spot_img
Home Blog Page 2685

ଜରାଜୀର୍ଣ୍ଣ ଅବସ୍ଥାରେ ବୌଦ୍ଧ କୀର୍ତ୍ତିରାଜି

ଚଣ୍ଡିଖୋଲ : ବୌଦ୍ଧ କୀର୍ତ୍ତିରାଜି ବହନ କରୁଥିବା ଯାଜପୁର ଜିଲ୍ଲା ଧର୍ମଶାଳା ବ୍ଲକର ଲାଙ୍ଗୁଡ଼ି ପାହାଡ଼ ନିଜର ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରି ପାରିଛି । ଏଠାରୁ ଉଦ୍ଧାର ହୋଇଥିବା ବୌଦ୍ଧ କୀର୍ତ୍ତିରାଜି ଗୁଡିକର ରକ୍ଷଣାବେକ୍ଷଣ ଅଭାବ ରୁ ତାହା ଜରାଜୀର୍ଣ ଅବସ୍ଥାରେ ରହିଛି । ଅନ୍ୟପଟେ ଜରାଜୀର୍ଣ ଅବସ୍ଥାରେ ରହିଥିବା ପାନ୍ଥଶାଳାର ପୁନଃରୁଦ୍ଧାର କାର୍ଯ୍ୟ ଏବେ ଓଟିଡିସି ପକ୍ଷରୁ କରାଯାଉଛି ।

ଜରାଜୀର୍ଣ୍ଣ ଅବସ୍ଥାରେ ବୌଦ୍ଧ କୀର୍ତ୍ତିରାଜି । ସୁରକ୍ଷା ଓ ସଂରକ୍ଷଣ ପାଇଁ ନାହିଁ ପ୍ରତ୍ନତତ୍ତ୍ବ ବିଭାଗର ନିଘା । ମାଟିରେ ମିଶିବାକୁ ବସିଛି ଦୁଇ ହଜାର ବର୍ଷର ଇତିହାସ । ଯାଜପୁର ଜିଲ୍ଲା ଧର୍ମଶାଳା ବ୍ଲକର ଲାଙ୍ଗୁଡ଼ି ପାହାଡ଼ ପୂରାତନ ଇତିହାସକୁ ବଖାଣୁଛି । କେନ୍ଦ୍ର ସରକାରଙ୍କ ପତ୍ନତତ୍ତ୍ବ ସର୍ବେକ୍ଷଣ ସଂସ୍ଥା ଓ ରାଜ୍ୟ ସଂସ୍କୃତି ବିଭାଗ ପକ୍ଷରୁ ଲାଙ୍ଗୁଡ଼ି ପାହାଡ଼ ଖନନ କରାଯାଇ ବହୁ ବୌଦ୍ଧ କୀର୍ତ୍ତିରାଜି ଉଦ୍ଧାର କରାଯାଇ ଥିଲା ।  ଏଠାରୁ ବୁଦ୍ଧ ଦେବଙ୍କ ମୂର୍ତ୍ତି, ଇଟା ସ୍ତୁପ, ପଞ୍ଚଯାନୀ ବୁଦ୍ଧ,ଅର୍ଘ୍ୟ ସ୍ତୁପ ଓ ବହୁ ପ୍ରାଚୀନ ବୁଦ୍ଧ ମୂର୍ତ୍ତି ଗୁଡିକ ଉଦ୍ଧାର କରାଯାଇଥିଲା ।

ଏହି ପାହାଡ଼କୁ ପୁଷ୍ପଗିରି ବିହାର ନାମରେ ନାମିତ କରାଯାଇଛି । ଏଠାକୁ ଦେଶ ବିଦେଶରୁ ପର୍ଯ୍ୟଟକ ଓ ବୌଦ୍ଧ ଧର୍ମାବଲମ୍ବୀ ମାନେ ଆସୁଥିଲେ । ହେଲେ ରକ୍ଷଣାବେକ୍ଷଣ ଅଭାବରୁ ଜରାଜୀର୍ଣ ଅବସ୍ଥାରେ ରହିଛି ଏହି ବୌଦ୍ଧ କିର୍ତ୍ତିରାଜି । ଏହାକୁ ସୁରକ୍ଷିତ ରଖିବା ପାଇଁ ସଂଗ୍ରହାଳୟ ନଥିବା ବେଳେ ପାହାଡ଼ ଉପରେ ନା ଆଲୋକୀକରଣ, ନା ପାନୀୟ ଜଳ , ନା ପର୍ଯ୍ୟଟକଙ୍କ ରହିବା ବ୍ୟବସ୍ଥା ହୋଇଛି । ଯେଉଥିପାଇଁ ଧିରେ ଧିରେ ନିଜ ଅସ୍ତିତ୍ବ ହରାଇବାକୁ ବସିଛି ଲାଙ୍ଗୁଡ଼ି ପାହାଡ଼ ।

ଏଠାରେ ଥିବା ପାନ୍ଥଶାଳା ବି ଜରାଜୀର୍ଣ୍ଣ ଅବସ୍ଥାରେ ରହିଥିଲା । ହେଲେ ରାଜ୍ୟ ସରକାରଙ୍କ ଓଟିଡିସି ପକ୍ଷରୁ ଏହାର ପୁନଃରୁଦ୍ଧାର ପାଇଁ କାର୍ଯ୍ୟ ଆରମ୍ଭ ହୋଇଛି। ପାନ୍ଥଶାଳାରେ ପାର୍ଥନା ସଭା ଗୃହ, ଯୋଗ କକ୍ଷ୍ୟ, ଦୋକାନ ଗୃହ, ବୌଦ୍ଧ ଭିକ୍ୟୁ ମାନେ ରହିବା ପାଇଁ ସମସ୍ତ ପ୍ରକାର ବ୍ୟବସ୍ଥା କରାଯାଇଛି । ଆଗାମୀ ଦିନରେ ଦେଶ ବିଦେଶରୁ ଆସୁଥିବା ପର୍ଯ୍ୟଟକ ମାନେ ଏହାର ସୁଫଳ ପାଇ ପାରିବେ ।

ସହିଦନଗରରେ ଓପିଟିସିଏଲର ନୂଆ ଅଫିସ ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଭୁବନେଶ୍ବର: ଓପିଟିସିଏଲର ନୂଆ ଟାଓ୍ବାର ଉଦଘାଟନ ହୋଇଛି । ସହିଦନଗରରେ ନୂଆ ଅଫିସର ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ୫୫ କୋଟି ଖର୍ଚ୍ଚରେ ନିର୍ମାଣ ହୋଇଛି ବହୁତଳ ଟେକ୍ ଟାଓ୍ବାର । ଓପିଟିସିଏଲର କର୍ପୋରେଟ ଅଫିସ ଭାବେ କାର୍ଯ୍ୟ କରିବ। ବିଲଡିଂରେ ବିଜୁଳି ସଞ୍ଚୟ ଟେକ୍ନୋଲୋଜି ରହିଛି । ଲୋକଙ୍କୁ ଶକ୍ତି ଯୋଗାଣ କ୍ଷେତ୍ରରେ ବଡ଼ ଭୂମିକା ନିର୍ବାହ କରେ । ଏହି ଅବସରରେ ଓପିଟିସିଏଲର କାର୍ଯ୍ୟଦକ୍ଷତାକୁ ପ୍ରଶଂସା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ୨ ହଜାର ମସିହାରେ ୧୦ ଲକ୍ଷ ଉପଭକ୍ତା ଥିବା ବେଳେ ୯୭ ଲକ୍ଷ ଗ୍ରାହକ ଯୋଡିହେଲେଣି । ପୂର୍ବରୁ ୮୦ଟି ଗ୍ରୀଡ ଥିବା ବେଳେ ୧୯୪ଟି ଗ୍ରୀଡ ଷ୍ଟେସନ ହୋଇଛି  । ଆଗକୁ ଆହୁରି ସୁଗମ ହେବ ସେବା । ନିଯୁକ୍ତି କ୍ଷେତ୍ରରେ ମଧ୍ୟ ଓପିଟିସିଏଲ ନିଜର ଗୁରୁତ୍ବପୂର୍ଣ୍ଣ ଭୂମିକା ନିର୍ବାହ କରିଛି । ଏହି ଉଦଘାଟନୀ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀଙ୍କ ସହ ଶକ୍ତି ମନ୍ତ୍ରୀ ପ୍ରତାପ କେଶରୀ ଦେବ, ମନ୍ତ୍ରୀ ଅଶୋକ ପଣ୍ଡା ଉପସ୍ଥିତ ଥିଲେ ।

ଆଇଏଫଆଇ ଫାଉଣ୍ଡେସନ ପକ୍ଷରୁ ‘ଷ୍ଟ୍ରୋକର ପ୍ରତିଷେଧକ ଓ ପରିଚାଳନା’ ସଂପର୍କିତ ରାଜ୍ୟସ୍ତରୀୟ ମିଡିଆ ସଚେତନତା କର୍ମଶାଳା

ଭୁବନେଶ୍ୱର: ଆଇଏଫଆଇ ଫାଉଣ୍ଡେସନ ପକ୍ଷରୁ ତଥା ଓଡ଼ିଶାଲାଇଭ୍‌ ଓ ସ୍ୱାସ୍ଥ୍ୟପ୍ଲସର ମିଳିତ ଆନୁକୂଲ୍ୟରେ ବୁଧବାର ଭୁବନେଶ୍ୱରଠାରେ ରାଜ୍ୟସ୍ତରୀୟ ମିଡିଆ ସଚେତନତା କର୍ମଶାଳା ଏକ ବର୍ଣ୍ଣାଢ଼୍ୟ ପରିବେଶରେ ଆୟୋଜିତ ହୋଇଯାଇଛି । ଏହି ଅବସରରେ ଗଣମାଧ୍ୟମ ପ୍ରତିନିଧୀ, ଛାତ୍ର ଛାତ୍ରୀଙ୍କ ସମେତ ବହୁ ବରେଣ୍ୟ ବ୍ୟକ୍ତି ବିଶେଷ ଯୋଗ ଦେଇଥିଲେ ।

ବିଭିନ୍ନ ଅଣସଂକ୍ରାମକ ରୋଗ ମଧ୍ୟରେ ଷ୍ଟ୍ରୋକ ବା ମସ୍ତିଷ୍କାଘାତ ଆଜି ମୃତ୍ୟୁ ଓ ଅକ୍ଷମତା ସୃଷ୍ଟିର ଏକ ପ୍ରମୁଖ କାରଣ ହୋଇଛି। ଏହା ସାରା ପୃଥିବୀ ପାଇଁ ବିରାଟ ଜନସ୍ୱାସ୍ଥ୍ୟ ଆହ୍ୱାନ ଭାବେ ଦେଖାଦେଇଛି। ତେଣୁ ଏ ସଂପର୍କରେ ବ୍ୟାପକ ସଚେତନତା କରାଯାଇପାରିଲେ ଆମେ ଆଗାମୀ ଦିନରେ ଷ୍ଟ୍ରୋକକୁ ନିୟନ୍ତ୍ରଣ କରିପାରିବା ବୋଲି ସ୍ୱାସ୍ଥ୍ୟ ବିଶେଷଜ୍ଞମାନେ ମତ ଦେଇଛନ୍ତି।

ବିଶ୍ଵରେ ପ୍ରତି ୬ ସେକେଣ୍ଡରେ ଜଣେ ବ୍ୟକ୍ତି ଷ୍ଟ୍ରୋକରେ ମୃତ୍ୟୁବରଣ କରୁଛନ୍ତି। ଅଧିକାଂଶ କ୍ଷେତ୍ରରେ ରୋଗୀମାନଙ୍କୁ ବହୁ ବିଳମ୍ୱରେ ଡାକ୍ତରଖାନାକୁ ନିଆଯାଉଥିବାରୁ ସେମାନଙ୍କ ଚିକିତ୍ସା ବିଶେଷ ପ୍ରଭାବଶାଳୀ ହୋଇପାରୁ ନାହିଁ। ତେଣୁ କୌଣସି ବ୍ୟକ୍ତିଙ୍କ ମସ୍ତିଷ୍କାଘାତର ସନ୍ଦେହ ହେଲେ ତାଙ୍କୁ ଚାରିରୁ ସାଢ଼େ ଚାରି ଘଣ୍ଟା ମଧ୍ୟରେ ଷ୍ଟ୍ରୋକ ଚିକିତ୍ସା ଉପଲବ୍ଧ ଥିବା ଡାକ୍ତରଖାନାରେ ପହଞ୍ଚାଇବା ଜରୁରୀ”ବୋଲି କହିଛନ୍ତି ବିଶିଷ୍ଟ ନ୍ୟୁରୋଲୋଜିଷ୍ଟ ଡାକ୍ତର ଶୁଭ୍ରାଂଶୁ ଶେଖର ଜେନା। ଆଇଏଫଆଇ ଫାଉଣ୍ଡେସନ ପକ୍ଷରୁ ତଥା ଓଡ଼ିଶାଲାଇଭ୍‌ ଓ ସ୍ୱାସ୍ଥ୍ୟପ୍ଲସର ମିଳିତ ଆନୁକୂଲ୍ୟରେ ବୁଧବାର ଭୁବନେଶ୍ୱରଠାରେ ଆୟୋଜିତ ରାଜ୍ୟସ୍ତରୀୟ ମିଡିଆ ସଚେତନତା କର୍ମଶାଳାରେ ଡାକ୍ତର ଶୁଭ୍ରାଂଶୁ ଏହା କହିଛନ୍ତି।

ଅକ୍ଟୋବର ୨୯ ବିଶ୍ୱ ଷ୍ଟ୍ରୋକ ଦିବସ ପାଇଁ ଫାଉଣ୍ଡେସନ ପକ୍ଷରୁ ଚଳିତ ୧୬ରୁ ୩୧ ତାରିଖ ପର୍ଯ୍ୟନ୍ତ ବିଶେଷ ଜନସ୍ୱାସ୍ଥ୍ୟ ସଚେତନତା ଅଭିଯାନ କରାଯାଉଛି। ଏହି ଅବସରରେ ଷ୍ଟ୍ରୋକର କାରଣ, ଲକ୍ଷଣ ଏବଂ ନିରାକରଣ ସଂପର୍କିତ ବିଭିନ୍ନ ସଚେତନତାମୂଳକ ଭିଡିଓ ଓଡ଼ିଶାଲାଇଭ୍‌ ଏବଂ ସ୍ୱାସ୍ଥ୍ୟପ୍ଲସର ବିଭିନ୍ନ ସୋସିଆଲ ଚ୍ୟାନେଲରେ ପ୍ରସାରଣ କରାଯିବ।

ଏହି ଅଭିଯାନ ଅଧୀନରେ ଆୟୋଜିତ ମିଡିଆ ସଚେତନତା କର୍ମଶାଳାରେ ଯୋଗ ଦେଇଥିବା ଗଣମାଧ୍ୟମ ଓ ଡେଭଲପମେଣ୍ଟ କ୍ଷେତ୍ରର ପ୍ରତିନିଧି ଏବଂ ଗଣଯୋଗାଯୋଗ ଛାତ୍ରଛାତ୍ରୀଙ୍କୁ ସ୍ୱାଗତ କରିଥିଲେ ଓଡ଼ିଶାଲାଇଭର ମୁଖ୍ୟ ସମ୍ପାଦକ ଏବଂ ଷ୍ଟ୍ରୋକ ସଚେତନତା ଅଭିଯାନର ଅଧ୍ୟକ୍ଷ ନୀଳାମ୍ବର ରଥ। ସେ କହିଥିଲେ ଯେ,“ଶତାଧିକ ବର୍ଷ ଧରି ମାନବ ସମାଜ ବିଭିନ୍ନ ସଂକ୍ରାମକ ରୋଗ ବିରୋଧରେ ଲଢ଼େଇ କରିଆସିଛି। କିନ୍ତୁ ଚଳିତ ଶତାବ୍ଦୀରେ ଅଣସଂକ୍ରାମକ ରୋଗ ଆମ ପାଇଁ ଆହୁରି ବଡ଼ ଆହ୍ଵାନ ସୃଷ୍ଟି କରିଛି”।

“ଅଣସଂକ୍ରାମକ ରୋଗ ମଧ୍ୟରେ ମଧୁମେହ, ଉଚ୍ଚରକ୍ତଚାପ, ହୃଦରୋଗ ଏବଂ ଷ୍ଟ୍ରୋକ ଆଜି ପ୍ରମୁଖ ସ୍ୱାସ୍ଥ୍ୟ ସମସ୍ୟା ଭାବେ ଦେଖାଦେଇଛି। ତା’ଭିତରେ ଷ୍ଟ୍ରୋକ ବର୍ତ୍ତମାନ ଲୋକଙ୍କ ଜୀବନକୁ ଅଧିକ ମାତ୍ରରେ ପ୍ରଭାବିତ କରୁଛି। ଷ୍ଟ୍ରୋକରୁ ବଞ୍ଚିବା ପାଇଁ ଲୋକମାନଙ୍କୁ ନିଜର ଜୀବନଶୈଳୀରେ ପରିବର୍ତ୍ତନ କରିବାକୁ ପଡ଼ିବ। ତେଣୁ ଜନସାଧାରଣଙ୍କୁ ଏ ଦିଗରେ ସଚେତନ କରିବା ସହ ଷ୍ଟ୍ରୋକ ମୁକାବିଲା ଲାଗି ଆବଶ୍ୟକ ନୀତି ନିର୍ଦ୍ଧାରଣ ପାଇଁ ଗଣମାଧ୍ୟମ ପ୍ରତିନିଧିମାନେ ବିଭିନ୍ନ ସମୟରେ ସରକାରଙ୍କୁ ସଜାଗ କରିବା ଦରକାର”ବୋଲି କହିଛନ୍ତି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ପୂର୍ବତନ ଅତିରିକ୍ତ ନିର୍ଦ୍ଦେଶକ ତଥା ଜନସ୍ୱାସ୍ଥ୍ୟ ବିଶେଷଜ୍ଞ ଡାକ୍ତର ପ୍ରଣବ କୁମାର ବେବର୍ତ୍ତା ପଟ୍ଟନାୟକ।

ଏହି କର୍ମଶାଳାରେ ‘ଷ୍ଟ୍ରୋକର ପ୍ରତିଷେଧକ ଓ ପରିଚାଳନା’ଏବଂ  ‘ଷ୍ଟ୍ରୋକ – ଏକ ଜନସ୍ୱାସ୍ଥ୍ୟ ଆହ୍ୱାନ’ ଶୀର୍ଷକରେ ଦୁଇଟି ସେସନ ରହିଥିଲା। ସ୍ୱାସ୍ଥ୍ୟ ବିଶେଷଜ୍ଞମାନେ ଷ୍ଟ୍ରୋକ ସଂପର୍କରେ ବ୍ୟାପକ ଧାରଣା ଦେବା ସହ ଅଂଶଗ୍ରହଣ କରିଥିବା ମିଡିଆ କର୍ମୀ ଓ ଛାତ୍ରଛାତ୍ରୀଙ୍କ ବିଭିନ୍ନ ପ୍ରଶ୍ନର ଉତ୍ତର ଦେଇଥିଲେ।

ଆରଏମଆରସି ଭୁବନେଶ୍ୱର, ଇଣ୍ଡିଆନ ପବ୍ଲିକ ହେଲଥ ଆସୋସିଏସନ, ପବ୍ଲିକ ହେଲଥ ଫାଉଣ୍ଡେସନ ଅଫ ଇଣ୍ଡିଆ (ପିଏଚଏଫଆଇ) ଏବଂ କେୟାର ହସ୍ପିଟାଲ ଭୁବନେଶ୍ଵର ଏହି ସ୍ୱାସ୍ଥ୍ୟ ସଚେତନତା ଅଭିଯାନର ପାର୍ଟନର ଭାବେ ଯୋଡ଼ି ହୋଇଛନ୍ତି। ପିଏଚଏଫଆଇର ନିର୍ଦ୍ଦେଶକ ପ୍ରଫେସର ଶ୍ରୀଧର ମୁରଲୀଧରରାଓ କଦମ ଏବଂ ଡାକ୍ତର ଶୁଭ୍ରାଂଶୁ ଶେଖର ଜେନା କାର୍ଯ୍ୟକ୍ରମର ପରାମର୍ଶଦାତା ରହିଥିବା ବେଳେ ଆଇଏଫଆଇ ଫାଉଣ୍ଡେସନର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ସିଦ୍ଧାର୍ଥ ରଥ ଏହି ଅଭିଯାନର ନିର୍ଦ୍ଦେଶକ ରହିଛନ୍ତି।

ଆଇଏଫଆଇ ଫାଉଣ୍ଡେସନ ୱାଲର୍ଡ ଷ୍ଟ୍ରୋକ ଅର୍ଗାନାଇଜେସନର ସଦସ୍ୟ ଭାବେ ଯୋଗ ଦେଇଛି। ସାଧାରଣ ଲୋକଙ୍କୁ ଷ୍ଟ୍ରୋକ ବିଷୟରେ ସଚେତନ କରିବା ତଥା ଏହାର ନିୟନ୍ତ୍ରଣ ପାଇଁ ଫାଉଣ୍ଡେସନ ଆଗାମୀ ଦିନରେ ବ୍ୟାପକ କାର୍ଯ୍ୟକ୍ରମ ପାଇଁ ଲକ୍ଷ୍ୟ ରଖିଛି।

ଗାଜା ହସ୍ପିଟାଲ ଉପରେ ହୋଇଥିବା ଆକ୍ରମଣ ପଛରେ ନାହିଁ ଇସ୍ରାଏଲର ହାତ

ଗାଜା: ଗାଜା ହସ୍ପିଟାଲ ଉପରେ ହୋଇଥିବା ଆକ୍ରମଣ ପଛରେ ନାହିଁ ଇସ୍ରାଏଲର ହାତ। ଅପର ପକ୍ଷରୁ ଏହି ଆକ୍ରମଣ ହୋଇଥାଇପାରେ ବୋଲି କହିଛନ୍ତି ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ । ତେଲ ଆଭିଭ ଗସ୍ତରେ ଆସି ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁଙ୍କ ସହ ଯୁଦ୍ଧ ପ୍ରସଙ୍ଗରେ କରିଛନ୍ତି ଆଲୋଚନା । ଇହୁଦି ରାଷ୍ଟ୍ର ଗଠନକୁ ଆମେରିକା ସମର୍ଥନ କରିବ ବୋଲି କହିଛନ୍ତି ବାଇଡେନ।

ସେ କହିଛନ୍ତି ୩୧ ଆମେରିକୀୟ ସମେତ ୧୩୦୦ରୁ ଅଧିକ ଲୋକଙ୍କ ହତ୍ୟା ପଛରେ ରହିଛି ହମାସ। ସେମାନେ ଆଇଏସଆଇଏସ ପରି ଆତଙ୍କ ସୃଷ୍ଟି କରିଚାଲିଛନ୍ତି । ପାଲେଷ୍ଟାଇନବାସୀଙ୍କ ପ୍ରତିନିଧିତ୍ବ ହମାସ କରୁନାହିଁ। ଇସ୍ରାଏଲ ଲାଗି ଆମେରିକା ସର୍ବଦା ଠିଆ ହେବ ବୋଲି କହିଛନ୍ତି ବାଇଡେନ। ଇସ୍ରାଏଲ ଗସ୍ତ ପରେ ବାଇଡେନ ଜୋର୍ଡାନ ଯିବାର କାର୍ଯ୍ୟକ୍ରମ ଥିଲା। ମାତ୍ର ଶେଷ ମୁହୂର୍ତ୍ତରେ ଏହି ଗସ୍ତ ବାତିଲ ହୋଇଛି।

ବାଇଡେନଙ୍କ ଇସ୍ରାଏଲ ଗସ୍ତକୁ ବହୁ ଆରବ ରାଷ୍ଟ୍ର ବିରୋଧ କରିଆସୁଛନ୍ତି। ଜୋର୍ଡାନ ବୈଦେଶିକ ମନ୍ତ୍ରୀ ଆୟାମାନ ସଫାଦି କହିଛନ୍ତି ଜୋର୍ଡାନ ରାଜା ଅବଦୁଲ୍ଲା, ଇଜିପ୍ଟ ରାଷ୍ଟ୍ରପତି ଆବଦେଲ ଫତା ଏଲ ସିସି, ପାଲେଷ୍ଟାଇନ କର୍ତ୍ତୃପକ୍ଷ ରାଷ୍ଟ୍ରପତି ମହମ୍ମଦ ଆବାସଙ୍କ ସହ ବାଇଡେନଙ୍କ କଥାବାର୍ତ୍ତା ବାତିଲ ହୋଇଛି ।

ପାର୍ବଣ ପୂର୍ବରୁ ରାଜଧାନୀରେ ଅପରାଧୀଙ୍କ ହଲ୍ଲାବୋଲ

ଭୁବନେଶ୍ବର: ପାର୍ବଣ ପୂର୍ବରୁ ଅପରାଧୀଙ୍କ ହଲ୍ଲାବୋଲ । କୋଉଠୁ ଲୁଟିଲେ ତ ଆଉ କେଉଁଠି ହାଣିଲେ । ସିସିଟିଭିରେ କଏଦ ହେଲା ଅପରାଧ ବେଳର ଦୃଶ୍ୟ । ସେଫ୍ ସିଟି ଡ୍ରାଇଭ କରି ବାହାବାହା ନେଉଥିବା କମିଶନରେଟ ପୋଲିସର ରାଜଧାନୀରେ ନିଦ ହଜାଇ ଦେଇଛନ୍ତି ହାର୍ଡକୋର କ୍ରିମିନାଲ । ଅନସେଫ୍ ସିଟିରେ ପ୍ରହସନ ପାଲଟିଛି ସେଫସିଟି ଡ୍ରାଇଭ । ପାର୍ବଣ ପୂର୍ବରୁ ଅପରାଧୀଙ୍କ ହଲ୍ଲାବୋଲ । ହସ୍ପିଟାଲରୁ ଲୁଟିଲେ, ଗାଡି ସୋରୁମରେ ହାଣିଲେ । ରାଜବାଟିକା ଲୁଟ ଘଟଣାରେ ପୋଲିସ ହାତ ଖାଲି ।

ବଡ଼ଗଡ଼ ଥାନା କେସୁରା ଛକ ମଙ୍ଗରାଜ ପଏଣ୍ଟ ଠାରେ ଜଣେ ଅଟୋ ସୋରୁମ ସିକ୍ୟୁରିଟି ଗାର୍ଡଙ୍କୁ ଗୋଡେଇ ଗୋଡେଇ ମାଡ଼ ମାରୁଥିବା ଓ ଖଣ୍ଡାରେ ହାଣୁଥିବାର ଏ ହେଉଛି ଦୃଶ୍ୟ । ଗତ ରାତିରେ ଘଟିଛି ଏଭଳି ଅଭାବନୀୟ ଘଟଣା । ଗୋଟିଏ ଗାଡି ସୋରୁମରେ କାମ କରୁଥିବା K1 ସଂସ୍ଥାର ସିକ୍ୟୁରିଟି ଗାର୍ଡ ଗୌରାଙ୍ଗ ଦାସଙ୍କୁ ଆକ୍ରମଣ କରିଥିଲେ ଦୁର୍ବୃତ୍ତ। ଗୌରାଙ୍ଗଙ୍କ ଘର ଯାଜପୁର ଅଞ୍ଚଳରେ । ତାଙ୍କୁ ଗୁରୁତର ଅବସ୍ଥାରେ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଅଭିଯୁକ୍ତଙ୍କୁ ଧରିବା ପାଇଁ ପୋଲିସ ପକ୍ଷରୁ ଛାନଭିନ ଆରମ୍ଭ କରିଛି ।

ଲିଙ୍ଗରାଜ ଥାନା ବିବେକାନନ୍ଦ ମାର୍ଗ ଅଞ୍ଚଳରେ ଥିବା ଭେରାଇଟି ଷ୍ଟୋର ଭିତରେ ବଟି ମାଗିବା ସହ ମୁଣ୍ଡରେ କିଭଳି ବନ୍ଧୁକ ଲଗାଉଛନ୍ତି ମୁଖାପିନ୍ଧା ଦୁର୍ବୃତ୍ତ ।କ୍ୟାପିଟାଲ ହସ୍ପିଟାଲ ଲାବୋରେଟୋରିରୁ ୬୦ ଲକ୍ଷର ଦାମୀ ସାମଗ୍ରୀ ଚୋରିର ସିସିଟିଭି । ସୁଇପର ଓ ସିକ୍ୟୁରିଟି ଗାର୍ଡଙ୍କ ଜରିଆରେ କିଭଳି ଚତୁରତାର ସହ ଚୋରି ହେଉଛି ଦେଖନ୍ତୁ । ଗତକାଲି ରାତିରେ ଏହି ଘଟଣା ଘଟିବା ପରେ କ୍ୟାପିଟାଲ ଥାନାରେ ଏତଲା ଦେଇଛନ୍ତି ହସ୍ପିଟାଲ କର୍ତ୍ତୃପକ୍ଷ । ଇନଫୋସିଟି ଥାନା ପଛପଟ ଆପାର୍ଟମେଣ୍ଟର ୩ ଫ୍ଲାଟରୁ ହୋଇଥିବା ଲୁଟ ଘଟଣାରେ ଏଯାଏଁ ପୋଲିସ ହାତ ଖାଲି ରହିଥିବା ବେଳେ ସହରରେ ମାତି ଥିବା ଅପରାଧୀ ପୋଲିସକୁ ଦେଇଛନ୍ତି ଖୋଲା ଚ୍ୟାଲେଞ୍ଜ ।

 

ଦୁର୍ଗାପୂଜା ପାଇଁ ଶେଷ ପର୍ଯ୍ୟାୟରେ ପ୍ରସ୍ତୁତି

କଟକ: ଆଉ ଦିନକ ପରେ ଦୁର୍ଗାପୂଜା । ଏଥିପାଇଁ କଟକ ସହରର ସମସ୍ତ ପୂଜା ମଣ୍ଡପରେ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ । କେଉଁଠି ରଙ୍ଗ କାମ ସରିବା ପରେ ମାଆଙ୍କୁ ପୋଷାକ ଓ ଆଭୂଷଣ ପିନ୍ଧାଇ ସାରିଲେଣି ତ ଆଉ କେଉଁଠି ଚାନ୍ଦିସୁନା ଅଳଙ୍କାର ଚଢାଗଲାଣି । ସେପଟେ କଟକର ନୂଆ 4ଟି ମଣ୍ଡପରେ ଚାନ୍ଦିମେଢ ଗୋଟିଏ ଗୋଟିଏ କରି ଉଦଘାଟନ ହେଉଛି । ଅନ୍ୟପଟେ ପରିବେଶ ଅନୁକୂଳ ଦୁର୍ଗା ପୂଜା ପାଇଁ ସାଇ ଇଣ୍ଟର ନ୍ୟାସନାଲ ସ୍କୁଲର ଛାତ୍ର ଛାତ୍ରୀମାନେ ମାଆଙ୍କ ବିଭିନ୍ନ ରୂପର ସୁନ୍ଦର ପେଣ୍ଟିଂ କରି ଡିସିପିଙ୍କୁ ଉପହାର ଦେଇଛନ୍ତି ।

ଦିନକ ପରେ ଧରାବତରଣ କରିବେ ମାଆ । ଷଷ୍ଠୀ ଠାରୁ ଆରମ୍ଭ ହେବ ଦୁର୍ଗାପୂଜା । କଟକରେ ଏବେ ପୂଜା ମଣ୍ଡପ ଗୁଡିକରେ ପ୍ରସ୍ତୁତି ପ୍ରାୟତଃ ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ବିଭିନ୍ନ ପୂଜା ମଣ୍ଡପରେ ମାଆଙ୍କ ମୂର୍ତ୍ତିରେ ରଙ୍ଗ କାମ ସରିବା ପରେ ମାଆଙ୍କୁ ପୋଷାକ ଆଭୂଷଣ ପିନ୍ଧା କାମ ସରିଲାଣି । କେଉଁଠି ଫାଇଭର ମେଢ ଲଗାଇବା କାମ ଚାଲିଛି ତ କେଉଁଠି ଚାନ୍ଦିସୁନା ର ଅଳଙ୍କାର ମେଢରେ ଲଗାଯାଉଛି । ପଞ୍ଚମୀ ସୁଦ୍ଧା ପ୍ରସ୍ତୁତି ସରିଯିବା ନେଇ ଲକ୍ଷ୍ୟ ରଖିଛନ୍ତି ସମସ୍ତ ପୂଜା ମଣ୍ଡପ କର୍ମକର୍ତ୍ତା ।

କଟକ ସହରରେ ନୂଆ କରି ଚାନ୍ଦିମେଢ ହୋଇ ଥିବା ମହମଦିଆ ବଜାରର ପୂଜା ମଣ୍ଡପରେ ଚାନ୍ଦିମେଢର ଶୁଭ ଉଦଘାଟନ କରାଯାଇଛି । ଚଳିତବର୍ଷ ସିଲଭରସିଟି ପୂଜାରେ ସାମିଲ ହୋଇଛି ୪ଟି ନୂଆ ଚାନ୍ଦିମେଢ । ତେବେ କଟକରେ ପୂଜାରେ ସ୍ବଚ୍ଛତା ଓ ପରିବେଶ ଅନୁକୂଳ ପୂଜା ପାଇଁ ଛାତ୍ରଛାତ୍ରୀ ଅଭିନବ ଉଦ୍ୟମ କରିଛନ୍ତି । ସାଇ ଇଣ୍ଟର ନ୍ୟାସନାଲ ସ୍କୁଲର ଛାତ୍ର ଛାତ୍ରୀ ନିଜ ହାତରେ ଦେବୀ ଦୁର୍ଗାଙ୍କ ବିଭିନ୍ନ ରୂପର ପେଣ୍ଟିଂ କରି କଟକ ଡିସିପିଙ୍କୁ ଉପହାର ଦେଇ ଅନୁରୋଧ ଜଣାଇଛନ୍ତି ।

 

 

 

 

ପାକିସ୍ତାନରେ ସୁଧୁରୁନି ଆର୍ଥିକ ଅବସ୍ଥା, ୪୮ ବିମାନର ଉଡାଣ ବନ୍ଦ

ଲାହୋର: ପାକିସ୍ତାନରେ ସୁଧୁରୁନି ଆର୍ଥିକ ଅବସ୍ଥା। ସ୍ଥିତିରେ ଆସୁନି ସୁଧାର। ପାକିସ୍ତାନ ଏୟାରଲେନ୍ସର ହେଲା ଅବସ୍ଥା ଖରାପ। ଆନ୍ତର୍ଜାତୀୟ ସମେତ ୪୮ଟି ବିମାନର ଉଡାଣ ହୋଇଛି ବନ୍ଦ। ଇନ୍ଧନ ଉପଲବ୍ଧତା ନଥିବା କାରଣରୁ ବିମାନ ଚଳାଚଳ ବନ୍ଦ ହୋଇଯାଇଛି। ଲଗାତର ଭବେ PIA ବିମାନ ର ଉଡାଣ ବନ୍ଦ କରିଦିଆଯାଉଛି।

ଇନ୍ଧନର ଉପଲବ୍ଧତା ନଥିବା କାରଣରୁ ୧୩ଟି ଘରୋଇ ବିମାନ ସାଙ୍ଗକୁ ୧୧ଟି ଆନ୍ତର୍ଜାତୀୟ ୧୨ଟି ସାଧାରଣ ବିମାନର ଉଡାଣ ବନ୍ଦ ରହିଥିବା ନେଇ ପ୍ରବକ୍ତା ସୂଚନା ଦେଇଛନ୍ତି। ପିଆଇଏର ତଥ୍ୟ ମୁତାବକ ବନ୍ଦ ରହିଥିବା ବିମାନ ଯାତ୍ରୀଙ୍କୁ ଯିବା ନିମନ୍ତେ ଅନ୍ୟ ବିମାନକୁ ସ୍ଥାନାନ୍ତରିତ କରିଦିଆଯାଇଛି।

ପୂଜା ବଜାରକୁ ସରଗରମ କରିବ ଓଡ଼ିଆ ଫିଲ୍ମ

କଟକ: ପୂଜା ବଜାରକୁ ସରଗରମ କରିବା ପାଇଁ ରିଲିଜ ଅପେକ୍ଷାରେ ୩ଟି ନୂଆ ଫିଲ୍ମ ।  ରାମ, ମାଲ୍ୟାଗିରୀ କୁ ଟକ୍କର ଦେବ ଓଡ଼ିଆ ଫିଲ୍ମ କଟକ । ପୂଜାରେ ଅରିନ୍ଦମ, ବାବୁସନ, ସିଦ୍ଧାନ୍ତ, ଅନୁଭବ, ଦେବାଶିଷ, ଅମ୍ଳାନଙ୍କ ସହ ବଲିଉଡ ଅଭିନେତା ରାହୁଲ ଦେବଙ୍କୁ ଦେଖିବାକୁ ପାଇବେ ଦର୍ଶକ । ଫିଲ୍ମର ସଫଳତା ପାଇଁ ଆଶାବାଦୀ ପୂରା ଟିମ୍ ।

ଦଶହରା ବଜାରରୁ ସରଗରମ କରିବ ଓଡ଼ିଆ ଫିଲ୍ମ ଇଣ୍ଡଷ୍ଟ୍ରି । ରିଲିଜ ଅପେକ୍ଷାରେ ୩ଟି ଚଳଚ୍ଚିତ୍ର ।  ରାମ, ମାଲ୍ୟାଗିରୀ କୁ ଟକ୍କର ଦେବ ଓଡ଼ିଆ ଫିଲ୍ମ କଟକ । ଅରିନ୍ଦମ, ବାବୁସାନ, ସିଦ୍ଧାନ୍ତ, ଅନୁଭବ ଓ ଅମ୍ଲାନଙ୍କ ଦମଦାର ଆକ୍ସନ ଦେଖିବାକୁ ପାଇବେ ସିନେ ପ୍ରେମି । ରାମ ଫିଲ୍ମରେ ଦେଖାଦେବେ  ବଲିଉଡର ଖଳନାୟକ ରାହୁଲ୍ ଦେବ ।  ପୂଜା ବଜାରକୁ ସରଗରମ କରିବା ପାଇଁ ରିଲିଜ ଅପେକ୍ଷାରେ ୩ଟି ନୂଆ ଫିଲ୍ମ ।  ରାମ, ମାଲ୍ୟାଗିରୀକୁ ଟକ୍କର ଦେବ ଓଡ଼ିଆ ଫିଲ୍ମ କଟକ । ପୂଜାରେ ଅରିନ୍ଦମ, ବାବୁସନ, ସିଦ୍ଧାନ୍ତ, ଅନୁଭବ, ଦେବାଶିଷ, ଅମ୍ଳାନଙ୍କ ସହ ବଲିଉଡ ଅଭିନେତା ରାହୁଲ ଦେବଙ୍କୁ ଦେଖିବାକୁ ପାଇବେ ଦର୍ଶକ । ଫିଲ୍ମର ସଫଳତା ପାଇଁ ଆଶାବାଦୀ ପୂରା ଟିମ୍ ।

ପୂଜା ବଜାରକୁ ସରଗରମ କରିବ ଓଡ଼ିଆ ଫିଲ୍ମ । ରାମ, ମାଲ୍ୟାଗିରୀକୁ ଟକ୍କର ଦେବ ଓଡ଼ିଆ ଫିଲ୍ମ କଟକ । ମାଲ୍ୟଗିରିରେ ବାବୁସାନ ଏବଂ ଅମ୍ଲାନଙ୍କ ଦମଦାର ଫାଇଟ ସାଙ୍ଗକୁ ଓଲିଉଡ଼ର ଚୁଲବୁଲି ନାୟିକା ଶିବାନୀ ଓ ସୂର୍ୟମୟୀଙ୍କୁ ଦେଖିବାକୁ ମିଳିବ । ଏକ ଆଇଟମ ସଙ୍ଗରେ ଏଲିନା ଦମଦାର ଡ୍ୟାନ୍ସ ଦେଖିବାକୁ ପାଇବେ ଦର୍ଶକ । ପୃଥିବୀରାଜ୍ ପଟ୍ଟନାୟକ ଏହାର ନିର୍ଦ୍ଦେଶନା ଦେଇଥିବେଳେ ଫିଲ୍ମଟିର ଆକ୍ସନ ଶୁଟିଂ ବିଭିନ୍ନ ଜଙ୍ଗଲରେ ହୋଇଛି ।

ଓଡ଼ିଆ ଇଣ୍ଡଷ୍ଟ୍ରିର ଆକ୍ସନ ଷ୍ଟାର ଅରିନ୍ଦମ୍ ନିଜ ହୋମ୍ ପ୍ରଡକ୍ସନରେ ନିର୍ମାଣ ହୋଇଛି ଫିଲ୍ମ ରାମ୍ । ଫିଲ୍ମରେ ଅନୁଭବ ମହାନ୍ତିଙ୍କୁ ଦେଖିବାକୁ ପାଇବେ ଦର୍ଶକ । ବଙ୍ଗୀୟ ଅଭିନେତ୍ରୀ ରୂପସା ମୁଖ୍ୟ ନୀୟିକା ଭାବରେ ଅଭିନୟ କରିଥିବା ବେଳେ ବଲିଉଡ୍ ର ଖଳନାୟକ ରାହୁଲ୍ ଦେବଙ୍କୁ ଏଥିରେ ଦେଖିବାକୁ ମିଳିବ । ଏହାର ନିର୍ଦ୍ଦେଶନା ଭାର ସମ୍ଭାଳିଛନ୍ତି ଅଶୋକ ପତି ।

ଦୁଇଟି ଆକ୍ସନ ଫିଲ୍ମ ସହ ଦଶହରାରେ ମୁକ୍ତିଲାଭ କରିବ ଆଉଏକ ଫିଲ୍ମ କଟକ । ନିର୍ଦ୍ଦେଶକ ସୁଧାଂଶୁ ମୋହନ ସାହୁଙ୍କ ନିର୍ଦ୍ଦେଶନାରେ ଏଥିରେ ସିଦ୍ଧାନ୍ତ ମହାପାତ୍ରଙ୍କୁ ଲିଡ୍ ରୋଲରେ ଦେଖିବାକୁ ମିଳିବ । ଅନ୍ୟମାନଙ୍କ ମଧ୍ୟରେ ଅନୁ ଚୌଧୁରୀ, ଦେବାଶିଷ ପାତ୍ର, ପୁନମ୍ ମିଶ୍ର ଭଳି କଳାକାରମାନେ ଅଭିନୟ କରିଛନ୍ତି । ଫିଲ୍ମଟି ସମ୍ପୂର୍ଣ୍ଣ କ୍ରାଇମ ସିଣ୍ଡିକେଟ ସହ ଗ୍ୟାଙ୍ଗୱାର ଉପରେ ପର୍ଯ୍ୟବେସିତ ।

କଟକ ଏବଂ ମାଲ୍ୟଗିରି ସିନେମାର ଆଇଟମ ସଙ୍ଗ ରଙ୍ଗଲତା ଓ ଧୂଳିଆ ଜନ୍ଦାରେ ଦର୍ଶକ ଢେର ସାରା ମନୋରଞ୍ଜନ ପାଇବେ ବୋଲି ଆଶା ରଖିଛନ୍ତି ପୁରା ଟିମ୍ । ଦଶହରା ବଜାରରେ ଏହି ୩ଟି ନୂଆ ଫିଲ୍ମକୁ ଦର୍ଶକ ବେଶ ପସନ୍ଦ କରିବେ ବୋଲି ଆଶା ରଖିଛନ୍ତି ପୂରା ଟିମ୍ ।

 

 

 

 

ଦୀପାବଳି ପୂର୍ବରୁ କର୍ମଚାରୀଙ୍କ ପାଇଁ ଖୁସି ଖବର, ବଢିଲା ମହଙ୍ଗା ଭତ୍ତା

ନୂଆଦିଲ୍ଲୀ: ଦୀପାବଳି ପୂର୍ବରୁ ସରକାର କର୍ମଚାରୀମାନଙ୍କ ପାଇଁ ଖୁସି ଖବର। କେନ୍ଦ୍ରୀୟ କର୍ମଚାରୀଙ୍କ ମହଙ୍ଗା ଭତ୍ତା ୪%କୁ ବୃଦ୍ଧି କରାଯାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ୟାବିନେଟ ବୈଠକରେ କେନ୍ଦ୍ରୀୟ କର୍ମଚାରୀ ଏବଂ ପେନସନଭୋଗୀଙ୍କ ମହଙ୍ଗା ଭତ୍ତା ବୃଦ୍ଧିକୁ ଅନୁମୋଦନ କରାଯାଇଛି।

ବର୍ଦ୍ଧିତ ଭତ୍ତା ପରେ କର୍ମଚାରୀଙ୍କ ମହଙ୍ଗା ଭତ୍ତା ୪୨ରୁ ୪୬ ପ୍ରତିଶତକୁ ବୃଦ୍ଧି ପାଇଛି, ଯାହାଫଳରେ କର୍ମଚାରୀଙ୍କ ଦରମା ମଧ୍ୟ ବୃଦ୍ଧି ପାଇବ।  ୨୦୨୩ ଜାନୁୟାରୀ ଠାରୁ ଦ୍ୱିତୀୟ ଥର ପାଇଁ ମହଙ୍ଗା ଭତ୍ତା ବୃଦ୍ଧି ପାଇଛି ।

କେନ୍ଦ୍ର ସରକାରଙ୍କ ଏହି ନିଷ୍ପତ୍ତି ଯୋଗୁଁ ଦେଶର ପ୍ରାୟ ୧ଲକ୍ଷ କେନ୍ଦ୍ରୀୟ କର୍ମଚାରୀ ଏବଂ ପେନସନଭୋଗୀ ଉପକୃତ ହେବେ । ଏଥିରୁ ୪୮ ଲକ୍ଷରୁ ଅଧିକ କେନ୍ଦ୍ରୀୟ କର୍ମଚାରୀ ଏବଂ ପ୍ରାୟ ୬୫ ଲକ୍ଷ ପେନସନଭୋଗୀ ଉପକୃତ ହେବେ। ସରକାରୀ କର୍ମଚାରୀ ଏବଂ ପେନସନଭୋଗୀଙ୍କ ପାଇଁ ବର୍ଦ୍ଧିତ ମହଙ୍ଗା ଭତ୍ତା ଜୁଲାଇ ୧, ୨୦୨୩ ଠାରୁ କାର୍ଯ୍ୟକାରୀ ହେବ ଏବଂ ବକେୟା ଅର୍ଥ ପ୍ରଦାନ କରାଯିବ।

ଚାଷୀଙ୍କ ଚିନ୍ତା ବଢ଼ାଇଛି ଚକଡ଼ା ପୋକ

ଉଦଳା: ଚାଷୀ ମୁଣ୍ଡରେ ଚଡକ ।  ଘରେ ନପଶୁଣୁ ଚାଳ ବାଜିଲା ଭଳି ଚାଷ କାମ ଆରମ୍ଭ ନହେଉଣୁ ଚାଷ କାର୍ଯ୍ୟରେ ସମସ୍ୟା ସୃଷ୍ଟି କଲାଣି ରୋଗ ପୋକ । ଜମିରେ ଏବେ ଲୋଟି ପଡିଛି ନିଜର ଝାଳବୁହା ମୂଲ । ଏବେ ନିଜ ଫସଲ ନଷ୍ଟ ହେଉଥିବା ଦେଖି ଚିନ୍ତାରେ ପଡିଛି ଚାଷୀ । ରୋଗପୋଗ ନିୟନ୍ତ୍ରଣ ପାଇଁ ଏବେ ସରକାରଙ୍କ ସହଯୋଗ ଲୋଡାଯାଇଛି ।

ଶୁଖୁଆ ପୋଡାରେ ଯିବ ବର୍ଷ ଯାକର ପରିଶ୍ରମ । ଶୁଖି ନଷ୍ଟ ହେବାକୁ ବସିଲାଣି ଫସଲ । ଚାଷୀଙ୍କ ପାଇଁ ଦାଉ ସାଜିଛି ଚକଡା ପୋକ । ଧାର କରଜ ସୁଝିବା ଚିନ୍ତାରେ ଚଷାପୁଅ । ସେ ଏବେ ବିଲରେ ପଶି ଉଜୁଡି ଯିବାକୁ ବସିଥିବା ଧାନ ଗଛକୁ ସଜାଡୁଛି । ଆଉ କେତେବେଳେ ଗଛ ଭିତରୁ ଖୋଜୁଛି ନିଜ ଝାଳ ବୁହା ପରିଶ୍ରମର ମୂଲ । ମୟୂରଭଞ୍ଜ ଉଦଳା ବ୍ଲକ ଅଧୀନରେ ଥିବା ବିଭିନ୍ନ ଗାଁରେ ସୃଷ୍ଟି ହୋଇଛି ଏଭଳି ପରିସ୍ଥିତି । ଧାନ ଗଛରେ ପୋକ ଲାଗିବା ଫଳରେ ଗଛ ଗୁଡିକ ଲାଲ ହୋଇଯିବା ସହିତ ଶୁଖିବାରେ ଲାଗିଛି ।

ହଠାତ ଧାନ ଗଛରେ ଏହି ପୋକ ଲାଗୁଥିବା ବେଳେ ବିଲରୁ ବିଲ ଏହି ରୋଗ ପୋକ ବ୍ୟାପିବାରେ ଲାଗିଛି। ଚାଷୀ ନିଜ ଫସଲରେ ଔଷଧ ସିଞ୍ଚନ କଲେ ମଧ୍ୟ ସୁଫଳ ମିଳୁନଥିବା ଅଭିଯୋଗ ହୋଇଛି  । ସେପଟେ ଫସଲ କ୍ଷୟକ୍ଷତି ନେଇ ରାଜ୍ୟ ସରକାରଙ୍କ ନିକଟରେ ସୂଚନା ରହିଛି । ନିଜ ଫସଲକୁ କିଭଳି ରୋଗ ପୋକ ଦାଉରୁ ଚାଷୀ ରକ୍ଷା କରିପାରିବେ ସେନେଇ ପରାମର୍ଶ ଦିଆଯାଉଥିବା କହିଛନ୍ତି ଉଦଳା କୃଷି ଅଧିକାରୀ ।