spot_img
Home Blog Page 2739

ବିଜେପି ସଦସ୍ୟଙ୍କ ଆଚରଣ ଓ ଉଚ୍ଚାରଣ ପାଇଁ ବିଧାନସଭାରୁ ନିଲମ୍ବନ ଯଥାର୍ଥ: ପ୍ରତାପ ଦେବ

ଭୁବନେଶ୍ୱର: ବିଧାନସଭାରୁ ଦୁଇ ବିଜେପି ବିଧାୟକଙ୍କ ନିଲମ୍ବନକୁ ଯଥାର୍ଥ ବୋଲି କହିଛନ୍ତି ଶିଳ୍ପମନ୍ତ୍ରୀ ପ୍ରତାପ ଦେବ । ବିଜେପି ସଦସ୍ୟଙ୍କ ଆଚରଣ ଓ ଉଚ୍ଚାରଣ ପାଇଁ ନିଲମ୍ବନ ଯଥାର୍ଥ । ଗୃହରେ ସବୁ କଥା ଉଠାଇବାର ସୁଯୋଗ ଅଛି । ଶାଳୀନତା ରଖା କରି ଗୃହର ମର୍ଯ୍ୟାଦା ରଖିବା ସଦସ୍ୟଙ୍କ କର୍ତ୍ତବ୍ୟ । ହେଲେ ସେମାନଙ୍କ ଆଚରଣ ଦୁଃଖଦାୟକ । ମହିଳା ବାଚସ୍ପତିଙ୍କ ପ୍ରତି ବିଜେପି ଯେଉଁ ଆଚରଣ କଲା, ସେଥିରୁ ସେମାନଙ୍କ ମାନସିକତା ଜଣାପଡୁଛି । ଏହା ନିନ୍ଦନୀୟ ବୋଲି ପ୍ରତାପ କହିଛନ୍ତି ।

ଏହା ବ୍ୟତୀତ ସେ ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ରଙ୍କୁ ସମାଲୋଚନା କରିଛନ୍ତି । ପ୍ରତାପ କହିଛନ୍ତି, ଜୟନାରାୟଣ ଜୀବନ ପ୍ରତି ଯେଉଁ ବିପଦ କଥା କହୁଛନ୍ତି, ତାହା ପଲିଟିକାଲ ଡ୍ରାମା । ଏହା ବିହାର କି କାଶ୍ମିର ନୁହେଁ । ବିଜେପି ବିଧାୟକମାନେ ବିଧାନସଭାରେ ଯେଉଁ ବ୍ୟବହାର କରୁଛନ୍ତି, ତାହା ଶାଳୀନତା ବାହାରେ । ତାକୁ ଭିନ୍ନ ମୋଡ଼ ଦେବାକୁ ଜୟନାରାୟଣ ଏପରି କହୁଛନ୍ତି ବୋଲି ଶିଳ୍ପମନ୍ତ୍ରୀ ପ୍ରତାପ ଦେବ କହିଛନ୍ତି ।

ଏସୀୟ କ୍ରୀଡ଼ା: ପାକିସ୍ତାନକୁ ହରାଇ ସ୍କ୍ୱାଶରେ ସ୍ୱର୍ଣ୍ଣ ଜିତିଲା ଭାରତୀୟ ପୁରୁଷ ଦଳ

ହଙ୍ଗଝୋଉ: ୧୯ତମ ଏସୀୟ କ୍ରୀଡ଼ାର ଆଜି ହେଉଛି ସପ୍ତମ ଦିନ । ଭାରତୀୟ ଖେଳାଳିମାନେ ପ୍ରତିଦିନ ଚମତ୍କାର ପ୍ରଦର୍ଶନ କରୁଛନ୍ତି । ଚୀନର ହଙ୍ଗଝୋଉରେ ଚାଲିଥିବା ଏହି କ୍ରୀଡ଼ାରେ ଶନିବାର ସ୍କ୍ୱାଶରେ ଭାରତୀୟ ପୁରୁଷ ଦଳକୁ ସ୍ୱର୍ଣ୍ଣ ପଦକ ମିଳିଛି । ଭାରତୀୟ ଦଳ ପାକିସ୍ତାନକୁ ୨-୧ରେ ହରାଇ ସ୍ୱର୍ଣ୍ଣ ଜିତିଛି । ଏଥିସହିତ ଭାରତର ସ୍ୱର୍ଣ୍ଣ ପଦକ ସଂଖ୍ୟା ୧୦ରେ ପହଞ୍ଚିଛି । ଏହା ପୂର୍ବରୁ ରୋହନ ବୋପନ୍ନା ଏବଂ ଋତୁଜା ଭୋସଲେ ଟେନିସ ମିକ୍ସଡ ଡବଲ୍ସରେ ସ୍ୱର୍ଣ୍ଣ ଜିତିଥିଲେ । ଭାରତର ମୋଟ ମେଡାଲ ସଂଖ୍ୟା ୩୬ରେ ପହଞ୍ଚିଛି । ଏଥିରେ ୧୦ ସ୍ୱର୍ଣ୍ଣ, ୧୩ ରୌପ୍ୟ ଏବଂ ୧୩ ବ୍ରୋଞ୍ଜ ସାମିଲ ଅଛି । ଭାରତୀୟ ମେଡାଲ ଟାଲିରେ ଚତୁର୍ଥ ସ୍ଥାନରେ ରହିଛି ।

ସୀମାରେ ଅନୁପ୍ରବେଶ ଉଦ୍ୟମ ପଣ୍ଡ, ୨ ଆତଙ୍କୀଙ୍କୁ ମାରି ଗଡ଼ାଇଲେ ଭାରତୀୟ ଯବାନ

ଶ୍ରୀନଗର: ଜମ୍ମୁ କାଶ୍ମୀରର କୁପୱାଡା ସେକ୍ଟରରେ ପୁଣିଥରେ ଭାରତୀୟ ସେନା ଏବଂ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳିବିନିମୟ ଘଟିଛି । ଏଠାରେ ଭାରତୀୟ ସେନା ଏବଂ ପୋଲିସ ମିଳିତ ଅପରେଶନରେ ଅନୁପ୍ରବେଶ ଉଦ୍ୟମ କରୁଥିବା ଦୁଇ ଆତଙ୍କୀଙ୍କୁ ମାରି ଗଡ଼ାଇଛନ୍ତି । ଭାରତୀୟ ସେନା ପକ୍ଷରୁ କୁହାଯାଇଛି ଯେ କୁପୱାଡାର ମାଛିଲ ସେକ୍ଟରର କୁମକାରୀ ହ୍ୱାହାମାରେ ଅନୁପ୍ରବେଶ ଉଦ୍ୟମକୁ ପଣ୍ଡ କରିଦିଆଯାଇଛି । ଗୁରୁବାର ଏବଂ ଶୁକ୍ରବାର ରାତି ସମୟରେ ୨ ଆତଙ୍କବାଦୀ ପାକିସ୍ତାନ ସୀମା ଦେଇ ଭାରତୀୟ ସୀମାରେ ସୁରଙ୍ଗ ରାସ୍ତାରେ ଅନୁପ୍ରବେଶ ଉଦ୍ୟମ କରୁଥିଲେ ।

ଭାରତୀୟ ସୀମାରେ ମୁତୟନ ଯବାନମାନେ ଅନୁପ୍ରବେଶକାରୀଙ୍କୁ ଚ୍ୟାଲେଞ୍ଜ କରିଥିଲେ, ଏହାପରେ ଉଭୟଙ୍କ ମଧ୍ୟ ଗୁଳିବିନିମୟ ହୋଇଥିଲା । ଏହି ଗୁଳିବିନିମୟରେ ଦୁଇ ଆତଙ୍କବାଦୀ ନିହତ ହୋଇଛନ୍ତି । ଭାରତୀୟ ସେନାକୁ କୌଣସି ପ୍ରକାରର କ୍ଷତି ପହଞ୍ଚିନଥିବା ସୂଚନା । ଜମ୍ମୁ କାଶ୍ମୀର ପୋଲିସର ଇନପୁଟ ଆଧାରରେ ଏବେ ବି ସର୍ଚ୍ଚ ଅପରେଶନ ଜାରି ରହିଛି । ଶବକୁ ଜବତ କରିବା ପାଇଁ ଅଞ୍ଚଳରେ ସର୍ଚ୍ଚ ଅପରେସନ ଜାରି ରହିଛି । ସ୍ଥାନୀୟ ସୂତ୍ରଙ୍କ ମୁତାବିକ ଆହୁରି ଅଧିକ ଆତଙ୍କବାଦୀ ଅନୁପ୍ରବେଶ କରିଥିବା ଆଶଙ୍କା ରହିଛି ।

ଅଭିନନ୍ଦନ ଜଣାଇଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ଏସିଆନ ଗେମସର ସପ୍ତମ ଦିବସରେ ଭାରତକୁ ଟେନିସରୁ ମିଳିଛି ଆଉ ଏକ ସ୍ବର୍ଣ୍ଣ  । ଇତିହାସ ରଚିଛି ଭାରତ  । ମିକ୍ସଡ ଡବଲସରେ ରୋହନ ବୋପାନ୍ନା ଓ ଋତୁଜା ଭୋସଁଲେ ଫାଇନାଲରେ ଚାମ୍ପିଅନ ହୋଇ ଗୋଲ୍ଡ ମେଡାଲ ହାତେଇଛନ୍ତି  । ଏହି ସଫଳତା ପାଇଁ ମୁଖ୍ୟମନ୍ତ୍ରୀ ଉଭୟଙ୍କୁ ଅଭିନନନ୍ଦନ ଜଣାଇବା ସହ ଆଗକୁ ଏହି ବିଜୟ ଧାରା ଜାରି ରହି ଦେଶ ପାଇଁ ଆହୁରି ଗର୍ବ ଆଣିବେ ବୋଲି ଶୁଭେଚ୍ଛା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ତେବେ ଶନିବାର ସପ୍ତମ ଦିବସରେ ପ୍ରଥମ ପଦକ ସୁଟିଂରୁ ଆସିଥିଲା  । ସର୍ବଜୋତ ଏବଂ ଦିବ୍ୟା ଭାରତ ପାଇଁ ୧୦ ମିଟର ଏୟାର ପିସ୍ତଲ ମିକ୍ସଡରେ ରୌପ୍ୟ ହାତେଇଥିଲେ  । ଭାରତ ଏବେ ସୁଦ୍ଧା ସୁଟିଂରୁ ୧୯ଟି ମେଡାଲ ପାଇଥିବାବେଳେ ମୋଟ ୩୫ଟି ମେଡାଲ ଜିତି ୫ମ ସ୍ଥାନକୁ ଖସି ଆସିଛି  । ଗତକାଲି ସୁଦ୍ଧା ୮ଟି ସ୍ବର୍ଣ୍ଣ ହାସଲ କରି ଚତୁର୍ଥ ସ୍ଥାନରେ ଥିଲା  । ଆଜି ଟେନିସରୁ ନବମ ସ୍ବର୍ଣ୍ଣ ହାସଲ ସହ ଭାରତ ଏବେ ସୁଦ୍ଧା ୧୩ ରୌପ୍ୟ ଓ ୧୩ ବ୍ରୋଞ୍ଜ ପାଇଛି  ।

ଖାଦ୍ୟ ପଦାର୍ଥକୁ ଖବରକାଗଜରେ ରଖନ୍ତୁ ନାହିଁ

ନନ୍ଦିଘୋଷ ବ୍ୟୁରୋ: ଖାଦ୍ୟ ପଦାର୍ଥକୁ ଖବରକାଗଜରେ ରଖନ୍ତୁ ନାହିଁ । ଏଥିରେ ଖାଦ୍ୟ ପଦାର୍ଥ ପରଷନ୍ତୁ ନାହିଁ କି ପ୍ୟାକିଂରେ ଏହାକୁ ବ୍ୟବହାର କରନ୍ତୁ ନାହିଁ । ଅବିଳମ୍ବେ ଏହି ନିର୍ଦ୍ଦେଶ ପାଳନ କରିବା ଲାଗି ଭାରତର ଖାଦ୍ୟ ନିରାପତ୍ତା ଓ ମାନକ କର୍ତ୍ତୃପକ୍ଷ ବା FSSAI ପକ୍ଷରୁ ଖାଦ୍ୟ ପଦାର୍ଥ ତିଆରି କରିବା ସହ ବିକ୍ରି କରୁଥିବା ଭେଣ୍ଡରମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଏଫଏସଏସଆଇ ପକ୍ଷରୁ କୁହାଯାଇଛି ଖବରକାଗଜରେ ବ୍ୟବହୃତ କାଳିରେ କେତେକ ରାସାୟନିକ ପଦାର୍ଥ ବ୍ୟବହାର କରାଯାଉଛି ଯାହାକି ସ୍ବାସ୍ଥ୍ୟ ଲାଗି ବିପଜ୍ଜନକ ।

ଦେଶର ସମସ୍ତ ଉପଭୋକ୍ତା ଓ ଫୁଡ ଭେଣ୍ଡରଙ୍କ ଉଦ୍ଦେଶ୍ୟରେ ଏହି ନିର୍ଦ୍ଦେଶନାମା ଜାରି କରିଛନ୍ତି FSSAIର ମୁଖ୍ୟ କାର୍ଯ୍ୟନିର୍ବାହି ଜି. କମଳ ବର୍ଦ୍ଧନ ରାଓ । ଖବରକାଗଜରେ ବ୍ୟବହୃତ ହେଉଥିବା କାଳିରେ ବିଭିନ୍ନ ବାୟୋଆକ୍ଟିଭ ସାମଗ୍ରୀ ରହିଛି ଯାହାକି ସ୍ବାସ୍ଥ୍ୟ ଲାଗି ଅତି ବିପଜ୍ଜନକ । ଏହା ସହ ଖବରକାଗଜରେ ଖାଦ୍ୟ ପଦାର୍ଥ ବାଣ୍ଟିବା ବେଳେ ନାନା ପ୍ରକାର ବ୍ୟାକ୍ଟେରିଆ, ଭାଇରସ ଓ ଅନ୍ୟାନ୍ୟ ଜୀବାଣୁ ସଂକ୍ରମିତ ହେବା ଆଶଙ୍କା ରହିଛି । ସେହିପରି ସମୋସା, ପକୋଡା ଆଦିରୁ ତେଲ ଶୋଷିବା ଲାଗି ଖବରକାଗଜ ବ୍ୟବହାର ନକରିବା ଲାଗି ପରାମର୍ଶ ଦିଆଯାଇଛି । ଖବରକାଗଜ ବ୍ୟବହାର ନ କରିବା ଦିଗରେ ରାଜ୍ୟ ଖାଦ୍ୟ କର୍ତ୍ତୃପକ୍ଷମାନଙ୍କ ସହ ଏଫଏସଏସଏଆଇ ଆଲୋଚନା କରୁଥିବା ସୂଚନା ମିଳିଛି ।

ମଧ୍ୟପ୍ରଦେଶରେ ରାହୁଲଙ୍କ ଗର୍ଜନ

ନନ୍ଦିଘୋଷ ବ୍ୟୁରୋ: ମଧ୍ୟପ୍ରଦେଶରେ କଂଗ୍ରେସର ଜନ ଆକ୍ରୋଶ ରାଲି । ଶାଜାପୁର ଜିଲ୍ଲା କାଳାପିପଲରେ ଆୟୋଜିତ ସାଧାରଣ ସଭାରେ ବିଜେପି, ଆରଏସସ ଉପରେ ବର୍ଷିଛନ୍ତି କଂଗ୍ରେସ ନେତା ରାହୁଲ ଗାନ୍ଧୀ । ସେ କହିଛନ୍ତି ରାଜ୍ୟବାସୀଙ୍କୁ ବିଜେପି ପ୍ରତାରିତ କରିଛି । ଭାରତ ଯୋଡ ଯାତ୍ରା ସମୟରେ ଅନେକ ଲୋକ ତାଙ୍କୁ କହିଥିଲେ- ମଧ୍ୟପ୍ରଦେଶ ଦୁର୍ନୀତିର ଗନ୍ତାଘର ପାଲଟିଛି । ରାଜ୍ୟରେ ଛାତ୍ର, କୃଷକ ତଳିତଳାନ୍ତ ହେଉଛନ୍ତି । ଅନ୍ୟାୟ, ଦୁର୍ନୀତି ଆଦି ବିରୋଧରେ ରାଜ୍ୟରେ ଜନ ଆକ୍ରୋଶ ଯାତ୍ରା ହେଉଛି । ମଧ୍ୟପ୍ରଦେଶରେ ବିଜେପି ଯେତିକି ଭ୍ରଷ୍ଟାଚାର କରିଛି ସାରା ଦେଶରେ ଏତିକି ଘଟିନାହିଁ । ମଧ୍ୟାହ୍ନ ଭୋଜନ, ସ୍କୁଲ ୟୁନିଫର୍ମ ଆଦିରେ ବ୍ୟାପକ ଦୁର୍ନୀତି ହୋଇଛି । ଲୋକଙ୍କ ସରକାରକୁ ବିଜେପି ଚୋରି କରିଛି । ୧୮ ହଜାର କିଷାନ ଏଠାରେ ୧୮ ବର୍ଷ ମଧ୍ୟରେ ଆତ୍ମହତ୍ୟା କରିଛନ୍ତି । ପ୍ରତିଦିନ ୩ ଜଣ କୃଷକ ରାଜ୍ୟରେ ଆତ୍ମହତ୍ୟା କରୁଛନ୍ତି ବୋଲି କହିଛନ୍ତି ରାହୁଲ ।

ସହମତିରେ ଶାରୀରିକ ସମ୍ବନ୍ଧ ରଖିବାର ବୟସ ସୀମା ୧୮ରୁ ୧୬ ବର୍ଷକୁ ହ୍ରାସ କରିବା ପ୍ରସ୍ତାବ, ଆଇନ କମିଶନଙ୍କ ଅଗ୍ରାହ୍ୟ

ନନ୍ଦିଘୋଷ ବ୍ୟୁରୋ: ସହମତିରେ ଶାରୀରିକ ସମ୍ବନ୍ଧ ରଖିବାର ବୟସ ସୀମା ୧୮ରୁ ୧୬ ବର୍ଷକୁ ହ୍ରାସ କରିବା ପ୍ରସ୍ତାବକୁ ଆଇନ କମିଶନଙ୍କ ଅଗ୍ରାହ୍ୟ । ଏହା କରାଗଲେ ସମାଜ ଉପରେ ନକରାତ୍ମକ ପ୍ରଭାବ ପଡିବ ବୋଲି କହି ଏହାକୁ କମିଶନ ଅଗ୍ରାହ୍ୟ କରିଦେଇଛନ୍ତି । ଏପରି ଆଇନ ଆସିଲେ ବାଲ୍ୟ ବିବାହ ଏବଂ ଶିଶୁ ଚାଲାଣ ବିରୋଧୀ ଅଭିଯାନ ପ୍ରଭାବିତ ହେବ ବୋଲି କହିଛନ୍ତି ଆଇନ କମିଶନ । ଶିଶୁଙ୍କୁ ଯୌନ ହିଂସାରୁ ସୁରକ୍ଷା ଦେଉଥିବା ପକ୍ସୋ ଆଇନର ବୟସସୀମା ହ୍ରାସ ନ କରିବାକୁ ଆଇନ କମିଶନ କେନ୍ଦ୍ର ସରକାରଙ୍କୁ ସୁପାରିସ କରିଛନ୍ତି ।

ଏସଂକ୍ରାନ୍ତରେ ନିଜ ରିପୋର୍ଟ ସରକାରଙ୍କୁ ପ୍ରଦାନ କରିଛନ୍ତି କମିଶନ । ଆଇନରେ ଥିବା କଠୋର ନିୟମ ବଜାୟ ରଖିବାକୁ ପରାମର୍ଶ ଦିଆଯାଇଛି। ତେବେ ଏହାର ଅପବ୍ୟବହାରରେ କଟକଣା ଲଗାଇବା ପାଇଁ କିଛି ସଂଶୋଧନ କରିବାକୁ ପ୍ରସ୍ତାବ ଦେଇଛନ୍ତି କମିଶନ । ଯୁବତୀଙ୍କ ଇଚ୍ଛାରେ ବିବାହ ନିଷ୍ପତ୍ତିକୁ ବିରୋଧ କରି ଅଭିଭାବକ ଏହାକୁ ଅସ୍ତ୍ର ଭଳି ବ୍ୟବହାର କରୁଛନ୍ତି। ସହମତିରେ ସମ୍ବନ୍ଧ ରଖୁଥିବା ଯୁବକଙ୍କୁ ଏହି ଆଇନର ଶିକାର ହେବାକୁ ପଡୁଛି ବୋଲି କହିଛନ୍ତି କମିଶନ ।

ଜଷ୍ଟିସ ଋତୁରାଜ ଅୱସ୍ଥିଙ୍କ ନେତୃତ୍ବାଧୀନ ଆଇନ କମିଶନ ଯୌନ ସମ୍ବନ୍ଧ ରଖୁଥିବା ନାବାଳକଙ୍କ ମଧ୍ୟରେ ବୟସର ତାରତମ୍ୟ ଦେଖିବାକୁ କହିଛନ୍ତି । ପୁଅ ଓ ଝିଅ ବ୍ୟବଧାନ ଅଧିକ ନ ହେବା ଉଚିତ କମିଶନ କହିଛନ୍ତି । ଯଦି ବୟସ ବ୍ୟବଧାନ ୩ ବର୍ଷ କିମ୍ବା ଏହାଠାରୁ ଅଧିକ ହୁଏ ତେବେ ଏହାକୁ ଅପରାଧ ଶ୍ରେଣୀଭୁକ୍ତ ବୋଲି ମାନିବା ଉଚିତ । ଆଇନକୁ କୋହଳ କରିବା ପରିବର୍ତ୍ତେ ଅପବ୍ୟବହାରକୁ ବନ୍ଦ କରାଯାଉ ବୋଲି କମିଶନ ପ୍ରସ୍ତାବ ଦେଇଛନ୍ତି ।

କ୍ରିକେଟ୍ ରେ କେବଳ ୩ଟି ଷ୍ଟମ୍ପ୍ କାହିଁକି ବ୍ୟବହାର ହୁଏ, ୨ କିମ୍ବା ୪ଟି ଷ୍ଟମ୍ପ୍ କାହିଁକି ନୁହେଁ ?

ନନ୍ଦିଘୋଷ ବ୍ୟୁରୋ : ଭାରତ ଆଇସିସି କ୍ରିକେଟ୍ ବିଶ୍ୱକପ୍ ୨୦୨୩ ଆୟୋଜନ କରୁଛି | ଅକ୍ଟୋବର ୫, ୨୦୨୩ ରୁ ଦେଶର ଅଧିକାଂଶ ଲୋକ କ୍ରିକେଟ୍ ବିଷୟରେ ଜାଣିବା ପାଇଁ ପାଗଳ ହେବେ | ଲାଇଭ ମ୍ୟାଚ୍ ଦେଖିବା ପାଇଁ ବହୁ ସଂଖ୍ୟକ କ୍ରିକେଟ୍ ପ୍ରଶଂସକ ନିଶ୍ଚିତ ଭାବରେ ଟିକେଟ ବୁକ୍ କରିଥିବେ | ଯେଉଁମାନେ ଟିକେଟ ବୁକ୍ କରିବାରେ ବିଫଳ ହୋଇଛନ୍ତି ସେମାନେ ଅନ୍ୟମାନଙ୍କୁ ପଚାରି କିପରି ବୁକ୍ କରିହେବ ଜାଣିବାକୁ ଚାହିଁବେ | ଅଧିକାଂଶ କ୍ରିକେଟ୍ ଖେଳୁଥିବା ଦେଶରେ ଏବଂ ବିଶେଷ କରି ଭାରତରେ ଏହି ଖେଳ ପ୍ରତି ଲୋକଙ୍କ ଭାବନା ଏକ ଭିନ୍ନ ସ୍ତରକୁ ଯାଇଛି | ୧୯୮୩ ର ବିଶ୍ୱକପ୍ ଟାଇଟଲ୍ ଜିତିବା ପରେ କ୍ରିକେଟ୍ ର ଯାଦୁ ଭାରତ ଏବଂ ଭାରତୀୟଙ୍କ ଉପରେ ଏତେ ପ୍ରଭାବ ପକାଇଛି ଯେ ପ୍ରତ୍ୟେକ ବ୍ୟକ୍ତି କ୍ରିକେଟ୍ ବିଶେଷଜ୍ଞ ହୋଇଛନ୍ତି | କିନ୍ତୁ, ଆପଣ ଜାଣନ୍ତି କି କ୍ରିକେଟ୍ ରେ ୩ ବଦଳରେ ୨ କିମ୍ବା ୪ଟି ଷ୍ଟମ୍ପ କାହିଁକି ବ୍ୟବହାର କରାଯାଏ ନାହିଁ ? ସାଧାରଣତଃ କ୍ରିକେଟ୍ ସହିତ ଜଡିତ ଅନେକ ନିୟମ ଅଛି | ବୈଶୟିକ ବିକାଶ ସହିତ, ଅନେକ ନିୟମରେ ପରିବର୍ତ୍ତନ ଆସିଛି | କିନ୍ତୁ କ୍ରିକେଟ୍ ଆରମ୍ଭରୁ ସମାନ ଥିଲା | ଏହା ଆଦୌ ନୁହେଁ ଯେ କ୍ରିକେଟ୍ ରେ କେବଳ ୩ ଟି ଷ୍ଟମ୍ପ ବ୍ୟବହାର କରାଯାଇଥାଏ | ଏମିତି ଗୋଟିଏ ସମୟ ପର୍ଯ୍ୟନ୍ତ କ୍ରିକେଟ୍ ରେ କେବଳ ୨ଟି ଷ୍ଟମ୍ପ ବ୍ୟବହାର କରାଯାଇଥିଲା | ତେବେ କ’ଣ ଏମିତି ହେଲା ଯେ ତିନୋଟି ଷ୍ଟମ୍ପର ଆବଶ୍ୟକତା ଅନୁଭବ ହେଲା ଏବଂ ତୃତୀୟ ୱିକେଟ୍ ଅନ୍ତର୍ଭୁକ୍ତ କରାଗଲା ? ଅନେକ ଲୋକ ଏହାର କାରଣ ଜାଣନ୍ତି ନାହିଁ ଆପଣ ଜାଣିଛନ୍ତି କି ପିଚ୍‌ର ବ୍ୟାଟିଂ ଏବଂ ବୋଲିଂ ଶେଷରେ କେବଳ ତିନୋଟି ଷ୍ଟମ୍ପ କାହିଁକି ରଖାଯାଇଥାଏ ?

କିଏ ଏହି ନିୟମ ଆରମ୍ଭ କରିଥିଲା

ଅଧିକାଂଶ ଲୋକ ଜାଣନ୍ତି ଯେ କ୍ରିକେଟ୍ ରେ ପିଚ୍ ର ଉଭୟ ପାର୍ଶ୍ୱରେ ୩-୩ ଲେଖାଏ ଷ୍ଟମ୍ପର ଦୁଇଟି ସେଟ୍ ବ୍ୟବହାର କରାଯାଏ | କିନ୍ତୁ, ଏହା ପୂର୍ବରୁ ଏପରି ନଥିଲା | ପୂର୍ବରୁ କ୍ରିକେଟ୍ କେବଳ ଦୁଇଟି ଷ୍ଟମ୍ପ୍ ସହିତ ଖେଳାଯାଉଥିଲା | କେବଳ ଏତିକି ନୁହେଁ, ଦୁଇଟି ଷ୍ଟମ୍ପ ମଧ୍ୟରେ ଦୂରତା ମଧ୍ୟ ବ୍ୟାପକ ରଖାଯାଇଥିଲା | କିନ୍ତୁ ପରବର୍ତ୍ତି ସମୟରେ ଜଣାପଡିଲା ବଲ୍ ଟି ଦୁଇଟି ଷ୍ଟମ୍ପ ମଧ୍ୟରେ ଅତିକ୍ରମ କଲେ ବ୍ୟାଟ୍ସମ୍ୟାନ୍ ଆଉଟ୍ ହୋଇଥିଲେବି ଜଣା ପଡେ ନାହିଁ | ଆଧୁନିକ ଧାରଣା ଅନୁଯାୟୀ, ଦୁଇଟି ବାହ୍ୟ ଷ୍ଟମ୍ପ୍ ଅଫ୍ ଏବଂ ଲେଗ୍ ପାର୍ଶ୍ୱକୁ କୁ ପ୍ରତିନିଧିତ୍ୱ କରେ | ଏହି କାରଣ ପାଇଁ ତୃତୀୟ ଷ୍ଟମ୍ପ ସୃଷ୍ଟି ହେଲା ଯେତେବେଳେ ବଲଟି ଉଭୟ ମୁଣ୍ଡରେ ଷ୍ଟମ୍ପ ମଧ୍ୟରେ ଥିବା ସ୍ପେସ୍ ଦେଇ ବ୍ୟାଟ୍ସମ୍ୟାନ୍ ଆଉଟ୍ ହୋଇଥିଲେ | ଏହି ତୃତୀୟ ୱିକେଟ୍ କୁ ମିଡିଲ୍ ଷ୍ଟମ୍ପ କୁହାଯାଏ | ୧୭୭୫ ମସିହାରେ ତୃତୀୟ ଷ୍ଟମ୍ପ୍ ଆରମ୍ଭ କରାଯାଇଥିଲା | ବାସ୍ତବରେ, ସେତେବେଳେ ଲମ୍ପି ଷ୍ଟିଭେନ୍ସ ଜନ୍ ସ୍ମଲ କ୍ରମାଗତ ତିନୋଟି ବଲ୍ ବୋଲିଂ କରିଥିଲେ, ଯାହା ଦ୍ୱାରା ସେ ଅାଉଟ ହେବା ପରିବର୍ତ୍ତେ ଉଭୟ ଷ୍ଟମ୍ପ ଦେଇ ଅତିକ୍ରମ କରିଥିଲା | ଏହା ପରେ, ଏକ ତୃତୀୟ ଅର୍ଥାତ୍ ମଧ୍ୟମ ଷ୍ଟମ୍ପର ଆବଶ୍ୟକତା ଅନୁଭବ ହେଲା |Cricket Pitch Images – Browse 6,956 Stock Photos, Vectors, and Video | Adobe Stock

କେତେ ପ୍ରକାରର ଷ୍ଟମ୍ପ ରଖାଯାଇପାରିବ ସେଠାରେ ?

ଅନେକ ପ୍ରକାରର କ୍ରିକେଟ୍ ଷ୍ଟମ୍ପ ଅଛି | ଅନେକ ପେସାଦାର କ୍ରିକେଟ୍ ପଡିଆ କାଠ ଷ୍ଟମ୍ପ ବ୍ୟବହାର କରିଆସୁଛି | ଏଗୁଡ଼ିକ ସାଧାରଣତ ବାଉଁଶରେ ତିଆରି ହୋଇଥାଏ | କ୍ରିକେଟ୍ ରେ ମେଟାଲ୍ ଷ୍ଟମ୍ପ୍ ମଧ୍ୟ ବ୍ୟବହାର କରାଯାଇଛି | କଠିନ ପ୍ଲାଷ୍ଟିକରେ ନିର୍ମିତ ଷ୍ଟମ୍ପଗୁଡିକ କ୍ରିକେଟ୍ ରେ ମଧ୍ୟ ବହୁଳ ଭାବରେ ବ୍ୟବହୃତ ହୋଇଛି | ବର୍ତ୍ତମାନ ଆନ୍ତର୍ଜାତୀୟ ସ୍ତରର କ୍ରିକେଟ୍ ମ୍ୟାଚ୍ ରେ ଏଲଇଡି ଷ୍ଟମ୍ପ ଏବଂ ଜାମିନ ବ୍ୟବହାର କରାଯାଇଛି | ଏଲଇଡି କ୍ରିକେଟ୍ ଷ୍ଟମ୍ପ କିମ୍ବା ଲାଇଟ୍ ଅପ୍ ଷ୍ଟମ୍ପ ହେଉଛି ଏକ ନୂଆ ଫର୍ମାଟ୍ | ପାରମ୍ପାରିକ କାଠ ଷ୍ଟମ୍ପ ଅପେକ୍ଷା ଏଗୁଡ଼ିକ ହାଲୁକା | ଏଗୁଡ଼ିକରେ ମାଇକ୍ରୋଫୋନ୍ ଏବଂ କ୍ୟାମେରାର ସୁବିଧା ମଧ୍ୟ ଅଛି | ଏଲଇଡି ଷ୍ଟମ୍ପ ଅାସିବା ପରେ ଅମ୍ପାୟାରଙ୍କ କାର୍ଯ୍ୟ ଅତ୍ୟନ୍ତ ସୁବିଧାଜନକ ହୋଇପାରିଛି | ବଲ୍ଟି ବେଲ୍ କିମ୍ବା ଷ୍ଟମ୍ପକୁ ଛୁଇଁବା ମାତ୍ରେ ଏଲଇଡି ଲାଇଟ୍ ଜଳୁଥିବାରୁ ସେମାନେ ନିଷ୍ପତ୍ତି ନେବା ସହଜ କରନ୍ତି |

ଷ୍ଟମ୍ପର ବ୍ୟବଧାନ ବିଷୟରେ ନିୟମ କ?

୩୦୦ ବର୍ଷର କ୍ରିକେଟ୍ ଇତିହାସରେ ୱିକେଟ୍ ର ଆକାର ଅନେକ ଥର ପରିବର୍ତ୍ତିତ ହୋଇଛି | ଏହାର ପରିମାଣ ଏବଂ ଅବସ୍ଥାନ ବର୍ତ୍ତମାନ କ୍ରିକେଟ୍ ନିୟମରେ ନିୟମ ୮ ଦ୍ୱାରା ନିର୍ଣ୍ଣୟ କରାଯାଇଛି | ନିୟମ ୮ ଅନୁଯାୟୀ, ୱିକେଟ୍ ରେ ତିନୋଟି ଷ୍ଟମ୍ପ ରହିବ, ଯାହା ୨୮ ଇଞ୍ଚ ଅର୍ଥାତ୍ ୭୧.୧୨ ସେମି ଉଚ୍ଚ ହେବ | ପ୍ରତ୍ୟେକ ଷ୍ଟମ୍ପ ମଧ୍ୟରେ ସମାନ ଦୂରତା ବଜାୟ ରହିବ | ସେମାନଙ୍କୁ ଏପରି ଭାବରେ ପୋତାଯିବ ଯେ ସେମାନେ ୯ ଇଞ୍ଚ ଅର୍ଥାତ୍ ୨୨.୮୬ ସେମି ଚଉଡା ରହିବ | ଦୁଇଟି ଷ୍ଟମ୍ପକୁ  ଉଭୟ ପାର୍ଶ୍ୱରେ ଥିବା ଗଭୀର ଖାଲରେ ରଖାଯିବ | ଏହି ବେଲ୍ ଗୁଡିକ ଅଧା ଇଞ୍ଚରୁ ଅଧିକ ହେବା ଉଚିତ ନୁହେଁ ଯେପରିକି ଷ୍ଟମ୍ପ ଉପରେ ୧.୨୭ ସେମି | ବେଲ୍ ଲମ୍ବ ୪.୩୧ ଇଞ୍ଚ ଅର୍ଥାତ୍ ୧୦.୯୫ ସେମି ହେବା ଉଚିତ୍ | ଉପର ଷ୍ଟମ୍ପର ବ୍ୟାସ ୧.୩୮ ଇଞ୍ଚରୁ କମ୍ ହେବ ନାହିଁ ଯଥା ୩.୫୦ ସେମି କିମ୍ବା ୧.୫ ଇଞ୍ଚରୁ ଅଧିକ ନୁହେଁ ଯଥା ୩.୮୧ ସେମି |

ମଧ୍ୟପ୍ରଦେଶ ଉଜ୍ଜୟିନୀ ଦୁଷ୍କର୍ମ ଘଟଣା, ସହାୟତା କରି ନଥିବା ଲୋକଙ୍କ ବିରୋଧରେ ହେବ କାର୍ଯ୍ୟାନୁଷ୍ଠାନ

ଉଜ୍ଜୟିନୀ: ମଧ୍ୟପ୍ରଦେଶ ଉଜ୍ଜୟିନୀରେ ନାବାଳିକାଙ୍କୁ ଦୁଷ୍କର୍ମ ଘଟଣା । ଦୟନୀୟ ଅବସ୍ଥାରେ ଯାଉଥିବା ସତ୍ତ୍ବେ ଯେଉଁ ଲୋକମାନେ ତାଙ୍କୁ ସହାୟତାର ହାତ ବଢାଇ ନଥିଲେ ସେମାନଙ୍କ ବିରୋଧରେ ହେବ କାର୍ଯ୍ୟାନୁଷ୍ଠାନ । ଶିଶୁ ଯୌନ ନିର୍ଯାତନା ଆଇନ ଅନୁସାରେ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବ । ଝିଅଟି ରକ୍ତାକ୍ତ ଓ ଅର୍ଦ୍ଧନଗ୍ନ ଅବସ୍ଥାରେ ଦ୍ବାର ଦ୍ବାର ବୁଲି ସହାୟତା ମାଗିଥିଲେ ବି କେହି ତାଙ୍କୁ ସହାୟ ହୋଇ ନଥିଲେ । ମଧ୍ୟପ୍ରଦେଶର ଜଣେ ବରିଷ୍ଠ ପୋଲିସ ଅଧିକାରୀ କହିଛନ୍ତି ପୋସ୍କୋ ଆଇନ ଅନୁସାରେ ସେହି ବ୍ୟକ୍ତିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବ ।

ଉଜ୍ଜୟିନୀର ଅତିରିକ୍ତ ପୋଲିସ ଏସପି ଜୟନ୍ତ ସିଂ ରାଠୋଡ କହିଛନ୍ତି- ଜଣେ ଅଟୋ ଡ୍ରାଇଭର ନାବାଳିକାକୁ ଦେଖି ସୁଦ୍ଧା ପୋଲିସକୁ ସୂଚନା ଦେଇ ନଥିଲା । ସିସିଟିଭି ଭିଜୁଆଲ ଅନୁସାରେ ଏହି କାର୍ଯ୍ୟାନୁଷ୍ଠାନ ନିଆଯିବ । ନାବାଳିକାଜଣକ ରାସ୍ତାରେ ସାହାଯ୍ୟ ମାଗି ମାଗି ଯାଉଥିଲେ ବି କେତେକ ଲୋକ ନଦେଖିବା ପରି ଚାଲିଯାଇଥିଲେ । ୭ରୁ ୮ ଜଣ ଲୋକ ତାଙ୍କୁ କିଛି ଟଙ୍କା ଦେଇଥିଲେ । ସେପଟେ ଏହି ଘଟଣାର ତଦନ୍ତ ଜାରି ରଖିଛି ସ୍ବତନ୍ତ୍ର ତଦନ୍ତକାରୀ ଟିମ । ତେଣେ ଅଭିଯୁକ୍ତ ଭରତ ସୋନିଙ୍କୁ ଫାଶୀ ଦଣ୍ଡ ଦିଆଯାଉ ବୋଲି ଦାବି କରିଛନ୍ତି ତାଙ୍କ ବାପା ରାଜୁ ସୋନି । ସେ କହିଛନ୍ତି ତାଙ୍କ ପୁଅ ଏହି ଘୃଣ୍ୟ କାର୍ଯ୍ୟ କରିଛି । ତେଣୁ ସେ ଫାଶୀଖୁଣ୍ଡରେ ଝୁଲିବା ଦରକାର । ଏହି ଦୁଷ୍କର୍ମ ଘଟଣାରେ ଗତ ୨୮ ତାରିଖରେ ଭରତକୁ ଗିରଫ କରିଥିଲା ପୋଲିସ । ଉଜ୍ଜୟିନୀ ବାର କାଉନସିଲ ସଭାପତି ଅଶୋକ ଯାଦବ କହିଛନ୍ତି ଭରତକୁ କେହି ଆଇନଗତ ସହାୟତା ନ କରିବା ଲାଗି ବାରର ସମସ୍ତ ସଦସ୍ୟଙ୍କୁ ଆହ୍ବାନ ଦିଆଯାଇଛି ।

ବିଜେପି ସ୍ୱାଧୀନ ଓଡ଼ିଶାର ପ୍ରଥମ ମହିଳା ବାଚସ୍ପତିଙ୍କୁ ଅସମ୍ମାନ କରିଛି : ଦୀପାଳି ଦାସ

ଭୁବନେଶ୍ବର: ବିଜେପି ସ୍ୱାଧୀନ ଓଡ଼ିଶାର ପ୍ରଥମ ମହିଳା  ବାଚସ୍ପତିଙ୍କୁ ଅସମ୍ମାନ କରିଛି । ସେମାନେ ବିକାଶକୁ ଦେଖି ପାରୁନାହାନ୍ତି । ବିଧାନସଭା କାର୍ଯ୍ୟରେ ବାଧା ଦେଉଛନ୍ତି । ତେଣୁ ବାଚସ୍ପତି କାର୍ଯ୍ୟାନୁଷ୍ଠାନ ନେଇଛନ୍ତି । ଏହା ଗୋଟିଏ ଉଦାହରଣ ବୋଲି ବିଜେଡି ବିଧାୟକା ଦୀପାଳି ଦାସ କହିଛନ୍ତି ।

ବିଧାନସଭାରେ ଅଚଳାବସ୍ଥା ନେଇ ବିଜେଡି ବିଧାୟକ ଦିବ୍ୟଶଙ୍କର ମିଶ୍ର ପ୍ରତିକ୍ରିୟା ରଖିବା ସହ ବିଜେପିକୁ କଟାକ୍ଷ କରିଛନ୍ତି । ବିଜେପି ସାଂସଦ ବସନ୍ତ ପଣ୍ଡା ନିର୍ବାଚିତ ହେବା ପରେ ଥରେ ବି ସଂସଦରେ କଳାହାଣ୍ଡି କଥା ଉଠାଇ ନାହାନ୍ତି । ଓଡ଼ିଶା ବିରୋଧୀ କାର୍ଯ୍ୟ କଳାପ ଦିଲ୍ଲୀରେ କଲେ । ଅର୍କ କେଶରୀ ମିଶିଲେ ଦଳରେ  । ଆଉ ସେ ଜାଣିଲେଣି ତାଙ୍କ ପ୍ରତିଦ୍ବନ୍ଦ୍ବୀ ଆସିଗଲେ । ସେଥିଲାଗି ଏବେ ସେ ମିଡ଼ିଆ କୁ ଆସି ବୟାନ ବାଜି କରୁଛନ୍ତି ବୋଲି ବିଜେଡି ବିଧାୟକ ଦିବ୍ୟଶଙ୍କର ମିଶ୍ର କହିଛନ୍ତି । ସେପଟେ ମହିଳା ବାଚସ୍ପତିଙ୍କୁ ବିଜେପି ବିଧାୟକଙ୍କ ଏଭଳି ବ୍ୟବହାରକୁ ନେଇ ସାଧାରଣ ଲୋକେ ମଧ୍ୟ ନିନ୍ଦ କରିଛନ୍ତି ।