ପଞ୍ଚାୟତି ରାଜ ବିଭାଗ ଅଧୀନରେ ଚାକିରି କରାଇଦେବା ନାଁରେ ଠକେଇ

1 min read

ସୁନ୍ଦରଗଡ଼ : ପଞ୍ଚାୟତି ରାଜ ବିଭାଗ ଅଧୀନରେ ବିଭିନ୍ନ ପଦବୀରେ ଚାକିରି ଦେବା ନାଁରେ ଠକେଇ ଘଟଣା ଚାରି ଆଡକୁ ଲମ୍ବିଛି । ପାଖାପାଖି ୧୨ ଶହ ଆଶାୟୀଙ୍କ ଠାରୁ ୧୫ କୋଟିରୁ ଉର୍ଦ୍ଧ ଟଙ୍କା ଠକେଇର ମାଷ୍ଟର ମାଇଣ୍ଡଙ୍କ ମଧ୍ୟରୁ ଜଣେ ସୁନ୍ଦରଗଡ଼ ସହରର ବୋଲି ଜଣା ପଡ଼ିଛି । ସୁନ୍ଦରଗଡ଼ ଟାଉନ୍ ଥାନା ଲୁହୁରାଢ଼ିପା ଅଞ୍ଚଳର ଆରଜୁ ନାଏକ ପଶ୍ଚିମ ଓଡ଼ିଶା ଦାୟିତ୍ବରେ ରହି କୋଟି କୋଟି ଟଙ୍କା ଚୁନା ଲଗାଇଥିବା ଅଭିଯୋଗ ହୋଇଛି । ଆଜି ଠକେଇର ଶିକାର କିଛି ଆଶାୟୀ ଆରଜୁର ଘରକୁ ଆସି ତାଙ୍କ ଟଙ୍କା ଫେରାଇ ଦେବାକୁ ଦାବି କରିଥିଲେ । ଆରଜୁ ଫେରାର ରହିଥିବା ବେଳେ ଆଶାୟୀ ମାନେ ତା ବାପାଙ୍କୁ ଘେରିଥିଲେ । ପରେ ଟାଉନ ଥାନା ପୋଲିସ ଆସି ସେମାନଙ୍କୁ ବୁଝାସୁଝା କରିଥିଲା ।TCS bribe-for- job scam can lead to HR cleanup in major IT companies -  Business Manager

ସୁନ୍ଦରଗଡ଼ ଥାନାରେ କୌଣସି ଏତଲା ହୋଇନଥିବା ବେଳେ ଏ ନେଇ ଅନ୍ୟ ଆଶାୟୀ ମାନେ ଭୁବନେଶ୍ବର ଭରତପୁର ଥାନାରେ ଅଭିଯୋଗ କରିଛନ୍ତି । ଭୁବନେଶ୍ବର ଭରତପୁର ଥାନା ଘଟିକିଆ ଅଞ୍ଚଳରେ ଧର୍ମା NGO ନାଁରେ ଅଫିସ ଖୋଲି ପଞ୍ଚାୟତି ରାଜ ବିଭାଗ ଅଧୀନରେ ପଂଚାୟତ ମିତ୍ର, ବ୍ଲକ ସଂଯୋଜକ , ଏବଂ ଜିଲ୍ଲା ସଂଯୋଜକ ପଦବୀରେ ଚାକିରି ଦେବା ନାଁରେ ପଞ୍ଚାୟତ ମିତ୍ର ପାଇଁ ପ୍ରତି ଆଶାୟୀଙ୍କ ଠାରୁ ୧ ଲକ୍ଷ ୨୦ ହଜାର, ବ୍ଲକ ସଂଯୋଜକ ପଦବୀ ପାଇଁ ୧ ଲକ୍ଷ ୭୦ ହଜାର ଏବଂ ଜିଲ୍ଲା ସଂଯୋଜକ ପଦବୀ ପାଇଁ ୨ ଲକ୍ଷ ଟଙ୍କା ନେଇ ଫେରାର ମାରିଛି ସଂସ୍ଥା ।