spot_img
Home Blog Page 2835

ପୁରୀ ଜିଲ୍ଲାରେ ସ୍କ୍ରବଟାଇଫସ ଆତଙ୍କ, ୧୨୦ ଜଣ ପଜିଟିଭ

ପୁରୀ : ସ୍କ୍ରବଟାଇଫସକୁ ନେଇ ସାରା ରାଜ୍ୟ ରେ ଭୟ ଦେଖିବାକୁ ମିଳିଥିବା ବେଳେ ପୁରୀରେ ମଧ୍ୟ ସ୍କ୍ରବ ଟାଇଫସ ଆତଙ୍କ ଦେଖିବାକୁ ମିଳିଛି l ପୁରୀ ରେ ଗତ ଦୁଇ ମାସ ମଧ୍ୟ ରେ ୬୧୩ ଜଣଙ୍କ  ରକ୍ତ ନମୁନା ପରୀକ୍ଷା କରାଯାଇଥିବା ବେଳେ ସେଥିରୁ ୧୨୦ଜଣ ପଜିଟିଭ ଥିବା ଜଣାପଡିଛି |  ଏଥିସହ କୌଣସି ରୋଗୀଙ୍କ ମୁର୍ତ୍ୟୁ ହୋଇନଥିବା ସୂଚନା ମିଳିଛି l ଜୁଲାଇ ମାସ ରେ ପୁରୀ ସଦର ମୁଖ୍ୟ ଚିକିତ୍ସାଳୟ ରେ ୬୯ଜଣଙ୍କ ରକ୍ତ ପରୀକ୍ଷା କରାଯାଇ ସେଥିରୁ ୮ଜଣ ଙ୍କର ପଜିଟିଭ ଅଗଷ୍ଟ ମାସ ରେ ୧୯୬ଜଣ ଙ୍କ ପରୀକ୍ଷା କରାଯଇଥିବା ବେଳେ ସେଥିରୁ ୪୫ଜଣ ପଜିଟିଭ ଏବଂ ସେପ୍ଟେମ୍ବର ମାସ ରେ ୩୫୮ ଜଣ ଙ୍କ ରକ୍ତ ନମୁନା ପରୀକ୍ଷା  କରାଯାଇ ୫୮ଜଣ ଙ୍କ ସ୍ରବଟାଇଫସ ପଜିଟିଭ ଥିବା ସୂଚନା ଦେଇଛନ୍ତି ପୁରୀ ଜିଲ୍ଲା ଜନ ସ୍ୱାସ୍ଥ୍ୟ ଅଧିକାରୀ  lScrub Typhus | Senior Physician Decodes the Mysteries of Scrub Typhus - Telegraph India

ସେହିପରି ସୁନ୍ଦରଗଡ଼ରୁ ପୁରୀ ବୁଲିବାକୁ ଆସିଥିବା ପର୍ଯ୍ୟଟକ ଅମନ ଦେହେରି ଙ୍କ ଠାରେ ସ୍କବଟାଇଫସ ଲକ୍ଷଣ ଦେଖା ଦେବା ପରେ ତାଙ୍କ ସମ୍ପ୍ରକୀୟ ମାନେ ତାଙ୍କୁ ପୁରୀ ସଦର ମୁଖ୍ୟ ଚିକିତ୍ସାଳୟ ରେ ଭର୍ତି କରିବା ପରେ  ତାଙ୍କର ମ୍ୟାଲେରିଆ, ଡେଙ୍ଗୁ ସମେତ ସ୍କ୍ରବଟାଇଫସ ର ମଧ୍ୟ ପରୀକ୍ଷା କରାଯାଇଥିବା ବେଳେ ରିପୋର୍ଟ ନେଗେଟିଭ ଆସିଥିବା ଜଣା ପଡିଛି l ଏନେଇ ତାଙ୍କ ସଂପର୍କିୟ ଆଶ୍ବସ୍ତି ଲାଭ କରିଛନ୍ତି l ସେପଟେ ସ୍କ୍ରବଟାଇଫସ କୁ ନେଇ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ବ୍ୟାପକ ପଦକ୍ଷେପ ଗ୍ରହଣ କରାଯିବା ସହ ଲୋକଙ୍କୁ ସଚେତନ କରାଯାଉଥିବା କହିଛନ୍ତି ପୁରୀ ଜିଲ୍ଲା ଜନସ୍ୱାସ୍ଥ୍ୟ ଅଧିକାରୀ ବିରଜା ଶଙ୍କର ରଥ l

ଗଞ୍ଜାମ ବରିଗୁଡ଼ାରେ ବିଜେଡି ଯୁବନେତାଙ୍କୁ ନିର୍ମମ ହତ୍ୟା

ଗଞ୍ଜାମ : ଗଞ୍ଜାମ ଜିଲ୍ଲା ଧରାକୋଟ ଥାନା ବରିଗୁଡ଼ାରେ ନିର୍ମମ ହତ୍ୟା  । ବିଜେଡି ଯୁବନେତାଙ୍କୁ ମାରଣାସ୍ତ୍ରରେ ହାଣି ହତ୍ୟା କରିଛନ୍ତି ଦୁର୍ବୃତ୍ତ  । ମୃତକ ହେଲେ ଅନିଲ କୁମାର ମହାନ୍ତି ଓରଫ କୋକ । ଅନିଲ ସକାଳୁ ନିଜ ସ୍କୁଟି ଯୋଗେ ପାଖ ଗାଁ ଉଖୁଡ଼ା ପଟାକୁ ଯାଇ ପୋଖରୀରେ ମାଛ ଯାଆଁଳ ଛାଡିବା କଥା ଆଲୋଚନା କରି ଫେରୁଥିଲେ  । ଏହି ସମୟରେ ପୂର୍ବରୁ ପ୍ରସ୍ତୁତ ହୋଇ ରହିଥିବା ଦୁର୍ବୃତ୍ତଙ୍କ ସଂଘବନ୍ଧ ଶଶସ୍ତ୍ର ଆକ୍ରମଣରେ ଅନିଲଙ୍କ ମୃତ୍ୟୁ ହୋଇଛି । ଅନିଲଙ୍କ ବେକ, ପେଟରେ କ୍ଷତଚିହ୍ନ ରହିଛି। ଘଟଣା ସ୍ଥଳରେ ଧରାକୋଟ ଓ  ଆସିକା ଉପଖଣ୍ଡ ପୋଲିସର ତଦନ୍ତ ଜାରି ରହିଛି   । ମୃତ୍ୟୁର ପ୍ରକୃତ କାରଣ ସ୍ପଷ୍ଟ ହୋଇପାରିନାହିଁ  ।

ସେପଟେ  ଅନିଲଙ୍କ ମୃତଦେହ ନିକଟରେ ସାନଖେମୁଣ୍ଡି ନିର୍ବାଚନ ମଣ୍ଡଳୀର ପୂର୍ବତନ ବିଧାୟିକା ନନ୍ଦିନୀ ଦେବୀ, ସୋରଡା ବିଧାୟକ ପୂର୍ଣ୍ଣ ଚନ୍ଦ୍ର ସ୍ବାଇଁ , ଗଂଜାମ ଜିଲ୍ଲା ପରିଷଦ ଅଧ୍ୟକ୍ଷା ପ୍ରମୁଖ ଉପସ୍ଥିତ ରହିଥିଲେ  ଅନ୍ୟପଟେ ଅନିଲଙ୍କ ମୃତ୍ୟୁପରେ ବରିଗୁଡ଼ା ଗାଁରେ ଶୋକର ଛାୟା ଖେଳିଯାଇଛି  ।

ବିଜେପି ନେତାଙ୍କ ଜାଲ୍ ପ୍ରମାଣପତ୍ର କାରବାର, ସରପଞ୍ଚଙ୍କ ସମେତ ୫ ଗିରଫ

ବରଗଡ଼ : ମହଙ୍ଗା ପଡ଼ିଲା ନକଲି ଜାତିଗତ, ରେସିଡେଣ୍ଟ ଓ କ୍ୟାରେକ୍ଟର ସାର୍ଟିଫିକେଟ ପ୍ରସ୍ତୁତି  କରିବା । ଆରଆଇ ଓ ଜଣେ ବିଜେପି ସମର୍ଥିତ ସରପଞ୍ଚଙ୍କ ସମେତ ୫ ଜଣଙ୍କୁ ଗିରଫ କରିଛି ବରଗଡ଼ ପୋଲିସ । ଗିରଫ ଅଭିଯୁକ୍ତ ହେଲେ ବରଗଡ଼ ଜିଲ୍ଲା ସୁକୁଡ଼ା ଆରଆଇ ସନ୍ଦୀପ ଶତପଥୀ ଓ ଡୁମେରପାଳିର ବିଜେପି ସମର୍ଥିତ ସରପଞ୍ଚ ମନୋରଞ୍ଜନ ଦୋରା । ମନୋରଞ୍ଜନ ରାଜ୍ୟ ବିଜେପିର ବିଧାୟକ ପ୍ରାର୍ଥୀ ଇରାଶିଷ ଆଚାର୍ଯ୍ୟଙ୍କ ସମର୍ଥନରେ ନିର୍ବାଚନ ଲଢି ଜିତିଥିଲେ  । ଅନ୍ୟ ତିନି ଅଭିଯୁକ୍ତ ଉତ୍ତରପ୍ରଦେଶର ବିରପାଳ ସିଂ, ବବଳେଶ କୁମାର ଓ ରବିକାନ୍ତ । ଅଭିଯୁକ୍ତମାନେ ନକଲି ଜାତିଗତ, ରେସିଡେଣ୍ଟ ଓ କ୍ୟାରେକ୍ଟର ସାର୍ଟିଫିକେଟ ପ୍ରସ୍ତୁତ କରୁଥିଲେ ।Fake education certificates racket busted in Hyderabad, 1 1 held |  Hyderabad News - Times of India

ଉତ୍ତରପ୍ରଦେଶର ତିନି ଅଭିଯୁକ୍ତଙ୍କୁ ନକଲି ସାର୍ଟିଫିକେଟ ଦେଇଥିଲେ ଆରଆଇ ଓ ସରପଞ୍ଚ । ଫେକ ସାର୍ଟିଫିକେଟ ଜରିଆରେ ଓଡ଼ିଶାରେ ସରକାରୀ ଚାକିରି କରିବାକୁ ସେମାନେ ଆବେଦନ କରିଥିଲେ  । ଏନେଇ ଯାଞ୍ଚ ବେଳେ ଧରାପଡ଼ିବା ପରେ ପୂରା ମାମଲା ସାମ୍ନାକୁ ଆସିଥିଲା  । ତେବେ ଆଉ କେତେ ଜଣଙ୍କୁ ଏପରି ନକଲି ସାର୍ଟିଫିକେଟ ଦେଇଛନ୍ତି  ଓ ରାକେଟରେ ଆଉ କେଉଁମାନେ ସଂପୃକ୍ତ ସେନେଇ ତଦନ୍ତ କରାଯାଉଛି  ।

କୋକସରା ସକାଳ ପ୍ରତିନିଧି ଜଗଦୀଶଚନ୍ଦ୍ର ନାଏକଙ୍କୁ ହତ୍ୟା ଧମକ

କୋକସରା: କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ଦୈନିକ ଖବର କାଗଜ ସକାଳ ପ୍ରତିନିଧି ଜଗଦୀଶ ଚନ୍ଦ୍ର ନାଏକଙ୍କୁ ହତ୍ୟା ଧମକ । ଏନେଇ କୋକସରା ଥାନାରେ ଏତଲା ଦେଇଛନ୍ତି ଜଗଦୀଶ l କୋକସରା ବ୍ଲକର ମହିଳା ସରପଞ୍ଚଙ୍କ ସ୍ଥାନରେ ପୁରୁଷମାନେ କାମ କରୁଥିବା ଯୋଗୁଁ ସରକାରଙ୍କ ବିଭିନ୍ନ ଲୋକାଭମୁଖୀ ଯୋଜନା ସାଧାରଣ ଲୋକଙ୍କ ନିକଟରେ ପହଞ୍ଚିପାରୁନି । ଏନେଇ ସକାଳରେ ଖବର ପ୍ରକାଶ ପାଇଥିଲା । ଖବର ପ୍ରକାଶ ପାଇବା ପରେ ସରପଞ୍ଚଙ୍କ ସ୍ବାମୀ ହତ୍ୟା ଧମକ ଦେଇଥିବା ଅଭିଯୋଗ କରିଛନ୍ତି ସକାଳ ପ୍ରତିନିଧି l ପୋଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଛି ।

ପେଟରୁ ବାହାରିଲା ଓ୍ବାସର, ନଟ, ବୋଲ୍ଟ, ଏବଂ ମାର୍ବଲ ଖଣ୍ଡ ସହ ଅନେକ ସାମଗ୍ରୀ

ନନ୍ଦିଘୋଷ ବ୍ୟୁରୋ: ଜଣେ ବ୍ୟକ୍ତିଙ୍କ ପେଟ କାଟିବା ମୂଳରେ ଥାଏ ଅନେକ କାରଣ । ଖାଦ୍ୟଜନିତ ସମସ୍ୟା ହେଉ ବା ଅନ୍ୟ କିଛି । ହେଲେ ପଞ୍ଜାବ ଅନ୍ତର୍ଗତ ମୋଗାରେ ଜଣେ ବ୍ୟକ୍ତିଙ୍କ ପେଟ କାଟିବା ମୂଳରେ ଥିବା କାରଣ ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ ନିଶ୍ଚୟ । ହସ୍ପିଟାଲରେ ଜଣେ ବ୍ୟକ୍ତିଙ୍କ ପେଟରୁ ଅପରେସନ ପରେ ଏପରି କିଛି ଜିନିଷ ବାହାରିଥିଲା ଯାହାକୁ ଦେଖିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । ମୋଗାରେ ଜଣେ ୪୦ ବର୍ଷ ବୟସ୍କ ବ୍ୟକ୍ତିଙ୍କୁ ଜ୍ବର ଆସିବା ସହ ବାନ୍ତି ଲାଗିଥିଲା ।

କିଛିଦିନ ଧରି ଏପରି ହେବା ପରେ ତାଙ୍କୁ ସ୍ଥାନୀୟ ମେଡିସିଟି ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଡାକ୍ତର ତାଙ୍କର ଏକ୍ସରେ କରିବା ପରେ ପେଟ ଭିତରେ କିଛି ସାମଗ୍ରୀ ଥିବା ଜାଣିବାକୁ ପାଇଥିଲେ । ଫଳରେ ଡାକ୍ତର ତାଙ୍କର ପେଟ ଅପରେସନ କରିଥିଲେ । ପ୍ରାୟ ୩ ଘଣ୍ଟାର ଅପରେସନ ପରେ ପେଟରୁ ଯାହା ବାହାରିଲା ଡାକ୍ତର ସେଥିରେ ହତବାକ ହୋଇପଡିଥିଲେ । ରୋଗୀଙ୍କ ପେଟରୁ ବାହାରିଥିଲା ଏକ ରାଖୀ ସମେତ ଇୟରଫୋନ, ଲକେଟ, ସ୍କ୍ରୁ, ଓ୍ବାସର, ନଟ, ବୋଲ୍ଟ, ଓ୍ବାଇର, ବୋତାମ, ହେୟାର କ୍ଲିପ, ଜିପ୍ପର ଟ୍ୟାଗ, ଏକ ମାର୍ବଲ ଖଣ୍ଡ, ଏକ ସେଫ୍ଟି ପିନ ଇତ୍ୟାଦି । ହସ୍ପିଟାଲର ନିର୍ଦ୍ଦେଶକ ଡାକ୍ତର ଆଜମିର କାଲରା କହିଛନ୍ତି ଯୁବକଜଣକ ଗତ ଦୁଇ ବର୍ଷ ଧରି ପେଟ ଯନ୍ତ୍ରଣା ଭୋଗୁଥିଲେ । ଦୀର୍ଘ ଦିନ ଧରି ଏହି ସବୁ ସାମଗ୍ରୀ ପେଟରେ ରହିଥିବା ଯୋଗୁ ତାଙ୍କ ଅବସ୍ଥା ଠିକ୍ ନାହିଁ ।

ଅବିବାହିତ ଗର୍ଭବତୀ ଯୁବତୀଙ୍କ ଦେହରେ ନିଆଁ ଲଗାଇ ଜାଳିଦେଲେ ମା’ ଏବଂ ଭାଇ

ଉତ୍ତରପ୍ରଦେଶ: ନୃଂଶସ । ଅମାନବୀୟ । ମଧ୍ଯପ୍ରଦେଶ ଉଜ୍ଜୟିନୀ ଘଟଣା ପରେ ଏବେ ଉତ୍ତରପ୍ରଦେଶରୁ ଆସିଛି ଆଉ ଏକ ବୀଭତ୍ସ ଘଟଣାର ଚିତ୍ର । ହାପୁରର ଏକ ଜଙ୍ଗଲରେ ଜଣେ ଗର୍ଭବତୀ ଯୁବତୀଙ୍କ ଦେହରେ ନିଆଁ ଲଗାଇଦେଲେ ଖୋଦ୍ ମା ଓ ତାଙ୍କ ଭାଇ । ଗୁରୁତର ଅବସ୍ଥାରେ ଯୁବତୀଙ୍କ ଚିକିତ୍ସା ଚାଲିଥିବା ସୂଚନା ମିଳିଛି । ହାପୁର ଜିଲ୍ଲା ଅନ୍ତର୍ଗତ ନାଓ୍ବାଦ ଖୁର୍ଦ ଗ୍ରାମରେ ଘଟିଥିବା ଏହି ଘଟଣା ରାଜ୍ୟରେ ଚାଞ୍ଚଲ୍ୟ ସୃଷ୍ଟି କରିଛି । ୨୩ ବର୍ଷ ବୟସ୍କା ଯୁବତୀଜଣକ ଅବିବାହିତା ଥିବା ସତ୍ତ୍ବେ ଗର୍ଭବତୀ ହେବାକୁ ନେଇ ପରିବାର କ୍ଷୁବ୍ଧ ହେବା ପରେ ସେମାନେ ତାଙ୍କୁ ଜଙ୍ଗଲକୁ ନେଇଯାଇଥିଲେ ।

ସେଠାରେ ତାଙ୍କ ଉପରେ ମା ଓ ଭାଇ ପେଟ୍ରୋଲ ପକାଇ ନିଆଁ ଲଗାଇଦେଇଥିଲେ । ଏହି ଅମାନୁଷିକ କାଣ୍ଡ ଘଟାଇଛନ୍ତି । ଯୁବତୀଜଣଙ୍କର ଶରୀର ୭୦ ଭାଗ ପୋଡିଯାଇଛି । ଅର୍ଦ୍ଧଦଗ୍ଧ ଅବସ୍ଥାରେ ତାଙ୍କୁ କେତେକ କୃଷକ ଠାବ କରିବା ପରେ ସେମାନେ ତାଙ୍କୁ ଉଦ୍ଧାର କରିଥିଲେ । ପରେ ପୋଲିସ ତାଙ୍କୁ ମିରଟର ଏକ ସରକାରୀ ହସ୍ପିଟାଲରେ ଭର୍ତ୍ତି କରିଥିଲେ । ଉଭୟ ମା ଓ ପୁଅଙ୍କୁ ପୋଲିସ ଅଟକ ରଖି ଜେରା କରୁଛି । ହାପୁରର ଅତିରିକ୍ତ ଏସପି ରାଜକୁମାର ଅଗ୍ରଓ୍ବାଲ କହିଛନ୍ତି ଉଭୟ ମା ଓ ପୁଅଙ୍କ ବିରୋଧରେ ହତ୍ୟା ଉଦ୍ୟମ ଅଭିଯୋଗ ମାମଲା ଦାୟର କରାଯାଇ ତଦନ୍ତ କରାଯାଉଛି ।

ପାକିସ୍ତାନରେ ଭୟଙ୍କର ବିସ୍ଫୋରଣ

ଇସଲାମବାଦ: ପାକିସ୍ତାନର ବଲୁଚିସ୍ତାନରେ ଭୟଙ୍କର ବିସ୍ଫୋରଣ । ବିସ୍ଫୋରଣରେ ୩୪ ଲୋକଙ୍କ ମୃତ୍ୟୁ ଘଟିଥିବାବେଳେ ଆହତ ହୋଇଛନ୍ତି ୧୩୦ରୁ ଅଧିକ । ବିସ୍ଫୋରଣରେ ଜଣେ ଡେପୁଟି ସୁପରିଣ୍ଟେଣ୍ଡଣ୍ଟ ଅଫ ପୋଲିସ ନଓ୍ବାଜ ଗାସକୋରି ପ୍ରାଣହରାଇଛନ୍ତି । ବାଲୋଚିସ୍ତାନର ମାସ୍ତୁଙ୍ଗ ଜିଲ୍ଲା ଅନ୍ତର୍ଗତ ଏକ ମସଜିଦରେ ଘଟିଛି ବିସ୍ଫୋରଣ । ପ୍ରଫେଟ ମହମ୍ମଦଙ୍କ ଜୟନ୍ତୀ ଲାଗି ଶହ ଶହ ଲୋକ ମସଜିଦରେ ପ୍ରାର୍ଥନାରତ ଥିବାବେଳେ ଏହି ବିସ୍ଫୋରଣ ଘଟିଥିଲା । ଆହତମାନଙ୍କୁ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଏହି ଘଟଣା ଲାଗି କୌଣସି ସଂଗଠନ ନିଜକୁ ଦାୟୀ କରିନାହାନ୍ତି । ପାକିସ୍ତାନ ତାଲିବାନ ସଂଗଠନ ବି ଏହି ଘଟଣାରେ ସମ୍ପୃକ୍ତି ନେଇ ଅସ୍ବୀକାର କରିଛି । ଗତ କିଛିଦିନ ତଳେ ମାସ୍ତୁଙ୍ଗ ଜିଲ୍ଲାରେ ଏକ ବିସ୍ଫୋରଣ ଘଟିଥିଲା । ଏହି ଘଟଣାରେ ଅନେକ ଲୋକ ଆହତ ହୋଇଥିଲେ । ଘଟଣାସ୍ଥଳରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି ବୋଲି କହିଛନ୍ତି ବାଲୁଚିସ୍ତାନ ସ୍ବରାଷ୍ଟ୍ରମନ୍ତ୍ରୀ ଜାନ ଆଚକଜାଲ । ବିଭିନ୍ନ ହସ୍ପିଟାଲରେ ଏମର୍ଜେନସି ଜାରି କରାଯାଇଛି ।

ଉଜ୍ଜୟିନୀ ଦୁଷ୍କର୍ମ ଅଭିଯୁକ୍ତଙ୍କୁ ଦିଆଯିବ କଠୋର ଦଣ୍ଡ

ଉଜ୍ଜୟିନୀ: ମଧ୍ୟପ୍ରଦେଶ ଉଜ୍ଜୟିନୀରେ ନାବାଳିକାଙ୍କୁ ଦୁଷ୍କର୍ମ ଘଟଣା । ଅଭିଯୁକ୍ତଙ୍କୁ କଠୋର ଦଣ୍ଡରେ ଦଣ୍ଡିତ କରିବା ଲାଗି ଦାବି କରିଛନ୍ତି ଉଜ୍ଜୟିନୀ ବାର୍ ଆସୋସିଏସନ ସଭାପତି ଅଶୋକ ଯାଦବ । ସେ କହିଛନ୍ତି ଏପରି କୁତ୍ସିତ ଘଟଣାକୁ କଠୋର ହସ୍ତରେ ଦମନ କରିବା ଆବଶ୍ୟକ । ସେପଟେ ପୀଡ଼ିତାଙ୍କ ବାପା କହିଛନ୍ତି- ଗତ 24 ତାରିଖରେ ତାଙ୍କ ଝିଅ ପରୀକ୍ଷା ଦେବାକୁ ସ୍କୁଲକୁ ଯାଇଥିଲା । ହେଲେ ଫେରି ନଥିଲା । ତେବେ ଉଜ୍ଜୟିନୀରେ ସେ ଦୁଷ୍କର୍ମର ଶିକାର ହୋଇ ଚାଲି ଚାଲି ଯାଉଥିବାର ଭିଡିଓ ନାବାଳିକାର ମାମୁଁ ଦେଖାଇବା ପରେ ସେ ସମସ୍ତ ଘଟଣା ଜାଣିବାକୁ ପାଇଥିଲେ ବୋଲି କହିଛନ୍ତି ବାପା ।

ସତନା ଜିଲ୍ଲା ନିବାସୀ ଥିବା ନାବାଳିକାର ବାପା କହିଛନ୍ତି-ତାଙ୍କ ଝିଅ ଅଷ୍ଟମ ଶ୍ରେଣୀରେ ପଢୁଛି । ଘରଠାରୁ ମାତ୍ର ଏକ କିଲୋମିଟର ଦୂରରେ ଥିବା ସ୍କୁଲକୁ ଯିବା ବେଳେ ଏହି ଘଟଣା ଘଟିଥିଲା । ପିଲାଟି ସେହିଦିନ ଘରକୁ ନ ଆସିବା ଯୋଗୁଁ ପରଦିନ ପରିବାର ଥାନାରେ ଏତଲା ଦେଇଥିଲେ । ପୋଲିସର କହିବା କଥା ଜୀବନ ଖେରିରେ ନାବାଳିକାଟି ଅଟୋରେ ବସିଥିଲା । ପରେ ତାକୁ ରକ୍ତାକ୍ତ ଅବସ୍ଥାରେ ଦାଣ୍ଡି ଆଶ୍ରମ ନିକଟରେ ଛାଡିଦିଆଯାଇଥିଲା । ଏହି ଘଟଣାରେ ଗିରଫ ହୋଇଛନ୍ତି ଜଣେ ଅଟୋ ଚାଳକ । ଉଜ୍ଜୟିନୀରେ ଏକ ଆଶ୍ରମର ବାବା ଦୟାପରବଶ ହୋଇ ନାବାଳିକାଙ୍କ ସେବା ଶ୍ରୁଶ୍ରୂଷା କରିବା ସହ ହସ୍ପିଟାଲକୁ ନେଇଥିଲେ ।

କର୍ଣ୍ଣାଟକରେ ଅଭୂତପୂର୍ବ ବନ୍ଦ ପାଳନ

ବାଙ୍ଗାଲୋର: କାବେରୀ ନଦୀ ଜଳ ବିବାଦ । କର୍ଣ୍ଣାଟକରେ ଅଭୂତପୂର୍ବ ବନ୍ଦ ପାଳନ । ପ୍ରାୟ ୨ ହଜାର ସଂଗଠନ, ରାଜନୈତିକ ଦଳ ପକ୍ଷରୁ ଆହୂତ ବନ୍ଦ ଡାକରା ସମ୍ପୂର୍ଣ୍ଣ ସଫଳ ହୋଇଛି । ସାରା ରାଜ୍ୟରେ ବନ୍ଦକୁ ବିପୁଳ ସମର୍ଥନ ମିଳିଥିବା ଦେଖାଯାଇଛି । ରାଜଧାନୀ ବେଙ୍ଗାଳୁରୁ ସମେତ ସମସ୍ତ ସହରରେ ଜନଜୀବନ ଠପ୍ ହୋଇଛି । ପ୍ରାୟ ୨୦୦ ଆନ୍ଦୋଳନକାରୀଙ୍କୁ ପୋଲିସ ଅଟକ ରଖିଥିବା ସୂଚନା ମିଳିଛି । ବିଭିନ୍ନ ସ୍ଥାନରେ ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମକେ ଷ୍ଟାଲିନଙ୍କ କୁଶପୁତ୍ତଳିକା ଦାହ କରିଛନ୍ତି ଆନ୍ଦୋଳନକାରୀ ।

ମାଣ୍ଡ୍ଯାରେ ଆନ୍ଦୋଳନକାରୀମାନେ ରାସ୍ତାରେ ଗଡ଼ିଗଡ଼ି ପ୍ରତିବାଦ କରିଛନ୍ତି । ବନ୍ଦ ଯୋଗୁ ବସ୍, ଟ୍ରେନ, ବିମାନ ଚଳାଚଳ, ସ୍କୁଲ, କଲେଜ, ସମସ୍ତ ସରକାରୀ ପ୍ରତିଷ୍ଠାନ ବନ୍ଦ ରହିଛି । ୪୪ଟି ବିମାନର ଉଡାଣ ବାତିଲ ହୋଇଛି । କନ୍ନଡ ଓକୁତା ମଞ୍ଚ ପକ୍ଷରୁ ଡାକରା ଦିଆଯାଇଥିବା ଏହି ବନ୍ଦ ଯୋଗୁ ସାରା ରାଜ୍ୟରେ ଜନଜୀବନ ବ୍ୟାପକ ପ୍ରଭାବିତ ହୋଇଛି । ତାମିଲନାଡୁକୁ କାବେରୀ ଜଳ ଛାଡିବା ଲାଗି ନିର୍ଦ୍ଦେଶ ପ୍ରତିବାଦରେ ଏହି ବନ୍ଦ ପାଳନ ହେଉଛି । ରାଲି, ପ୍ରତିବାଦ ଆନ୍ଦୋଳନ, ଏକାଠି ହେବା ଉପରେ ରୋକ୍ ଲଗାଇଛି ପୋଲିସ । ବିଭିନ୍ନ ସ୍ଥାନରେ ୧୪୪ ଧାରା ଜାରି ହୋଇଛି ।

ବନ୍ଦକୁ ଏପରକି ଓଲା, ଉବେର ବି ସମର୍ଥନ କରିବା ଦେଖାଯାଇଛି । ସେହିପରି ୩୨ଟି ଘରୋଇ ପରିବହନ ୟୁନିଅନ ବି ବନ୍ଦକୁ ସମର୍ଥନ କରିଛନ୍ତି । ସାରା ରାଜ୍ୟରେ ହୋଟେଲ ସେବା ବନ୍ଦ ଲାଗି ପୂର୍ବରୁ ନିଷ୍ପତ୍ତି ନେଇଥିଲା କର୍ଣ୍ଣାଟକ ହୋଟେଲ ଓନର୍ସ ଆସୋସିଏସନ । ଆନ୍ଦୋଳନରେ ବି ସାମିଲ ହୋଇଛନ୍ତି ଚଳଚ୍ଚିତ୍ର ନିର୍ଦ୍ଦେଶକ ପ୍ରେମ ।

ବଢ଼ିପାରେ 2000 ଟଙ୍କିଆ ନୋଟର ଡେଡଲାଇନ

ନନ୍ଦିଘୋଷ ବ୍ୟୁରୋ: ବଢ଼ିପାରେ 2000 ଟଙ୍କିଆ ନୋଟର ଡେଡଲାଇନ । ଆସନ୍ତା ଅକ୍ଟୋବର ଶେଷ ଯାଏ ଏହା ବୈଧ ହୋଇପାରେ ବୋଲି ସୂଚନା ମିଳିଛି । ଅକ୍ଟୋବର ଶେଷ ସୁଦ୍ଧା ୨ ହଜାର ଟଙ୍କିଆ ନୋଟର ଅବଧି ବୃଦ୍ଧି ଲାଗି ରିଜର୍ଭ ବ୍ୟାଙ୍କ ଚିନ୍ତା କରୁଥିବା ସୂଚନା ମିଳିଛି । ପୂର୍ବରୁ ଆସନ୍ତା ସେପ୍ଟେମ୍ବର ୩୦ ତାରିଖ ଡେଡଲାଇନ ନେଇ ସୂଚନା ଦେଇଥିଲା ଆରବିଆଇ । ଗତ ସେପ୍ଟେମ୍ବର ୧ ତାରିଖରେ ଆରବିଆଇ କହିଥିଲା ପ୍ରାୟ ୩ ଦଶମିକ ୩୨ ଲକ୍ଷ କୋଟି ଟଙ୍କାର ୨ ହଜାର ଟଙ୍କିଆ ନୋଟ ବଜାରରୁ ପ୍ରତ୍ୟାହୃତ ହୋଇଥିଲା ।

ଗତ ଜୁଲାଇ ୩୧ ସୁଦ୍ଧା ମୋଟ ୨ ହଜାର ଟଙ୍କିଆ ନୋଟର ୮୮ ପ୍ରତିଶତ ପ୍ରତ୍ୟାହୃତ ହୋଇଥିଲା ବୋଲି ଆରବିଆଇ କହିଥିଲା । ବଜାରରୁ ୨ ହଜାର ଟଙ୍କିଆ ନୋଟ ହଟାଇବା ଲାଗି ସରକାର ନିଷ୍ପତ୍ତି ନେବା ପରେ ଗତ ମେ ୨୩ ତାରିଖରୁ ୨ ହଜାର ଟଙ୍କିଆର ବଦଳି ବା ଜମା ପ୍ରକ୍ରିୟା ଆରମ୍ଭ ହୋଇଥିଲା । ରିଜର୍ଭ ବ୍ୟାଙ୍କ ପକ୍ଷରୁ ଗତ ମେ ୨୩ ତାରିଖରେ ଏହି ନିଷ୍ପତ୍ତି ଘୋଷଣା କରିବା ପରେ ବଦଳି ବା ଜମା ପ୍ରକ୍ରିୟା ଜାରି ରହିଥିଲା । ଆୟକର ନିୟମାବଳୀ ୧୧୪-ବି ଅନୁସାରେ ଏକ ବ୍ୟାଙ୍କ ବା ଡାକଘରେ ଗୋଟିଏ ଦିନରେ ୫୦ ହଜାର ଟଙ୍କା ଜମା କରାଗଲେ ପାନ୍ ଆବଶ୍ୟକ ହୋଇଥାଏ ।