ବେନ ଷ୍ଟୋକ୍ସଙ୍କ ସ୍ଥାନରେ ଚେନ୍ନାଇ ଦଳରେ କାହାକୁ କରିବ ସାମିଲ

ନୂଆଦିଲ୍ଲୀ: ଆଇପିଏଲର ୧୭ତମ ସଂସ୍କରଣ ପାଇଁ ଆରମ୍ଭ ହୋଇଗଲାଣି ଚର୍ଚ୍ଚା । ନିକଟରେ ଦଳମାନେ ନିଜର ଖେଳାଳିଙ୍କୁ ରିଲିଜ କରିଛନ୍ତି । ତେବେ ଚେନ୍ନାଇ ଇଂଲଣ୍ଡର ଦକ୍ଷ ଅଲରାଉଣ୍ଡର ବେନ୍ ଷ୍ଟୋକ୍ସଙ୍କୁ ଛାଡ଼ି ଦେଇଛି । ଦଳ ତାଙ୍କ ସ୍ଥାନରେ କାହାକୁ କିଣିବ ତାକୁ ନେଇ ଆରମ୍ଭ ହୋଇଛି ଚର୍ଚ୍ଚା । ନିକଟରେ ଏକ ସ୍ପୋର୍ଟ ଚ୍ୟାନେଲରେ ଆକାଶ ଚୋପ୍ରା ଏକ ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି ବେନ ଷ୍ଟୋକ୍ସଙ୍କ ସ୍ଥାନରେ ଦଳ ବିଶ୍ବକପରେ ଦମଦାର ପ୍ରଦର୍ଶନ କରିଥିବା ନ୍ୟୁଜିଲାଣ୍ଡର ଯୁବ ଅଲରାଉଣ୍ଡ ରଚିନ ରବିନ୍ଦ୍ରଙ୍କୁ କିଣିପାରେ । ଏହାସହ ଡାରେଲ ମିଚେଲଙ୍କ ପାଇଁ ମଧ୍ୟ ବାଜି ଲଗାଇପାରେ ।

ସେପଟେ ଅମ୍ବାତି ରାୟଡ଼ୁଙ୍କ ବଦଳରେ ଦଳ କରୁଣ ନାୟର କିମ୍ବା ମନୀଷ ପାଣ୍ଡେଙ୍କୁ କିଣିପାରେ । ଚେନ୍ନାଇ ପାଖରେ ୩୧.୪ କୋଟି ଟଭ୍କା ରହିଥିବାବେଳେ ଦଳ ପ୍ରତିଭାବାନ ଖେଳାଳିଙ୍କ ପାଇଁ ବାଜି ଲଗାଇପାରେ । ଧୋନୀ ଚଳିତ ବିଶ୍ବକପରେ ପୁଣିଥରେ ଚେନ୍ନାଇ ପାଇଁ ଖେଳୁଥିବାବେଳେ ଏହା ତାଙ୍କର ଶେଷ ଆଇପିଏଲ ହୋଇପାରେ ବୋଲି ଚର୍ଚ୍ଚା ହେଉଛି । ତେବେ ଧୋନୀଙ୍କ ପ୍ରଂଶସକ ଅଧିକ ରହିଥିବାରୁ ଚଳିତ ଆଇପିଏଲ ବେଶ ରୋମାଞ୍ଚକ ହେବ ବୋଲି ଆଶା କରାଯାଉଛି । ସେପଟେ ଚଳିତ ଆଇପିଏଲ ନିଲାମ ପାଇଁ ୧୧୬୬ ଜଣ ଖେଳାଳି ପଞ୍ଜିକୃତ କରିଛନ୍ତି ।