ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ୫ ମୃତ

ନନ୍ଦିଘୋଷ ବ୍ୟୁରୋ: ଅଟୋକୁ ପିଟିଲା ବସ୍ । ଘଟଣାରେ ୫ମୃତ । କେରଳ ମାଲାପୁରମ୍ ନିକଟରେ ଏକ ମର୍ମନ୍ତୁଦ ଦୁର୍ଘଟଣାରେ ଯାଇଛି ୫ ଜୀବନ । କର୍ଣ୍ଣାଟକରୁ ଶ୍ରଦ୍ଧାଳୁଙ୍କୁ ଧରି ଏକ ବସ୍ କେରଳର ସାବରୀମାଳା ଅଭିମୁଖେ ଯାଉଥିଲା। ମାତ୍ର ବସଟି ମାଲାପୁରମ୍ ନିକଟରେ ଏକ ବୁଲାଣି ଅତିକ୍ରମ କରୁଥିବା ବେଳେ ସାମନା ପଟୁ ଏକ ଅଟୋକୁ ଧକ୍କା ଦେଇଥିଲା । ଫଳରେ ଘଟଣା ସ୍ଥଳରେ ଅଟୋରେ ଥିବା ୫ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୩ଜଣ ଗୁରୁତର ଆହତ ହୋଇଛନ୍ତି । ମୃତକଙ୍କ ମଧ୍ୟରେ ୨ ଶିଶୁ ଅଛନ୍ତି । ଘଟଣା ସ୍ଥଳରେ ସ୍ଥାନୀୟ ଲୋକ ପହଞ୍ଚି ଆହତଙ୍କୁ ଉଦ୍ଧାର କରିବ  ମଞ୍ଜେରୀ ମେଡିକାଲ କଲେଜରେ ଭର୍ତ୍ତି କରିଛନ୍ତି । ଖବର ପାଇ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଶବ ବ୍ୟବିଚ୍ଛେଦ ପାଇଁ ପଠାଇବା ସହିତ ତଦନ୍ତ କରୁଛି । ସେପଟେ ମୃତ ଖବର ପାଇବା ପରେ ସ୍ଥାନୀୟ ଅଞ୍ଚଳରେ ଖେଳି ଯାିଛି ଶୋକର ଛାୟା ।