କମଳା ନେହେରୁ ମହିଳା ମହାବିଦ୍ୟାଳୟରେ ନୂଆ ଓଡ଼ିଶା, ନବୀନ ଓଡ଼ିଶା କାର୍ଯ୍ୟକ୍ରମ ଆୟୋଜିତ

ଭୁବନେଶ୍ବର: ରାଜଧାନୀ ଭୁବନେଶ୍ବର କମଳା ନେହେରୁ ମହିଳା ମହାବିଦ୍ୟାଳୟରେ ନୂଆ ଓଡ଼ିଶା, ଯୁବ ଓଡ଼ିଶା, ନବୀନ ଓଡ଼ିଶା କାର୍ଯ୍ୟକ୍ରମ ଆୟୋଜନ ହୋଇଛି । କାର୍ଯ୍ୟକ୍ରମ ଜରିଆରେ କ୍ରୀଡ଼ା, ସାଂସ୍କୃତିକ ଏବଂ ସାମାଜିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏଥିରେ ମୁଖ୍ୟ ଅତିଥି ଭାବେ ଉଚ୍ଚ ଶିକ୍ଷା ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ, ସମ୍ମାନିତ ଅତିଥି ଭାବେ ବିଧାୟକ ଅନନ୍ତ ନାରାୟଣ ଜେନା ଯୋଗ ଦେଇଥିଲେ । ଯୋଜନା ଜରିଆରେ ପ୍ଲାଷ୍ଟିକ ବର୍ଜନ, ନିଶାମୁକ୍ତ ସମାଜ ଗଠନ, ପ୍ରାଥମିକ ଚିକିତ୍ସା, ପ୍ରାକୃତିକ ବିପର୍ଯ୍ୟୟ, ସରକାରୀ ଯୋଜନାର ସଫଳତା ସମ୍ପର୍କରେ ସଚେତନତା ସୃଷ୍ଟି କରାଯାଇଥିଲା । ଏହି ଅବସରରେ କବିତା ଆବୃତ୍ତି, ଗଳ୍ପ, ବକ୍ତୃତା, ହୁଳହୁଳି, ଶଙ୍ଖ ବାଦ୍ୟ, ଯୋଗାସନ, ଏକକ ଅଭିନୟ, ମୁରୁଜ, ଓଡ଼ିଶୀ ନୃତ୍ୟ ସହ ବିଭିନ୍ନ କ୍ରୀଡ଼ା ପ୍ରତିଯୋଗିତା କରାଯାଇଥିଲା । ଶେଷରେ କୃତି ଛାତ୍ରଛାତ୍ରୀମାନଙ୍କୁ ପୁରସ୍କୃତ କରାଯାଇଥିଲା  ।