spot_img
Home Blog Page 2687

ପ୍ରଧାନମନ୍ତ୍ରୀ ଆବାସ ଯୋଜନା ନେଇ ସିଏଜି ପ୍ରଶ୍ନ ଉଠାଇବା ପରେ ପ୍ରତିକ୍ରିୟା ରଖିଛି ବିଜେଡି

ଭୁବନେଶ୍ୱର : ପ୍ରଧାନମନ୍ତ୍ରୀ ଆବାସ ଯୋଜନା ନେଇ ସିଏଜି ପ୍ରଶ୍ନ ଉଠାଇବା ପରେ ପ୍ରତିକ୍ରିୟା ରଖିଛି ବିଜେଡି। ଦାବି ମୁତାବକ କେନ୍ଦ୍ର ଘର ଦେଇ ନଥିବା ବିଜେଡି ପୂର୍ବରୁ କହିଛି। ୧୫ରୁ ୨୦ ଲକ୍ଷ ଘର ପାଇଁ ଦାବି କରାଯାଇଥିଲା। ୧୫ଲକ୍ଷ ପରିବାର ଘର ପାଇବାରୁ ବଞ୍ଚିତ ବୋଲି କେନ୍ଦ୍ରକୁ ଜଣାଇ ଦିଆଯାଇଛି। ହୁଏତ ସିଏଜି ତାହା ଦର୍ଶାଇଥିବେ ବୋଲି ବିଜେଡି ବିଧାୟକ ଦେବୀ ମିଶ୍ର କହିଛନ୍ତି। କେନ୍ଦ୍ର ସରକାର ହିତାଧିକାରୀ ଚୟନର ସର୍ତ୍ତାବଳୀ ପରିବର୍ତ୍ତନ କରିଥିବାରୁ ଅନେକ ବାଦ ପଡ଼ିଥିବା ସେ କହିଛନ୍ତି। ସେହିପରି ପ୍ରଧାନମନ୍ତ୍ରୀ ଆବାସ ଯୋଜନାକୁ ନେଇ ବିଜେଡି ୭ରୁ ୮ବର୍ଷ ଭିତରେ ଅନେକ ଥର ପ୍ରତିବାଦ କରିବା ସହ ମୁଖ୍ୟମନ୍ତ୍ରୀ ମଧ୍ୟ କେନ୍ଦ୍ରକୁ ଚିଠି ଲେଖିଛନ୍ତି।

ହେଲେ ସର୍ଭେଠାରୁ ଆରମ୍ଭ କରି ଅର୍ଥ ମଂଜୁରୀ ପର୍ଯ୍ୟନ୍ତ ବିଜେପି ସାଂସଦ ଓ କର୍ମୀମାନେ ବିଭିନ୍ନ ସମସ୍ୟା ସୃଷ୍ଟି କରିଛନ୍ତି। ସେଥିପାଇଁ ରାଜ୍ୟ ୪ଲକ୍ଷ ଘର ପାଇବାରୁ ବଞ୍ଚିତ ହୋଇଥିବା ସରକାରୀ ଦଳ ମୁଖ୍ୟ ସଚେତକ ପ୍ରଶାନ୍ତ ମୁଦୁଲି କହିଛନ୍ତି। ୧୨ଲକ୍ଷରୁ ୪ଲକ୍ଷ ଘର କଟିଗଲା। ସେଥିପାଇଁ ବିଜେପି ଗାଁରେ ଲୋକଙ୍କ ରୋଷର ଶିକାର ହୋଇଛି। ତାକୁ ଘୋଡାଇବା ପାଇଁ ସେମାନେ ଓଲଟା ଯୁକ୍ତି କରୁଛନ୍ତି  ବୋଲି ପ୍ରଶାନ୍ତ ମୁଦୁଲି କହିଛନ୍ତି।

ବିରୋଧୀ ଯେଉଁ ଅଭିଯୋଗ ଆଣୁଛନ୍ତି ତାହା ସମ୍ପୂର୍ଣ୍ଣ ଅବାନ୍ତର: ଦେବୀ ମିଶ୍ର

ଭୁବନେଶ୍ବର: ଦିନକୁ ପୂର୍ବରୁ ବିଧାନସଭା ମୁଲତବି ହେବା ନେଇ ବିରୋଧୀଙ୍କ ଉପରେ ବର୍ଷିଛି ବିଜେଡି । ବିଧାନସଭାକୁ ନେଇ ବିରୋଧୀ ଯେଉଁ ଅଭିଯୋଗ ଆଣୁଛନ୍ତି ତାହା ସମ୍ପୂର୍ଣ୍ଣ ଅବାନ୍ତର ବୋଲି କହିଛନ୍ତି ବରିଷ୍ଠ ବିଜେଡି ବିଧାୟକ ଦେବୀ ମିଶ୍ର। ବିରୋଧୀଙ୍କୁ ବାହାରେ କହିବାକୁ ଭଲ ଲାଗୁଛି । କିନ୍ତୁ ଭିତରେ କେବେ ଆଲୋଚନା ପାଇଁ ଆଗ୍ରହ ଦେଖାଉ ନାହାନ୍ତି । ବିଧାନସଭାର ନିୟମାବଳୀ ଅନୁଯାୟୀ ନିଷ୍ପତ୍ତି ନେଇ ଗୃହକୁ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ମୁଲତବି କରାଯାଇଛି। ବିଧାନସଭା ସଠିକ ଭାବେ ଚାଲି ନପାରିବା ଲାଗି ବିରୋଧୀ ହିଁ ଦାୟୀ । ଆମେ ବି ଜାନକୀ ବାବୁଙ୍କ ସମୟରେ ବିରୋଧୀ ଦଳରେ ଥିଲୁ। କିନ୍ତୁ ଆମେ ଏମିତି ଭାବେ କେବେ ବିଧାନସଭାକୁ ଅଚଳ କରି ରଖୁ ନଥିଲୁ ବୋଲି କହିଛନ୍ତି ଦେବୀ ।

ବିଧାନସଭାରେ ସରକାରୀ ଦଳ ସବୁବେଳେ କନ୍ୟା ପକ୍ଷ  ଆଉ ବିରୋଧୀ ବରପକ୍ଷ । କିନ୍ତୁ ବରପକ୍ଷ ବି ଆଲୋଚନା ପାଇଁ ଆସିବା ଦରକାର । ଯଦି ଆଉଟ ହେଇଯିବେ କେମିତି ଆଲୋଚନା ହେବ ବୋଲି ପ୍ରଶ୍ନ କରିଛନ୍ତି ଦେବୀ । ସେହିପରି ସରକାରୀ ଦଳ ମୁଖ୍ୟ ସଚେତକ ପ୍ରଶାନ୍ତ ମୁଦୁଲି ମଧ୍ୟ ବିରୋଧୀଙ୍କ ଉପରେ ବର୍ଷିଛନ୍ତି । ମୌସୁମୀ ଅଧିବେଶନରେ 8 ଟି କାର୍ଯ୍ୟ ଦିବସ ଥିଲା । ହେଲେ ଦୁଃଖର ବିଷୟ ବିରୋଧୀ ଦଳର ଯେଉଁ ଭୂମିକା ଥାଏ ଗୃହରେ ତାହା ଦେଖିବାକୁ ମିଳିଲା ନାହିଁ। ସେମାନେ ଏଥର ଗୃହ ଚଳାଇ ନ ଦେବା ପାଇଁ ଏଜେଣ୍ଡା ନେଇ ଆସିଥିଲେ । ସେଥିପାଇଁ ଆରମ୍ଭରୁ ଆକ୍ରମଣାତ୍ମକ ଭଙ୍ଗୀରେ ଅପ୍ରସଙ୍ଗକୁ ପ୍ରସଙ୍ଗ କରି ଅଚଳ କରିଥିଲେ। ଏମିତି କି ବାଚସ୍ପତିଙ୍କ ଉପରକୁ ବିଭିନ୍ନ ସାମଗ୍ରୀ ଫୋପାଡିଲେ। ଯେଉଁଥିରେ ଗୃହର ମର୍ଯ୍ୟାଦା ହାନି ହୋଇଛି ।

ଏ ସବୁ କଥାକୁ ଦେଖିଲେ ଲାଗୁଛି ସେମାନେ ପୂର୍ବରୁ ଗୃହ ଚଲାଇ ନଦେବାକୁ ଯୋଜନା କରିଥିଲେ । ରାଜ୍ୟବାସୀ ବିଧାନସଭା ଚାଲିଲେ ତାଙ୍କର ସମସ୍ୟା ଆଲୋଚନା ହେବ ବୋଲି ଆଶା ରଖି ଥାଆନ୍ତି। ହେଲେ ଏହାକୁ ଅଣଦେଖା କରି ପ୍ରତ୍ୟେକ  ଦିନ ଗୃହରେ ହୋହଲ୍ଲା ସହ ଆକ୍ରମଣାତ୍ମକ ଭଙ୍ଗୀରେ ପ୍ରତିବାଦ କରିଛନ୍ତି ବିରୋଧୀ। ଯାହା ଆଦୌ ଗ୍ରହଣୀୟ ନୁହେଁ ବୋଲି କହିଛନ୍ତି ସରକାରୀ ଦଳ ମୁଖ୍ୟ ସଚେତକ ପ୍ରଶାନ୍ତ ମୁଦୁଲି । ସେପଟେ କଂଗ୍ରେସ ବିଧାନସଭା ଚାଲୁ ବୋଲି ଚାହିଁଥିଲା ବୋଲି କହିଛନ୍ତି କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର । ବିଜେପି ନିଜ ଜିଦରେ ଅଟଳ ରହି ଗୃହ ଚଳାଇ ଦେଲାନି l ଅଧିବେଶନରେ ବହୁତ ସମସ୍ୟା ଥିଲା, ଅଳ୍ପ ସମୟ ଥିଲା l ହେଲେ କିଛି ଆଲୋଚନା ହେଲାନି l ଆମେ ପ୍ରାୟ ଗୃହ ମଧ୍ୟ ଭାଗକୁ ଯାଇନlହୁ l କଂଗ୍ରେସ ବୃହତ୍ତର ସ୍ବାର୍ଥ ଦୃଷ୍ଟିରୁ ଗୃହ ସ୍ବାଭାବିକ ଭାବେ ଚାଲୁ ବୋଲି କହିଥିଲା l

 

ଲଗାତାର କମିଚାଲିଛି ସୁନା ଦର, ଜାଣନ୍ତୁ କ’ଣ ରହିଛି ରେଟ୍

ଭୁବନେଶ୍ବର: ଲଗାତାର କମିଚାଲିଛି ସୁନା ଦର । ଭୁବନେଶ୍ବରରେ ୨୪ କ୍ୟାରେଟ ୧୦ ଗ୍ରାମ ସୁନା ଦର ଆଜି ୫୭ ହଜାର ୦୧୫ ଟଙ୍କା ରହିଛି । ସେହିପରି ୨୨ କ୍ୟାରେଟ ୧୦ ଗ୍ରାମ ସୁନା ପ୍ରତି ଦର ୫୨ ହଜାର ୨୨୫ ରହିଛି । ସପ୍ତାହକ ମଧ୍ୟରେ ସୁନା ଦର କମିଛି । ସେହିପରି ଭୁବନେଶ୍ବରରେ ରୁପା ଦର ମଧ୍ୟ ହ୍ରାସ ପାଉଛି । ରୁପା କେଜି ପ୍ରତି ଦର ୭୦ ହଜାର ଟଙ୍କା ରହିଛି । କେଜି ପ୍ରତି ୭ ହଜାର ଟଙ୍କା କମିଛି ରୁପା ଦର । ଆମେରିକୀୟ ଡଲାର ମୂଲ୍ୟ ବୃଦ୍ଧି ପାଉଥିବାରୁ ଅନ୍ତର୍ଜାତୀୟ ବଜାରରେ ସୁନାର ଦର ହ୍ରାସ ପାଉଛି । ଆଗରୁ ପାର୍ବଣ ରୁତୁ ଆସୁଥିବାରୁ ସୁନା ଆହୁରି ହ୍ରାସ ପାଇବା ଅନୁମାନ କରାଯାଉଛି । ପ୍ରାୟ ୫ରୁ ୧୦ ପ୍ରତିଶତ ସୁନା ଦର ହ୍ରାସ ପାଇବା ଅନୁମାନ କରାଯଉଛି  । ସୁନା ଖସୁଥିବାରୁ ପାର୍ବଣରେ ସୁନା ବ୍ୟବସାୟ ମଧ୍ୟ ଜୋର ଧରିବା ସମ୍ଭାବନା ରହିଛି ।

ଅଧିକ ଶକ୍ତିଶାଳୀ ହେଲା ଭାରତୀୟ ବାୟୁସେନା

ନନ୍ଦିଘୋଷ ବ୍ୟୁରୋ: ଅଧିକ ଶକ୍ତିଶାଳୀ ହେଲା ଭାରତୀୟ ବାୟୁସେନା । ବାୟୁସେନା ହାତରେ ପ୍ରଥମ ହାଲୁକା ଲଢୁଆ ଟୁ ସିଟର ବିମାନ ବା ଏଲସିଏ ତେଜସକୁ ଅର୍ପଣ କଲା ହିନ୍ଦୁସ୍ତାନ ଏରୋନେଟିକ୍ସ ଲିମିଟେଡ । ଏଲସିଏ ଟୁଇନ ସିଟର ଟ୍ରେନର ଏୟାରକ୍ରାଫ୍ଟ  ଉତ୍ପାଦନ କ୍ଷେତ୍ରରେ ଏହା ବି ହୋଇଛି ଏକ ମାଇଲ ଖୁଣ୍ଟି । ଏହା ବାୟୁସେନାର ସମସ୍ତ ପ୍ରଶିକ୍ଷଣ ସମ୍ପର୍କିତ ଆବଶ୍ୟକତାକୁ ପୂରଣ କରିବ । ଚଳିତ ବର୍ଷ ୧୮ଟି ଟୁଇନ ସିଟର ଏଲସିଏ ଯୋଗାଇଦେବା ଲାଗି ବାୟୁସେନା ପକ୍ଷରୁ ଏଚଏଏଲକୁ ଅର୍ଡର ଦିଆଯାଇଥିଲା । ଆସନ୍ତା ୨୦୨୬-୨୭ ସୁଦ୍ଧା ୧୦ଟି ଟୁଇନ ସିଟର ଯୋଗାଇଦିଆଯିବ ବୋଲି ସୂଚନା ମିଳିଛି । ଏଲସିଏ ତେଜସ ହେଉଛି ଭାରତର ଗବେଷଣା କାରିଗରି କ୍ଷେତ୍ରରେ ଏକ ଉତ୍କର୍ଷ ନମୁନା । ୨୦୨୭-୨୮ ସୁଦ୍ଧା ଏଲସିଏ ତେଜସର ସିରିଜ ଉତ୍ପାଦନ ଲାଗି ଏଚଏଏଲ ପକ୍ଷରୁ ଯୋଜନା କରାଯାଇଛି । ଏହି ଅବସରରେ ଉପସ୍ଥିତ ଥିଲେ ପ୍ରତିରକ୍ଷା ରାଷ୍ଟ୍ରମନ୍ତ୍ରୀ ଅଜୟ ଭଟ୍ଟ । ଏୟାର ଚିଫ ମାର୍ଶଲ ଭି. ଆର. ଚୋଧୁରୀ ପ୍ରମୁଖ । ଏହା ସହ ବାୟୁସେନା, ପ୍ରତିରକ୍ଷା ମନ୍ତ୍ରାଳୟ. ଡିଜିଏକ୍ୟୁଏ, ଡିଆରଡିଓ ଆଦି ସଂଗଠନର ପ୍ରମୁଖ କର୍ମକର୍ତ୍ତାମାନେ ଉପସ୍ଥିତ ଥିଲେ ।

ବିରୋଧୀ ଦଳ ନେତା ଜୟନାରାୟଣଙ୍କ ଧଜ୍ଜିଆ ଉଡ଼ାଇଲେ କଂଗ୍ରେସ ବିଧାୟକ ନରସିଂହ ମିଶ୍ର !

ଭୁବନେଶ୍ବର: ଶ୍ରଦ୍ଧା ପ୍ରସଙ୍ଗ ଗୃହରେ ଉଠାଇବା ବ୍ୟାଡ ଟେଷ୍ଟ୍। ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ରଙ୍କ ଧଜ୍ଜିଆ ଉଡ଼ାଇଲେ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର। ସବୁ ଜାଣିବା ପରେ ଏପରି ପ୍ରସଙ୍ଗ ଉଠାଇବା କଥା। କେବଳ ସନ୍ଦେହ କରି ଉଠାଇବା ଉଚିତ ନୁହେଁ । ଦେହ ଖରାପରେ କାହାକୁ ଫିଜିଓଥେରାପିଷ୍ଟ ରଖିବା ଗୋଟେ ପ୍ରସଙ୍ଗ କି ବୋଲି ନରସିଂହ ପ୍ରଶ୍ନ କରିଛନ୍ତି । ଏପରି ପ୍ରସଙ୍ଗରେ ସନ୍ଦେହ ସୃଷ୍ଟି କରିବା ଅନୁଚିତ୍ । ମୁଖ୍ୟମନ୍ତ୍ରୀ ସ୍ପଷ୍ଟ କରିଛନ୍ତି ଶ୍ରଦ୍ଧା ତାଙ୍କ ଫିଜିଓଥେରାପିଷ୍ଟ । ତାଙ୍କୁ କୌଣସି ସରକାରୀ କ୍ୱାର୍ଟର୍ସ ଦିଆଯାଇନି । ସେ ସରକାରୀ ଟଙ୍କାରେ କୌଣସି ଗସ୍ତ କରିନାହାନ୍ତି ।

ତେଣୁ ସବୁ କଥା ମୁଖ୍ୟମନ୍ତ୍ରୀ ତାଙ୍କ ବିବୃତିରେ ସ୍ପଷ୍ଟ କରିଛନ୍ତି ବୋଲି ନରସିଂହ କହିଛନ୍ତି  । ସେପଟେ ଶ୍ରଦ୍ଧା ପ୍ରସଙ୍ଗରେ ବିରୋଧୀଙ୍କ ମୁହଁ ବନ୍ଦ କରିଛି ମୁଖ୍ୟମନ୍ତ୍ରୀଙ୍କ ବିବୃତି। ଏହି ପ୍ରସଙ୍ଗକୁ ରାଜ୍ୟବାସୀ ତିରସ୍କାର କରୁଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ବ୍ୟବହାର, ଚଳଣୀ ଓ ଜୀବନଶୈଳୀ ଯେଉଁଭଳି ସେଥିରେ ଏପରି କଥା ଶୋଭା ପାଏନି। ଏ ପ୍ରସଙ୍ଗକୁ ଯିଏ ଓ ଯେଉଁ ଢଙ୍ଗରେ ଉଠାଇ ଥିଲେ ତାଙ୍କୁ ଲଜ୍ୟା ଲାଗିବା କଥା ବୋଲି ସରକାରୀ ଦଳ ମୁଖ୍ୟ ସଚେତକ ପ୍ରଶାନ୍ତ ମୁଦୁଲି କହିଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ଉପରକୁ ଯେତେବେଳେ ଆଙ୍ଗୁଠି ଦେଖାଇଛନ୍ତି । ସେ ବିବୃତ୍ତି ରଖିବା ସ୍ୱାଭାବିକ କଥା ବୋଲି ସେ କହିଛନ୍ତି।

କାର୍ ଦୁର୍ଘଟଣାରେ ଅଭିନେତ୍ରୀ ଗାୟତ୍ରୀ ଯୋଶୀ ଆହତ

ନନ୍ଦିଘୋଷ ବ୍ୟୁରୋ: ଇଟାଲୀରେ କାର୍ ଦୁର୍ଘଟଣାରେ ଆହତ ଅଭିନେତ୍ରୀ ଗାୟତ୍ରୀ ଯୋଶୀ । ସ୍ବାମୀ ବିକାଶ ଓବରୟଙ୍କ ସହ କାରରେ ଯାଉଥିବାବେଳେ ସ୍ବଦେଶର ଅଭିନେତ୍ରୀ ହୋଇଛନ୍ତି ଆହତ । ଇଟାଲୀର ସାର୍ଡିନାରେ ସେମାନେ ଭ୍ୟାକେସନରେ ଏକ ଲାମ୍ବ୍ରୋଘିନିରେ ଯାଉଥିବାବେଳେ କାରଟି ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲା । ତେବେ ଚିକିତ୍ସା ପରେ ଦୁହେଁ ସୁସ୍ଥ ଥିବା ସୂଚନା ମିଳିଛି । ସ୍ବଦେଶ ଫିଲ୍ମରେ ଶାହାରୁଖ ଖାନଙ୍କ ସହ ଅଭିନୟ କରିଥିଲେ ଗାୟତ୍ରୀ । ଗାୟତ୍ରୀ ଓ ସ୍ବାମୀ ଲାମ୍ବ୍ରୋଘିନିରେ ଯାଉଥିବାବେଳେ ଏକ ଫେରାରି ଓ ଏକ କ୍ୟମ୍ପର ଭ୍ୟାନ ସହ ତାଙ୍କ କାରର ଧକ୍କା ଘଟିଥିଲା । ଦୁର୍ଘଟଣା ପରେ ଫେରାରିରେ ନିଆଁ ଲାଗିଯାଇଥିଲା । ଏହି ଦୁର୍ଘଟଣାରେ ଦୁଇ ଜଣ ସୁଇସ ନାଗରିକଙ୍କ ମୃତ୍ୟୁ ଘଟିଛି । ଜଣେ ଭିଡିଓ ଜକି ଭାବେ କ୍ୟାରିୟର ଆରମ୍ଭ କରିଥିଲେ ମହାରାଷ୍ଟ୍ର ନାଗପୁରର ଗାୟତ୍ରୀ । ସେ ୨୦୦୦ରେ ଫେମିନା ମିସ୍ ଇଣ୍ଡିଆ ଇଣ୍ଟରନ୍ୟାସନାଲ ଟାଇଟଲ ହାସଲ କରିଥିଲେ । ୨୦୦୫ରେ ବିକାଶଙ୍କ ସହ ତାଙ୍କର ବିବାହ ହୋଇଥିଲା ।

ଆମେରିକା ଇତିହାସରେ ପ୍ରଥମ ଥର ଲାଗି ବିଦା ହେଲେ ବାଚସ୍ପତି

ନନ୍ଦିଘୋଷ ବ୍ୟୁରୋ: ଆମେରିକା ଇତିହାସରେ ପ୍ରଥମ ଥର ଲାଗି ଜଣେ ବାଚସ୍ପତି ବିଦା । ପ୍ରତିନିଧି ସଭାରେ ହୋଇଥିବା ଭୋଟରେ ବିଦା ହୋଇଛନ୍ତି ବାଚସ୍ପତି କେଭିନ ମାକାର୍ଥି । ଡେମୋକ୍ରାଟଙ୍କ ସହ ଅଧିକ ସମ୍ପର୍କ ରଖିବା ଅଭିଯୋଗ ଦର୍ଶାଇ କେଭିନଙ୍କ ଉପରେ କ୍ଷୁବ୍ଧ ହୋଇଥିଲେ ରିପବ୍ଲିକାନ ସାଂସଦ । ଆସନ୍ତା ବର୍ଷ ରାଷ୍ଟ୍ରପତି ନିର୍ବାଚନ ହେବାକୁ ଯାଉଥିବାବେଳେ କେଭିନଙ୍କ ଭୂମିକାକୁ ନେଇ ସେମାନ କ୍ଷୁବ୍ଧ ହୋଇଥିଲେ । ସମ୍ଭବତଃ ଡୋନାଲଡ ରାଷ୍ଟ୍ରପତି ପ୍ରାର୍ଥୀ ହେବାକୁ ଯାଉଥିବାବେଳେ କେଭିନଙ୍କ ଭୂମିକା ରିପବ୍ଲିକାନ ସାଂସଦଙ୍କୁ ସନ୍ଦେହ ଘେରକୁ ନେଇଥିଲା ।

ଆମେରିକାର ୨୩୪ ବର୍ଷର ସଂସଦୀୟ ଇତିହାସରେ ଏଭଳି ଘଟଣା ପ୍ରଥମ । ସରକାର ପରିଚାଳନା କରିବା ଲାଗି ଆବଶ୍ୟକ ପାଣ୍ଠି ଯୋଗାଣ ସମ୍ପର୍କିତ ପ୍ରସ୍ତାବକୁ ଗୃହୀତ ହେବା ଦିଗରେ କାର୍ଯ୍ୟ କରିବାକୁ ନେଇ ଦଳ ଭିତରେ ପ୍ରବଳ ବିରୋଧର ସମ୍ମୁଖୀନ ହୋଇଥିଲେ ୫୮ ବର୍ଷ ବୟସ୍କ କେଭିନ । କେଭିନଙ୍କ ବିରୋଧରେ କେବଳ ରିପବ୍ଲିକାନ ସାଂସଦ ନୁହନ୍ତି କେତେକ ଡେମୋକ୍ରାଟ ବି ସହାୟତା କରିଥିଲେ । କେଭିନ ଅନେକ ବିବାଦୀୟ ନିଷ୍ପତ୍ତି ନେଇଥିବାରୁ ତାଙ୍କୁ ବାହାର କରାଗଲା ବୋଲି ଦଳରେ ନେତାମାନେ ସୂଚନା ଦେଇଛନ୍ତି । ସରକାରଙ୍କ ଖର୍ଚ୍ଚ ସୀମା ନେଇ ରାଷ୍ଟ୍ରପତି ଜୋ ବାଇଡେନଙ୍କ ପ୍ରସ୍ତାବକୁ ଅଗ୍ରାହ୍ୟ କରିବା କାରଣରୁ ବି ପୂର୍ବରୁ କେଭିନଙ୍କ ଉପରେ କ୍ଷୁବ୍ଧ ହୋଇଥିଲେ ଡେମୋକ୍ରାଟ ସାଂସଦ । ସରକାର ପରିଚାଳନା ଲାଗି ଖର୍ଚ୍ଚ ପ୍ରସ୍ତାବ ପାସ୍ ସଂକ୍ରାନ୍ତରେ ପ୍ରତିନିଧି ସଭା ଓ ସିନେଟ ମଧ୍ଯରେ ବିବାଦ ହୋଇଥିଲା ।

ରାଜ୍ୟସଭାରେ ବିଜେଡି ସଂସଦୀୟ ଦଳର ମୁଖ୍ୟ ସଚେତକ ଭାବେ ନିଯୁକ୍ତ ହେଲେ ସାଂସଦ ମାନସ ମଙ୍ଗରାଜ

ଭୁବନେଶ୍ବର: ସାଂସଦ ମାନସ ମଙ୍ଗରାଜଙ୍କୁ ବଡ଼ ଦାୟିତ୍ବ । ରାଜ୍ୟସଭାରେ ବିଜେଡି ସଂସଦୀୟ ଦଳର ମୁଖ୍ୟ ସଚେତକ ଭାବେ ନିଯୁକ୍ତ ହୋଇଛନ୍ତି ମାନସ ମଙ୍ଗରାଜ । ମୁଖ୍ୟ ସଚେତକ ଭାବେ ନିଯୁକ୍ତି ଦେଇଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ଏନେଇ ସୂଚନା ଦେଇଛନ୍ତି ବିଜେଡି ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ । ମାନସଙ୍କୁ ନୂଆ ଦାୟିତ୍ବ ମିଳିବା ନେଇ ଶୁଭେଚ୍ଛା ଜଣାଇଛନ୍ତି ବିଜେଡି ସାଂସଦ ଅମର ପଟ୍ଟନାୟକ ଓ ପ୍ରଶାନ୍ତ ନନ୍ଦ । ମାନସ ନିଶ୍ଚିତ ଏହି ଦାୟିତ୍ୱ ଭଲ ଭାବେ ତୁଲାଇବେ । ମୁଖ୍ୟ ସଚେତକ ଏକ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ । ଦଳର ବାର୍ତ୍ତା ତାଙ୍କ ମାଧ୍ୟମରେ ଆସେ । ଦଳ ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀଙ୍କ ନିଷ୍ପତ୍ତି ଏକ ଭଲ ନିଷ୍ପତ୍ତି ବୋଲି କହିଛନ୍ତି ଅମର । ମାନସ ମଙ୍ଗରାଜ ରାଜ୍ୟସଭା ବିଜେଡି ମୁଖ୍ୟ ସଚେତକ ହେବା ଏକ ଭଲ କଥା । ତାଙ୍କ ପରି ଅଭିଜ୍ଞ ସଦସ୍ୟ ଦଳ ପାଇଁ ଜରୁରୀ । ଦଳ ବହୁତ ଭଲ ନିଷ୍ପତ୍ତି ନେଇଛି ବୋଲି କହିଛନ୍ତି ଅନ୍ୟତମ ସାଂସଦ ପ୍ରଶାନ୍ତ ନନ୍ଦ । ଠିକ ସମୟରେ ଠିକ ଲୋକଙ୍କୁ ଦାୟିତ୍ୱ ମିଳିଛି । କେଉଁମାନେ ବିଲ ଆଲୋଚନାରେ ଭାଗ ନେବେ, କେତେ ସମୟ କହିବେ ଓ କଣ କହିବେ ସେଥିରେ ସେ ସାହାଯ୍ୟ କରିବେ । ଦଳର ନିର୍ଦ୍ଦେଶ ସେ ସମସ୍ତ ସଦସ୍ୟଙ୍କ ପାଖରେ ପହଞ୍ଚାଇପାରିବେ ବୋଲି କହିଛନ୍ତି ପ୍ରଶାନ୍ତ ।

ସାରା ରାଜ୍ୟକୁ ମାଡ଼ିଲାଣି ସ୍କ୍ରବ ଟାଇଫସ

ଭୁବନେଶ୍ବର: ଦୁଇରୁ ତିନୋଟି ଜିଲ୍ଲାକୁ ଛାଡ଼ିଲେ, ସାରା ରାଜ୍ୟକୁ ମାଡ଼ିଲାଣି ସ୍କ୍ରବ ଟାଇଫସ । କେବଳ ଗ୍ରାମାଞ୍ଚଳ ନୁହେଁ, ସହରାଞ୍ଚଳରେ ଏହା ବ୍ୟାପିଲାଣି । ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ଚିହ୍ନଟ ହେଲେଣି ୨୮୨୨ ସ୍କ୍ରବ ଟାଇଫସ ରୋଗୀ । ୨୨ ହଜାର ୭୭ ଜଣଙ୍କ ନମୁନା ପରୀକ୍ଷା ହୋଇଛି । ବରଗଡ଼, ଝାରସୁଗୁଡା, ସମ୍ବଲପୁର, ସୁନ୍ଦରଗଡ଼, ବଲାଙ୍ଗୀର ଓ ବୁର୍ଲା ମେଡିକାଲରେ କେନ୍ଦ୍ରୀୟ ଟିମ ସ୍କ୍ରବ ଟାଇଫସ ସମୀକ୍ଷା କରିଛନ୍ତି । ସେମାନେ ଓଡ଼ିଶାର ପଦକ୍ଷେପକୁ ପ୍ରଶଂସା କରିଛନ୍ତି । କାରଣ ୨୦୧୯ରୁ ଓଡ଼ିଶା ସ୍କ୍ରବ ଟାଇଫସ ଟେଷ୍ଟିଂ କରୁଛି । ଟେଷ୍ଟିଂ ବଢ଼ାଇବା ସହ ଶୀଘ୍ର ଚିହ୍ନଟ ପାଇଁ କୁହାଯାଇଛି । ଖୁବଶୀଘ୍ର ଲିଖିତ ସୁପାରିଶ ମିଳିବା ପରେ ପରବର୍ତ୍ତି କାର୍ଯ୍ୟପନ୍ଥା ନିଆଯିବ ବୋଲି କହିଛନ୍ତି ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ । ସେହିପରି ରାଜ୍ୟ ସରକାରଙ୍କ ଟିମ ମଧ୍ୟ ବରଗଡ ଓ ସୁନ୍ଦରଗଡ଼ ଯାଇ ମୃତ୍ୟୁ ନେଇ ଯାଞ୍ଚ କରିଛନ୍ତି । ସମସ୍ତ ମୃତ୍ୟୁକୁ ନେଇ ଦ୍ୱନ୍ଦ୍ୱ ରହିଛି । କାରଣ ଘରୋଇ ହସ୍ପିଟାଲରେ ସେମାନଙ୍କ ମୃତ୍ୟୁ ହୋଇଛି । ଘରୋଇ ହସ୍ପିଟାଲରେ ଏଲିଶା ବଦଳରେ ରାପିଡ୍ଟେଷ୍ଟ ହେଉଛି ।

ଭିଜିଲାନ୍ସ ପଞ୍ଜାରେ ମାର୍କେଟିଂ ଇନ୍ସପେକ୍ଟର

ଭିଜିଲାନ୍ସ ପଞ୍ଜାରେ ମାର୍କେଟିଙ୍ଗ ଇନ୍ସପେକ୍ଟର । ୧୪ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଧରିଲା କଳାହାଣ୍ଡି ଭିଜିଲାନ୍ସ ଟିମ । ଥୁଆମୂଳ ରାମପୁର ବ୍ଲକ ମାର୍କେଟିଙ୍ଗ ଇନ୍ସପେକ୍ଟର ସୁଶାନ୍ତ ମଲ୍ଲିକ ଜଣେ ବ୍ୟକ୍ତିଙ୍କ ଠାରୁ ୧୪ ହଜାର ଟଙ୍କା ଲାଞ୍ଚ ନେବା ସମୟରେ ଧରିଲା କଳାହାଣ୍ଡି ଭିଜିଲାନ୍ସ  ।