spot_img
Home Blog Page 2686

ବିପଦ ସଂକେତ ଉପରେ ପ୍ରବାହିତ ହେଉଛି ଜଳକା ନଦୀର ଜଳସ୍ତର

ବାଲେଶ୍ୱର : ଉପରମୁଣ୍ଡରେ ପ୍ରବଳ ବର୍ଷା ଯୋଗୁ ବଢୁଛି ଜଳକା ନଦୀର ଜଳସ୍ତର । ବିପଦ ସଂକେତ ଉପରେ ପ୍ରବାହିତ ହେଉଛି ଜଳକା ନଦୀର ଜଳସ୍ତର । ମଥାନୀରେ ବିପଦ ସଂକେତ ୫.୫୦ ମିଟର ଥିବା ବେଳେ ଏବେ ଜଳସ୍ତର ବୃଦ୍ଧି ପାଇ ୬.୩୩ ମିଟର ଉପରେ ପ୍ରବାହିତ ହେଉଛି । ବର୍ଷା ଲାଗି ରହିଥିବା ବେଳେ ନଦୀର ଉପର ମୁଣ୍ଡ ମୟୂରଭଞ୍ଜ ଜିଲ୍ଲାରେ ଲଗାଣ ବର୍ଷା ଯୋଗୁଁ ଜଳସ୍ତର ଅଧିକ ବୃଦ୍ଧି ପାଇବାରେ ଲାଗିଛି । ବିଭିନ୍ନ ସ୍ଥାନରେ ନଦୀବନ୍ଧ ଦୁର୍ବଳ ଥିବାରୁ ବନ୍ଯା ଆଶଙ୍କା ପାଇଁ ଭୟଭୀତ ଅଛନ୍ତି ନଦୀ ତଟବର୍ତ୍ତୀ ଅଞ୍ଚଳବାସୀ ।

ଜଳକା ନଦୀର ଉପର ମୁଣ୍ଡ ମୟୂରଭଞ୍ଜ ଜିଲ୍ଲାର ଶୁଳିଆପଦା, ମୋରଡା, ଚିତ୍ରଡା, ରାସଗୋବିନ୍ଦପୁର ଅଞ୍ଚଳରେ ପ୍ରବଳ ବର୍ଷା କାରଣରୁ ବଢୁଛି ନଦୀର ଜଳସ୍ତର । ଲଘୁଚାପ ସକ୍ରିୟ ଥିବାରୁ ଆହୁରି ଦୁଇଦିନ ବର୍ଷା ହେବ ବୋଲି ସୂଚନା ଥିବାରୁ ବନ୍ୟା ଆଶଙ୍କା କରାଯାଉଛି । ଯଦି ବନ୍ୟା ହୁଏ, ତେବେ ବସ୍ତା ଏବଂ ସଦର‌ ବ୍ଲକର ପାଖାପାଖି ୧୨ଟି ପଞ୍ଚାୟତର ଚାଷ କ୍ଷତି ହେବାର ଆଶଙ୍କା କରାଯାଉଛି ।

ବଙ୍ଗୀୟ ସମାଜ ପକ୍ଷରୁ ରାଜ୍ୟ ସରକାରଙ୍କୁ ଧନ୍ୟବାଦ୍ ଓ ପ୍ରଶଂସା

ନବରଙ୍ଗପୁର : ବଙ୍ଗୀୟ ସମାଜ ପକ୍ଷରୁ ରାଜ୍ୟ ସରକାରଙ୍କୁ ଧନ୍ୟବାଦ୍ ଓ ପ୍ରଶଂସା। ଦୀର୍ଘ ଦିନର ଦାବି ପୂରଣ କରିଛନ୍ତି ରାଜ୍ୟ ସରକାର। ଏଣିକି ଆଉ ସରକାରୀ କାର୍ଯ୍ୟରେ  ଦରକାର ପଡ଼ିବନି ପରିବାର ପରିଚୟ ପତ୍ର।  ପରିବାର ପରିଚୟ ପତ୍ର କୁ ନେଇ ବଙ୍ଗୀୟ ସମାଜ ଓ ପ୍ରଶାସନ ମଧ୍ୟରେ ବିଭିନ୍ନ ସମୟରେ ବିବାଦ ଦେଖା ଦେଉଥିଲା । 5ଟି ସଚିବ ଭି କେ ପାଣ୍ଡିଆନ ଗତ ମାର୍ଚ୍ଚ ୧୮ ତାରିଖ ଦିନ ଉମରକୋଟ ଗସ୍ତ ସମୟରେ ଉମରକୋଟ ଓ ରାଇଘର ବଙ୍ଗୀୟ ସମାଜକୁ ସାକ୍ଷାତ କରିଥିଲେ ।

ଫାଇଭ ଟି ସଚିବଙ୍କୁ ପରିଚୟପତ୍ର ବ୍ୟବସ୍ଥାକୁ ଉଚ୍ଛେଦ କରିବା ପାଇଁ ଅନୁରୋଧ କରିଥିଲେ ଲୋକେ। ଫଳସ୍ୱରୂପ ରାଜ୍ୟ ସରକାର ନବରଙ୍ଗପୁର ଓ ମାଲକାନଗିରି ଜିଲ୍ଲାପାଳଙ୍କୁ ଜାତି ଓ ବାସସ୍ଥାନ ପ୍ରମାଣ ପତ୍ର ପ୍ରଦାନ ସମୟରେ ବଙ୍ଗୀୟ ଲୋକଙ୍କୁ ପରିବାର ପରିଚୟ ପତ୍ର ନ ମାଗିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ।

ଏସିଆନ ଗେମ୍ସର ଜାଭେଲିନ୍ ଥ୍ରୋରେ ରୌପ୍ୟ ପଦକ ହାସଲ କଲେ ଓଡ଼ିଆ ପୁଅ କିଶୋର

ନନ୍ଦିଘୋଷ ବ୍ୟୁରୋ : ଏସିଆନ ଗେମ୍ସରେ ଚମକିଲେ ଓଡ଼ିଆ ପୁଅ । ଜାଭେଲିନରେ କିଶୋର ଜେନାଙ୍କୁ ମେଡାଲ । ଜାଭେଲିନ୍ ଥ୍ରୋରେ ରୌପ୍ୟ ପଦକ ହାସଲ କଲେ କିଶୋର । ୮୭.୫୪ ମିଟର ଥ୍ରୋ କଲେ କିଶୋର ଜେନା । ବିଶ୍ବ ଚାମ୍ପିଆନସିପ୍‌ରେ ୫ ନମ୍ବର ସ୍ଥାନରେ ଥିଲେ କିଶୋର । ୫୦ ଲକ୍ଷ ଟଙ୍କା ସହ ସମ୍ମାନିତ କରିଥିଲେ ମୁଖ୍ୟମନ୍ତ୍ରୀ । ଏସିଆନ ଗେମ୍ସ ପାଇଁ କହିଥିଲେ ‘ଅଲ ଦ ବେଷ୍ଟ’ । ପ୍ୟାରିସ ଅଲିମ୍ପିକ୍ସ ପାଇଁ କିଶୋରଙ୍କ ଯୋଗ୍ୟତା ଅର୍ଜନ। କିଶୋରଙ୍କ ନୂଆ ପର୍ସନାଲ ବେଷ୍ଟ ସ୍କୋର ୮୭.୫୪ ମିଟର । ଜାଭଲିନ୍ ଥ୍ରୋରେ ସ୍ୱର୍ଣ୍ଣପଦକ ଜିତିଲେ ସୁନା ପୁଅ ନୀରଜ ଚୋପ୍ରା । ସେପଟେ ନୀରଜ ଚୋପ୍ରା ୮୮.୮୮ ମିଟର ଜାଭଲିନ୍ ଥ୍ରୋ କରିଥିଲେ । ସେହିପରି କିଶୋର ଜେନା ୮୭.୫୪ ମିଟର ଜାଭଲିନ୍ ଥ୍ରୋ କରିଥିଲେ । ପୂରା ପ୍ରତିଯୋଗିତାରେ ଦୁଇ ଭାରତୀୟ ଖେଳାଳିଙ୍କ ଭିତରେ ଟକ୍କର ଦେଖିବାକୁ ମିଳିଥିଲା । ଏମିତି କି ଗୋଟିଏ ରାଉଣ୍ଡରେ ନୀରଜ ଚୋପ୍ରାଙ୍କୁ ପଛରେ ପକାଇ ଦେଇଥିଲେ କିଶୋର ଜେନା ।World Athletics Championships: Kishore Jena finishes 5th with personal best  of 84.77m, DP Manu grabs 6th spot - India Today

ହେଲେ ଚତୁର୍ଥ ରାଉଣ୍ଡରେ ନୀରଜ ନିଜର ବେଷ୍ଟ ଦେବା ସହିତ କିଶୋରଙ୍କୁ ପଛରେ ପକାଇ ଦେଇଥିଲେ । ଏହି ମ୍ୟାଚରେ ନୀରଜ ଚୋପ୍ରାଙ୍କୁ ଟକ୍କର ଦେଇଥିଲେ କିଶୋର ଜେନା । ତେବେ ନୀରଜଙ୍କ ପ୍ରଥମ ଥ୍ରୋ କିନ୍ତୁ ଟେକ୍ନିକାଲ କାରଣରୁ କାଉଣ୍ଟ କରାଯାଇନଥିଲା । ଏହାପରେ ସେ ୮୨.୩୮ ମିଟର ଥ୍ରୋ କରିଥିଲେ । ପରେ ପରେ କିଶୋର ଜେନା ମଧ୍ୟ ଏହି ରାଉଣ୍ଡରେ ୮୧.୨୬ ମିଟର ଏବଂ ଦ୍ୱିତୀୟ ଥରରେ ୮୪.୪୯ ମିଟର ଜାଭଲିନ୍ ଥ୍ରୋ କରିଥିଲେ । ତେବେ ତୃତୀୟ ରାଉଣ୍ଡରେ ଦୁଇ ଖେଳାଳିଙ୍କ ଭିତରେ କଡା ଟକ୍କର ଦେଖିବାକୁ ମିଳିଥିଲା । ତୃତୀୟ ରାଉଣ୍ଡରେ କିଶୋର ଜେନା , ସୁନା ପଦକ ବିଜେତା ନୀରଜ ଚୋପ୍ରାଙ୍କୁ ପଛରେ ପକାଇ ଦେଇଥିଲେ ।

APP ନେତା ତଥା ରାଜ୍ୟସଭା ସାଂସଦ ସଞ୍ଜୟ ସିଂଙ୍କୁ ଗିରଫ କଲା ED

ନୂଆଦିଲ୍ଲୀ : ଆପ ନେତା ତଥା ରାଜ୍ୟସଭା ସାଂସଦ ସଞ୍ଜୟ ସିଂଙ୍କୁ ଗିରଫ କଲା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । ପୂର୍ବତନ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କ ପରେ ଏବେ ସଞ୍ଜୟ ସିଂଙ୍କୁ ଗିରଫ କରିଛି ଇଡି । ଦିଲ୍ଲୀ ମଦ ନୀତି ମାମଲା କରିଛି ଗିରଫ। ଆମ୍ ଆଦମୀ ପାର୍ଟିର ବରିଷ୍ଠ ନେତା ତଥା ରାଜ୍ଯସଭା ସାଂସଦ ସଞ୍ଜୟ ସିଂଙ୍କ ଘରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟର ଚାଲିଥିଲା ରେଡ । ଦିଲ୍ଲୀ ମଦ ଦୁର୍ନୀତି ମାମଲାରେ ସଞ୍ଜୟଙ୍କ ଘରେ ରେଡ କରିଥିଲା ଇଡି । ପୂର୍ବରୁ ଏହି ମାମଲାରେ ସଞ୍ଜୟଙ୍କ ନିକଟତର ଥିବା କେତେକ ବ୍ୟକ୍ତିଙ୍କ ଘରେ ବି ଯାଞ୍ଚ ହୋଇଥିବା ସୂଚନା ମିଳିଛି । ବହୁଚର୍ଚ୍ଚିତ ଦିଲ୍ଲୀ ମଦ ଦୁର୍ନୀତି ମାମଲାରେ ଦାଖଲ ହୋଇଥିବା ଚାର୍ଜସିଟରେ ସଞ୍ଜୟଙ୍କ ନାମ ସ୍ଥାନୀତ ଥିଲା । ଇଡିର ଚାର୍ଜସିଟରେ କୁହାଯାଇଛି- ଦିଲ୍ଲୀଭିତ୍ତିକ ବ୍ୟବସାୟୀ ତଥା ମଦ ଦୁର୍ନୀତି ଅଭିଯୁକ୍ତ ଦିନେଶ ଆରୋରା ଦିଲ୍ଲୀ ମୁଖ୍ଯମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲଙ୍କୁ ତାଙ୍କ ବାସଭବନରେ ଭେଟିଥିଲେ । ସେଠାରେ ସଞ୍ଜୟ ସିଂ ଉପସ୍ଥିତ ଥିଲେ ।ED raids Sanjay Singh; AAP lashes out at BJP says, 'targeted for raising Adani matter in Parliament' | Mint

ଜେରା ବେଳେ ଦିନେଶ ଅତୀତରେ ସଞ୍ଜୟଙ୍କୁ ଏକ ଇଭେଣ୍ଟରେ ଭେଟିଥିଲେ ଏବଂ ପରେ ସେ ପୂର୍ବତନ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କ ସମ୍ପର୍କରେ ଆସିଥିଲେ । ଦିଲ୍ଲୀ ନିର୍ବାଚନ ପୂର୍ବରୁ ପାଣ୍ଠି ଯୋଗାଡ ଉଦ୍ଦେଶ୍ୟରେ ଏହି ଇଭେଣ୍ଟ ଆୟୋଜିତ ହୋଇଥିଲା । ଏହା ସହ ଦିଲ୍ଲୀ ମଦ ବିଭାଗରେ ଦିନେଶଙ୍କ ବ୍ୟବସାୟ ସମ୍ପର୍କିତ ପଡିରହିଥିବା ଏକ ସମସ୍ୟାକୁ ବି ସମାଧାନ କରିବାରେ ସଞ୍ଜୟ ସହାୟତା କରିଥିଲେ । ଏହି ମାମଲାରେ ପୂର୍ବରୁ ଦିନେଶଙ୍କୁ ଗିରଫ କରିଥିଲା ଇଡି । ଦିଲ୍ଲୀ ମଦ ଦୁର୍ନୀତି ମାମଲାର ସିବିଆଇ ତଦନ୍ତ ଲାଗି ଦିଲ୍ଲୀର ଲେଫ୍ଟନାଣ୍ଟ ଗଭର୍ଣ୍ଣର ଭିକେ ସକ୍ସେନା ନିର୍ଦ୍ଦେଶ ଦେଇଥିଲେ ।

ଜାତୀୟ ତଦନ୍ତକାରୀ ସଂସ୍ଥା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟକୁ ସୁପ୍ରିମକୋର୍ଟଙ୍କ ଭର୍ତ୍ସନା

ନୂଆଦିଲ୍ଲୀ : ଜାତୀୟ ତଦନ୍ତକାରୀ ସଂସ୍ଥା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟକୁ ସୁପ୍ରିମକୋର୍ଟଙ୍କ ଭର୍ତ୍ସନା। ତଦନ୍ତରେ ସ୍ବଚ୍ଥତା ଅବଲମ୍ବନ କର । ଏକ ଠକେଇ ତଦନ୍ତ ମାମଲାର ଶୁଣାଣି କରି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟକୁ ଏହି ପରାମର୍ଶ ଦେଇଛନ୍ତି ସୁପ୍ରିମକୋର୍ଟ । ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ  ପକ୍ଷରୁ ହୋଇଥିବା ୨ ଗିରଫଦାରୀକୁ ରଦ୍ଦ କରିଛନ୍ତି ସୁପ୍ରିମକୋର୍ଟ  । ଆକ୍ରୋଶମୂଳକ ଭାବେ ପ୍ରତିଶୋଧ ପରାୟଣ ନହୋଇ ତଦନ୍ତରେ ସମ୍ପୂର୍ଣ୍ଣ ସ୍ବଚ୍ଛତା ଆପଣାଇବାକୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟକୁ ପରାମର୍ଶ ଦେଇଛନ୍ତି ସର୍ବୋଚ୍ଚ ନ୍ୟାୟାଳୟ । ଏହାସହ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟର ସମସ୍ତ କାର୍ଯ୍ୟ ଓ ପଦକ୍ଷେପରେ ସ୍ବଚ୍ଛତା ରହିବା ଆବଶ୍ୟକ ବୋଲି କହିଛନ୍ତି ସୁପ୍ରିମକୋର୍ଟ । ହରିୟାଣାର ଏକ ଅର୍ଥ ହେରଫେର ମାମଲାରେ ପଞ୍ଜାବ ଓ ହରିୟାଣା ହାଇକୋର୍ଟ ଦେଇଥିବା ରାୟକୁ ଚ୍ୟାଲେଂଜ କରି ସୁପ୍ରିମକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ ଦୁଇ ଅଭିଯୋଗକାରୀ  ।Builders may have to pay land dues to Noida, Greater Noida Authorities at a  higher rate

ହାଇକୋର୍ଟ ଏହି ଦୁଇ ଅଭିଯୋଗକାରୀଙ୍କ ଆବେଦନକୁ ଖାରଜ କରି ଦେଇଥିଲା । ଦୁଇ ଅଭିଯୋଗକାରୀଙ୍କୁ ଗତ ଜୁନ ୧୪ ତାରିଖରେ ଅର୍ଥ ହେରଫେର ମାମଲାର ତଦନ୍ତ ଲାଗି ପଚରାଉଚରା କରିବାକୁ ଡାକିଥିଲା ଇଡି । ସେହି ଦିନ ଅନ୍ୟ ଏକ ନୂଆ ମାମଲା ରୁଜୁ କରି ତାଙ୍କୁ ସେଠାରେ ଗିରଫ କରାଯାଇଥିଲା  । ଏହାକୁ୍ ବିରୋଧ କରି ପ୍ରଥମେ ହାଇକୋର୍ଟ ଓ ପରେ ସୁପ୍ରିମକୋର୍ଟଙ୍କ ଦାରସ୍ଥ ହୋଇଥିଲେ ଦୁଇ ଅଭିଯୋଗକାରୀ ।

ଭୁବନେଶ୍ବର ଉତ୍ତର ନିର୍ବାଚନ ମଣ୍ଡଳୀରେ ଶୁଭାରମ୍ଭ ହୋଇଛି ବିଜେଡିର ଜନସମ୍ପର୍କ ପଦଯାତ୍ରା

ଭୁବନେଶ୍ବର : ଭୁବନେଶ୍ବର ଉତ୍ତର ନିର୍ବାଚନ ମଣ୍ଡଳୀରେ ଶୁଭାରମ୍ଭ ହୋଇଛି ବିଜେଡିର ଜନସମ୍ପର୍କ ପଦଯାତ୍ରା । ୮ନମ୍ବର ଓ୍ବାର୍ଡ ସାଇମନ୍ଦିର ନିକଟରୁ ବିଶାଳ ଶୋଭାଯାତ୍ରାରେ ଜନସମ୍ପର୍କ ପଦଯାତ୍ରା ଆରମ୍ଭ ହୋଇଥିଲା  । ଭୁବନେଶ୍ବର ଉତ୍ତର ବିଧାୟକ ସୁଶାନ୍ତ ରାଉତଙ୍କ ନେତୃତ୍ବରେ ଜନସମ୍ପର୍କ ପଦଯାତ୍ରା ଆରମ୍ଭର ହୋଇଥିବାବେଳେ ରାଜ୍ୟ ସରକାରଙ୍କ ବିକାଶର ବାର୍ତ୍ତାକୁ ଘରେ ଘରେ ପହଞ୍ଚାବା ଲାଗି ପଦଯାତ୍ରା କରିଛନ୍ତି ଦଳର ନେତା ଓ କର୍ମୀ  ।

ପଦଯାତ୍ରାରେ ରାଜ୍ୟସଭା ସାଂସଦ ମୁନା ଖାଁ, ଭୁବନେଶ୍ବର ମେୟର ସୁଲୋଚନା ଦାଶ ,ରାଜ୍ୟ ନିର୍ମାଣ ଶ୍ରମିକ କଲ୍ୟାଣ ବୋର୍ଡ ଅଧକ୍ଷା ଶ୍ରୀମୟୀ ମିଶ୍ର, ରାଜ୍ୟ ମତ୍ସ୍ୟ ଉନ୍ନୟନ ନିଗମ ଅଧ୍ୟକ୍ଷ ସୁବାସ ପାତ୍ର, ବିଜେଡି ମୁଖପାତ୍ର ଇପ୍ସିତା ସାହୁ, କର୍ପୋରେଟର ମୋନାଲିସା ସାହୁ, ବିଜେଡି ନେତା ମନୋଜ କୁମାର ସାହୁ, କର୍ପୋରେଟର ଲାଲମୋହନ ଟୁଡୁ ପ୍ରମୁଖ ସାମିଲ ହୋଇଥିଲେ  । ଓ୍ବାର୍ଡ ପରିକ୍ରମା କରି ସଭିଏଁ ରାଜ୍ୟ ସରକାରଙ୍କ ଲୋକାଭିମୂଖୀ ଯୋଜନା ସମ୍ପର୍କରେ ଲୋକଙ୍କୁ ଅବଗତ କରାଇଥିଲେ  ।

ଏସିଆନ ଗେମରେ ଭାରତକୁ ମିଳିଲା ଆଉ ଏକ ସ୍ବର୍ଣ୍ଣ

ନନ୍ଦିଘୋଷ ବ୍ୟୁରୋ : ଏସିଆନ ଗେମରେ ଭାରତକୁ ମିଳିଲା ଆଉ ଏକ ସ୍ବର୍ଣ୍ଣ । ତୀରନ୍ଦାଜରେ ଭାରତ ଜିତିଲା ସ୍ବର୍ଣ୍ଣ ପଦକ । ଜୋତି ଭେନମ୍ ଓ ଓଜାସ ଡିଓଟାଲେ ସ୍ବର୍ଣ୍ଣ ପଦକ ହାସଲ କରିଛନ୍ତି । ବର୍ତ୍ତମାନ ଭାରତର ସ୍ବର୍ଣ୍ଣ ପଦକ ସଂଖ୍ୟା ୧୬କୁ ବୃଦ୍ଧି ପାଇଛି । ସେହିପରି ୨୬ଟି ରୌପ୍ୟ ଓ ୨୯ ଟି ବ୍ରୋଞ୍ଜ ପଦକ ମିଳିସାରିଛି । ସେହିପରି ଆଜି ଜାଭେଲିନ ଥ୍ରୋରେ ମଇଦାନକୁ ଓହ୍ଲାଇବେ ଓଡ଼ିଆ ପୁଅ କିଶୋର ଜେନା ।

ଅଗଷ୍ଟ ମାସରେ ଖେଳାଯାଇଥିବା ବିଶ୍ବ ଆଥଲେଟିକ୍ ଚାମ୍ପିଅନସିପରେ ନିଜର କ୍ୟାରିଅରର ବେଷ୍ଟ ୮୪.୭୭ ମିଟର ଜାଭେଲିନ୍ ଥ୍ରୋ କରି ପଞ୍ଚମ ସ୍ଥାନରେ ଥିଲେ କିଶୋର । ଆଜି ମ୍ୟାଚରେ ନିଜର ସର୍ବଶ୍ରେଷ୍ଠ ପ୍ରଦର୍ଶନ କରି ପଦକ ହାସଲ ଲକ୍ଷ୍ୟରେ ଅଛନ୍ତି କିଶୋର ।

 

ସୌରିନଙ୍କ ବିରୁଦ୍ଧରେ NBW ଜାରି ପାଇଁ ଜେଏମ୍‌ଏଫ୍‌ସି କୋର୍ଟରେ ଆବେଦନ

କଟକ : କଣ୍ଠଶିଳ୍ପୀ ସୌରିନ ଭଟ୍ଟଙ୍କ ପାଇଁ ବଢ଼ିଲା ଅଡୁଆ । ସୌରିନଙ୍କ ବିରୁଦ୍ଧରେ NBW ଜାରି ପାଇଁ ଜେଏମ୍‌ଏଫ୍‌ସି କୋର୍ଟରେ ଆବେଦନ କରିଛି କମିଶନରେଟ ପୋଲିସ । ସୌରିନ ଦୀର୍ଘଦିନ ଧରି ଧରାଛୁଆଁ ଦେଉନଥିବାରୁ ତାଙ୍କ ବିରୋଧରେ NBW ଜାରି ପାଇଁ ନିଷ୍ପତ୍ତି ନେଇଛି ପୋଲିସ୍ । ପୂର୍ବରୁ ସୌରୀନଙ୍କର କୋଲକାତାରେ ଥିବା ଦୁଇଟି ବ୍ୟାଙ୍କ ଆକାଉଣ୍ଟକୁ ଫ୍ରିଜ କରିଛି ପୋଲିସ । ଏହାସହ ତାଙ୍କ ବିରୁଦ୍ଧରେ ଲୁକଆଉଟ ସର୍କୁଲାର ମଧ୍ୟ ଜାରି କରାଯାଇଛି । ଗତ ଜୁନ୍‌ ୧୨ ତାରିଖରେ ମାନସିକ ଓ ଶାରୀରିକ ନର୍ଯ୍ୟାତନା ଦେଇଥିବା ନେଇ  ଜଣେ ଯୁବତୀ କଟକ ମହିଳା ଥାନାରେ ଅଭିଯୋଗ ଆଣିଥିଲେ ।Harassment Slur On Playback Singer Sourin Bhatt; Case Filed At Mahila  Station In Odisha's Cuttack - odishabytes

ସୌରିନ ଭଟ୍ଟ ବିବାହିତ ସତ୍ତ୍ୱେ ପୀଡ଼ିତାଙ୍କୁ ବିବାହ କରିବାର ପ୍ରତିଶୃତି ଦେଇଥିଲେ । ପରେ ପୀଡିତା ଏକଥା ଜାଣିବା ପରେ ସୌରିନଙ୍କ ଠାରୁ ଦୁରେଇ ଯିବାକୁ ଚାହିଁଥିଲେ । ପରେ ଯୁବତୀଙ୍କୁ ବ୍ଲାକମେଲ କରିଥିଲେ ବୋଲି ଅଭିଯୋଗ ହୋଇଛି ।

ଆଗାମୀ ଚାରି ପାଞ୍ଚ ଦିନ ଯାଏ ନାହିଁ ବର୍ଷା

ଭୁବନେଶ୍ୱର : ରାଜ୍ୟରେ ନାହିଁ ବନ୍ୟା ସ୍ଥିତି। ଆଗାମୀ  ଚାରି ପାଞ୍ଚ ଦିନ ଯାଏ ବର୍ଷା ନାହିଁ। ହୀରାକୁଦ ଜଳଭଣ୍ଡାରରେ ୬୨୯.୪ ଫୁଟ ପାଣି ଅଛି । ଉପରମୁଣ୍ଡ ଛତିଶଗଡରେ ବର୍ଷା ନାହିଁ। କେବଳ ସୁନ୍ଦରଗଡ଼ ଓ ଝାରସୁଗୁଡାରେ ଭେଡେନ ଓ ଇବ ଅବବାହିକାରେ ବର୍ଷା ହୋଇଛି। ସେଥିପାଇଁ ହୀରାକୁଦ ଜଳଭଣ୍ଡାର ଜଳସ୍ତର ବଢିଛି। ହୀରାକୁଦର ୬ଟି ଗେଟ ଖୋଲା ଅଛି। ସ୍ଥିତି ଦେଖି ଆଉ ଗେଟ ଖୋଲିବା ନେଇ ଚିନ୍ତା କରାଯିବ। ହେଲେ ଆଉ ଗେଟ୍ ଖୋଲିବନି।Tampa-Area Weather: Warmth, Humidity Edging Up

ହୀରାକୁଦ ପୂରା ସୁରକ୍ଷିତ ଅଛି। ବୈତରଣୀରେ ଜଳସ୍ତର ବଢିଛି । ସୁବର୍ଣରେଖା ଓ ବୁଢାବାଳଙ୍ଗ ବେସିନରେ ବର୍ଷା ହୋଇଛି। ଜଳକା ବିପଦସଂକେତ ତଳେ ଥିଲା। ହେଲେ କେଉଁଠି ବି ଚିନ୍ତାଜନକ ସ୍ଥିତି ନାହିଁ। ଆଜି ହିଁ ପାଣି ଖସିଯିବ ବୋଲି ଜଳସଂପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ ଭକ୍ତରଞ୍ଜନ ମହାନ୍ତି କହିଛନ୍ତି।

ଭୁବନେଶ୍ବର ଉପକଣ୍ଠ ଓ ଜଟଣୀ ଆବାସିକ କଲୋନୀ ପାଇଁ ୪୨୯ ଟି ରାସ୍ତା ପ୍ରକଳ୍ପକୁ ଅନୁମୋଦନ

ଭୁବନେଶ୍ୱର : ବିକଶିତ ହେବ ଭୁବନେଶ୍ବର ଉପକଣ୍ଠ ଓ ଜଟଣୀ । ଆବାସିକ କଲୋନୀ ପାଇଁ ୪୨୯ଟି ରାସ୍ତା ପ୍ରକଳ୍ପକୁ ଅନୁମୋଦନ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏଥିପାଇଁ ଖର୍ଚ୍ଚ ହେବ ୩୯ କୋଟି ୨୫ ଲକ୍ଷ ଟଙ୍କା । ତିନି ମାସରେ କାମ ସାରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଗତ ଅଗଷ୍ଟ ମାସ ୨୩ ତାରିଖରେ 5T ସଚିବ  ଭି.କେ. ପାଣ୍ଡିଆନ ଖୋର୍ଦ୍ଧା ଜିଲ୍ଲା ଗସ୍ତ ସମୟରେ ସମ୍ପୃକ୍ତ ଅଞ୍ଚଳବାସୀ ତାଙ୍କୁ ଭେଟି ଆବାସିକ କଲୋନୀର ରାସ୍ତା ଓ ବିଦ୍ୟୁତ ବ୍ୟବସ୍ଥା ପ୍ରତି ଦୃଷ୍ଟି ଆକର୍ଷଣ କରିବା ସହିତ ଏସବୁ ସମସ୍ୟାର ସମାଧାନ ପାଇଁ ଅଭିଯୋଗ ପତ୍ର ପ୍ରଦାନ କରିଥିଲେ । ଏ ସମ୍ପର୍କରେ 5T ସଚିବ ମୁଖ୍ୟମନ୍ତ୍ରୀଙ୍କୁ ଅବଗତ କରାଇଥିଲେ । ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକ୍ରମେ ଏକ ବୈଷୟିକ ଟିମ୍ ଗଠନ କରାଯାଇ ସେ ସବୁ ଅଞ୍ଚଳକୁ ଅନୁଧ୍ୟାନ ପାଇଁ ପଠାଯାଇଥିଲା । ବୈଷୟିକ ଟିମ୍ ସେସବୁ ଅଞ୍ଚଳରେ ୪୨୯ଟି ରାସ୍ତା ଯାହା ୮୨ କିଲୋମିଟରରୁ ଅଧିକ ଅଞ୍ଚଳକୁ ଚିହ୍ନଟ କରି ଉନ୍ନତିକରଣ ଓ ବିଦ୍ୟୁତୀକରଣ ପାଇଁ ରିପୋର୍ଟ ପ୍ରଦାନ କରିଥିଲେ ।5T Secretary Pandian continues Khurda district visit

ରିପୋର୍ଟ ପାଇବା ପରେ 5T ସଚିବ ସମ୍ପୃକ୍ତ ଆବାସିକ କଲୋନୀର ବାସିନ୍ଦାଙ୍କ ସହ ଗତ ସେପ୍ଟମ୍ବର ୨୭ ତାରିଖରେ ସେସବୁ ଅଞ୍ଚଳର ଉନ୍ନତିକରଣ ପାଇଁ ଆଲୋଚନା କରିଥିଲେ । ମୁଖ୍ୟମନ୍ତ୍ରୀ ଏହି ୪୨୯ଟି ରାସ୍ତା ପ୍ରକଳ୍ପ ନିର୍ମାଣ ପାଇଁ ମଞ୍ଜୁରୀ ଦେଇଛନ୍ତି । ସ୍ମାର୍ଟ ସିଟି ଭୁବନେଶ୍ବର ନିକଟ ଅତୀତରେ ଦ୍ରୁତ ପରିବର୍ଦ୍ଧିତ ହୋଇ ଜଟଣୀ ଓ ବାଲିଅନ୍ତା ଅଞ୍ଚଳକୁ ପରିବ୍ୟାପ୍ତ ହୋଇଛି । ସେସବୁ ଅଞ୍ଚଳରେ ବହୁ ଆବାସିକ କଲୋନୀ ଗଢି ଉଠିଛି । ଆବାସିକ କଲୋନୀରେ ଆଭ୍ୟନ୍ତରୀଣ ରାସ୍ତା ଓ ବିଦ୍ୟୁତୀକରଣ ସମସ୍ୟା ଦୀର୍ଘ ଦିନର ଦାବୀ ଥିଲା । ୪୨୯ଟି ରାସ୍ତା ପ୍ରକଳ୍ପ ମଧ୍ୟରେ ଭୁବନେଶ୍ବର ବ୍ଲକରେ ୧୪୦ଟି, ଜଟଣୀ ବ୍ଲକରେ ୨୪୬ଟି ଓ ବାଲିଅନ୍ତା ବ୍ଲକର ୪୩ଟି ପ୍ରକଳ୍ପ ରହିଛି । ଏସବୁ ଅଞ୍ଚଳରେ ରାସ୍ତା ନିର୍ମାଣ, ଉନ୍ନତିକରଣ ଓ ବିଦ୍ୟୁତୀକରଣ କାର୍ଯ୍ୟ କରାଯିବ। ଏହି ସବୁ ପ୍ରକଳ୍ପ ମାଧ୍ୟମରେ ୩ ଲକ୍ଷରୁ ଅଧିକ ଜନସାଧାରଣ ଉପକୃତ ହେବେ। ପ୍ରକଳ୍ପ କାର୍ଯ୍ୟ ୩ ମାସ ମଧ୍ୟରେ ସମ୍ପୂର୍ଣ୍ଣ କରିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି ।