ଗୌରୀକୁଣ୍ଡରେ ଜଳସ୍ଥଳ ଆକାଶରୁ ଚାଲିଛି ଖୋଜା, ୪୮ ଘଣ୍ଟା ପରେ ମିଳୁନି ପତ୍ତା

ଡେରାଡୁନ: ଉତ୍ତରାଖଣ୍ଡ ଗୌରୁକୁଣ୍ଡରେ ଭୁସ୍ଖଳନ ବେଳେ ନିଖୋଜ ୨୦ ଜଣଙ୍କ ଏବେବି କୌଣସି ପତ୍ତା ମିଳିନାହିଁ  । ଉଦ୍ଧାରକାରୀ ଦଳ ଖୋଜାଖୋଜି ଜାରି ରଖିଛନ୍ତି  । କେଦାରନାଥ ଯାଉଥିବା ବେଳେ ଗୌରୀକୁଣ୍ଡରେ ବନ୍ୟା ଆସିବା ପରେ ଅଚାନକ ଭୂସ୍ଖଳନ ଯୋଗୁଁ ୨୦ ଜଣ ଭାସି ଯାଇଥିଲେ  । ଲଗାଣ ବର୍ଷା  ଓ ପାହାଡରୁ ପଥର ଖସିବା କାରଣରୁ ଉଦ୍ଧାର କାର୍ଯ୍ୟରେ ସମସ୍ୟା ଉପୁଜୁଛି  । ଡ୍ରୋନ ସାହାଯ୍ୟରେ ନିଖୋଜ ଲୋକଙ୍କୁ ଖୋଜା ଚାଲିଛି ବୋଲି କହିଛି ପ୍ରଶାସନ  ।

ଗତ ଗୁରୁବାର ଓ ଶୁକ୍ରବାର ମଧ୍ୟରାତ୍ରି ୧୨ଟା ବେଳେ ଭୂସ୍ଖଳନ ହୋଇଥିଲା । ଏଥିଯୋଗୁଁ ମନ୍ଦାକିନି ନଦୀ ଉପରେ ଥିବା ୩ଟି ଦୋକାନ ବୋହି ଯାଇଥିଲା  । ଦୋକାନର ଭଗ୍ନାବଶେଷରୁ ତିନି ଜଣଙ୍କ ମୃତଦେହ ଉଦ୍ଧାର ହୋଇଛି  । ହେଲେ ଏବେ ସୁଦ୍ଧା ୨୦ ଜଣଙ୍କ କୌଣସି ପତ୍ତା ମିଳୁନାହିଁ  ।

ନିଖୋଜଙ୍କ ମଧ୍ୟରେ ଅଧିକାଂଶ ନେପାଳର ହୋଇଥିବା ଜଣାପଡିଛି  ।