ମୁମ୍ବାଇ ଇଣ୍ଡିଆନ୍ସକୁ ପଛରେ ପକାଇଲା ଚେନ୍ନାଇ ସୁପର କିଙ୍ଗ୍ସ

1 min read

ନୂଆଦିଲ୍ଲୀ: ପୁଣି ଶୀର୍ଷରେ ଚେନ୍ନାଇ ସୁପରକିଙ୍ଗ୍ସ । ଇନଷ୍ଟାଗ୍ରାମରେ ମୁମ୍ବାଇ ଇଣ୍ଡିଆନ୍ସକୁ ପଛରେ ପକାଇ ଫଲୋର୍ସ ତାଲିକାରେ ଉପରକୁ ଉଠିଛି ଚେନ୍ନାଇ । ଚେନ୍ନାଇର ଏବେ ୧୩ ମିଲିୟନ ଫଲୋର୍ସ ରହିଛନ୍ତି । ସେପଟେ ମୁମ୍ବାଇ ଇଣ୍ଡିଆନ୍ସର ଫଲୋର୍ସ ୧୩ ମିଲିୟନ ରହିଥିଲେ । ମାତ୍ର ଶୁକ୍ରବାର ହାର୍ଦ୍ଦିକ ପାଣ୍ଡ୍ୟା ଅଧିନାୟକ ହେବା ପରେ ଦେଢ଼ ଲକ୍ଷ ଫଲୋର୍ସ କମି ଯାଇଛନ୍ତି । ଉଭୟ ଟିମ ଆଇପିଏଲରେ ୫ଥର ଲେଖାଏଁ ଚାମ୍ପିୟନ ହୋଇଛନ୍ତି । ସବୁବେଳେ ଉଭୟ ଫ୍ୟାନ୍ସଙ୍କ ମଧ୍ୟରେ ଅଧିକ ତର୍କ ବିତର୍କ ଦେଖିବାକୁ ମିଳିଥାଏ । ଉମ୍ବାଇ-ଚେନ୍ନାଇ ପ୍ରଂଶସକଙ୍କ ମଧ୍ୟ ଗଣ୍ଡଗୋଳ ମଧ୍ୟ ଦେଖିବାକୁ ମିଳିଥାଏ । ମାତ୍ର ହାର୍ଦ୍ଦିକ ପାଣ୍ଡ୍ୟା ଗୁଜୁରାଟ ଟାଇଟନ୍ସର ଅଧିନାୟକ ଭାବେ ଗୋଟିଏ କପ ଜିତାଇଛନ୍ତି । ପୂର୍ବରୁ ମୁମ୍ବାଇ ପକ୍ଷରୁ ଖେଳିଥିଲେ ସୁଦ୍ଧା ତାଙ୍କୁ ଅଧିନାୟକଭାବେ ଫ୍ୟାନ୍ସମାନେ ସହଜରେ ଗ୍ରହଣ କରିପାରୁନାହାନ୍ତି । ଯେଉଁଥି ପାଇଁ ଫଲୋର୍ସଙ୍କ ସଂଖ୍ୟା କମିଥିବା ଚର୍ଚ୍ଚା ହେଉଛି । ସେପଟେ ଧୋନୀ ଆନ୍ତର୍ଜାତୀୟ କ୍ରିକେଟରୁ ଅବସର ନେଇଥିଲେ ସୁଦ୍ଧା ଆଜି ମଧ୍ୟ ତାଙ୍କ ଫ୍ୟାନ ଫଲୋର୍ସଙ୍କ ସଂଖ୍ୟା ଅଧିକ ରହିଛି । ଚେନ୍ନାଇ ପକ୍ଷରୁ ଚଳିତ ବର୍ଷ ମଧ୍ୟ ସେ ଖେଳିବାକୁ ଥିବାବେଳେ ତାଙ୍କ ପ୍ରଦର୍ଶନ ଉପରେ ସମସ୍ତଙ୍କ ନଜର ରହିଛି ।

ସୂଚନା ଥାଉକି, ରୋହିତ ଶର୍ମାଙ୍କ ଯୁଗ ଶେଷ  । ମୁମ୍ବାଇ ଇଣ୍ଡିଆନ୍ସରେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ମିଳିଲା ଗୁରୁଦାୟିତ୍ୱ । ୨୦୨୪ ଆଇପିଏଲ୍ ସିଜିନ୍ ପୂର୍ବରୁ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ କ୍ୟାପ୍ଟେନ କରିଛି ମୁମ୍ବାଇ ଇଣ୍ଡିଆନ୍ସ । ମୁମ୍ବାଇ ଇଣ୍ଡିଆନ୍ସରେ ପାଣ୍ଡ୍ୟାଙ୍କ କାର୍ଯ୍ୟକାଳ ଆରମ୍ଭ ହେବା ସହ ରୋହିତ ଶର୍ମାଙ୍କ ଦଶ ବର୍ଷର ଅଧିନାୟକତ୍ୱ ଯୁଗର ଅବସାନ ହୋଇଛି । ରୋହିତ ଶର୍ମା ୨୦୧୩ରେ ମୁମ୍ବାଇ ଟିମର ଅଧିନାୟକ ହୋଇଥିଲେ। ତାଙ୍କ ନେତୃତ୍ୱରେ ମୁମ୍ବାଇ ପାଞ୍ଚ ଥର ଆଇପିଏଲ୍ ଟ୍ରଫି ଜିତିଥିଲା । ବର୍ତ୍ତମାନ ରୋହିତ ମୁମ୍ବାଇର ଅଧିନାୟକତ୍ବ ହରାଇଛନ୍ତି । କିନ୍ତୁ ସେ ଦଳ ସହ ରହିବେ । ଜଣେ ସାଧାରଣ ଖେଳାଳି ଭାବେ ୨୦୨୪ ଆଇପିଏଲ ସିଜିନରେ ନଜର ଆସିବେ । ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ଅଧିନାୟକତ୍ୱରେ ସହାୟତା କରିବେ ଟିମ୍ ପରିଚାଳନା ବିଭାଗ  ।