ଇନଷ୍ଟାଗ୍ରାମ ସ୍ଟାଟଷରେ ଥିବା ଯୁବକଙ୍କୁ ନେଇ ବଢ଼ିଲା ସନ୍ଦେହ, ମାନସିକ ଅବସାଦରେ ଥିଲେ ଶୁଭଲକ୍ଷ୍ମୀ

1 min read

ଭୁବନେଶ୍ବର: କଟକ ରୋଡ଼ରେ ଥିବା ଦୀପାଳି ବାରରେ ଲଜର 205 ନମ୍ବର ରୁମରୁ ଶୁଭଲକ୍ଷ୍ମୀଙ୍କ ଝୁଲନ୍ତା ମୃତଦେହ ମିଳିବା ଘଟଣା । ସପ୍ତାହେ ଧରି ମାନସିକ ଅବସାଦରେ ଥିଲେ ଶୁଭଲକ୍ଷ୍ମୀ । ତାଙ୍କ ଇନଷ୍ଟାଗ୍ରାମ ସ୍ଟାଟସରେ ଥିବା ଯୁବକ ଜଣଙ୍କୁ ନେଇ ବଢ଼ିଲା ସନ୍ଦେହ । ଶୁଭଲକ୍ଷ୍ମୀଙ୍କ ସହ ତାଙ୍କର ସମ୍ପର୍କ କଣ ? ଏ ଦିଗକୁ ନେଇ ତଦନ୍ତ କରୁଛି ପୋଲିସ । ଖୁବଶୀଘ୍ର ଏହି ଯୁବକଙ୍କୁ ଡାକି ପଚରା ଉଚରା କରିବ ପୋଲିସ ।

ସେପଟେ ପରିବାର ଲୋକେ ହତ୍ୟା ଅଭିଯୋଗ ଆଣିବା ପରେ ସନ୍ଦେହ ଘେରରେ ବାର କର୍ମଚାରୀଙ୍କ ଭୂମିକା । କାହିଁକି ପୋଲିସକୁ ନ ଜଣାଇ 205 ନମ୍ବର ରୁମ କବାଟ ଭଙ୍ଗା ଯାଇଥିଲା । ଆଜି SFSLରୁ ଆସିବ ଶୁଭଲକ୍ଷ୍ମୀଙ୍କ ମୋବାଇଲର ତଥ୍ୟ । ସେପଟେ ପୋଲିସ ଆଉ ଏକ ଦିଗକୁ ନେଇ ଖୋଳତାଡ ଆରମ୍ଭ କରିଛି ।

ତାଙ୍କୁ ଲଜକୁ କିଏ ଡାକିଥିଲା ? କାହିଁକି ଲଜକୁ ଆସିଥିଲେ ଶୁଭଲକ୍ଷ୍ମୀ ? ବର୍ଷେ ଧରି ଭୁବନେଶ୍ବରରେ ରହି ପଢୁ ଥିଲେ ମଧ୍ୟ କେଉଁଠି ରହୁଥିଲେ କିଭଳି ଜାଣି ନଥିଲେ ପରିବାର ଲୋକେ ? ଶୁଭଲକ୍ଷ୍ମୀଙ୍କ ସାଙ୍ଗଙ୍କୁ ପଚରାଉଚରା କରିବ ପୋଲିସ ।