ଖୁବଶୀଘ୍ର ଆୟୁଷ ହସ୍ପିଟାଲର ନବକଳେବର, ଖର୍ଚ୍ଚ ହେବ ୧୫୭ କୋଟି ଟଙ୍କା

ଭୁବନେଶ୍ବର: ଆୟୁଷ ହସ୍ପିଟାଲ ଗୁଡ଼ିକର ନବକଳେବର ହେବ । ଭିତ୍ତିଭୂମି ବିକାଶ ପାଇଁ ଖର୍ଚ୍ଚ ହେବ ୧୫୭ କୋଟି ଟଙ୍କା । ନୂତନ ଗୃହ ନିର୍ମାଣ ଓ ପୁରୁଣା ମରାମତି ପାଇଁ ରିପୋର୍ଟ ଦିଆସରିଛି । ଯଥାଶୀଘ୍ର କାର୍ଯ୍ୟ ସରିବ ବୋଲି ଆୟୁଷ ନିର୍ଦ୍ଦେଶାଳର ନିର୍ଦ୍ଦେଶିକ ପ୍ରେମଜିତ ନାୟକ ସୂଚନା ଦେଇଛନ୍ତି । ସ୍ୱତନ୍ତ୍ର ସ୍କ୍ୱାଡ୍‌ ସମସ୍ତ ଆୟୁଷ ଡିସ୍ପେନ୍ସାରି ପରିଦର୍ଶନ କରି ଆୟୁଷ ନିର୍ଦ୍ଦେଶାଳୟକୁ ରିପୋର୍ଟ ଦେବେ । ଯାହା ଅଭାବ ରହିଛି, ତାହା ପୂରଣ କରାଯିବ ।

ଡାକ୍ତର, ସହାୟକ ଓ ଅନ୍ୟ କର୍ମଚାରୀ ନିୟମିତ ଆସୁଛନ୍ତି ନା ନାହିଁ, ତାହା ଅନୁଧ୍ୟାନ କରିବାକୁ ସ୍ୱତନ୍ତ୍ର ସ୍କ୍ୱାଡ୍ ଗଠନ ହୋଇଛି । ଓଡ଼ିଶା ପବ୍ଲିକ୍‌ ସର୍ଭିସ କମିଶନ ଜରିଆରେ ୨୨୧ ଆୟୁଷ ଡାକ୍ତର ନିଯୁକ୍ତି ପ୍ରକ୍ରିୟା ଆରମ୍ଭ ହୋଇଥିବା ଆୟୁଷ ନିର୍ଦ୍ଦେଶାଳର ନିର୍ଦ୍ଦେଶିକ ପ୍ରେମଜିତ ନାୟକ ସୂଚନା ଦେଇଛନ୍ତି ।