ବଲାଙ୍ଗୀର ସମଲେଇ ମନ୍ଦିରର ହେବ ରୂପାନ୍ତରଣ, ସେବାୟତଙ୍କ ସହ ଆଲୋଚନା କଲେ 5T ସଚିବ

1 min read

ବଲାଙ୍ଗୀର: ତୃଣମୂଳସ୍ତରରେ ବିକାଶର ନନଷ୍ଟପ୍ ସମୀକ୍ଷା । ବଲାଙ୍ଗୀର ଗସ୍ତର ଦ୍ବିତୀୟ ଦିନରେ ଉନ୍ନୟନମୂଳକ କାର୍ଯ୍ୟର ଅନୁଧ୍ୟାନ କରୁଛନ୍ତି 5T ସଚିବ ଭି.କେ ପାଣ୍ଡିଆନ୍ । ବଲାଙ୍ଗୀର ସମଲେଇ ମନ୍ଦିରରେ ପୂଜାର୍ଚ୍ଚନା କରିବା ସହ ରୂପାନ୍ତରଣ ନେଇ ସେବାୟତଙ୍କ ସହ ଆଲୋଚନା କରିଛନ୍ତି । ଖୁବଶୀଘ୍ର ଭବ୍ୟ ମନ୍ଦିର ନିର୍ମାଣ କରାଯିବ ।

ଜିଲ୍ଲା ମନ୍ଦିରର ପ୍ଲାନ କରି ପଠାଇବେ ବୋଲି କହିଛନ୍ତି 5T ସଚିବ । ମନ୍ଦିରର ବିକାଶ କାର୍ଯ୍ୟର ସମୀକ୍ଷା କରିଛନ୍ତି । ଲୋକଙ୍କୁ ଭେଟିବା ସହ ଅଭିଯୋଗ ପତ୍ର ଗ୍ରହଣ କରୁଛନ୍ତି । ସିଏମ୍ଓ ଲୋକଙ୍କ ପାଖରେ ପହଞ୍ଚିଥିବାରୁ 5T ସଚିବଙ୍କୁ ନିଜର ଦାବି ପତ୍ର ପ୍ରଦାନ କରୁଛନ୍ତି ଲୋକେ ।

ସହରରେ ଥିବା ମନ୍ଦିର, ମସଜିଦ, ଚର୍ଚ୍ଚ ଓ କମ୍ୟୁନିଟି ସେଣ୍ଟରର ବିକାଶ ନେଇ ହୋଇଥିବା ଆବେଦନକୁ ଶୀଘ୍ର ପୂରଣ କରାଯିବ । ଏନେଇ ମୁଖ୍ୟମନ୍ତ୍ରୀ ସପ୍ତାହକ ଭିତରେ ଖୁସି ଖବର ଦେବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି 5T ସଚିବ । ଏହାସହ ଅନ୍ୟ ସବୁ ସମସ୍ୟାର ତର୍ଜମା କରାଯାଇ ମାସକ ଭିତରେ ସମାଧାନ କରାଯିବ ବୋଲି କହିଛନ୍ତି 5T ସଚିବ ।