ଏସଟିଏ କ୍ରିପ୍ଟୋ ଟୋକନ ମୁଖ୍ୟ ଗୁରତେଜ ସିଂ ସିଦ୍ଧୁକୁ ଗିରଫ କଲା EOW

ଭୁବନେଶ୍ବର: ଏସଟିଏ କ୍ରିପ୍ଟୋ ଟୋକନ ମୁଖ୍ୟ ଗୁରତେଜ ସିଂ ସିଦ୍ଧୁ ଗିରଫ  । ସୋଲାର ଟେକ୍ନୋ ଆଲାଏନସ ବା ଏସଟିଏ ମୁଖ୍ୟ ଗୁରତେଜଙ୍କ ଗିରଫ କରିଛି ଇଓଡବ୍ଲୁ । ରାଜସ୍ଥାନ ଶ୍ରୀଗଙ୍ଗାନଗରରୁ ଗୁରତେଜକୁ ଗିରଫ କରାଯାଇଛି  ।  ଏସଟିଏର ଓଡିଶା ମୁଖ୍ୟ ନିରୋଦ ଦାସ ମଧ୍ୟ ଗିରଫ  । ତାଙ୍କ ଘର ଭଦ୍ରକରେ ହୋଇଥିବା ଜଣାପଡିଛି  । ପଞ୍ଜାବ ଫରିଦକୋଟ ଅଞ୍ଚଳର ବାସିନ୍ଦା ଗୁରତେଜଙ୍କୁ ୭ ଦିନିଆ ଟ୍ରାଞ୍ଜିଟ ରିମାଣ୍ଡ ଲାଗି ଅନୁମତି ମିଳିଛି  ।

ଗୋଆ, ମୁମ୍ବାଇ, ଦିଲ୍ଲୀ, ଫରିଦକୋଟ, ଭଟିଣ୍ଡାରେ ସ୍ଥାନ ପରିବର୍ତ୍ତନ କରୁଥିଲା ଅଭିଯୁକ୍ତ  । ସେହିପରି ଓଡିଶାର ଭଦ୍ରକ, ଭୁବନେଶ୍ବର, ବାଲେଶ୍ବର, ମୟୂରଭଞ୍ଜ, ଯାଜପୁର, କେନ୍ଦ୍ରାପଡ଼ା ଓ କେଉଁଝରରେ ଚାଲିଥିଲା ସ୍କାମ । ସ୍କାମରେ ସାମିଲ ହେବା ଲାଗି ଲୋକଙ୍କୁ ବିଭିନ୍ନ ଭାବରେ ପ୍ରଭାବିତ କରୁଥିଲେ  । ଏସଟିଏରେ ସାମିଲ ହୋଇଥିଲେ ରାଜ୍ୟର ପ୍ରାୟ ୧୦ ହଜାର ଲୋକ । ସେହିପରି ଦେଶରେ ପ୍ରାୟ ୨ ଲକ୍ଷ ସଦସ୍ୟ ଏସଟିଏରେ ସାମିଲ ଥିଲେ ।

ଓଡ଼ିଶା ସମେତ ୧୧ ରାଜ୍ୟରେ ସକ୍ରିୟ ଥିଲା ଏସଟିଏ । ୨୦୨୧ରେ ଲଞ୍ଚ ହୋଇଥିବା ଏସଟିଏ ଆରବିଆଇ ନିୟମ ଅନୁସାରେ ବେଆଇନ ଥିଲା । ଗୋଆରେ ଆୟୋଜିତ ଏକ ଉତ୍ସବରେ ସାମିଲ ହୋଇଥଲେ ଚଳଚ୍ଚିତ୍ର ଅଭିନେତା ଗୋବିନ୍ଦା  । ଏସଟିଏର ପ୍ରମୋସନ ଲାଗି ଭିଡିଓ ଜାରି କରିଥିଲେ ଗୋବିନ୍ଦା  ।