ମିଜୋରାମ ବିଧାନସଭା ନିର୍ବାଚନ ଫଳାଫଳ ପାଇଁ ଚାଲିଛି ଗଣତି

ଆଇଜଲ: ମିଜୋରାମ ବିଧାନସଭା ନିର୍ବାଚନ ଫଳାଫଳ ପାଇଁ ଚାଲିଛି ଗଣତି । ପ୍ରଥମେ ପୋଷ୍ଟାଲ ବାଲଟ ଗଣତି ହୋଇଥିଲା । ଏହାପରେ ସମସ୍ତ ଦଳର ପ୍ରତିନିଧିଙ୍କ ସାମନାରେ ଆରମ୍ଭ ହୋଇଛି ଇଭିଏମର ଗଣତି । ୪୦ ଆସନ ବିଶିଷ୍ଟ କ୍ଷୁଦ୍ର ରାଜ୍ୟ ମିଜୋରାମ । ସଂଖ୍ୟା ଗରିଷ୍ଠତା ଲାଗି ୨୧ ଆସନ ଦରକାର ହେଉଥିବା ବେଳେ କାହାକୁ ବହୁମତ ମିଳିନପାରେ। ପ୍ରାରମ୍ଭିକ ଗଣତିରେ ଏମଏନଏଫ ଓ ଜେଡପିଏମ ମଧ୍ୟରେ କଡ଼ା ଟକ୍କର ଚାଲିଛି । କଂଗ୍ରେସ ଓ ବିଜେପିକୁ ମଧ୍ୟ ବେଶି ଆସନ ମିଳିନପାରେ। ବହୁ ପଛରେ ରହିଛନ୍ତି କଂଗ୍ରେସ ଏବଂ ବିଜେପି । ରବିବାର ୪ ରାଜ୍ୟର ଫଳାଫଳ ଆସିଥିବାବେଳେ ୩ ରାଜ୍ୟରେ ବିଜେପି କ୍ଷମତାକୁ ଆସିଥିବାବେଳେ ତେଲେଙ୍ଗାନାରେ କଂଗ୍ରେସ ବିଆରଏସକୁ ହରାଇ ଶାସନ ଗାଦିରେ ବସିଛି ।