ଘଣ୍ଟାକୁ ୧୧୦ କିଲୋମିଟର ବେଗରେ ଆନ୍ଧ୍ରରେ ବହୁଛି ପବନ

ଅମରାବତୀ: ବାତ୍ୟା ମିଗଜୋମର ଲ୍ୟାଣ୍ଡଫଲ ଜାରି। ଆନ୍ଧ୍ରପ୍ରଦେଶ ବାପତଲା ନିକଟରେ ସ୍ଥଳଭାଗ ଛୁଉଁଛି ବାତ୍ୟା ମିଗଜୋମ୍। ମଛଲିପଟନମ ରାଡ଼ାରରୁ ଏନେଇ ସୂଚନା ମିଳିଛି। ୩ଘଣ୍ଟା ମଧ୍ୟରେ ସରିବ ଲ୍ୟାଣ୍ଡଫଲ ପ୍ରକ୍ରିୟା । ଭୀଷଣ ବାତ୍ୟା ଭାବେ ସ୍ଥଳଭାଗ ଛୁଉଁଛି ମିଗଜୋମ୍ । ପ୍ରଭାବରେ ଘଣ୍ଟାକୁ ୧୧୦ କିଲୋମିଟର ବେଗରେ ପବନ ବହୁଛି। ପ୍ରବଳ ବର୍ଷା ମଧ୍ୟ ହେଉଛି । ଆଜି ସନ୍ଧ୍ୟା ଭିତରେ ଦୁର୍ବଳ ହେବ ବାତ୍ୟା ।

ବାତ୍ଯାକୁ ନେଇ ଆନ୍ଧ୍ର ସହ ଚେନ୍ନାଇରେ ରେଡ୍ ଆଲର୍ଟ ଜାରି କରାଯାଇଛି । ବାତ୍ୟା ମିଗଜୋମ ବାପଟଲା ଓ କ୍ରିଷ୍ଣା ଜିଲ୍ଲାରେ ବ୍ୟାପକ କ୍ଷତି ଘଟାଇବା ଆଂଶକା କରାଯାଉଛି । ବାତ୍ୟାକୁ ନେଇ ଆନ୍ଧ୍ରପ୍ରଦେଶର ୮ ଜିଲ୍ଲାରେ ଆଲର୍ଟ ଜାରି କରାଯାଇଛି । ତିରୁପତି, ନେଲୋର, ପ୍ରକାଶମ, ବାପଟଲା. କ୍ରିଷ୍ଣା, ୱେଷ୍ଟ ଗୋଦାବରୀ, କୋନାସିମା ଏବଂ କାକିନାଡା ଜିଲ୍ଲାରେ ସତର୍କତା ଜାରି କରାଯାଇଛି । ଉପକୂଳ ଅଂଚଳରେ ୧୪୪ ଧାରା ଜାରି କରାଯାଇଛି । ଆନ୍ଧ୍ରପ୍ରଦେଶରେ ସ୍ଥିତିର ସମୀକ୍ଷା କରିଛନ୍ତି ମୁଖ୍ୟମନ୍ତ୍ରୀ ଜଗନମୋହନ ରେଡି ।