ସମୁଦି-ସମୁଦୁଣୀ କଡ଼ା ଟକ୍କର, ପରାଜୟର ପ୍ରତିଶୋଧ ନେଲେ ସମୁଦି

1 min read

ଭେପାଳ: ନିର୍ବାଚନ ମଇଦାନରେ ସମୁଦି-ସମୁଦୁଣୀ ମଧ୍ୟରେ କଡ଼ା ଟକ୍କର। ପ୍ରଥମରୁ ଆଗରେ ରହିଥିବା ସମୁଦୁଣୀ ଶେଷରେ ଅଳ୍ପ ଭୋଟ ବ୍ୟବଧାନରେ ପରାସ୍ତ ହୋଇଛନ୍ତି । ମଧ୍ୟପ୍ରଦେଶର ଗୋଲିୟର ଜିଲ୍ଲା ଡବ୍ରା ଆସନରେ ସମୁଦି-ସମୁଦୁଣୀଙ୍କ ମଧ୍ୟରେ ହୋଇଥିଲା କଡ଼ା ଟକ୍କର। ବିଜେପି ପ୍ରାର୍ଥୀ ସମୁଦୁଣୀଙ୍କୁ ହରାଇ କଂଗ୍ରେସ ପ୍ରାର୍ଥୀ ଜିତିଛନ୍ତି । ଯଦିଓ ରାଜ୍ୟରେ ବିଜେପି ସରକାର ଗଢ଼ିଛି ତଥାପି ଏହି ଆସନରେ ହୋଇଥିବା କଡ଼ା ଟକ୍କର ଏବେ ଚର୍ଚ୍ଚାର ବିଷୟ ପାଲଟିଛି। ଆମେ କହୁଛୁ ଇମରତି ଦେବୀ ଏବଂ ସୁରେଶ ରାଜେଙ୍କ କଥା। ଉଭୟ ହିସାବରେ ସମୁଦି-ସମୁଦୁଣୀ ହେବେ। ଇମରତି ଦେବୀଙ୍କ ଭାଇଙ୍କ ଝିଅ ଏବଂ ସୁରେଶ ରାଜେଙ୍କ ବଡ଼ ଭାଇଙ୍କ ପୁଅ ବିବାହ କରିଛନ୍ତି । ଉଭୟ ହିସାବରେ ସବୁଦି-ସମୁଦୁଣୀ ହେବେ। ଏଣୁ ଏହି ଆସନର ଲଢ଼େଇ ଉପରେ ସମସ୍ତଙ୍କ ନଜର ରହିଥିଲା ।

ଇମରତି ଦେବୀ ରାଜ୍ୟ ରାଜନୀତିର ଜଣେ ପ୍ରତିଷ୍ଠିତ ନାମ।ମହିଳା ନେତ୍ରୀ ସବୁବେଳେ ନିଜର ପ୍ରତିକ୍ରିୟା ପାଇଁ ଚର୍ଚ୍ଚାରେ ରହିଥାନ୍ତି।ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କ ଦୃଢ଼ ସମର୍ଥକଭାବେ ଇମରତି କଂଗ୍ରେସରୁ ନିଜର କ୍ୟାରିୟର ଆରମ୍ଭ କରିଥିଲେ । ପରେ ସେ ବିଜେପିରେ ସାମିଲ ହୋଇଥିବାବେଳେ ପରାଜୟ ବରଣ କରିଛନ୍ତି । ପୂର୍ବରୁ ଉପନିର୍ବାଚନରେ ସମୁଦିଙ୍କୁ ହରାଇଥିଲେ । ଆଉ ଏବେ ସେ ଏହାର ପ୍ରତିଶୋଧ ନେଇଛନ୍ତି ବୋଲି ଚର୍ଚ୍ଚା ହେଉଛି ।