ଜଳୁଛି ଏମ୍ସର ଓପିଡି ବିଲ୍ଡିଂ, ଅଗ୍ନିଶମର ୮ଟି ଟିମ ନିଆଁଲିଭାରେ ନିୟୋଜିତ

ନୂଆଦିଲ୍ଲୀ: ଏମସରେ ଭୟାବହ ଅଗ୍ନିକାଣ୍ଡ । ପୁରୁଣା ଓପିଡି ବିଲ୍ଡିଂର ଦ୍ବିତୀୟ ମହଲାରେ ନିଆଁ ଲାଗିବା ଯୋଗୁଁ ହସ୍ପିଟାଲ ପରିସରରେ ଆତଙ୍କ ଖେଳିଯାଇଥିଲା । ଦିନ ପ୍ରାୟ ସାଢ଼େ ୧୧ଟା ବେଳେ ଅଗ୍ନିକାଣ୍ଡ ଖବର ପାଇ ଦମକଳବାହିନୀର ୮ଟି ଟିମ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ ।

ଏମର୍ଜେନ୍ସି ଓ୍ବାର୍ଡ ପାର୍ଶ୍ବ ଏଣ୍ଡୋସ୍କୋପି ଓ୍ବାର୍ଡରେ ନିଆଁ ଲାଗିବା ପରେ ସମସ୍ତ ରୋଗୀଙ୍କୁ ସୁରକ୍ଷିତ ସ୍ଥାନାନ୍ତର କରାଯାଇଥିବା ଦିଲ୍ଲୀ ଏମସ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି । ଏବେ ନିଆଁ ଆୟତ୍ତରେ ରହିଛି । ତେବେ ଅଗ୍ନିକାଣ୍ଡର କାରଣ ସମ୍ପର୍କରେ ସର୍ଚ୍ଚ ଅପରେସନ ଚାଲିଛି ବୋଲି ଅଗ୍ନିଶମ ସୂଚନା ଦେଇଛି  ।