉଁ ଛାତ୍ରଛାତ୍ରୀମାନେ କ୍ବାର୍ଟର ଏଣ୍ଡ ପରୀକ୍ଷା ଦେଇ ନାହାଁନ୍ତି ସେମାନଙ୍କ ବାର୍ଷିକ ପରୀକ୍ଷା ପ୍ରଦର୍ଶନ ଆଧାରରେ ମାର୍କ ମିଳିବ ବୋଲି ବିଜ୍ଞପ୍ତିରେ ଉଲ୍ଲେଖ କରାଯାଇଛି ।

’ଝାରସୁଗୁଡ଼ାରେ ହେବ ବିକାଶର ଦୀପାବଳି’: ଦୀପାଳି ଦାସ

ଝାରସୁଗୁଡ଼ା: ଝାରସୁଗୁଡ଼ାରେ ବଡ଼ ବ୍ୟବଧାନରେ ବିଜୟଲାଭ କରିଛି ବିଜୁ ଜନତା ଦଳ । ପୂର୍ବତନ ସ୍ୱାସ୍ଥ୍ୟ ମନ୍ତ୍ରୀ ନବ କିଶୋର ଦାସଙ୍କଠାରୁ ଅଧିକ ଭୋଟ ପାଇଛନ୍ତି ତାଙ୍କ ଝିଅ ତଥା ବିଜେଡି ପ୍ରାର୍ଥୀ ଦୀପାଳି ଦାସ । ବିଜେଡି ପ୍ରାର୍ଥୀ ଦୀପାଳି ଦାସ ୧ ଲକ୍ଷ ୭ ହଜାର ୩ ଖଣ୍ଡ ଭୋଟ ପାଇଥିବାବେଳେ ବିଜେପି ପ୍ରାର୍ଥୀ ଟଙ୍କଧର ତ୍ରିପାଠୀ ୫୮ ହଜାର ୩୮୪ ଖଣ୍ଡ ଭୋଟ୍‌ ପାଇଛନ୍ତି । ତେବେ ବିଜେଡିର ବିଜୟର ବ୍ୟବଧାନ ମଧ୍ୟ ୨୦୧୯ ନିର୍ବାଚନ ଅପେକ୍ଷା ଅଧିକ ରହିଛି । ବିଜେଡି ୪୮ ହଜାର ୬୧୯ ଖଣ୍ଡରେ ବିଜୟଲାଭ କରିଛି ।

ବୃହତ ବିଜୟ ପରେ ଗଣମାଧ୍ୟମ ସାମ୍ନାରେ ପ୍ରତିକ୍ରିୟା ରଖିଛନ୍ତି ଦୀପାଳି ଦାସ । ଆଜି ଆମ ପରିବାର ପାଇଁ ଏକ ଇମୋସନାଲର ଦିନ । ଆଜି ନବ ଦାସ ପୁଣି ଥରେ ଝାରସୁଗୁଡ଼ା ମାଟିକୁ ଫେରିଆସିଛନ୍ତି ବୋଲି କହିଛନ୍ତି ଦୀପାଳି । ସେ ଆହୁରି କହିଛନ୍ତି କି ଏହି ବିଜୟ ପାଇଁ ମୁଁ ମୁଖ୍ୟମନ୍ତ୍ରୀଙ୍କ ସହ ବିଜେଡିର ସମସ୍ତ ନେତା ଓ କର୍ମୀଙ୍କୁ ଧନ୍ୟବାଦ ଜଣାଉଛି । ବିଜୁ ଜନତା ଦଳ ସବୁବେଳେ ବିକାଶ ପାଇଁ ଲଢ଼ିଛି, ବିକାଶ ପାଇଁ ଠିଆ ହୋଇଛି । ଝାରସୁଗୁଡ଼ା ମାଟିରେ ବିକାଶ ପୁରୁଷ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପାଦ ପଡ଼ିଛି । ଏହି ଅଞ୍ଚଳରେ ବିକାଶର ଦୀପାବଳି ଜଳିବାରୁ ଆଉ କେହି ଅଟକାଇ ପାରିବେନି । ମୋ ବାପାଙ୍କ ସ୍ୱପ୍ନ ଥିଲା ଝାରସୁଗୁଡ଼ାର ନୂତନ ନିର୍ମାଣ । ତାହାର ସମସ୍ତ ଦାୟିତ୍ୱ ମୁଖ୍ୟମନ୍ତ୍ରୀଙ୍କ ମାର୍ଗଦର୍ଶନରେ ନିଶ୍ଚିତ ଭାବରେ ମୁଁ କରିବି ବୋଲି ବିଜୟ ପରେ କହିଛନ୍ତି ଦୀପାଳି ଦାସ ।

 

ଝାରସୁଗୁଡ଼ାରେ ବିଜେଡିର ବାଜିମାତ୍, ୪୮ ହଜାରରୁ ଅଧିକ ଭୋଟରେ ଜିତିଲେ ଦୀପାଳି ଦାସ

ଝାରସୁଗୁଡ଼ା: ଝାରସୁଗୁଡ଼ା ବିଧାନସଭା ଉପନିର୍ବାଚନରେ ବିଜେଡିର ବାଜିମାତ । ଆଉ ଏକ ଉପନିର୍ବାଚନରେ ବଡ଼ ବ୍ୟବଧାନରେ ଜିତିଲା ବିଜେଡି । ଝାରସୁଗୁଡ଼ା ଉପନିର୍ବାଚନରେ ବିଜେଡି ପ୍ରାର୍ଥୀ ଦୀପାଳି ଦାସଙ୍କ ବିପୁଳ ବିଜୟ ।  ବିଜେପି ପ୍ରାର୍ଥୀ ଟଙ୍କଧର ତ୍ରିପାଠୀଙ୍କୁ ୪୮ ହଜାର ୬୧୯ ଭୋଟରେ ହରାଇଲେ ଦୀପାଳି ଦାସ । ଆଜି ଗଣତି ଆରମ୍ଭରୁ ସମସ୍ତ ରାଉଣ୍ଡରେ ଆଗରେ ରହିଥିଲା ବିଜେଡି । ୧୯ ରାଉଣ୍ଡ ଗଣତି ଶେଷ ସୁଦ୍ଧା ବିଜେଡି ପ୍ରାର୍ଥୀ ଦୀପାଳି ଦାସ ୧ ଲକ୍ଷ ୭ ହାଜର ୩ ଖଣ୍ଡ ଭୋଟ୍‌ ପାଇଥିବାବେଳେ ବିଜେପି ପ୍ରାର୍ଥୀ ଟଙ୍କଧର ତ୍ରିପାଠୀ ୫୮ ହଜାର ୩୮୪ ଖଣ୍ଡ ଭୋଟ୍‌ ପାଇଥିଲେ । ସେହିପରି କଂଗ୍ରେସ ଖାତାକୁ ଯାଇଛି ୪ ହଜାର ୪୭୩ ଖଣ୍ଡ ଭୋଟ୍‌ । ୨୦୧୯ ନିର୍ବାଚନ ତୁଳନାରେ ଅଧିକ ଭୋଟ ବ୍ୟବଧାନରେ ବିଜୟ ଲାଭ କରିଛି ବିଜୁ ଜନତା ଦଳ ।

ଝାରସୁଗୁଡ଼ା ଉପନିର୍ବାଚନ: ଦଶମ ରାଉଣ୍ଡ ସୁଦ୍ଧା ୨୫ ହଜାର ୪୮୪ ଖଣ୍ଡ ଭୋଟରେ ଆଗୁଆ ବିଜେଡି

ଝାରସୁଗୁଡ଼ା: ଝାରସୁଗୁଡ଼ା ଉପନିର୍ବାଚନର ଆସିଲା ଫଳ । ଦଶମ ରାଉଣ୍ଡ ଶେଷ ସୁଦ୍ଧା ଆଗରେ ରହିଛି ବିଜେଡି । ଦଶମ ରାଉଣ୍ଡ ଶେଷ ସୁଦ୍ଧା ବିଜେଡି ପ୍ରାର୍ଥୀ ଦୀପାଳି ଦାସ ୨୫ ହଜାର ୪୮୪ ଖଣ୍ଡ ଭୋଟରେ ଆଗୁଆ ରହିଛନ୍ତି । ପୋଷ୍ଟାଲ ବାଲାଟ ଗଣତି ପରେ ଖୋଲା ହୋଇଥିଲା ଇଭିଏମ୍ । ଇଭିଏମର ପ୍ରଥମ ରାଉଣ୍ଡରୁ ହିଁ ବିଜେଡି ପ୍ରାର୍ଥୀ ଆଗୁଆ ରହିଥିଲେ । ତେବେ ଦଶମ ରାଉଣ୍ଡ ଶେଷ ସୁଦ୍ଧା ବିଜେଡି ୫୭ ହଜାର ୬୫୦ ଖଣ୍ଡ ଭୋଟ୍ ପାଇଥିବାବେଳେ ବିଜେପି ୩୨ ହଜାର ୧୬୬ ଖଣ୍ଡ ଭୋଟ୍ ପାଇଛି । ସେହିପରି କଂଗ୍ରେସ କଥା ଯଦି କହିବା ତାହାଲେ କଂଗ୍ରେସ ଦଶମ ରାଉଣ୍ଡ ଶେଷ ସୁଦ୍ଧା ୩ ହଜାର ୦୬୬ ଖଣ୍ଡ ଭୋଟ୍‌ ପାଇବାରେ ସଫଳ ହୋଇଛି ।

କିଏ ହେବ କର୍ଣ୍ଣାଟକ କିଙ୍ଗ୍ ? ପ୍ରାଥମିକ ଟ୍ରେଣ୍ଡରେ କଂଗ୍ରେସ ଆଗୁଆ

ବେଙ୍ଗାଲୁରୁ: କର୍ଣ୍ଣାଟକ ବିଧାନସଭା ନିର୍ବାଚନ ପାଇଁ ଜାରି ରହିଛି ଭୋଟ ଗଣତି । ସକାଳ ୮ଟାରୁ ୩୬ଟି ଗଣତି କେନ୍ଦ୍ରରେ ଗଣନା ଆରମ୍ଭ ହୋଇଛି । ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ଭୋଟ ଗଣତି ହେଉଛି । ପ୍ରଥମେ ପୋଷ୍ଟାଲ ବାଲାଟ ଗଣତି ପରେ ଆରମ୍ଭ ହୋଇଥିଲା ଇଭିଏମ୍ ଗଣତି । ତେବେ ପ୍ରାରମ୍ଭିକ ଟ୍ରେଣ୍ଡ୍ ଅନୁସାରେ କର୍ଣ୍ଣାଟକରେ ବିଜେପି ଓ କଂଗ୍ରେସ ମଧ୍ୟରେ ବେଶ୍ ଟକ୍କର ଦେଖିବାକୁ ମିଳୁଛି ।

ପ୍ରାରମ୍ଭିକ ଟ୍ରେଣ୍ଡ୍ ଅନୁସାରେ ମୋଟ୍‌ ୨୨୩ ଆସନରୁ କଂଗ୍ରେସ୍ ୧୨୦ଟି ସିଟରେ ଆଗୁଆ ରହିଥିବାବେଳେ ବିଜେପି ୮୧ଟି ସିଟରେ ଆଗୁଆ ରହିଛି । ସେହିପରି ଜେଡିଏସ୍ ୨୧ଟି ସିଟ ଓ ଅନ୍ୟାନ୍ୟ ଦଳ ଗୋଟିଏ ସିଟରେ ଆଗୁଆ ରହିଛି ।