spot_img
Home Blog Page 2744

୪ ଘଣ୍ଟା ପରେ ଆୟତ୍ତ ହେଲା କଟକ ଚୌଧୁରୀ ବଜାର ନିଆଁ 

କଟକ: ୪ ଘଣ୍ଟା ପରେ ଆୟତ୍ତ ହେଲା କଟକ ଚୌଧୁରୀ ବଜାର ନିଆଁ । ୬ଟି ଅଗ୍ନିଶମ ଟିମର ୬୦ରୁ ଅଧିକ ଅଗ୍ନିଶମ କର୍ମଚାରୀଙ୍କ ଉଦ୍ୟମରେ ନିଆଁ ଆୟତ୍ତକୁ ଆସିଛି । ନିଆଁ ଆୟତ୍ତକୁ ଆସିବା ପରେ ବିଲ୍ଡିଂ ଭିତରକୁ ଯାଇ ଅନୁଧ୍ୟାନ କରୁଛନ୍ତି ଅଗ୍ନିଶମ ଅଧିକାରୀ । ଭିତରେ ଆଉ କେଉଁଠି ନିଆଁ ରହିଛି କି ନାହିଁ ତାହାର ଯାଞ୍ଚ କରାଯାଉଛି । ସିସିଟିଭି ମେମୋରୀ ମେସିନ ଜବତ କରି ତଦନ୍ତ କରାଯାଉଛି । ସକାଳେ ଚୌଧୁରୀ ବଜାର ପଢିଆରୀ ପାଠାଗାର ସମ୍ମୁଖରେ ଥିବା ତିନିମହଲା ବିଶିଷ୍ଟ ଲୁଗା ଦୋକାନରେ ଅଗ୍ନିକାଣ୍ଡ ହୋଇଥିଲା । ଦୋକାନ ଭିତରୁ ବାହାରିଥିଲା ଭୁସଭୁସ ଧୂଆଁ । ତଳ ମହଲାରେ ପ୍ରଥମେ ନିଆଁ ଲାଗିଥିବାବେଳେ ପରେ ଏହା ଉପର ଦୁଇ ମହଲାକୁ ବ୍ୟାପିଥିଲା ।

ପ୍ରବଳ ଧୂଆଁ ବାହାରୁଥିବାରୁ ଉପର ମହଲାକୁ ଯିବା ସମ୍ଭବ ହଓଇନଥିଲା । କୋଠାର କାଚ ଭାଙ୍ଗି ଭିତରକୁ ପଶି ଅଗ୍ନିଶମ ବାହିନୀ ନିଆଁ ଲିଭାଇଥିଲା । ଏହା ସହିତ ସ୍କାଏ ଲିପ୍ଟର ସହାୟତା ନିଆଯାଇଥିଲା । ହୋଲସେଲ ଦୋକାନ ହୋଇଥିବାରୁ ବହୁ ପରିମାଣରେ ଲୁଗା ମହଜୁଦ ରହିଥିଲା । ଲୁଗାରେ ନିଆଁ ଲାଗିଥିବାରୁ ସ୍ଥିତି ଭୟାବହ ହୋଇଥିଲା । ଏହା ସହିତ ପ୍ଲାଏ ରହିଥିବାରୁ ନିଆଁ ସହଜରେ ଲିଭିବା ସମ୍ଭବ ହୋଇନତିଲା । ତେବେ ଆଖପାଖ କୋଠାକୁ ଯେପରି ନିଆଁ ନବ୍ୟାପିବ ସେଥିପ୍ରତି ଅଗ୍ନିଶମ ବାହିନୀ ସତର୍କ ରହିଥିଲା । ସର୍ଟସର୍କିଟରୁ ନିଆଁ ଲାଗିଥିବା ସନ୍ଦେହ କରାଯାଉଛି । ଦୋକାନ ଭିତରେ ଲକ୍ଷାଧିକ ଟଙ୍କାର ଲୁଗା ପୋଡ଼ିଯାଇଛି  ।

 

ବିଶ୍ବକପ ଦଳରେ ଅଶ୍ବିନୀ

ବିଶ୍ୱକପ ପାଇଁ ରବିଚନ୍ଦ୍ରନ ଅଶ୍ବିନଙ୍କୁ ଡାକରା । ଭାରତୀୟ ବିଶ୍ବକପ୍ ଦଳକୁ ପ୍ରତ୍ୟାବର୍ତ୍ତନ କରିଛନ୍ତି ଅଶ୍ୱୀନୀ। ପ୍ରାଥମିକ ବିଶ୍ବକପ୍ ଦଳ ଚୟନ ସମୟରେ ଅଶ୍ବିନଙ୍କୁ ବାଦ୍ ଦିଆଯାଇଥିଲା। କିନ୍ତୁ ଏସିଆ କପ୍ ସମୟରେ ସ୍ପିନ୍ ଅଲରାଉଣ୍ଡର ଅକ୍ଷର ପଟେଲ୍ ଆହତ ହେବାରୁ ଅଶ୍ବିନଙ୍କୁ ସୁଯୋଗ ମିଳିଥିଲା ।ଅଷ୍ଟ୍ରେଲିଆ ବିପକ୍ଷ ଦିନିକିଆ ଶୃଙ୍ଖଳାରେ ଅଶ୍ବିନ ସ୍ପିନ୍ ବୋଲିଂର ନେତୃତ୍ବ ନେବା ସହ ଦମ୍‌ଦାର ପ୍ରଦର୍ଶନ କରିଥିଲେ।ଏପଟେ ଅକ୍ଷରଙ୍କୁ ସଂପୂର୍ଣ୍ଣ ସୁସ୍ଥ ହେବାକୁ ସମୟ ଲାଗିବ ତେଣୁ ଚୟନ ସମିତି ଅଶ୍ବୀନଙ୍କୁ ଭାରତୀୟ ବିଶ୍ବକପ୍ ଦଳରେ ସାମିଲ କରିଛି। ଏଥିପୂର୍ବରୁ ଅଶ୍ବିନ ୨୦୧୧, ୨୦୧୫ ବିଶ୍ବକପ୍ ସଂସ୍କରଣରେ ଭାରତୀୟ ଦଳର ସଦସ୍ୟ ଥିଲେ।

ଏସୀଆ କପରେ ଅଶ୍ବିନୀ ଭାରତୀୟ ଦଳରେ ମଧ୍ୟ ସ୍ଥାନ ପାଇନଥିଲେ । ବିଶ୍ବକପ ଦଳରେ ତାଙ୍କୁ ଅଣଦେଖା କରାଯାିଥିବା ନେଇ ମଧ୍ୟ ଖବର ପ୍ରସାରଣ ହୋଇଥିଲା । ନିକଟରେ ଅଷ୍ଟ୍ରେଲିଆ ବିପକ୍ଷ ଦିନିକିଆ ସିରିଜରେ ଅଶ୍ବିନୀ ଦଳରେ ସ୍ଥାନ ପାଇଥିବାବେଳେ ଦମଦାର ପ୍ରଦର୍ଶନ କରିଥିଲେ । ତେବେ ଏସିଆ କପ ସମୟରେ ଆହତ ହୋଇଥିଲେ ଅକ୍ଷର ପଟେଲ ।

ବିରୋଧୀଙ୍କୁ ସୁରଙ୍କ କଟାକ୍ଷ, କହିଲେ ବାଚସ୍ପତିଙ୍କ ଚେୟାରକୁ ସମ୍ମାନ ଦିଅ

ଭୁବନେଶ୍ବର: ବିଧାନସଭାରେ ବିଜେପିର ହୀନ ଆଚରଣକୁ ସମାଲୋଚନା କଲେ ବରିଷ୍ଠ କଂଗ୍ରେସ ବିଧାୟକ ସୁରେଶ ରାଉତରାୟ । ସୁରେଶ କହିଛନ୍ତି ବାଚସ୍ପତିଙ୍କ ଚେୟାରକୁ ଅସମ୍ମାନ କରିଛି ବିଜେପି । ଚେୟାର ଉପରକୁ ଡାଲି ଫୋପାଡ଼ିବା ଠିକ ନୁହେଁ । ଏପରି ଆଚରଣ ଦେଖାଇ ଗୃହର ମର୍ଯ୍ୟାଦା ହାନୀ କରିଛନ୍ତି ବିଜେପି ବିଧାୟକ । ବରିଷ୍ଠ ବିଧାୟକ ହୋଇ ଏପରି ଆଚରଣ କରିବା ଠିକ ନୁହେଁ  । ବିଧାୟକ ରାଜନ ଏକ୍କା ମଧ୍ୟ ବିଜେପିକୁ ସମାଲୋଚନା କରିଛନ୍ତି । ବାଚସ୍ପତିଙ୍କ ଚେୟାରକୁ ଡାଲି ଫୋପlଡ଼ିବା ଏକ ହିଂସ୍ର ଆଚରଣ l ଏହା ଦୁର୍ଭାଗ୍ୟଜନ ବୋଲି କହିଛନ୍ତି ସରକାରୀ ଦଳ ମୁଖ୍ୟ ସଚେତକ ପ୍ରଶାନ୍ତ ମୁଦୁଲି। ଗତକାଲି ବିଧାନସଭା ଇତିହାସରେ କଳାଦିନ ଥିଲା ବୋଲି ପ୍ରଶାନ୍ତ କହିଛନ୍ତି । ସେପଟେ ବରିଷ୍ଠ ସାମ୍ବାଦିକ ପ୍ରସନ୍ନ ମହାନ୍ତି ମଧ୍ୟ ଏନେଇ ପ୍ରତିକ୍ରିୟା ରଖିଛନ୍ତି।

ଗଣତନ୍ତ୍ରର ମନ୍ଦିରରେ ବିଜେପିର ହୀନ ଆଚରଣକୁ ସବୁଠି ନିନ୍ଦା । ସାରା ରାଜ୍ୟରେ ବିଜେପି ବିଧାୟକଙ୍କ ଆଚରଣକୁ ସମାଲୋଚନା କରାଯାଉଛି । ବିଧାନସଭାର ଗାରିମା ରହିଛି, ତାହା ନଷ୍ଟ କରିବାକୁ ବିଜେପି ଅପଉଦ୍ୟମ କରିଛି । ଜଣେ ମହିଳା ବାଚସ୍ପତିଙ୍କ ଉପରକୁ ଏଭଳି ଜିନିଷ ଫୋପାଡ଼ି ବିଜେପି ନିନ୍ଦନୀୟ କାମ କରିଛି । ସ୍ବାଧୀନୋତ୍ତର ଓଡ଼ିଶାର ପ୍ରଥମ ମହିଳା ବାଚସ୍ପତିଙ୍କୁ ପ୍ରତି ଅଶୋଭନୀୟ ଆଚରଣ ପ୍ରଦର୍ଶନ କରି କଳଙ୍କିତ ଅଧ୍ୟାୟ ସୃଷ୍ଟି କରିଛି ବିଜେପି । ଏହାକୁ ଯେତେ ସମାଲୋଚନା କଲେ ବି କମ ପଡ଼ିଯିବ ବୋଲି ବିଜେଡି କହିଛି  ।

ଗତକାଲି ଗୃହରେ ମୁଖ୍ୟମନ୍ତ୍ରୀ ଗୃହ ବିଭାଗର ଖର୍ଚ୍ଚ ଦାବି ରଖୁଥିବା ବେଳେ ଘଟିଥିଲା ଅଭାବନୀୟ ଘଟଣା । ପଲିଥିନରେ ଆଣିଥିବା ଡାଲି ଦେଖାଇ ବାଚସ୍ପତିଙ୍କ ପୋଡିୟମ ଉପରକୁ ଫିଙ୍ଗିଥିଲେ ବିଜେପି ବିଧାୟକ। ପଦ ମର୍ଯାଦା ଓ ପଦବିର ଗରିମା ଭୁଲି ଗୃହ ମଧ୍ୟଭାଗକୁ ଆସି ହୋହଲ୍ଲା କରି ବାଚସ୍ପତିଙ୍କ ପୋଡିୟମ ଉପରକୁ ଡାଲି ଫିଙ୍ଗିଥିଲେ । ଡାଲି ଫିଙ୍ଗିଥିବା ଦୁଇ ବିଧାୟକଙ୍କୁ ନିଲମ୍ବନ କରିବାକୁ ପ୍ରସ୍ତାବ ଆଣିଥିଲେ ସରକାରୀ ଦଳ ମୁଖ୍ୟ ସଚେତକ ପ୍ରଶାନ୍ତ ମୁଦୁଲି। ପ୍ରସ୍ତାବ ଆଧାରରେ ଦୁଇ ବିଧାୟକଙ୍କୁ ବିଧାନସଭାର ଚଳିତ ଅଧିବେଶନରୁ ନିଲମ୍ବିତ କରିଛନ୍ତି ବାଚସ୍ପତି । ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ମାଝୀ ଓ ମୁକେଶ ମହାଲିଙ୍ଗଙ୍କୁ ଚଳିତ ଅଧିବେଶନ ଲାଗି ସସପେଣ୍ଡ କରାଯାଇଛି ।

 

ଦିଲ୍ଲୀ ଗହଣା ଦୋକାନରୁ ୨୫ କୋଟି ଲୁଟ୍ ଘଟଣା, ଧରା ପଡ଼ିଲେ ୩ ଅଭିଯୁକ୍ତ

ନୂଆଦିଲ୍ଲୀ: ଦିଲ୍ଲୀର ଜୁଏଲାରୀ ଶୋ ରୁମରୁ ୨୫ କୋଟି ଲୁଟ୍ ଘଟଣା । ୩ ଅଭିଯୁକ୍ତଙ୍କୁ ଛତିଶଗଡ଼ରୁ ଗିରଫ କରିଛି ପୋଲିସ । ତେବେ ଏମାନଙ୍କ ମଧ୍ୟରୁ ଜଣେ ହାର୍ଡକୋର କ୍ରିମାନାଲ ବୋଲି ଜଣା ପଡ଼ିଛି । ସେମାନେ ୧୮ କେଜି ସୁନା ସହ ନଗଦ ୧୩ ଲକ୍ଷ ଟଙ୍କା ଲୁଟି ନେଇଥିବା ଅଭିଯୋଗ ହୋଇଥିଲା । ଉମ୍ରାନ ସିଂ ଏବଂ ମହାବୀର ପ୍ରସାଦଙ୍କ ଏହି ଜୁଏଲାରୀ ଶୋରୁମ । ତେବେ ଜୁଏଲାରୀ ଶୋ ରୁମରେ ଥିବା ସୁନା ଗହଣା ସାଙ୍ଗକୁ ହୀରା ମଧ୍ୟ ଲୁଟି ନେଇଥିଲେ । ଦୋକାନକୁ ତାଡ଼ି ଲୁଟ କରିଥିବା ଜଣାପଡ଼ିଥିଲା । ଗତ ରବିବାର ଏହି ବଡ଼ ଡକାୟତି ହୋଇଥିବା ଅଭିଯୋଗ ନଜରକୁ ଆସିଥିଲା ।

ଛତିଶଗଡ଼ ପୋଲିସ ୭ଜଣ ଚୋରଙ୍କୁ ଧରିଥିଲା । ଏମାନଙ୍କ ମଧ୍ୟରେ ଲୁଟେରା ଲୋକେଶକୁ ଧରିଥିଲେ । ଯିଏକି ଦିଲ୍ଲୀ ଶୋରୁମ ଲୁଟ ଘଟଣାରେ ସଶ୍ଲିଷ୍ଟ ରହିଥିଲା । ତାଙ୍କ ଧରିଥିବାବେଳେ ତା ପାଖରୁ ୧୨ ଲକ୍ଷ ୫୦ ହଜାର ନଗଦ ଟଙ୍କା ସହ ୧୮ କିଲୋ ସୁନା ଜବତ କରାଯାଇଥିଲା । ଏହାପରେ ତାକୁ ଜେରା ବେଳେ ସେ ଅନ୍ୟ ଦୁଇ ସାଥୀଙ୍କ କଥା କହିଥିଲା । ପୋଲିସ ସମସ୍ତଙ୍କୁ ଗିରଫ କରିବା ସହ ଦିଲ୍ଲୀ ଆଣିଛି ।

ଶୋ ରୁମ ମାଲିକ କହିଛନ୍ତି କି, ୨୦ରୁ ୨୫ କୋଟି ଟଙ୍କାର ସୁନା ଗହଣା ସାଙ୍ଗକୁ ହୀରା ମଧ୍ୟ ଥିଲା । ରବିବାର ସଂନ୍ଧ୍ୟାରେ ଶୋ ରୁମ ବନ୍ଦ କରିଥିବାବେଳେ ସୋମବାର ବଜାର ବନ୍ଦ ରହିଥିଲା । ମଙ୍ଗଳବାର ସେମାନେ ଶୋରୁମ ଖୋଲିଥିବାବେଳେ ଲୁଟ ହୋଇଥିବା ଜାଣିବା ପରେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ । ସେମାନେ ପୋଲିସକୁ ଖବର ଦେଇଥିବାବେଳେ ତଦନ୍ତ ଜାରି ରହିଥିଲା । ଜଙ୍ଗାପୁରା ମାର୍କେଟରେ ଥିବା ଏହି ଶୋ ରୁମର କାନ୍ଥ ତାଡ଼ି ଚୋରମାନେ ଭିତରକୁ ପଶିଥିଲେ । ଛୋଟ ଗାଢ଼ କରି ଭିତରକୁ ପଶିଥିବାବେଳେ ବ୍ୟାଗରେ ଟଙ୍କା ସାଙ୍ଗକୁ ଗହଣା ଲୁଟି ନେଇଥିଲେ । ସିସିଟିଭିରେ ସମସ୍ତ ଦୃଶ୍ୟ କଏଦ ହୋଇଥିଲା । ପୋଲିସ ଏହି ଆଧାରରେ ତଦନ୍ତ ଜାରି ରଖିଥିଲା ।

 

ପୁଣି ଭୁବନେଶ୍ବରକୁ ’ବେଷ୍ଟ ସ୍ମାର୍ଟସିଟି’ ଆଓ୍ବାର୍ଡ

ନନ୍ଦିଘୋଷ ବୁ୍ରୋ: ପୁଣି ଜାତୀୟସ୍ତରରେ ବଢ଼ିଲା ଓଡ଼ିଶାର ଗୌରବ। ଭୁବନେଶ୍ବରକୁ ବେଷ୍ଟ ସ୍କାର୍ଟସିଟି ଆଓ୍ବାର୍ଡ । ଇଣ୍ଡିଆା ସ୍ମାର୍ଟସିଟି କନକ୍ଲେଭ-୨୦୨୩ରେ ପୂର୍ବାଞ୍ଚଳର ବେଷ୍ଟ ସ୍ମାର୍ଟସିଟି ସମ୍ମାନ ପ୍ରଦାନ କରାଯାଇଛି । ମହାମହିମ ରାଷ୍ଟ୍ରପତି ଦୌପଦୀ ମୁର୍ମୁ ଏହି ଆଓ୍ବାର୍ଡ ପ୍ରଦାନ କରିଥିବାବେଳେ ଭୁବନେଶ୍ବର ମହାନଗର ନିଗମର ମେୟର ସୁଲୋଚନା ଦାସଙ୍କ ନେତୃତ୍ବରେ ଅତିରିକ୍ତ କମିଶନର ଶୁଭେନ୍ଦୁ କୁମାର ସାହୁ, ସ୍ମାର୍ଟ ସିଟି ଲିମିଟେଡ(ବିଏସ୍ସିଏଲ୍)ର ଜେନେରାଲ ମ୍ୟାନେଜର ସୁବ୍ରତ କୁମାର ବେହେରାଙ୍କ ସମେତ ଟିମ୍ ବିଏମସି, ଟିମ୍ ବିଏସ୍‌ସିଏଲ୍‌ ଏବଂ ହନିୱେଲର ସଦସ୍ୟମାନେ ଏହି ସମ୍ମାନ ଗ୍ରହଣ କରିଛନ୍ତି । ସେହିପରି ଉଲ୍ଲେଖନୀୟ ଅବଦାନ ପାଇଁ ଭୁବନେଶ୍ବର ସ୍ମାର୍ଟ ସିଟି ଲିମିଟେଡ୍‌ର ସହଭାଗୀ ଅନୁଷ୍ଠାନ ହନିୱେଲ ଅଟୋମେସନକୁ ମିଳିଛି ‘ପାର୍ଟନର ଏମ୍ସ୍‌ଇ ସମ୍ମାନ’ । ତେବେ ମଧ୍ୟପ୍ରଦେଶର ଇନ୍ଦୋରଠାରେ ଏହି କନକ୍ଲେଭ ଅନୁଷ୍ଠିତ ହୋଇଥିଲା ।

ତେବେ ଏହି ସମ୍ମାନ ମୁଖ୍ୟମନ୍ତ୍ରୀଙ୍କ ଦୂରଦୃଷ୍ଟି ସମ୍ପନ୍ନ ସହରାଞ୍ଚଳ ରୂପାନ୍ତରୀକରଣ ଏବଂ ସହରକୁ ଗଢ଼ିବାରେ ଅଦମ୍ୟ ଚେଷ୍ଟା ସୃଜନଶୀଳତା, ଦୀର୍ଘ ମିଆଦି ଅନ୍ତର୍ଭୁକ୍ତିକରଣ ବିକାଶର ପ୍ରତିଫଳନ ସ୍ବରୂପ । ପୂର୍ବରୁ ଭୁବନେଶ୍ବରର ଚିତ୍ର ଆଉ ଏବେର ଚିତ୍ର ସମସ୍ତଙ୍କୁ ବେଶ ଭଲଭାବେ ଜଣା । ମୁଖ୍ୟମନ୍ତ୍ରୀଙ୍କ ନେତୃତ୍ବରେ ବିକାଶ ଶିଖର ଛୁଇଁଛି । ଶିକ୍ଷାଠାରୁ ସଫା ସୁତୁରା ସବୁ କ୍ଷେତ୍ରରେ ଉନ୍ନତମାନର ହୋଇଛି ।

ସ୍ମାର୍ଟ ସିଟି କନକ୍ଲେଭ ୨୦୨୩ରେ ସରକାରୀ ଅଧିକାରୀ, ସହରୀ ଯୋଜନାକାରୀ, ଶିଳ୍ପପତି ଏବଂ ସମଗ୍ର ଭାରତର ବିଶେଷଜ୍ଞମାନେ ଏକତ୍ରିତ ହୋଇଥିଲେ | ଏହି କନକ୍ଲେଭ ହିତାଧିକାରୀମାନଙ୍କ ପାଇଁ ସ୍ମାର୍ଟ ସିଟି ପରିସରରେ ଅତ୍ୟାଧୁନିକ ଯୋଜନା ଏବଂ ଉଦ୍ଭାବନ ଉପରେ ଆଲୋଚନା  ହୋଇଥିଲା ।

ସଞ୍ଜୀବନୀ ସାଜିଲା ବିଏସକେଓ୍ବାଇ ସ୍ମାର୍ଟ କାର୍ଡ

କେନ୍ଦ୍ରାପଡ଼ା: ସଞ୍ଜୀବନୀ ସାଜିଲା ବିଏସକେଓ୍ବାଇ ସ୍ମାର୍ଟ କାର୍ଡ । ଘରୋଇ ହସପିଟାଲରେ ମାଗଣାରେ ହେଲା ଟ୍ୟୁମର ଅପରେସନ । କେନ୍ଦ୍ରାପଡ଼ା ଜିଲ୍ଲା ମହାକାଳପଡ଼ା ଅଞ୍ଚଳର ମାତା ମଳିକଙ୍କର ପେଟରେ ଟ୍ୟୁମର ହୋଇଥିଲା । ସ୍ବାମୀ ଦିନ ମଜୁରିଆ ଭାବେ କାମ କରୁଥିବାବେଳେ ପରିବାରର ଆର୍ଥିକ ଦୁରାବସ୍ଥା ପାଇଁ ଚିକିତ୍ସା କରାଇବା ଆଶା ହରାଇ ବସିଥିଲେ ପରିବାର । ଏହି ସମୟରେ ବିଏସକେଓ୍ବାଇ ସମ୍ପର୍କରେ ଜାଣି ଏକ ଘରୋଇ ହସପିଟାଲରେ ଭର୍ତ୍ତି ହୋଇଥିଲେ । ସେଠାରେ ମାଗଣାରେ ତାଙ୍କର ଅପରେସନ ହୋଇଥିଲା । ଚିକିତ୍ସା ପରେ ଏବେ ସେ ସୁସ୍ଥ ଅଛନ୍ତି  । ବିଏସକେଓ୍ବାଇ ତାଙ୍କ ଜୀବନ ବଞ୍ଚିଥିବାରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ କୃତଜ୍ଞତା ଜଣାଇଛନ୍ତି ପରିବାର ଲୋକ  ।

କଟକରେ ଲୁଗା ଦୋକାନରେ ଅଗ୍ନିକାଣ୍ଡ

କଟକ: କଟକରେ ଲୁଗା ଦୋକାନରେ ଅଗ୍ନିକାଣ୍ଡ । ଚୌଧୁରୀ ବଜ଼ାର ପଢିଆରୀ ପାଠାଗାର ସମ୍ମୁଖରେ ଏକ ଲୁଗା ଦୋକାନରେ ଅଗ୍ନିକାଣ୍ଡ ହୋଇଛି  । ସର୍ଟସର୍କିଟରୁ ନିଆଁ ଲାଗିଥିବା ସନ୍ଦେହ କରାଯାଉଛି । ଲକ୍ଷାଧିକ ଟଙ୍କାର ଲୁଗା ପୋଡ଼ି ଯାଇଥିବାବେଳେ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିବାକୁ ଉଦ୍ୟମ କରୁଛି । ଲାଗି ଲାଗି ଲୁଗା ଦୋକାନାଗୁଡ଼ିକ ରହିଥିବାବେଳେ ଲୋକଙ୍କ ମଧ୍ୟରେ ଭୟ ରହିଛି । ସେପଟେ ବ୍ୟବସାୟୀମାନେ ଚିନ୍ତାରେ ରହିଛନ୍ତି । ତେବେ ଏଭଳି ସ୍ଥାନରେ ନିଆଁ ଲାଗିଛି କି, ଲିଭାଇବା ଅଗ୍ନିଶମ ବାହିନୀ ପାଇଁ କଷ୍ଟସାଧ୍ୟ ହୋଇଯାଇଛି ।

https://studio.youtube.com/video/wauCkSzDEFs/edit

ଯୁବକଙ୍କ ମୃତଦେହ ଉଦ୍ଧାର

ଯାଜପୁର: ଭଦ୍ରକରେ ବୈତରଣୀ ନଦୀକୁ ଝିଅକୁ ଧରି ବାପା ଡେଇଁବା ଘଟଣା । ଯାଜପୁର ଜିଲ୍ଲା ତ୍ରିଲୋଚନପୁର ନିକଟ ବୁଢ଼ାନଦୀରୁ ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର ହୋଇଛି । ମୃତଦେହଟି ନିଖୋଜ ବାପା ଚନ୍ଦନ ସାହୁ ବୋଲି ସନ୍ଦେହ କରାଯାଉଛି । ତେବେ ଝିଅର ଏଯାଏ ପତ୍ତା ମିଳିନାହିଁ । ନାବାଳିକାକୁ ଠାବ କରିବାକୁ ଅଗ୍ନିଶମ ବାହିନୀ ଉଦ୍ୟମ ଜାରି ରଖିଛି  । ବୁଧବାର ରାତି ୯ଟାରେ ଭଣ୍ଡାରିପୋଖରୀ ପରମାନନ୍ଦପୁର ଗାଁର ଚନ୍ଦନ ସାହୁ ଅଢ଼େଇ ବର୍ଷର ଝିଅକୁ ଧରି  ବୈତରଣୀ ନଦୀକୁ ଡେଇଁ ପଡିଥିଲେ । ମାସେ ପୂର୍ବରୁ ଚନ୍ଦନଙ୍କ ସ୍ତ୍ରୀଙ୍କର ମୃତ୍ୟୁ ହୋଇଥିଲା । ଚନ୍ଦନ ନିଜ ଝିଅ ସହ ଏକ ବାଇକ ଯୋଗେ ବୈତରଣୀ ନଦୀ ପୋଲ ଉପରେ ପହଞ୍ଚିଥିଲେ । ପୋଲ ଉପରେ ମୋବାଇଲ, ଜୋତା ଓ ବାଇକ ରଖି ଅଢେଇ ବର୍ଷର ଝିଅକୁ ଧରି ନଦୀକୁ ଡେିଇଁପଡ଼ିଥିଲେ  । ତେବେ ନଦୀକୁ ଡେଇଁବା ପୂର୍ବରୁ ନିଜ ବଡ଼ ଉଭଣୀଙ୍କ ସହ ଶେଷଥର ପାଇଁ ଫୋନରେ କଥା ହୋଇଥିଲେ ।

ଆସୁଛି ବଡ଼ ବର୍ଷା

ଭୁବନେଶ୍ବର: ରାଜ୍ୟକୁ ଆସୁଛି ବଡ଼ ବର୍ଷା  । ମିଆଁମାରା ଓ ସଂଲଗ୍ନ ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି  । ଗୁରୁବାର ଏହା ଲଘୁଚାପର ରୂପ ନେଇପାରେ  । ପୂର୍ବକେନ୍ଦ୍ରୀୟ ଓ ସଂଲଗ୍ନବର୍ତ୍ତୀ ଉତ୍ତରପୂର୍ବ ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟିର ସମ୍ଭାବନା ରହିଛି  । ପରବର୍ତ୍ତୀ ସମୟରେ ଏହା ଓ୍ବେଲମାର୍କ ଲୋ ପ୍ରେସରରେ ପରିଣତ ହେବ  । ପ୍ରଭାବରେ ଆଜିଠୁ ୩ ଦିନ ଯାଏ ଓଡ଼ିଶାରେ ପ୍ରବଳ ବର୍ଷା ନେଇ ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର  ।  ଉତ୍ତର, ଆଭ୍ୟନ୍ତରୀଣ ଏବଂ ଉପକୂଳ ଓଡ଼ିଶାରେ ପ୍ରବଳ ବର୍ଷା ସମ୍ଭାବନା ରହିଛି ।

ଆଜି ପ୍ରବଳ ବର୍ଷା ପାଇଁ କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ବର ଏବଂ ଭଦ୍ରକକୁ ସତର୍କତା ଜାରି କରାଯାଇଛି । ସେହିଭଳି ପ୍ରଚଣ୍ଡ ବିଜୁଳି ଘଡଘଡି ନେଇ ୨୦ଟି ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରାଯାଇଛି । କାଲି ପ୍ରବଳ ବର୍ଷା ନେଇ ବାଲେଶ୍ବର, ଭଦ୍ରକ, ମୟୂରଭଞ୍ଜ, କେନ୍ଦୁଝର, ଯାଜପୁର, କେନ୍ଦ୍ରାପଡା, ଜଗତସିଂହପୁର, କଟକ, ଖୋର୍ଦ୍ଧା, ଅନୁଗୁଳ, ଢେଙ୍କାନାଳ, ସୁନ୍ଦରଗଡ, ଦେବଗଡ ଏବଂ ସମ୍ବଲପୁରକୁ ୟେଲୋ ଆଲର୍ଟ ଜାରି କରିଛି ପାଣିପାଗ କେନ୍ଦ୍ର । ୧ ତାରିଖରେ ଆହୁରି ବଢିବ ବର୍ଷା । ପ୍ରବଳରୁ ଅତି ପ୍ରବଳ ବର୍ଷା ନେଇ ଉତ୍ତର ଆଭ୍ୟନ୍ତରୀଣ ଓଡ଼ିଶାର ୧୧ଟି ଜିଲ୍ଲାକୁ ଅରେଞ୍ଜ ଆଲର୍ଟ ଜାରି କରାଯାଇଛି । ଏହି ସବୁ ଜିଲ୍ଲାରେ ୭୦ ରୁ ୨୦୦ ମିଲିମିଟର ବର୍ଷା ହୋଇପାରେ । ୨ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ଏଭଳି ପ୍ରବଳ ବର୍ଷା ହେବ ବୋଲି ପୂର୍ବାନୁମାନ କରିଛି ପାଣିପାଗ କେନ୍ଦ୍ର ।

ସୁନ୍ଦରଗଡ଼ରେ ଥମିବାର ନାଁ ଧରୁନି ସ୍କ୍ରବ ଟାଇଫସ ସଂକ୍ରମଣ

ରାଉରକେଲା: ସୁନ୍ଦରଗଡ଼ରେ ଥମିବାର ନାଁ ଧରୁନି ସ୍କ୍ରବ ଟାଇଫସ ସଂକ୍ରମଣ । ୨୪ ଘଣ୍ଟାରେ ଚିହ୍ନଟ ହୋଇଛନ୍ତି ଆଉ ୯ ଆକ୍ରାନ୍ତ । ନୂଆ ଆକ୍ରାନ୍ତଙ୍କୁ ମିଶାଇ ସୁନ୍ଦରଗ଼ଡରେ ଏବେ ମୋଟ ଆକ୍ରାନ୍ତଙ୍କ ସଂଖ୍ଯା ୨୭୨କୁ ବୃଦ୍ଧି ପାଇଛି । ତେବେ ଭୟ ନକରି ଲୋକମାନେ ସଚେତନ ରହିବାକୁ ପରାମର୍ଶ ଦେଇଛି ସ୍ବାସ୍ଥ୍ୟ ବିଭାଗ  । ସାମାନ୍ୟ ଜ୍ବର କିମ୍ବା ସେପରି କୌଣସି ଲକ୍ଷଣ ଦେଖାଗଲେ ସ୍କ୍ରବ ଟାଇଫସ ଟେଷ୍ଟ କରିବା ପାଇଁ ଦିଆଯାଇଛି । ସ୍କ୍ରବ ଟାଇଫସ ରୋଗୀଙ୍କ ଚିକିତ୍ସା ପାଇଁ ଯଥେଷ୍ଟ ଔଷଧ ଏବଂ ଡାକ୍ତର ରହିଛନ୍ତି । ଗୁରୁତର ରୋଗୀଙ୍କ ପାଇଁ ଆଇସିୟୁ ମଧ୍ୟ ରହିଛି । ଯେକୌଣସି ବେସରକାରୀ ଡାକ୍ତରଖାନାରେ ଆକ୍ରାନ୍ତ ଚିହ୍ନଟ ହେଲେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ କିମ୍ବା ରାଉରକେଲା ଆରଜିଏଚକୁ ପଠାଇବାକୁ କୁହାଯାଇଛି  । ଗାଁ ଗାଁରେ ଡାକବାଜି ଯନ୍ତ୍ର ଦ୍ବାରା ସଚେତନା କରାଯାଉଥିବାବେଳେ ବିଭିନ୍ନ ଛକ ଓ ହାଟ ମାନଙ୍କରେ ପାଲା ମାଧ୍ୟମରେ ସ୍କ୍ରବ ଟାଇଫସ ରୋଗର ଲକ୍ଷଣ ଓ ନିରାକରଣ ସମ୍ପର୍କରେ ସଚେତନ କରାଯାଉଛି।