ଜଳେଶ୍ବରରେ ମାତିଛନ୍ତି ନକଲି ସୁନା ବେପାରୀ

ବାଲେଶ୍ୱର : ଜଳେଶ୍ବରରେ ମାତିଛନ୍ତି ନକଲି ସୁନା ବେପାରୀ । ପିତ୍ତଳକୁ ସୁନା ଦେଖାଇ ଲଗାଉଛନ୍ତି କୋଟି କୋଟି ଟଙ୍କାର ଚୂନ । ଟାର୍ଗେଟରେ ବ୍ୟବସାୟୀ ଓ ପ୍ରତିଷ୍ଠିତ ଲୋକ । ଏଭଳି ୫ ଜଣିଆ ଗ୍ୟାଙ୍ଗକୁ ଗିରଫ କରିଛି ଜଳେଶ୍ବର ପୋଲିସ । ସେମାନଙ୍କ ନିକଟରୁ ଦୁଇ କେଜିର ନକଲି ସୁନା ଦୀପ, ୭୫ ହଜାର ଟଙ୍କା , ଡ୍ରିଲ ମେସିନ, ୪ଟି ମୋବାଇଲ, ୩ଟି ବାଇକ ଜବତ କରିଛି ପୋଲିସ୍ । ପଥରପୁରା ଅଞ୍ଚଳର ଫେରିବାଲା ଇକବାଲ ଖାଁ ନକଲି ସୁନା ବେପାରୀଙ୍କ ହାବୁଡରେ ପଡିଯାଇଥିଲେ । ଇକବାଲ ୩ ଲକ୍ଷ ଟଙ୍କା ଦେଇ ଠକଠୁ ସୁନା ଦୀପ ନେଇଥିଲେ ।

ଇକବାଲ ପରବର୍ତ୍ତୀ ସମୟରେ ଏହା ସୁନା ନୁହେଁ ପିତଳ ଜାଣିବା ପରେ ଗ୍ୟାଙ୍ଗକୁ ଧରିବା ପାଇଁ ଯୋଜନା କରିଥିଲେ । ଅନ୍ୟ ଜଣେ ବନ୍ଧୁଙ୍କ ସହାୟତା ନେଇ ଉକ୍ତ ଦୀପକୁ ୨୧ ଲକ୍ଷ ଟଙ୍କାରେ ନେବା ପାଇଁ ଡିଲ ହୋଇଥିଲା । ବେପାରୀମାନେ ରାଜଘାଟ ଅଞ୍ଚଳକୁ ଡାକି ଡିଲ୍ କରୁଥିବାବେଳେ ଚଢାଉ କରିଥିଲା ୧୫ ଜଣିଆ ପୋଲିସ ଟିମ୍ । ଗ୍ୟାଙ୍ଗର ୫ଜଣଙ୍କୁ ଗିରଫ କରିଛି ପୋଲିସ୍ ।